Thursday 25th April 2024
Data Entry କରି ପାଆନ୍ତୁ ଏପରି ସ୍ୟାଲେରୀ

Data Entry କରି ପାଆନ୍ତୁ ଏପରି ସ୍ୟାଲେରୀ

ପୂର୍ବରୁ ଏକ ଖବରରେ ଆପଣ ଜାଣିବାକୁ ପାଇଥିଲେ କି data entry କଣ ଓ ଏହା କେତେ ପ୍ରକାରର ଆମର ଆଶା ଅଛି କି ଆପଣ ସେହି ଖବର ମାଧ୍ୟମରେ କିଛି ଜାଣିବାକୁ ପାଇଥିବେ। ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ data entry ଚାକିରୀ ଆପଣ କେମିତି କରିବେ? ଓ data entry କରିଲେ ଆପଣଙ୍କୁ କେତେ ସ୍ୟାଲେରୀ ମିଳିପାରେ? ଚାଲନ୍ତୁ ଜାଣିବା ଏ ସମ୍ପର୍କରେ ଅଧିକ କିଛି ।How To Become A Data Entry Operator - Outsourceworkers

କେମିତି କରିବେ data entry ଚାକିରୀ?

ଯେତେବେଳେ ଆପଣ କୌଣସି ଅଫିସ୍‌ରେ data entry ଚାକିରୀ କରିବାକୁ ଯାଇଥାନ୍ତି, ସେଠାରେ ଆପଣଙ୍କୁ ଆପଣଙ୍କ ଅଫିସ୍ କିମ୍ବା clientଙ୍କ ଦ୍ୱାରା data ଦିଆଯାଇଥାଏ । ଯେଉଁ dataକୁ ଆପଣଙ୍କୁ digital form ରେ ସେଭ୍ କରିବାକୁ ହୋଇଥାଏ । ଆପଣ ଡାଟାକୁ Excel, MS word କିମ୍ବା Pdf file ରେ ଲେଖି ପାରିବେ । ଏହା ବ୍ୟତୀତ ଅନେକ କମ୍ପାନୀ data entry operator ସହ କମ୍ପାନୀର ଡାଟାକୁ ଅପଡେଟ୍ କରିଥାଏ । ଯେଉଁଥିରେ ନୂଆ ଡାଟାକୁ ପୁରୁଣା ଡାଟା ସହ ଯୋଡ଼ା ଯାଏ । ଆପଣ ଡାଟା ଏଣ୍ଟ୍ରିର କାମ computer, mobile କିମ୍ବା laptop ଦ୍ୱାରା ମଧ୍ୟ କରିପାରିବେ । data entry କରିବା ପାଇଁ ଆପଣ MS word, Excel, google sheets, google document, Pdf ସହ ଏମିତି ଅନେକ softwareର ବ୍ୟବହାର କରିପାରିବେ । ଏହା ଆପଣଙ୍କ କାମ ଉପରେ ନିର୍ଦ୍ଧାରିତ କରେ କି ଆପଣଙ୍କୁ କେଉଁଭଳି କାମ data entry ପାଇଁ ଦିଆଯାଇଛି ।

• ଯଦି ଆପଣଙ୍କୁ content writing ର କାମ ଦିଆଯାଇଛି ତେବେ ଆପଣ client ଦ୍ୱାରା ଦିଆଯାଇଥିବା ଟପିକ୍ ଉପରେ ଆର୍ଟିକିଲ୍ ଲେଖିକି ପଠେଇ ପାରିବେ। ଯଦିଓ ଏହା କଣ୍ଟେଣ୍ଟ ମାର୍କେଟିଂ ର ଗୋଟିଏ ପାର୍ଟ କିନ୍ତୁ ଏହା data entryରେ ମଧ୍ୟ ଯାଉଛି । କାରଣ data entry ରେ କଣ୍ଟେଣ୍ଟ ଲେଖିବା କାମ ବି ଥାଏ।

• ଯଦି ଆପଣ ଆପଣଙ୍କ କମ୍ପାନୀର ଡାଟାକୁ ସ୍କାନ କରୁଛନ୍ତି, ତେବେ ଆପଣ କୌଣସି ବି scanning softwareର ବ୍ୟବହାର କରି, ସବୁ ଫାଇଲ୍‌କୁ ସ୍କାନ କରିବେ ଏବଂ client ର ଡେଟାବେସ୍ ସହ ଯୋଡ଼ିବେ ।

• ଯଦି ଆପଣଙ୍କୁ data entry ମଧ୍ୟରେ ଅନ୍‌ଲାଇନ୍ ସର୍ଭେ ର କାମ ଦିଆଯାଇଛି, ତେବେ ଏଥିରେ ଆପଣଙ୍କୁ client ଦ୍ୱାରା ୱେବ୍‌ସାଇଟ୍ ଦିଆଯାଇଥାଏ । ଯେଉଁଥିରେ ଆପଣଙ୍କୁ କୁହାଯାଏ କି ଆପଣଙ୍କୁ କେଉଁ website କିମ୍ବା softwareରେ ଅନ୍‌ଲାଇନ୍ ସର୍ଭେ କରିବାର ଅଛି ।

• data entry ମଧ୍ୟରେ spelling check କରିବା ଭଳି କାମ ମଧ୍ୟ ରହିଥାଏ । ଏହା ମଧ୍ୟରେ କୌଣସି ବି ଜରୁରୀ document କୁ ସବମିଟ୍ କରିବା ପୂର୍ବରୁ ଆପଣଙ୍କ ଠାରୁ ସେହି documentର spelling check କରାଯାଏ । ଯେମିତିକି ସେଥିରେ କୌଣସି ବି ତୃଟି ନରୁହେ ।

• data entry ମଧ୍ୟରେ ଆପଣଙ୍କୁ ବେଳେ ବେଳେ ଏମିତି କାମ କରିବାକୁ ହୋଇଥାଏ ଯେ ଯେଉଁଥିରେ ଆପଣଙ୍କୁ ଗୋଟିଏ documentରୁ ଅନ୍ୟ ଏକ documentରେ ଡାଟାକୁ କେବଳ କପି ଏବଂ ପେଷ୍ଟ କରିବାକୁ ହୋଇଥାଏ ।

• ଏହା ବ୍ୟତୀତ ଆପଣଙ୍କ ଦ୍ୱାରା ଯେଉଁ ବି data entry ର କାମ କରାଯାଇଥାଏ, ତାକୁ କରିବା ପାଇଁ ବିଭିନ୍ନ ପ୍ରକାରର ଅଲଗା ଅଲଗା softwareର ବ୍ୟବହାର କରାଯାଏ ।

• data entry ର ଚାକିରୀ କରିବା ପାଇଁ ଆପଣଙ୍କ ପାଖରେ technology ର information ଥିବା ବହୁତ ଜରୁରୀ ହୋଇଥାଏ । ଯାହା ଫଳରେ ଆପଣ ସବୁ software କୁ ସହଜରେ ବୁଝିପାରିବେ ।Data Entry Clerk

Data Entry ଅପରେଟରଙ୍କୁ ସ୍ୟାଲେରୀ କେତେ ମିଳେ?

ଯଦି ଆପଣ କୌଣସି କମ୍ପାନୀରେ data entry କାମ କରୁଛନ୍ତି ତେବେ ଆରମ୍ଭରୁ ଆପଣଙ୍କୁ ୧୦ ରୁ ୧୮ ହଜାର ଟଙ୍କା ପ୍ରତ୍ୟେକ ମାସରେ ସ୍ୟାଲେରୀ ହିସାବରେ ମିଳିଯିବ । ଯେତେବେଳେ ଆପଣଙ୍କର ଅଭିଜ୍ଞତା ହୋଇଯାଏ ସେତେବେଳେ ଆପଣଙ୍କ ସ୍ୟାଲେରୀ ଆପଣଙ୍କ ଅଭିଜ୍ଞତା ଅନୁସାରେ ମିଳିଥାଏ । ଏହା ବ୍ୟତୀତ ଆପଣଙ୍କ ସ୍ୟାଲେରୀ ଆପଣଙ୍କ କ୍ଲାଇଣ୍ଟ ଉପରେ ବି ନିର୍ଭର କରେ, ଯଦି ଭଲ କ୍ଲାଇଣ୍ଟ ଥିବେ ତ ଆପଣଙ୍କୁ ଭଲ ସ୍ୟାଲେରୀ ମିଳିପାରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )