Thursday 25th April 2024
ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି? ଆଜି ହିଁ ସୁଧାରନ୍ତୁ ନିଜର ଏହି ଗୁଣ

ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି? ଆଜି ହିଁ ସୁଧାରନ୍ତୁ ନିଜର ଏହି ଗୁଣ

ଆଜିକାଲି ସ୍ୱାସ୍ଥ୍ୟଗତ ସମସ୍ୟା ଭିତରେ ଗ୍ୟାସ ଜନିତ ଅସୁବିଧା ଏକ ଚିନ୍ତାଜନକ ସମସ୍ୟା । କାହିଁକି ଓ କଣ ପାଇଁ ଅଧିକାଂଶ ବ୍ୟକ୍ତିଙ୍କ ଭିତରେ ଏହି ସମସ୍ୟା ଦେଖିବାକୁ ମିଳୁଛି ? ଏହି ବିଷୟରେ ଆମେ ସବୁ କଥା ନ ଜାଣି କିଛି ବି ମେଡିସିନ୍ ଖାଇଦେଉ । ହେଲେ ପ୍ରକୃତରେ ଏହି ସମସ୍ୟାର ସମାଧାନ କେମିତି ହେବ ? ବହୁତ ସମୟରେ ସକାଳୁ ହିଁ ଲୋକଙ୍କୁ ଗ୍ୟାସ ହେବାର ସଂଙ୍କେତ ଅଧିକ ଦେଖାଦିଏ । ଆଜିକା ସମୟରେ ପେଟରେ ଅମ୍ଲ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖାଯାଉଛି । ହେଲେ ସକାଳୁ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହେବାର ବିଭିନ୍ନ କାରଣ ହୋଇପାରେ ।


-ଖାଦ୍ୟପେୟ ଜୀବନ ଶୈଳୀ ଅସନ୍ତୁଳିତ ରହିବା ହେଉଛି ପ୍ରଥମ କାରଣ । ଏହା ଦ୍ୱାରା ଏହି ଗ୍ୟାସ ଯୋଗୁଁ ଅନେକ ସମୟରେ ଶରୀରରେ ଯନ୍ତ୍ରଣା ଅନୁଭବ ହୁଏ । ଯାହା ଦ୍ୱାରା ପେଟ ଯନ୍ତ୍ରଣା ଓ ବାନ୍ତି ପରି ସମସ୍ୟା ଦେଖାଦିଏ । ତେବେ ଏହାର ଅନେକ ଗୁଡିଏ କାରଣ ହୋଇପାରେ ।

– ଯଦି ଆପଣ ରାତି ସମୟରେ ଅଧିକ ପରିମାଣରେ ଭୋଜନ କରନ୍ତି କିମ୍ବା ଅଧିକ ପରିମାଣରେ ସାଲାଡ ଖାଆନ୍ତି । ତେବେ ସକାଳୁ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହୋଇଥାଏ । ବିନ୍ସ,ମୁଗଡାଲି ,ଫୁଲକୋବି,ବନ୍ଧାକୋବି ଆଦିରେ ଫାଇବର୍ ଓ କାର୍ବୋହାଇଡ୍ରେଟ୍ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ରାତି ଭୋଜନରେ ଏହାକୁ ଖାଆନ୍ତି ତେବେ ପେଟରେ ଥିବା ରୋଗାଣୁ ଏହାକୁ ଫର୍ମେଣ୍ଟ କରେ । ଫଳରେ ପେଟରେ ସିଓ-୨,ମିଥେନ୍ ଆଦି ଗ୍ୟାସ ସୃଷ୍ଟି ହୁଏ । ସକାଳୁ ସକାଳୁ ଖାଲି ପେଟରେ ମଧ୍ୟ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ । ଏହା ସହ ରାତି ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇଲେ ବି ପେଟରେ ପ୍ରବଳ ଗ୍ୟାସ ହେବା ସହ ସକାଳୁ ସକାଳୁ ମଧ୍ୟ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ । ତେଣୁ ରାତି ଭୋଜନରେ ଏସବୁ ଖାଦ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

-ଯଥେଷ୍ଟ ପରିମାଣ ପାଣି ନ ପିଇବା ସକାଳୁ ଗ୍ୟାସ ସମସ୍ୟାର ଆଉ ଏକ ବଡ କାରଣ । ଅନେକ ଖାଦ୍ୟ ଖାଇବା ମଝିରେ ପାଣି ପିଉଥିବାବେଳେ ଖାଦ୍ୟ ଖାଇବା ପରେ କିନ୍ତୁ ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତ ନାହିଁ । ଫଳରେ ପେଟରେ ଖାଇଥିବା ଖାଦ୍ୟ ଫରମେଣ୍ଟ ହୋଇ ଗ୍ୟାସ ସୃଷ୍ଟି କରେ । ଏହାସହ ରାତି ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇଲେ ବି ପେଟରେ ପ୍ରବଳ ଗ୍ୟାସ ହେବା ସହ ସକାଳୁ ସକାଳୁ ମଧ୍ୟ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ ।ତେଣୁ ରାତି ଭୋଜନରେ ଏସବୁ ଖାଦ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

-ଯଥେଷ୍ଟ ପରିମାଣ ପାଣି ନପିବା ସକାଳୁ ଗ୍ୟାସ ସମସ୍ୟାର ଆଉ ଏକ କାରଣ । ଅନେକ ଖାଦ୍ୟ ଖାଇବା ମଝିରେ ପାଣି ପିଉଥିବାବେଳେ ଖାଦ୍ୟ ଖାଇବା ପରେ କିନ୍ତୁ ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ପେଟରେ ଖାଇଥିବା ଖାଦ୍ୟ ଫରମେଣ୍ଟ ହୋଇ ଗ୍ୟାସ ସୃଷ୍ଟି କରେ । ମାସିକ ଧର୍ମ ସମୟରେ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି ହୁଏ । ଏଥିରେ କିଛି ଡରିବାର ନାହିଁ । କାରଣ ଏହି ସମୟରେ ଶରୀର କିଛି ହର୍ମୋନ ଅସନ୍ତୁଳିତ ହୋଇଥାଏ । ଫଳରେ ପେଟ ଅନେକ ସମୟରେ ଫୁଲି ରୁହେ । ହେଲେ ମାସିକ ଧର୍ମ ଶେଷ ହେବା ସହ ଏହି ସମସ୍ୟା ସମାଧାନ ହୋଇଯାଏ ।

 

-ପେଟରେ କିଛି ସଂକ୍ରମଣ ହୋଇଥିଲେ ବି ସକାଳୁ ସକାଳୁ ପେଟ ଫୁଲିବା ପରି ସମସ୍ୟା ଦେଖାଯାଏ । କେବେ କେବେ ପେଟରେ ଏଚ୍ ଫାଇଲୋରୀ ନାମକ ବ୍ୟାକ୍ଟେରିଆ ବଢିଯାନ୍ତି, ଫଳରେ ପେଟରେ ଗ୍ୟାସ ସୃଷ୍ଟି ହୁଏ । ଏନେଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଏହାବ୍ୟତୀତ କିଛି ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ବିଶେଷ କରି ସକାଳୁ ସକାଳୁ ନିତ୍ୟ କର୍ମ ସାରିବା ପରେ ବି ପେଟରେ ଗ୍ୟାସ ହୋଇଯାଏ । ଯେପରିକି ହାଇବର୍ଟିକ୍ୟୁଲାଇଟିସ୍, ଅଲ୍ସରେଟିଭ୍ କୋଲାଇଟିସ୍, କ୍ରୋହନ୍ସ ଡିଜିଜ୍, ଇରିଟେବଲ ବାଉଲ ସିଣ୍ଡ୍ରୋାମ୍, ମଧୁମେହ. ଥାଇରଏଡ୍ , ଓ ଇଣ୍ଟେଷ୍ଟାଇନ୍ ବ୍ଲକେଜ୍ ହେଲେ ମଧ୍ୟ ଭୋର ସମୟରେ ପେଟରେ ପ୍ରବଳ ଗ୍ୟାସ ହୁଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ଏସବୁକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ

CATEGORIES
TAGS
Share This

COMMENTS

Wordpress (0)
Disqus (0 )