Tuesday 23rd April 2024
କେମିତି କରିବେ LLB କୋର୍ସ ? ଜାଣନ୍ତୁ ଏସମ୍ବନ୍ଧରେ ସମସ୍ତ ତଥ୍ୟ

କେମିତି କରିବେ LLB କୋର୍ସ ? ଜାଣନ୍ତୁ ଏସମ୍ବନ୍ଧରେ ସମସ୍ତ ତଥ୍ୟ

ସାଧାରଣତଃ +୨ ପଢ଼ିଲା ପରେ ପିଲା ମାନେ ଜାଣିପାରନ୍ତି ନାହିଁ କଣ ପଢ଼ିବା ଦରକାର, ଯେଉଁଥିରେ ଭଲ କ୍ୟାରିୟର ଗଢ଼ିହେବ । କିଏ ଚାହେଁ ଡାକ୍ତର ହେବାକୁ ତ କିଏ ଇଞ୍ଜିନିୟର ତ ପୁଣି କିଏ ଆଇପିଏସ, ସେହିଭଳି କିଏ ଚାହେଁ ଓକିଲ ହେବାକୁ । ଆଉ ଯଦି ଆପଣ ସେଇ ପିଲା ମାନଙ୍କ ଭିତରୁ ଜଣେ ଯିଏକି ଓକିଲ ହେବାକୁ ଚାହୁଁଛନ୍ତି । ତେବେ ଏଠି ଆମେ କହି ରଖୁ କି ଓକିଲ ହେବାକୁ ହେଲେ ପ୍ରଥମେ ଆପଣଙ୍କୁ LLB କୋର୍ସ କରିବାକୁ ପଡ଼ିବ । ଜାଣିବାକୁ ପଡ଼ିବ କି LLB କଣ, LLB ପଢ଼ିବା ପାଇଁ ଯୋଗ୍ୟତା କଣ ରହିବା ଦରକାର ଏବଂ କଣ ପାଇଁ ଆପଣଙ୍କୁ ଏହି କୋର୍ସ କରିବାକୁ ପଡ଼ିବ । ତେବେ ଆସନ୍ତୁ ପୁରା ଖବର ଉପରେ ନଜର ପକାଇବା।TUF Blog | Blog Of TUF | Faculty of Law | Faculty of Law Subjects | Career in Pakistan after LLB

()  ଆପଣ ଯଦି ଜଣେ ଭଲ ଓକିଲ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ LLB କୋର୍ସ କରିବାକୁ ପଡ଼ିବ । LLB କୋର୍ସ କରିବା ପରେ ହିଁ ଆପଣ ଏକ ଭଲ ଓକିଲା ହେଇପାରିବେ ।

LLB କଣ?:

LLBର ଫୁଲ ଫର୍ମ ହେଉଛି “Bachelor of Law” ଏବଂ ପୁରା ନା’ ହେଉଛି  “Legum Baccalaureus” । ଏହି କୋର୍ସର ଅବଧି ହେଉଛି ୩ବର୍ଷ । ଏହି ୩ ବର୍ଷରେ ଆପଣଙ୍କୁ ସମ୍ବିଧାନରେ ଯେତେ ପ୍ରକାରର କାନୁନ୍ ଅଛି ସେ ସବୁ ବିଷୟରେ ପଢ଼ା ଯିବ । ଏହା ବ୍ୟତୀତ ଆପଣଙ୍କୁ କୋପରେଟ, ଲେଜିଷ୍ଟିବ, ବିଜନେସ୍ ଏବଂ ବିଭିନ୍ନ ପ୍ରକାରର କାନୁନ ବିଷୟରେ ପଢ଼ା ଯିବ ଯାହା ଫଳରେ ଆପଣ କାନୁନ୍‌ର ଟିକ୍‌ନିଖ୍ ଖବର ଜାଣିପାରିବେ ।

+୨ପରେ LLB କେମିତି କରିବେ?:

+୨ ପଢ଼ି ସାରିବା ପରେ ଆପଣ LLB କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍‌ସେ କମ୍ ୪୫% ମାର୍କ ରଖି ପାସ୍ କରିବାକୁ ପଡ଼ିଥାଏ । +୨ ପରେ LLB କୋର୍ସ କରିବାର ଅବଧି ୫ବର୍ଷର ହୋଇଥାଏ । ସବୁଠାରୁ ବଡ଼ କଥା LLB କରିବା ପାଇଁ ଉପଯୁକ୍ତ ବୟସ ସୀମା ନାହିଁ । ଆପଣ ସିଧାସଳଖ ନିଜ ସାର୍ଟିଫିକେଟ ଦେଇକି ମଧ୍ୟ LLB ପଢ଼ିପାରିବେ । ଯେଉଁ କୋର୍ସର ଅବଧି ୩ ବର୍ଷ ହୋଇଥାଏ । ଏହା ବ୍ୟତୀତ କୌଣସି ବି ଷ୍ଟ୍ରିମ୍‌ର ପିଲା LLB କରିପାରିବେ ।

LLB କୋର୍ସର ଫିସ୍‌:

ଯଦି ଆପଣ LLB କୋର୍ସ କରୁଛନ୍ତି ତେବେ ଆପଣଙ୍କୁ ଜାଣିବା ଦରକାର କି ଏହି କୋର୍ସ କରିବାକୁ ହେଲେ ଆପଣଙ୍କୁ କେତେ ଟଙ୍କା ଦେଇ ଏଇ କୋର୍ସକୁ କରିବାକୁ ପଡ଼ିବ । ତେବେ ଏହା ନିର୍ଭର କରେ କି ଆପଣ କେତେ ବର୍ଷର କୋର୍ସ କରୁଛନ୍ତି । ଯଦି ଆପଣ ୫ବର୍ଷ କୋର୍ସ କରୁଛନ୍ତି, ତେବେ ତା’ ପାଇଁ ଅଲଗା କୋର୍ସ ଫିସ୍ ରହୁଥିବା ବେଳେ ୩ବର୍ଷ ପାଇଁ ଅଲଗା କୋର୍ସ ଫିସ୍ ରହିଥାଏ । ତେବେ ଯଦି ଆପଣ କୌଣସି ସରକାରୀ କଲେଜରେ ୫ବର୍ଷର LLB କରୁଛନ୍ତି, ତେବେ ଆପଣଙ୍କୁ ୧ଲକ୍ଷ ଟଙ୍କାରୁ ୧ଲକ୍ଷ ୫୦ ଟଙ୍କାର ଫିସ୍ ଦେବାକୁ ପଡ଼ିବ । ବେସରକାରୀ କଲେଜରେ ୫ବର୍ଷର LLB  କୋର୍ସ କରୁଛନ୍ତି, ତ ଆପଣଙ୍କୁ ୩ଲକ୍ଷରୁ ୬ଲକ୍ଷ ଟଙ୍କା ଫିସ୍ ଦେବାକୁ ପଡ଼ିବ । ସେହିପରି ଆପଣ ଯଦି ୩ବର୍ଷର LLB କୋର୍ସ ବେସରକାରୀ କଲେଜରେ କରୁଛନ୍ତି, ତେବେ ଆପଣଙ୍କୁ ୨ଲକ୍ଷ ୩୫ହଜାର ଟଙ୍କା ଫିସ୍ ଦେବାକୁ ପଡ଼ିବ । ସେହିଭଳି ଆପଣ ଯଦି ସରକାରୀ କଲେଜରେ ୩ବର୍ଷର କୋର୍ସ କରୁଛନ୍ତି ତେବେ ଆପଣଙ୍କୁ ୧ଲକ୍ଷ ଟଙ୍କା ଫିସ୍ ଦେବାକୁ ପଡ଼ିବ ।

 ଏହିଭଳି Education  ସମ୍ବନ୍ଧିତ ସୂଚନା ଚାହୁଁଥିଲେ ଆପଣ ଆମ ଓଡ଼ିଆ ଡେଲି ପେଜ୍‌କୁ ଫଲୋ କରନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )