Thursday 25th April 2024
ଶୀତଦିନେ ଥଣ୍ଡା ପାଣିରେ ଗାଧେଇବା ହୃଦଘାତ ସମସ୍ୟାକୁ ବଢ଼ାଇଥାଏ

ଶୀତଦିନେ ଥଣ୍ଡା ପାଣିରେ ଗାଧେଇବା ହୃଦଘାତ ସମସ୍ୟାକୁ ବଢ଼ାଇଥାଏ

ସାଧାରଣତଃ ଶୀତ ଋତୁରେ ଗାଧେଇବା ଏକ ବଡ଼ କଥା ହୋଇଯାଇଥାଏ । ତେଣୁ ଅନେକ ଲୋକ ଶୀତ ଦିନେ ଗାଧେଇବାକୁ ପସନ୍ଦ କରନ୍ତି ନାହିଁ । ଆଉ ଯିଏ ବି ଗାଧାନ୍ତି ଅତ୍ୟଧିକ ଥଣ୍ଡା ପାଣି କିମ୍ବା ଅତ୍ୟଧିକ ଗରମ ପାଣିରେ ଗାଧାନ୍ତି । ଯାହା ଆପଣଙ୍କ ଶରୀର ପାଇଁ ଭଲ ହୋଇନଥାଏ ଏବଂ ଆପଣଙ୍କର ହୃଦ ସମସ୍ୟା ହୋଇପାରେ ବୋଲି କୁହାଯାଏ । ଅନେକ ଗବେଷଣାରୁ ଜଣା ପଡ଼ିଛି କି ଶୀତ ଋତୁରେ ଥଣ୍ଡା ପାଣିରେ ଗାଧେଇବା ଯୋଗୁଁ ଆମର ମେଟାବୋଲିଜିମ୍ ହେବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଯେଉଁଥିପାଇଁ ଅନେକ ଫିଟନେସ୍ ପ୍ରେମୀ ଲୋକ ଶୀତ ଦିନେ ମଧ୍ୟ ଥଣ୍ଡା ପାଣିରେ ଗାଧେଇଥାନ୍ତି । କିନ୍ତୁ ଏଠି ଆମେ କହି ରଖୁ ଏହା କେବଳ ଫିଟ୍ ଥିବା ଲୋକ ହିଁ କରିପାରନ୍ତି । ଏନେଇ ମୋହୀଲୀସ୍ଥିତ ଫୋର୍ଟିସ୍ ହସ୍ପିଟାଲର କାର୍ଡିୟୋଲଜିଷ୍ଟ ଡ. କରୁଣ ବହଲ କହନ୍ତି ଯେତେବେଳେ ଆମେ ଥଣ୍ଡା ପାଣିରେ ଗାଧାନ୍ତି ସେତେବେଳେ ଆମ ହୃଦୟ ଉପରେ ଅତିରିକ୍ତ ଚାପ ପଡ଼ିଥାଏ । ଯାହାଫଳରେ ହୃଦଘାତର ଆଶଙ୍କା ବଢ଼ିଯାଇଥାଏ । ସେହିପରି ଅଧିକ ଥଣ୍ଡା ପଡ଼ୁଥିବା ରୁ ଶୀତ ଦିନେ ଅନେକ ଲୋକ ଗରମ ପାଣିରେ ଗାଧେଇବାକୁ ପସନ୍ଦ କରନ୍ତି । କିନ୍ତୁ ଅଧିକ ଗରମ ପାଣିରେ ଗାଧେଇବା ଦ୍ୱାରା ରକ୍ତଚାପରେ ଦ୍ରୁତ ହ୍ରାସ ହୋଇଥାଏ, ଯାହାଫଳରେ ହ୍ରୁଦୟ ଉପରେ ଚାପ ବଢ଼ି ଯାଏ ।Hot or Cold Showers: What You Need To Knowଶୀତ ଦିନେ ଯେବେ ଆମେ ଥଣ୍ଡା ପାଣିରେ ଗାଧେଇଥାନ୍ତି ଆମ ଶରୀର ଏକ ଝଟକା ଅନୁଭବ କରିଥାଏ ଓ ଶରୀର କମ୍ପି ଉଠିଥାଏ । ଏନେଇ ଡ. କରୁଣ ବହଲ କହିଛନ୍ତି, ଯେତେବେଳେ ଆମେ ଅତ୍ୟଧିକ ଥଣ୍ଡା ପାଣିରେ ଗାଧେଇଥାନ୍ତି ଆମ ଶରୀର ଏପରି ପ୍ରତିକ୍ରିୟା କରିଥାଏ ଯେପରି କୌଣସି ଏମାର୍ଜେନ୍ସୀ । ଯାହା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ଅଚାନକ୍ ବଢ଼ିଯାଏ ଓ ଆମ ହୃଦୟ ମଧ୍ୟ ବାକି ଅଙ୍ଗ ସୁରକ୍ଷା ଲାଗି ଦ୍ରୁତ ରକ୍ତ ପମ୍ପ କରିବାରେ ଲାଗେ । ତେବେ ଏପରୀ ଜରୁରୀ କାଳୀନ ପରିସ୍ଥିତିରେ ହୃଦୟ, ତ୍ୱଚା ନିକଟକୁ ରକ୍ତ ସଞ୍ଚାଳନ ରୋକି ଦେଇଥାଏ । ଯାହାଫଳରେ ଥଣ୍ଡାରେ ଆମେ ଥରିବାକୁ ଲାଗନ୍ତି ଓ ଆମ ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ ।

Man's question about common showering habit sparks row - and people are disgusted - Mirror Online

କେଉଁ ପାଣିରେ ଗାଧେଇବେ ଓ କଣ କରିବା ଉଚିତ୍?:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ନା ଗରମ ନା ଥଣ୍ଡା ପାଣି ଶୀତ ଦିନେ ଉଷୁମ୍ ପାଣିରେ ଗାଧେଇବା ଉଚିତ । ଶୀତ ଦିନେ ହାଲୁକା ଉଷୁମ୍ ପାଣି ଆମ ଶରୀରକୁ ଝଟକା ଦିଏ ନାହିଁ ଯାହାଫଳରେ ଶରୀରର ତାପମାତ୍ରା ମଧ୍ୟ କାୟମ ରହିଥାଏ । ପ୍ରକୃତରେ ନଖ ଉଷୁମ ପାଣି ଶରୀରର ତାପମାତ୍ରା ବଢ଼ାଇବା ସହିତ ରକ୍ତ ସଞ୍ଚାଳନ ସ୍ୱଭାବିକ କରିଥାଏ । ସେହିପରି ଶୀତ ଦିନେ ହୃଦଘାତ ଜନିତ ସମସ୍ୟାରୁ ବର୍ତ୍ତିବା ପାଇଁ ହାଲ୍କା ଖାଦ୍ୟ ଓ ଉଷୁମ ବସ୍ତ୍ର ପିନ୍ଧିବା ଉଚିତ୍ ରୁହେ । ଏହା ବ୍ୟତୀତ ବ୍ୟାୟାମ ଉପରେ ଗୁରୁତ୍ୱ ଦିଅନ୍ତୁ ଓ କୌଣସି ପ୍ରକାର ଅସୁସ୍ଥ ଥିଲେ ନିୟମିତ ଔଷଧ ଖାଅନ୍ତୁ । ଏପରି ଋତୁରେ ବେଳେ ବେଳେ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଔଷଧର ଅଧିକ ଡୋଜ ନେବାର ଆବଶ୍ୟକତା ପଡ଼ିଥାଏ । ଏଣୁ ଏପରି କ୍ଷେତ୍ରରେ ଲୋକଙ୍କୁ ହୃଦ ରୋଗ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )