Friday 26th April 2024
ପରାଗ ଦେଖିଲେ ହେଇପାରେ ଚକ୍ଷୁ କର୍କଟ ଜାଣନ୍ତୁ କେମିତି ?

ପରାଗ ଦେଖିଲେ ହେଇପାରେ ଚକ୍ଷୁ କର୍କଟ ଜାଣନ୍ତୁ କେମିତି ?

ଆଜି ଦେଶର ଅଧିକାଂଶ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦେଶ ସାରା ଏହି ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏପରି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବନି। ଏପ୍ରିଲ୍‌ ୩୦ରେ ଏବର୍ଷର ପ୍ରଥମ ସୂ‌ର୍ଯ୍ୟ ପରାଗ ଦେଖିବାକୁ ମିଳିଥିବା ବେଳେ ଆଜି ପରାଗ ହେଉଛି ଏବର୍ଷର ଶେଷ ସୂର୍ଯ୍ୟୋପରାଗ। ସୂର୍ଯ୍ୟ ପରାଗ ଲାଗୁଥିବା ବେଳେ ଅନ୍ନ କିମ୍ବା ସଙ୍ଗେ ସଙ୍ଗେ ରାନ୍ଧି କରି ଖାଦ୍ୟ ଖାଇବା ଅସୁସ୍ଥକର ହୋଇଥା‌ଏ। ସେଥିପାଇଁ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଖାଇପାରିବେ। ସୂର୍ଯ୍ୟୋପରାଗ ସମୟରେ ଆମକୁ ଆବଶ୍ୟକୀୟ ସତର୍କତା ଗ୍ରହଣ କରିବାକୁ ପଡ଼ିବ। ଆଜି ଦିନରେ ଖାଲି ଆଖି‌ରେ ସୂର୍ଯ୍ୟଙ୍କୁ ଦେଖିବା ମନା। ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଲେ ଆଖି ଉପ‌ରେ କୁପ୍ରଭାବ ପଡ଼ିଥାଏ। ସୂର୍ଯ୍ୟୋପରାଗ ପାଇଁ ବହୁତ କିଛି ନିୟମ ତ ରହିଛି ,କିନ୍ତୁ ଆଖି ପାଇଁ ଏହା ଟିକେ ଅଧିକ ବିପଦ ହେଇପାରେ। ତେଣୁକରି ଚାଲନ୍ତୁ ନଜର ପକାଇବା କାହିଁକି ଏହା ଆମ ପାଇଁ ବିପଦ ?

ସୂର୍ଯ୍ୟୋପରାଗ ମଣିଷର ଚକ୍ଷୁ ଉପରେ ପ୍ରଭାବ ପକାଇଥାଏ। ଏହି ସମୟରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମି ଆମ ଚକ୍ଷୁ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ତେଣୁ ପରାଗ ସମୟରେ ସୂର୍ଯ୍ୟଙ୍କୁ ସିଧା ଚାହିଁବା ଅନୁଚିତ। ଏହି ରଶ୍ମି ଚକ୍ଷୁର ରେଟିନା ଥିବା ମାକ୍ୟୁଲାକୁ ପୋଡ଼ି ଦେଇଥାଏ। ଏହାକୁ ଇଂରାଜୀରେ ଏକଲିପ୍ସ ବର୍ଣ୍ଣ ବୋଲି କୁହାଯାଏ। ଥରେ ଏକଲିପ୍ସ ବର୍ଣ୍ଣ ହୋଇଗଲେ, ମଣିଷର ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ ଏବଂ ଏହା ରେଟିନାରେ ଥିବା ଫଟୋରିସେପ୍ଟର୍‌ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ଏହାର ଚିକିତ୍ସା ନାହିଁ।

ପରାଗ ସମୟରେ ଘର ଭିତରେ ଯଥାସମ୍ଭବ ରହିବାକୁ ଚେଷ୍ଟା କରିବେ। ଏହି ସମୟରେ ବାହାରକୁ ବାହାରିଲେ, ସୂର୍ଯ୍ୟଙ୍କଠାରୁ ଆସୁଥିବା ଖରାପ ରଶ୍ମିଗୁଡ଼ିକ ଚର୍ମର ମଧ୍ୟ କ୍ଷତି ଘଟାଇଥାଏ। ଚର୍ମକୁ ପୋଡ଼ିଦେଇଥାଏ ଏବଂ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଚର୍ମ କର୍କଟର କାରଣ ପାଲଟେ। ଛୋଟ ପିଲା, କିଶୋର/କିଶୋରୀମାନେ ସୂର୍ଯ୍ୟୋପରାଗକୁ କୌଣସି କୃତ୍ରିମ ଉପାୟରେ ଦେଖିବା ଅନୁଚିତ। ଯଦି ‌କିଶୋର/କିଶୋରୀମାନଙ୍କର ମାକ୍ୟୁଲାର୍‌ ବର୍ଣ୍ଣ ହୋଇଯାଏ, ସେମାନେ ଅଦ୍ଭୂତପୂର୍ବ ଭାବେ ଦୃଷ୍ଟିଶକ୍ତି ହରାଇଥା’ନ୍ତି। ଏହାଦ୍ବାରା ସେମାନେ କମ୍ପ୍ୟୁଟର୍‌ଜନିତ କୌଣସି କାର୍ଯ୍ୟ ମଧ୍ୟ କରିପାରନ୍ତି ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ମୋତିଆ ବିନ୍ଦୁ, ଗ୍ଲୁକୋମା, ସ୍ବଚ୍ଛପଟ୍ଟଳ ଅସ୍ବଚ୍ଛ ହେବା ପ୍ରଭୃତି ଚକ୍ଷୁ ସମସ୍ୟା ଦେଖାଦେଇଥାଏ।

ସୂର୍ଯ୍ୟୋପରାଗ ଦେଖିବାକୁ ଆଖିରେ ସ୍ବତନ୍ତ୍ର ପ୍ରକାରର ପରାଗ ଚଷମା ପିନ୍ଧନ୍ତୁ। ଯାହାକି ଆଖିକୁ ପରାଗର କୁପ୍ରଭାବରୁ ରକ୍ଷା କରିଥାଏ। ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଲେ ଆଖି ଖରାପ ହେବାର ଖୁବ୍ ସମ୍ଭାବନା ରହିଛି।

କିଛି ଜାଣିବା କଥା

ସୂର୍ଯ୍ୟୋପରାଗ ପରେ ନିଶ୍ଚୟ କରନ୍ତୁ ଏହି କାମ

-ସୂର୍ଯ୍ୟୋପରାଗ ସମାପ୍ତ ପରେ ତୁଳସୀ ଗଛ ଉପରେ ଗଙ୍ଗାଜଳ ଛିଞ୍ଚି ଏହାକୁ ଶୁଦ୍ଧ କରନ୍ତୁ।

-ପରାଗ ସମାପ୍ତ ହେବା ପରେ ଘରର ପୂଜା ଘର କିମ୍ବା ପୂଜା ସ୍ଥଳକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ଏମିତି କରିବା ଦ୍ୱାରା ନକାରାତ୍ମକ ଶକ୍ତିର ନାଶ ହୋଇଥାଏ।

-ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର ଖାସ୍‌ ଧ୍ୟାନ ଦିଅନ୍ତୁ। କୁହାଯାଏ କି, ପରାଗ ସମୟରେ ବାହାରୁଥିବା ନକାରାତ୍ମକ ଶକ୍ତିର ପ୍ରଭାବ ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ତେଣୁ ସୂର୍ଯ୍ୟୋପରାଗ ପରେ ସ୍ନାନ ଅବଶ୍ୟ କରନ୍ତୁ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପରାଗ ପରେ ରାଶି ଓ ଚଣା ଡାଲି ଦାନ କରାଯାଇଥାଏ। ଏମିତି କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟାରୁ ଛୁଟକାରା ମିଳିଥାଏ।

-ପରାଗ ପରେ ଘରେ ଝାଡ଼ୁ ସହିତ ପୋଛା ନିଶ୍ଚୟ ଲଗାନ୍ତୁ। ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ।

-ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାନ୍ତୁ।

-ମାନ୍ୟତା ରହିଛି, ଏହି ଦିନ ଦେବଦେବୀଙ୍କ ଦର୍ଶନ କରିବା ଅଶୁଭ ହୋଇଥାଏ। ଏଥିପାଇଁ ପରାଗ ସରିଲେ ସ୍ନାନ କରନ୍ତୁ ଏବଂ ଦେବଦେବୀଙ୍କ ଦର୍ଶନ କରନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )