Friday 26th April 2024
ସବୁଜ ସେଓ ବା ଗ୍ରୀନ୍ ଆପଲ ର ଦାମ୍ କାହିଁକି ଅଧିକ ? ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ !

ସବୁଜ ସେଓ ବା ଗ୍ରୀନ୍ ଆପଲ ର ଦାମ୍ କାହିଁକି ଅଧିକ ? ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ !

ସେଓ ଖାଇବା ପାଇଁ ପ୍ରାୟ ସମସ୍ତଙ୍କର ମନ ଥାଏ । କାରଣ ସେଓ ର ସ୍ୱାଦ ଯେତିକି ମିଠା, ଦେଖିବାକୁ ସୁନ୍ଦର ମଧ୍ୟ । ଅନେକ ଏହାକୁ ସାଙ୍ଗରେ ଧରିକି ଯିବାକୁ ପସନ୍ଦ କରନ୍ତି । ଏହାକୁ ଲଗେଜ୍ ସହ ସହଜରେ ଧରିହୁଏ ଏବଂ ସହଜରେ ନେବା ଆଣିବା କରିହୁଏ । ଟ୍ରାଭେଲର ଏବଂ ଯାତ୍ରୀ ମାନଙ୍କର ପ୍ରଥମ ପସନ୍ଦ ସେଓ । ଏହାକୁ ସହଜରେ ପ୍ୟାକ୍ କରିହୁଏ ଏହଂ ସାଙ୍ଗେ ସାଙ୍ଗେ ଧୋଇକି ଖାଇହୁଏ । ଏଥିରେ ଥାଏ ଉପଯୁକ୍ତ ପରିମାଣର ଫ୍ରୁକଟୋଜ୍ ଏବଂ ଗ୍ଲୁକୋଜ୍ , ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଶରୀରକୁ ଶକ୍ତି ପ୍ରଦାନ କରୁଥିବା ଫଳ ମଧ୍ୟରୁ ସେଓ ଗୋଟିଏ ଉତ୍ତମ ଫଳ । ଯାହାକୁ ଖାଇବା ପାଇଁ ଛୋଟରୁ ବଡ ପର୍ୟ୍ୟନ୍ତ ଆଗ୍ରହ ପ୍ରକାଶ କରିଥାନ୍ତି । ଆପଣ ଦେଖିଥିବେ ରାସ୍ତା କଡରେ ଫଳ ଠେଲା ଗୁଡିକ ମଧ୍ୟରେ ଅଧିକାଂଶ ଠେଲାରେ ନାଲି ସେଓ ବିକ୍ରି ହୋଇଥାଏ । ସେଓରେ ଅନେକ ଉପକାରୀ ଗୁଣରହିଛି । ସେଓରେ ଥାଏ ପୋଟାସିୟମ୍ , ଫାଇବର , ଆଣ୍ଟିଅକ୍ସିଡାଣ୍ଟ୍ ଏବଂ ଭିଟାମିନ୍ ସି । ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଅନେକ ଡାକ୍ତରଙ୍କ ମତରେ ପ୍ରତିଦିନ ଗୋଟିଏ ସେଓ ଖାଇବା ଉଚିତ୍ । ଦାନ୍ତକୁ ମଜଭୁତ୍ କରିବା ସହ ଏହା ଶରୀର ର ହାଡ କୁ ମଜଭୁତ୍ କରିଥାଏ । ରକ୍ତକୁ ସଫା କରିବା ଏବଂ ଓଜନ ହ୍ରାସ କରିବାରେ ସାହାର୍ୟ୍ୟ କରିଥାଏ । ଏହି ପୁଷ୍ଟିକର ଫଳ ଏକାଧିକ ସ୍ୱାସ୍ଥ୍ୟ ଉପକାର କରିଥାଏ । ସେଓ କର୍କଟ, ମଧୁମେହ ଏବଂ ହୃଦରୋଗ ପରି ବିପଦକୁ ହ୍ରାସ କରିପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ ସେଓ ଆପଣଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିପାରେ ।

Why are green apples more expensive than other apples? know!

ତେବେ ଆପଣ ନିହାତି ମାର୍କେଟ୍ ରେ ଦୁଇପ୍ରକାର ର ସେଓ ଦେଖିଥିବେ । ଗୋଟିଏ ସବୁଜ ରଙ୍ଗର ସେଓ ଏବଂ ଅନ୍ୟଟି ନାଲି ରଙ୍ଗର ସେଓ । ଦୁଇଟି ଯାକ ସେଓ କିନ୍ତୁ ଦୁଇଟି ର ଦାମ୍ ଭିନ୍ନ ଭିନ୍ନ । ଗୋଟିଏ ର ଦାମ୍ ଠାରୁ ଅନ୍ୟର ଦାମ୍ ଟି ଦୁଇଗୁଣାରୁ ଅଧିକ । ସବୁଜ ସେଓର ଦାମ୍ ନାଲି ସେଓ ଠାରୁ ଅଧିକ । ସବୁଜ ସେଓ ଅଧିକାଂଶ ସମୟରେ ମାର୍ଟ ରେ ବିକ୍ରିହୁଏ । କାରଣ ମାର୍ଟରେ ଥାଏ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା । ଯାହା ଦ୍ୱାରା ସବୁଜ ସେଓ ବା ଗ୍ରୀନ ଆପଲ୍ କୁ ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରଖିହୁଏ । ସେହି କାରଣରୁ ଗ୍ରୀନ ଆପଲ୍ ର ଦାମ୍ ଅଧିକ । ସାଧାରଣତ ଗ୍ରୀନ ଆପଲ୍ କୁ ଅନ୍ୟ ଦେଶରୁ ଆମଦାନୀ କରାଯାଇଥାଏ । ଏହା ମଧ୍ୟ ଦାମ୍ ଅଧିକ ରହିବାର ଅନ୍ୟ କାରଣ । ସାଧାରଣତଃ ଲୋକମାନେ ନାଲି ଆପଲ୍ ଖାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। 

କ୍ୟାଲସିୟମ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, କପର୍, ଆଇରନ୍, ଜିଙ୍କ୍, ଭିଟାମିନ୍-ଏ ଏବଂ ଭିଟାମିନ୍-କେ ପରି ଅନେକ ପୋଷକ ତତ୍ତ୍ୱ ଗ୍ରୀନ୍ ଆପଲରେ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟ୍ ର ପରିମାଣ ନାଲି ସେଓ ଅପେକ୍ଷା ସବୁଜ ସେଓରେ ଅଧିକ ଥାଏ । ସେଥିପାଇଁ ଗ୍ରୀନ ଆପଲ୍ ଏକ୍ସପେନସିଭ୍ । 

 

୧) ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ – 

ଡାଇବେଟିସ୍ ରୋଗକୁ ମଧୁମେହ ବୋଲି କୁହାଯାଇଥାଏ । ଗ୍ରୀନ୍ ଆପଲ୍ ରେ ସୁଗାର କଣ୍ଟ୍ରୋଲ୍ କାପାସିଟି ଅଛି । ମଧୁମେହରେ, ଲାଲ୍ ଆପଲ୍ ବଦଳରେ ସବୁଜ ଆପଲ୍ ଖାଇବା ଉଚିତ୍। ସବୁଜ ଆପଲରେ ଲାଲ୍ ଆପଲ ଅପେକ୍ଷା କମ୍ ସୁଗାର୍ ଏବଂ ଅଧିକ ଫାଇବର ଥାଏ । ଏହା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

୨) ଗ୍ଲୋଇିଂ ସ୍କିନ୍ –

ଚର୍ମପାଇଁ ଏହା ଅତ୍ୟନ୍ତ ଉପକାରୀ । କାରଣ ଏଥିରେ ଅଛି ଭିଟାମିନ୍ ସି । ନାଲି ଆପଲ୍ ଠାରୁ ଏଥିରେ ଭିଟାମିନ୍ ର ପରିମାଣ ଅଧିକ । ସବୁଜ ଆପଲରେ ଥିବା ଭିଟାମିନ୍ ଏ, ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଏହା ଚର୍ମ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଟେନିନ୍ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ହୋଇଥାଏ, ଏହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

୩) ହାଡ ମଜବୁତ କରେ – 

ସବୁଜ ଆପଲ୍ ଖାଇବା ଦ୍ୱାରା ଦୁର୍ବଳ ହାଡ ସମସ୍ୟାରୁ ମୁକ୍ତି ମିଳିଥାଏ ।  କେବଳ ଏତିକି ନୁହେଁ, ସବୁଜ ଆପଲ୍ ମଧ୍ୟ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଭିଟାମିନ୍ କେ, କ୍ୟାଲସିୟମ୍ ଏବଂ ପୋଟାସିୟମରେ ଭରପୂର ମାତ୍ରାରେ ମିଳିଥାଏ । ଯାହା ହାଡକୁ ମଜବୁତ କରିଥାଏ । କ୍ୟାଲସିୟମ୍ ସପ୍ଲିମେଣ୍ଟ୍ ଅପେକ୍ଷା ଗ୍ରୀନ୍ ଆପଲ୍ ର ଚାହିଦା ଟିକେ ଅଧିକ ।

୪) ଦୃଷ୍ଟିଶକ୍ତି ବୃଦ୍ଧି ସହ ଆଖି ଠିକ୍ ରହିଥାଏ –

ସବୁଜ ଆପଲରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଦୃଷ୍ଟିଶକ୍ତି କ୍ଷମତାକୁ ଆହୁରି ଉନ୍ନତ କରିଥାଏ ।

୫) ଫୁସଫୁସ ପାଇଁ ଉପକାରୀ ଗ୍ରୀନ୍ ଆପଲ୍ –

ସବୁଜ ଆପଲରେ ଥିବା ଫ୍ଲାଭୋନାଏଡ୍ ଥାଏ । ଏହାକୁ ନିୟମିତ ଖାଇବା ଆପଣଙ୍କୁ ଆଜମା ରୋଗରୁ ରକ୍ଷା କରିଥାଏ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଗ୍ରୀନ୍ ଆପଲ୍ ଫୁସଫୁସ୍ କୁ ସୁସ୍ଥରଖିଥାଏ ।  ସିଗାରେଟ୍ ଟାଣିବା କିମ୍ବା ବାୟୁ ପ୍ରଦୂଷଣ ହେତୁ ଫୁସଫୁସ୍ କୁ କ୍ଷତି ପହଞ୍ଚିଥାଏ । ତେବେ ଏହି କ୍ଷେତ୍ରରେ ଗ୍ରୀନ୍ ଆପଲ୍ ଶରୀର ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହୋଇଥାଏ ।

Why are green apples more expensive than other apples? know!

ଏହାର ଉପକାରୀତା ଏବଂ ଗୁଣବତ୍ତା ପାଇଁ ରେଡ୍ ଆପଲ୍ ଅପେକ୍ଷା ଗ୍ରୀନ୍ ଆପଲ୍ ର ଦାମ୍ ଅଧିକ । ଗ୍ରୀନ୍ ଆପଲ୍ ର ସ୍ୱାଦ ଟିକେ ଖଟା ଏବଂ ଟିକେ ମିଠା । କିନ୍ତୁ ଶରୀର ପାଇଁ ଏହା ଅତ୍ୟନ୍ତ ଉପକାରୀ । ସପ୍ତାହରେ ଗୋଟିଏ ହେଲେ ଗ୍ରୀନ ଆପଲ୍ ଖାଆନ୍ତୁ । ଶରୀର ସୁସ୍ଥ ରହିବା ସହ ସ୍କିନ୍ ଗ୍ଲୋ କରିବ ।

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )