Thursday 28th March 2024
ଝରଣା ଦାସ : ଅଭିନେତ୍ରୀ ଠୁ ବେଶ୍ ଅଧିକ ଥିଲା ତାଙ୍କ ପରିଚୟ..

ଝରଣା ଦାସ : ଅଭିନେତ୍ରୀ ଠୁ ବେଶ୍ ଅଧିକ ଥିଲା ତାଙ୍କ ପରିଚୟ..

ଅଭିନେତ୍ରୀ ଠୁ ବେଶ୍ ଅଧିକ ଥିଲା ତାଙ୍କ ପରିଚୟ । ଷାଠିଏ ଦଶକରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ଜଣେ ଖାସ୍ ବ୍ୟକ୍ତିତ୍ୱ ଥିଲେ ଝରଣା ଦାସ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତେବେ ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର ।

ଝରଣାଙ୍କ ଜୀବନୀ-

୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଝରଣା । ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ।୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ହାସଲ କରିଥିଲେ ଲୋକପ୍ରିୟତା ।

ଏହାଛଡ଼ା ସେ ବେଶ କେତୋଟି ଧାରାବାହିକରେ ବି ଅଭିନୟ କରିଥିଲେ।ଜଣାଶୁଣା ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ନାରୀ,  ଅଦିନମେଘ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ, ହିସାବନିକାଶ, ପୂଜାଫୁଲ, ସମୟ ବଡ଼ ବଳବାନ, ଆ ଜହ୍ନରେ ଲେଖିବା ନାଆଁ  ଏବଂ ହୀରାନୀଳା ଆଦି ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସେ ପ୍ରଖ୍ୟାତ ରାଜନେତା ହରେକୃଷ୍ଣ ମହତାବଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସିନେମାରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାର ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ’ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୧୧ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼,୨୦୧୧ରେ ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )