Friday 19th April 2024
ବିନା ଡିଗ୍ରୀରେ ଉଚ୍ଚ ବେତନ ପ୍ରାପ୍ତ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ଆର୍ଟିକଲ୍ ଟିକୁ ପଢନ୍ତୁ !

ବିନା ଡିଗ୍ରୀରେ ଉଚ୍ଚ ବେତନ ପ୍ରାପ୍ତ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ଆର୍ଟିକଲ୍ ଟିକୁ ପଢନ୍ତୁ !

ସମସ୍ତେ ବଡ଼ ହେଲେ ଚାକିରୀ କରିବା ପାଇଁ ଇଚ୍ଛା ରଖିଥାନ୍ତି । ଖୁସିର କଥା ହେଲା ଯେ , ଆଜିକାଲି ଅନେକ ବୃତ୍ତି ଅଛି ଯାହା ଆପଣଙ୍କୁ ଆପଣଙ୍କର ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି । ଭଲ ଚାକିରୀ ପାଇଁ ଭଲ ଡିଗ୍ରୀ ର ଆବଶ୍ୟକତା ଅଛି । ସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ ଚାକିରୀ ସବୁଥିରେ ଭଲ କ୍ୟାରିୟର ସହ ଭଲ ଡିଗ୍ରୀ ର ଆବଶ୍ୟକତା ରହିଛି । ଉଚ୍ଚ ବେତନ ପ୍ରାପ୍ତ ଚାକିରୀ ପାଇଁ ଉଚ୍ଚ ଶିକ୍ଷା ସହ ଭଲ ଡିଗ୍ରୀ ର ଆବଶ୍ୟକତା ରହିଛି । ଗୋଟିଏ ଭଲ ଡିଗ୍ରୀ ସଫଳ କ୍ୟାରିୟର ବିକାଶରେ ସାହାଯ୍ୟ କରେ । ଭାରତରେ, ଲୋକମାନେ ବିଦ୍ୟାଳୟ ପରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାଁ ଲେଖାନ୍ତି । କାରଣ ସେମାନଙ୍କୁ ଉଚ୍ଚ ଶିକ୍ଷା ଏକ ସୁନ୍ଦର ବେତନ ପ୍ରାପ୍ତ ଚାକିରୀ କରିବାରେ ସାହାଯ୍ୟ କରିବ ବୋଲି ସେମାନେ ବିଶ୍ୱାସ କରନ୍ତି । କାହିଁକିନା ଆମେ ଛୋଟ ବେଳୁ ଏସବୁ ବିଷୟରେ ଶୁଣି ଆସୁଛୁ । କେତେ ଲୋକ ବିଭିନ୍ନ କ୍ଷେତ୍ରରେ ବିନା ଡିଗ୍ରୀରେ ଚାକିରୀ କରୁଛନ୍ତି । କିନ୍ତୁ ସେ ଚାକିରୀରେ ଦରମା ଭଲ ନାହିଁ । ଯେଉଁଥିପାଇଁ କୁହାଯାଏ ଯେ ଭଲ ଚାକିରୀ ପାଇଁ ଭଲ ଡିଗ୍ରୀ ଦରକାର । ଅଧିକ ପରିଶ୍ରମରେ କମ୍ ଦରମା କିଏବା ଚାହେଁ । ତେଣୁ, ଯଦି ଆପଣ ବିନା ଡିଗ୍ରୀରେ ଚାକିରି ଖୋଜୁଛନ୍ତି କିମ୍ବା ସର୍ବାଧିକ ବେତନ ସହିତ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ବିନା ଡିଗ୍ରୀରେ ସର୍ବାଧିକ ବେତନ ପ୍ରାପ୍ତ ଚାକିରି ଉପରେ ଏହି ଆର୍ଟିକିଲ୍ ଟିକୁ ଆପଣ ପଢନ୍ତୁ । ଏହି ଆର୍ଟିକିଲ୍ ଆପଣଙ୍କୁ ସାହାଯ୍ୟ କରିବ । 

 ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ଯେ ଆପଣ ବି ଚାହିଁଲେ ବିନା ଡିଗ୍ରୀରେ କରିପାରିବେ ଚାକିରୀ । ସେପୁଣି ଉଚ୍ଚ ବେତନ ପ୍ରାପ୍ତି ଚାକିରୀ । ତେବେ ଏହା ଆପଣଙ୍କ ଦକ୍ଷତା ଉପରେ ନିର୍ଭର କରେ । ଏକ ଭଲ ବେତନ ପାଇବାକୁ ଆପଣଙ୍କୁ ପ୍ରକୃତରେ କଲେଜ ଡିଗ୍ରୀ ହାସଲ କରିବାର ଆବଶ୍ୟକତା ନାହିଁ । ଯଦି ଆପଣଙ୍କ ପାଖରେ ଭଲ ଡିଗ୍ରୀ ଅଛି ତେବେ ବି ଆପଣ ଏହି ସବୁ ଚାକିରୀ କରିପାରିବେ । କୌଣସି କାରଣ ରୁ ଭାରତରେ ଅନେକ ଲୋକ ଉଚ୍ଚ ଶିକ୍ଷା ଲାଭ କରିପାରି ନଥାନ୍ତି । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଆପଣଙ୍କର ମନ ବୃତ୍ତି ଅଛି ତେବେ ଆପଣ ମଧ୍ୟ ଉଚ୍ଚ ବେତନ ପ୍ରାପ୍ତ ଚାକିରୀ କରିପାରିବେ । ପ୍ରକୃତ କଥା ହେଉଛି,  ବୈଷୟିକ କ୍ଷେତ୍ରରେ ଯୋଗ୍ୟ ବ୍ୟକ୍ତି ମାନେ କୌଣସି କଲେଜ ଡିଗ୍ରୀର ଆବଶ୍ୟକତା ବିନା କାର୍ଯ୍ୟ କରୁଛନ୍ତି ଏବଂ ସେଥିପାଇଁ ଭଲ ବେତନ ମଧ୍ୟ ପାଛନ୍ତି । ଡିଗ୍ରୀ ବିନା ଭାରତରେ ସର୍ବାଧିକ ବେତନ ପ୍ରାପ୍ତ କରୁଥିବା ଚାକିରୀ ତାଲିକା ଏଠାରେ ଦିଆଯାଇଛି । ତେବେ ଆସନ୍ତୁ ବିନା ଡିଗ୍ରୀରେ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଚାକିରି ଉପରେ ଶୀଘ୍ର ଦୃଷ୍ଟି ଦେବା । 

କଣ ସେହି ଚାକିରୀ ?

୧ ) ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ –

ଏକ ଇଭେଣ୍ଟ୍ ହେଉଛି ଏକ ସାମାଜିକ ସମାବେଶ ଯାହା ଉତ୍ସବ, ପ୍ରବର୍ତ୍ତାଇବା, ପ୍ରୋତ୍ସାହନ କିମ୍ବା ପ୍ରେରଣା ଦେବା ଉଦ୍ଦେଶ୍ୟରେ ପରିଚାଳିତ ହୋଇଥାଏ । ଏକ ସାଧାରଣ ଲକ୍ଷ୍ୟ ପୂରଣ ପାଇଁ ଅନ୍ୟମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପନ୍ନ କରିବାର ପରିଚାଳନା ହେଉଛି ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ର କାମ । ବର୍ତ୍ତମାନ କୌଣସି ବାହାଘର ହେଉ କିମ୍ବା ଅନ୍ୟକିଛି ଫକ୍ସନ ସବୁଠି ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ର ଚାହିଦା ରହିଛି ।  ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ର ଚାହିଦା ବଢିବା ସଂଙ୍ଗେ ସଂଙ୍ଗେ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ର ସଂଖ୍ୟା ମଧ୍ୟ ବଢିଛି । ଇଭେଣ୍ଟ ମ୍ୟାନେଜରମାନେ ଏକ ଆନୁଷ୍ଠାନିକ ଡିଗ୍ରୀ ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ସେମାନଙ୍କର ଉଲ୍ଲେଖନୀୟ ନେତୃତ୍ୱ ଦକ୍ଷତା , ଅଭିନବ ଚିନ୍ତାଧାରା ଏବଂ ଡିଜାଇନ୍ ପାଇଁ ସେମାନଙ୍କର ଦରମା ଅନେକ ରହିଥାଏ । ଇଭେଣ୍ଟ ମ୍ୟାନେଜମେଣ୍ଟରେ, ଜଣେ ବ୍ୟକ୍ତି ଚାକିରୀ କରି ମାସିକ ୧୦,୦୦୦ ରୁ ୮୦,୦୦୦ ଟଙ୍କା ରୋଜଗାର କରିପାରିବେ । ତେବେ ଏହି କ୍ଷେତ୍ରରେ ଅଭିଜ୍ଞତା ଏବଂ ଦକ୍ଷତା ମିଶିଗଲେ ଆପଣ ଦିନକୁ ୧୦,୦୦୦ ରୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । 

 

୨ ) ସୋସିଆଲ୍ ମିଡିଆ ମ୍ୟାନେଜର –

ଆଜିକାଲି ସମସ୍ତେ ସୋସିଆଲ୍ ମିଡିଆ ବ୍ୟବହାର କରୁଛନ୍ତି । ସୋସିଆଲ୍ ମିଡିଆରେ ସମସ୍ତେ ଆକ୍ଟିଭ ରହୁଛନ୍ତି । ପ୍ରତ୍ୟେକଟି ଖବର ଏବଂ ଅନ୍ୟ ତଥ୍ୟ ପାଇଁ ସମସ୍ତେ ପ୍ରାୟ ସୋସିଆଲ୍ ମିଡିଆ ଉପରେ ନିର୍ଭର କରୁଛନ୍ତି । ତେଣୁ ସୋସିଆଲ୍ ମିଡିଆ ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । କେବଳ ଚର୍ଚ୍ଚାରେ ରହିବା ପାଇଁ  ସେଲିବ୍ରିଟି ମାନେ ତାଙ୍କ ପ୍ରତ୍ୟେକଟି ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର କଣ୍ଟେଟ୍ ପ୍ରତିଦିନ ପୋଷ୍ଟ କରୁଛନ୍ତି । ରାଜନେତା ମାନେ ପଛରେ ନାହାନ୍ତି । ରାଜନେତା ମାନେ ମଧ୍ୟ ପ୍ରତ୍ୟେକଟି ଘଟଣା କୁ ନେଇ ସୋସିଆଲ୍ ମିଡିଆରେ ନିଜର ମତାମତ ପ୍ରକାଶ କରୁଛନ୍ତି । ଏଣ୍ଟରପ୍ରେନର ଏବଂ ବିଜନେସ୍ ମ୍ୟାନ୍ ମାନେ ମଧ୍ୟ ସୋସିଆଲ୍ ମିଡିଆରେ ଆକ୍ଟିଭ ରହୁଛନ୍ତି । ବଡ ବଡ କମ୍ପାନୀ ମାନେ ସୋସିଆଲ୍ ମିଡିଆରେ ନିଜର ବ୍ୟବସାୟର ପ୍ରୋମୋସନ କରାଉଛନ୍ତି । 

ତେଣୁ ବିଭିନ୍ନ କ୍ଷେତ୍ରରେ ବହୁଳ ମାତ୍ରାରେ ଆବଶ୍ୟକ ପଡୁଛନ୍ତି ସୋସିଆଲ୍ ମିଡିଆ ମ୍ୟାନେଜର । ଯିଏକି ସଂପୃକ୍ତ ବ୍ୟକ୍ତିଙ୍କର ସୋସିଆଲ୍ ମିଡିଆ କୁ ପ୍ରତିଦିନ ପରିଚାଳନା କରିବ । ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆ ମାର୍କେଟିଂ ଚାକିରୀ , ସୋସିଆଲ ମିଡିଆ ଏଜେନ୍ସି ଏବଂ ଫ୍ରିଲାନ୍ସସିଂ ରେ  ବଡ଼ ଧରଣର ବୃଦ୍ଧି ଘଟିଛି । ଏକ ଛୋଟ ଷ୍ଟାର୍ଟ ଅପ୍ ଠାରୁ ଏକ ପ୍ରମୁଖ ବ୍ରାଣ୍ଡ ପର୍ଯ୍ୟନ୍ତ, ସମସ୍ତେ ସେମାନଙ୍କର ଫେସବୁକ୍ ପ୍ରୋଫାଇଲ ହେଉ କିମ୍ବା ଅନ୍ୟକିଛି ସୋସିଆଲ୍ ମିଡିଆ କୁ ବ୍ୟାବସାୟ ଦୃଷ୍ଟିକୋଣ ରୁ ଅଧିକ ଗୁରୁତ୍ୱ ଦିଅନ୍ତି । ତେଣୁ ସୋସିଆଲ୍ ମିଡିଆ ମ୍ୟାନେଜର ମାନଙ୍କର ଆବଶ୍ୟକତା ପଡିଥାଏ । ସୋସିଆଲ ମିଡିଆ ମ୍ୟାନେଜରମାନଙ୍କୁ କମ୍ପାନୀ ଅନୁସାରେ ଦରମା ଦିଆଯାଏ । ମାସକୁ ୧୦,୦୦୦ ରୁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଡିଶାରେ ଦରମା ମିଳୁଛି । ଯଦି ଆପଣ କୌଣସି ପ୍ରତିଷ୍ଠିତ ସେଲିବ୍ରିଟି ଙ୍କ ସୋସିଆଲ ମିଡିଆ ମ୍ୟାନେଜର ଭାବରେ କାମ କରନ୍ତି ତେବେ ଆପଣ ମାସକୁ ୧୦୦୦୦୦ ଟଙ୍କା ରୁ ଅଧିକ ରୋଜଗାର କରିପାରିବେ । କୌଣସି ବଡ କମ୍ପାନୀରେ କାମ କଲେ ମଧ୍ୟ ଭଲ ଦରମା ଅଛି । ସୋସିଆଲ୍ ମିଡିଆ ପରିଚାଳନା କରିବା ପାଇଁ ୟୁଟୁବ୍ ରେ ଅନେକ ଗୁଡିଏ ଭିଡିଓ ଟ୍ୟୁଟରିଆଲ୍ ଅଛି । ସେଇଠୁ ଦେଖି ଆପଣ ଶିକ୍ଷିପାରିବେ । ଭଲ କ୍ରିଏଟିଭିଟି ଏବଂ ଦକ୍ଷତା ଥିଲେ ଆପଣ ଏହି କାମକୁ ଭଲଭାବରେ କରିପାରିବେ। ଏଥିପାଇଁ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ ।

 

୩ ) ରିଏଲ୍ ଷ୍ଟେଟ୍ ଏଜେଣ୍ଟ –

ବର୍ତ୍ତମାନ ସମୟରେ ରିଏଲ୍ ଷ୍ଟେଟ୍ ଗୋଟିଏ ବୃଦ୍ଧି ପାଉଥିବା କ୍ଷେତ୍ର ଏବଂ ବ୍ୟବସାୟ । ଭାରତରେ ଅନେକ ଗୁଡିଏ ରିଏଲ୍ ଷ୍ଟେଟ୍ କମ୍ପାନୀ ଅଛି । ଯେଉଁଥିରେ କୋଟି କୋଟି ଟଙ୍କାର କାରବାର ହେଉଛି । ଏହି ବ୍ୟବସାୟରେ ଥିବା ବ୍ୟକ୍ତିମାନେ ଲକ୍ଷ୍ୟାଧିକ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏଭଳି କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତା ରହିଥାଏ ।  ଏକ ରିଏଲ୍ ଷ୍ଟେଟ୍ ଏଜେଣ୍ଟର କାର୍ଯ୍ୟ କରିବା ପାଇଁ ଦ୍ୱାଦଶ ର ଡିଗ୍ରୀ ଥିଲେ ବି ଚାଲିବ ।  କିନ୍ତୁ ସମ୍ପତ୍ତିର ବା ରିଏଲ୍ ଷ୍ଟେଟ୍ ର ଯଥାସମ୍ଭବ ଜ୍ଞାନ ଥିବା ଦରକାର । 

ଏଥିରେ ଯେତେ ଲୋକ ସଂମ୍ପର୍କ ବଢେଇବେ ସେତେ ଆପଣଙ୍କର ଡିମାଣ୍ଡ ବଢିବ । ତେଣୁ ଏହି କାରବାରରେ ଡିଲ୍ ଫିକ୍ସ କରିପାରୁଥିବାର ଦକ୍ଷତା ଥିବା ଦରକାର । ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ ଆପଣଙ୍କ ଦରମା ୫୦,୦୦୦ ରୁ ଆରମ୍ଭକରି ଲକ୍ଷ୍ୟାଧିକ ଟଙ୍କା ପର୍ଯ୍ୟନ୍ତ ରହିବ । ଓଡିଶାରେ ମଧ୍ୟ ଏଥିରେ ଭଲ ସୁଯୋଗ ଅଛି । 

 

୪ ) କଣ୍ଟେଟ୍ କ୍ରିଏଟର – 

ଆପଣ ଶୁଣିଥିବେ କଣ୍ଟେଟ୍ ରାଇଟର୍ ମାନଙ୍କ ବିଷୟରେ । କଣ୍ଟେଟ୍ ରାଇଟର୍ ମାନେ କଣ୍ଟେଟ୍ ଲେଖିଥାନ୍ତି । ବିଭିନ୍ନ କମ୍ପାନୀରେ ଆଜିକାଲି କଣ୍ଟେଟ୍ ରାଇଟର୍ ଦରକାର ପଡୁଛି । ବିଭିନ୍ନ ପ୍ରକାର କାମପାଇଁ କଣ୍ଟେଟ୍ କ୍ରିଏସନ୍ ର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଉଛି । ବିଭିନ୍ନ ପ୍ରକାରର କଣ୍ଟେଟ୍ ପାଇଁ ବିଭିନ୍ନ ପ୍ରକାର ର କଣ୍ଟେଟ୍ କ୍ରିଏଟର ମାନଙ୍କର ଆବଶ୍ୟକତା ପଡିଥାଏ ।  କଣ୍ଟେଟ୍ କ୍ରିଏଟର ମିଡିଆ ପ୍ଲାଟଫର୍ମରେ ସୂଚନା ଯୋଗାଏ ଏବଂ ଏକ ବିଷୟବସ୍ତୁ ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା । କଣ୍ଟେଟ୍ କ୍ରିଏଟର ଅନେକ ସୂଚନା ୱେବସାଇଟ୍, ବ୍ଲଗ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ଆବଶ୍ୟକତା ଅନୁସାରେ ପୋଷ୍ଟ କରାଏ । 

କଣ୍ଟେଟ୍ କ୍ରିଏଟର ନିର୍ଦ୍ଦିଷ୍ଟ ଲକ୍ଷ୍ୟାଧିକ ଦର୍ଶକଙ୍କ ପାଇଁ କଣ୍ଟେଟ୍  କ୍ରିଏଟ୍ କରିଥାଏ । ଯେଉଁଥିପାଇଁ ତାକୁ ମିଳିଥାଏ ମୋଟା ଅଙ୍କର ଦରମା । ସେଲିବ୍ରିଟି ହେଉ କିମ୍ବା କୌଣସି ବଡ କମ୍ପାନୀ ସବୁଥିରେ ଦକ୍ଷତା ସଂମ୍ପର୍ଣ୍ଣ କଣ୍ଟେଟ୍ କ୍ରିଏଟର ମାନଙ୍କର ଆବଶ୍ୟକତା ପଡିଥାଏ । ଯଦି ଆପଣଙ୍କ କଣ୍ଟେଟ୍ ରେ ଦମ୍ ଅଛି ତେବେ କୌଣସି ଡିଗ୍ରୀର ଆବଶ୍ୟତା ନାହିଁ । ସାମ୍ବାଦିକତା ଏବଂ ଗଣଯୋଗାଯୋଗ ର ଡିଗ୍ରୀ ନଥିଲେ ବି ଆପଣ ଅନେକ ଗୁଡିଏ କମ୍ପାନୀରେ ଭଲ ଦରମାରେ କାମ କରିପାରିବେ । କଣ୍ଟେଟ୍ କ୍ରିଏଟର ହେବା ପାଇଁ ଆପଣଙ୍କୁ ଏକ ଡିଗ୍ରୀ ଦରକାର ନାହିଁ, କିନ୍ତୁ ଆପଣଙ୍କୁ ଏକ ପୋର୍ଟଫୋଲିଓ ଆବଶ୍ୟକ ହେବ | ବ୍ୟକ୍ତିଗତ ପ୍ରୋଜେକ୍ଟ , ଇଣ୍ଟର୍ନସିପ୍ ଏବଂ ଫ୍ରିଲାନ୍ସିଂ ମାଧ୍ୟମରେ, ଆପଣ କଣ୍ଟେଟ୍ କ୍ରିଏସନ୍ ରେ  ଅଭିଜ୍ଞତା ପାଇପାରିବେ ।

 

୫ ) ଫିଟନେସ୍ ଟ୍ରେନର –

ସାଧାରଣ ଜନତା ହେଉ କିମ୍ବା ସେଲିବ୍ରିଟି , ଆଜିକାଲି ସମସ୍ତେ ଫିଟ୍ ରହିବାପାଇଁ ଚାହୁଁଛନ୍ତି । ତେଣୁ କେତେ ଲୋକ ଜିମ୍ ଯାଉଛନ୍ତି ଏବଂ ଅନ୍ୟକେତେକ ଘରକୁ ଡାକୁଛନ୍ତି ପର୍ସନାଲ ଟ୍ରେନର । ତେଣୁ ଏହି ପ୍ରଫେସନ୍ ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଫିଟନେସ୍ ର ଡିଗ୍ରୀଥିଲେ ଭଲ । କିନ୍ତୁ ବିନା ଡିଗ୍ରୀରେ ଆଜିକାଲି ଅନେକ ଜଣ ଏହି ପ୍ରୋଫେସନ୍ ରେ ଅଛନ୍ତି । ବିଭିନ୍ନ ଜିମ୍ ରେ ଚାକିରୀ କରି ଭଲ ଦରମା ମଧ୍ୟ ପାଉଛନ୍ତି । ତେବେ ପର୍ସନାଲ୍ ଫିଟନେସ୍ ଟ୍ରେନର ହେଲେ ମାସକୁ ଆପଣ ଲକ୍ଷ୍ୟାଧିକ ଟଙ୍କା ରୋଜଗାର କରିପାରିବେ । କାହିଁକିନା ଆପଣ ପ୍ରତିଦିନ ୪ ରୁ ୫ ଟି କ୍ଲାଇଣ୍ଟକୁ ଆରାମରେ ସର୍ଭିସ୍ ଦେଇପାରିବେ । ସେଲିବ୍ରିଟି ଫିଟନେସ ଟ୍ରେନର ମାନେ ସବୁଠାରୁ ଅଧିକ ରୋଜଗାର କରନ୍ତି । 

 

୬ ) ଗ୍ରାଫିକ୍ସ ଡିଜାଇନର୍ –

ଗ୍ରାଫିକ୍ସ ଡିଜାଇନର ମାନେ ହାତରେ କିମ୍ବା ଗ୍ରାଫିକ୍ସ ଡିଜାଇନ୍ ଉପକରଣଗୁଡ଼ିକର ସାହାଯ୍ୟରେ ଗ୍ରାଫିକ୍ସ ତିଆରି କରନ୍ତି । ଗ୍ରାଫିକ୍ସ ଡିଜାଇନର ମାନେ ଲୋଗୋ, ସାଇନେଜ୍ , ମାଗାଜିନ ଲେଆଉଟ୍, ବିଜ୍ଞାପନ, ଇନଫୋଗ୍ରାଫିକ୍ , ରିପୋର୍ଟ ଟେମ୍ପଲେଟ୍ ଏବଂ ବିଜ୍ଞାପନ ସହିତ ଭିଜୁଆଲ୍ ସୃଷ୍ଟି କରିଥାନ୍ତି । ସେମାନେ ଗ୍ରାଫିକ୍ସ ଡିଜାଇନ୍  ଦିଗରେ ବିଶେଷଜ୍ଞ ଅଟନ୍ତି । ଡିଜିଟାଲ୍ ଗ୍ରାଫିକ୍ସ ଡିଜାଇନ୍ ସଫ୍ଟୱେର୍ ବ୍ୟବହାର କରି ସେମାନେ ଡିଜାଇନ୍ ଫାଇଲ୍ ତିଆରି କରନ୍ତି ଯାହା ଗ୍ରାହକମାନେ ନିଜ ୱେବସାଇଟରେ ଅପଲୋଡ୍ କରନ୍ତି କିମ୍ବା ପୋଷ୍ଟର ପ୍ରିଣ୍ଟରେ ବ୍ୟବହାର କରନ୍ତି । ଆର୍ଡଭାଟାଇଜିଂ କମ୍ପାନୀ ଏବଂ ବିଭିନ୍ନ କମ୍ପାନୀରେ ଗ୍ରାଫିକ୍ସ ଡିଜାଇନର୍ ର ଆବଶ୍ୟକତା ପଡିଥାଏ ।

ଓଡିଶାରେ ମଧ୍ୟ ଏହାର ଚାହିଦା ଅଧିକ ଅଛି । ଯଦି ଆପଣଙ୍କ ପାଖରେ କୌଣସି ଡିଗ୍ରୀ ନାହିଁ , କିନ୍ତୁ ଆପଣ ଗ୍ରାଫିକ୍ସ ଡିଜାଇନ୍ ଜାଣିଛନ୍ତି ତେବେ ଆପଣ ଏହି ପ୍ରୋଫେସନ୍ ରେ ଭଲ ରୋଜଗାର କରିପାରିବେ । ଭଲ କମ୍ପାନୀରେ ଚାକିରୀ କଲେ କିମ୍ବା ଫ୍ରିଲାନ୍ସିଂ କଲେ ବର୍ଷକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । 

 

 )  ଇଲୋକ୍ଟ୍ରୋନିକ୍ସ ରିପ୍ୟାରିଂ ଚାକିରୀ – 

ଆଜିକାଲି ସବୁଆଡେ ଛୋଟ ବଡ ଇଲୋକ୍ଟ୍ରୋନିକ୍ସ ରିପ୍ୟାରିଂ କମ୍ପାନୀ ଖୋଲିବାରେ ଲାଗିଛି । ଯେଉଁଥିରେ ଲାପଟପ୍ ରୁ ଆରମ୍ଭକରି ସ୍ମାର୍ଟ ଗ୍ୟାଜେଟ୍ ଖରାପ ହେଲେ ରିପ୍ୟାରିଂ ହେଉଛି । ଅଫିସିଆଲ୍ ସର୍ଭିସିଂ ସେଣ୍ଟରକୁ ଛାଡିଦେଲେ ଅନେକ ଗୁଡିଏ ନନ୍ ଅଫିସିଆଲ୍ ସର୍ଭିସିଂ ସେଣ୍ଟର ଅଛି । ଯେଉଁଥିରେ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟ ରିପ୍ୟାରିଂ ପାଇଁ ଅଭାବ ନାହିଁ । ଯଦି ଅଭାବ ଅଛିତ କେବଳ କୁଶଳୀ ଇଲୋକ୍ଟ୍ରୋନିକ୍ସ ରିପ୍ୟାରିଂ ଟେକ୍ନିସିଆନ୍ ମାନଙ୍କର । ଏଥିରେ ଚାକିରୀ କରୁଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ରିପ୍ୟାରିଂ ଟେକ୍ନିସିଆନ୍ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଡିଗ୍ରୀ ନାହିଁ । କେବଳ ଦକ୍ଷତା ବଳରେ ଏମାନେ ରୋଜଗାରକ୍ଷମ ହୋଇଥାନ୍ତି । ଯଦି ଆପଣ ଲୋକାଲ୍ ମାର୍କେଟରୁ କାମ ଶିକ୍ଷିଛନ୍ତି ତେବେ ବଡ କମ୍ପାନୀ ରେ ଚାକିରୀ ପାଇଁ ଆବେଦନ କରନ୍ତୁ । ବଡ ସର୍ଭିସିଂ ସେଣ୍ଟରରେ ଚାକିରୀ ମିଳିଗଲେ ଅଭିଜ୍ଞତା ଅନୁସାରେ ଦରମା ବଢିବ । ମାସିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଆରାମରେ ପାଇପାରିବେ ।

 

୮ )  ଡିଜିଟାଲ୍ ମାର୍କେଟର୍ – 

ଡିଜିଟାଲ୍ ମାର୍କେଟିଂ ରେ ଆଜିକାଲି ଅନେକ ଗୁଡିଏ କମ୍ପାନୀ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଡିଜିଟାଲ୍ ମାର୍କେଟିଙ୍ଗ୍ ର କୋର୍ସ କରି ଗୁଗଲ୍ ଆଡ୍ ରେ ଏକ୍ସପ୍ଟ ହେଇ ଇନକମ୍ କରିହେବ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା । କିନ୍ତୁ ଯଦି ଆପଣଙ୍କ ପାଖରେ କୌଣସି ଡିଗ୍ରୀ ନାହିଁ ତା ହେଲେ ଆପଣ ୟୁଟୁବ୍ ଭିଡିଓରୁ ଶିକ୍ଷିପାରିବେ । ଯଦି ଆପଣ ଜାଣିଛନ୍ତି ଡିଜିଟାଲ୍ ମାର୍କେଟିଙ୍ଗ୍ ବିଷୟରେ ତେବେ ଆପଣବି ହେଇପାରିବେ ଡିଜିଟାଲ୍ ମାର୍କେଟର ।

ବଡ ବଡ ବ୍ରାଣ୍ଡ ସହ କାମ କରି ଭଲ ରୋଜଗାର କରିପାରିବେ । ଡିଜିଟାଲ ମାର୍କେଟିଙ୍ଗରେ ଫ୍ରିଲାନ୍ସସିଂ କରିହେବ କିନ୍ତୁ ବଡ କମ୍ପାନୀରେ ଚାକିରୀ କଲେ ଭଲ ଦରମା ରୋଜଗାର କରିପାରିବେ । କେତେ ଗୋଟି କମ୍ପୁଟର କୁ ନେଇ ଛୋଟ ସେଟପ୍ ଟେ କରି ଡିଜିଟାଲ ମାର୍କେଟିଙ୍ଗ୍ ଏଜେନ୍ସି ଚଲେଇ ହେବ। ଘରେ ବସି ବାହାର କୁ ନ ବାହାରି ଭଲ ରୋଜଗାର ମଧ୍ୟ କରି ହେବ। ଏପରି ଭାବରେ ନିଜ କମ୍ପାନୀରେ ନିଜେ ଟାକିରୀ କରିବା ସହ ଅନ୍ୟକୁ ଚାକିରୀ ଦେଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )