Thursday 28th March 2024
ପାକିସ୍ତାନ: “ଆମେ ବି ବିଶ୍ବକପ ଖେଳିବାକୁ ଭାରତ ଯିବା ନାହିଁ”

ପାକିସ୍ତାନ: “ଆମେ ବି ବିଶ୍ବକପ ଖେଳିବାକୁ ଭାରତ ଯିବା ନାହିଁ”

କାହା ପାଇଁ ଦେଶ ବଡ ? ଦେଶ ଅଛି ମାନେ ତା ପ୍ରତି ଦେଶପ୍ରେମ ବି ରହିବ । ଦେଶପ୍ରେମର କଥା ଆସିଲେ ବୋଧହୁଏ ଆମ ଭାରତର ନାଁ ସବୁବେଳେ ଆଗରେ ରହିବ । ଦେଶ ବିରୋଧୀ ଆତଙ୍କ ର କଥା ଆସିଲେ ଭାରତକୁ ସବୁବେଳେ ନିଜର ଶତ୍ରୁ ଭାବେ ମାନିଆସୁଥିବା ଦେଶ ପାକିସ୍ତାନ ର ନାଁ ଆସିବ । ଅନେକ ସମୟରୁ ତ ଭାରତ ପାକିସ୍ତାନର ଶତ୍ରୁତା ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଶତ୍ରୁତାକୁ ଏକ ଚୁକ୍ତିଭିତ୍ତିକ ରୂପ ଦେବା ପାଇଁ ଭାରତ ସବୁବେଳେ ଚେଷ୍ଟା କରିଛି । ବ୍ୟବସାୟ,ବାଣିଜ୍ୟ,ଖେଳ,ମନୋରଞ୍ଜନ ଆଦି ସବୁ କ୍ଷେତ୍ରରେ ଏକ ନିୟମ ଅନୁସାରେ କାମ ହେବା ଉପରେ ଧ୍ୟାନ ଦେଇଆସିଛି ଆମ ଦେଶ ଭାରତ । ହେଲେ ବର୍ତ୍ତମାନ ଏକ୍ଷେତ୍ରରେ ଏକ ନୂଆ ସମସ୍ୟା ଉପଜିଯାଇଛି ।

”ଭାରତ ଯଦି ଏସିଆ କପ ଖେଳିବାକୁ ପାକିସ୍ତାନି ଯିବ ନାହିଁ ତେବେ ପାକିସ୍ତାନ ଟିମ ମଧ୍ୟ ବିଶ୍ବକପକୁ ବର୍ଜନ କରିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ୍ ରାଜା ମୁହଁଟାଣ ଦେଖାଇଛନ୍ତି । କିନ୍ତୁ କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ବିଶ୍ବକପ ପରି ଆଇସିସି ଟୁର୍ଣ୍ଣାମେଣ୍ଟ ବର୍ଜନ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିପାରେ ।”କାରଣ ବିଶ୍ବକପ ଖେ​ଳିବା ପାଇଁ ସବୁ ଦଳ ଚୁକ୍ତି ଅନୁସାରେ ବାଧ୍ୟ । ବିଶ୍ବକପ୍ ବର୍ଜନ କଲେ ଆଇସିସିର ଏହି ଚୁକ୍ତିର ଉଲ୍ଲଙ୍ଘନ ହେବ । ଏହା ମଧ୍ୟ ଆଇସିସି ଚାର୍ଟରର ଉଲ୍ଲଙ୍ଘନ ହେବ । ଏପରି କଲେ ଆଇସିସି ପିସିବିକୁ ଅନ୍ତର୍ଜାତୀୟ ଟ୍ରିବୁନାଲକୁ ଟାଣିପାରେ । ଏହା ସହିତ ପିସିବିକୁ ମିଳୁଥିବା ପାଣ୍ଠିକୁ ବନ୍ଦ କରିପାରେ । ସବୁଠାରୁ ବଡ଼ କଥା ହେଲା ପାକିସ୍ତାନକୁ କ୍ରିକେଟରୁ ବାସନ୍ଦ କରିପାରେ ଆଇସିସି । ଏଣୁ ପାକିସ୍ତାନ ପାଇଁ ବିଶ୍ବକପ୍ ବର୍ଜନ କରିବା ସହଜ କଥା ନୁହେଁ ।

ଅନ୍ୟପକ୍ଷରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ ଆଇସିସିର ଟୁର୍ଣ୍ଣାମେଣ୍ଟ ନୁହେଁ । ଏହା ଏସୀୟ କ୍ରିକେଟ ପରିଷଦର (ଏସିସି) ଟୁର୍ଣ୍ଣାମେଣ୍ଟ । ଭାରତ ଯଦି ଏସିଆ କପ୍ ବର୍ଜନ କରେ ତେବେ ତାହା ଏସିସି ନିୟମର ଉଲ୍ଲଙ୍ଘନ ହେବ । ଗତ ସପ୍ତାହରେ ରମିଜ୍ ରାଜା ଧମକ ଦେଇଥିଲେ ଯେ, ଏସିଆ କପ ପାକିସ୍ତାନରେ ନ ହେଲେ ପାକିସ୍ତାନ କ୍ରିକେଟ ଦଳ ୨୦୨୩ ବିଶ୍ବକପରୁ ଓହରି ଯିବ । ଯଦି ପାକିସ୍ତାନ ବିଶ୍ବକପରେ ଖେଳିବ ନାହିଁ ତେବେ ତାହାକୁ କିଏ ଦେଖିବ ? ଆମେ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛୁ, ଯଦି ଭାରତୀୟ ଦଳ ପାକିସ୍ତାନ ଆସିବ ନାହିଁ, ତେବେ ପାକିସ୍ତାନ ବି ବିଶ୍ବକପ ଖେଳିବାକୁ ଭାରତ ଯିବ ନାହିଁ ।“

CATEGORIES
TAGS
Share This

COMMENTS

Wordpress (0)
Disqus (0 )