ଅଦା ଚା’ ପିଇ ଶରୀରକୁ ଦିଅନ୍ତୁ ଏହି ସବୁ ଫାଇଦା
ଆମ ମାନଙ୍କ ମଧ୍ୟରେ ଅନେକ ଚା’ ପ୍ରେମୀ ଥିବେ ନିଶ୍ଚିନ୍ତ, ଖାସ କରି ଶୀତ ଦିନେ ଚା’ ପିଇବାର ମଜା ନେଇଥିବେ ଅନେକ ଲୋକ । ଆଉ ଯଦି ତାହା ଅଦା ଚା’ ହୋଇଥିବ ତେବେ ତାହା କଥା ପୁରା ନିଆରା । ତେଣୁ ଅଧିକାଂଶ ଲୋକଙ୍କ ଦିନ ବିନା ଚା’ରେ ଆରମ୍ଭ ହୁଏ ନାହିଁ । ଅଦାର ପ୍ରଭାବ ଗରମ ଥାଏ, ଏହାର ବ୍ୟବହାର ଶରୀର ଉଷ୍ମତା ଆଣିଥାଏ । ତେଣୁ ସାଧାରଣତଃ ଦିନରେ ଖାସ କରି ଅଦା ଚା’ ପିଇବା ଉଚିତ୍ । ଆପଣ ବି ଯଦି ଅଦା ଚା ପ୍ରେମୀ, ତେବେ ଆପଣ ଜାଣିଥିବେ କି ଅଦା ଚା’ ଶୀତ ଦିନେ କେବଳ ଶୀତର ପ୍ରଭାବକୁ ଦୂର କରେ ତା ନୁହେଁ ବରଂ ଶରୀରକୁ ଅନେକ ଫାଇଦା ମଧ୍ୟ ଦେଇଥାଏ । କେବଳ ଚା’ ପିଇ ଯେ ଶରୀରର ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ଆପଣ ଜାଣିଛନ୍ତି କି? ତେବେ ଅଦା ଚା’ରେ ଏକ ପ୍ରକାରର ଔଷଧ ଗୁଣ ରହିଥାଏ । ଯାହା କେଉଁ ବି ପରିସ୍ଥିତିରେ ପିଇବା, ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଅଦା ଚା’ ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ ।
ଭିଟାମିନ୍ସ ଓ ପୋଷକ ତତ୍ତ୍ୱ:
ଅଦାରେ ବିଶେଷ କରି ଭିଟାମିନ୍-ଡି, ଭିଟାମିନ୍-ଇ, ଭିଟାମିନ୍-ଏ ଭଳି ଅନେକ ଭିଟାମିନ୍ ମିଳିଥାଏ । ପୋଷକ ତତ୍ତ୍ୱ ଭାବେ ମ୍ୟାଗ୍ନେସିୟମ୍, ଜିଙ୍କ, କ୍ୟାଲସିୟମ୍ ଓ ଆଇରନ୍ ମଧ୍ୟ ରହିଥାଏ ।
ଶରୀରର ଫୁଲା:
ଅଦାରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶରୀରର ଫୁଲାକୁ ହ୍ରାସ କରଥାଏ । ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯାହା ଜୀବାଣୁ ରୋଗରୁ ରକ୍ଷା କରିଥାଏ ।
ପରିସ୍ରା:
ଯଦି ଶୀତ ଦିନେ ବାରମ୍ବାର ପରିସ୍ରା କରିବାରେ ଅସୁବିଧା ହୁଏ, ତେବେ ଦିନକୁ ଦୁଇଥର ଅଦା ଚା ପିଇବା ଲାଭଦାୟକ ।
ଥଣ୍ଡା-ଫ୍ଲୁ:
ଅଦା ଚା’ ଥଣ୍ଡା ଓ ଫ୍ଲୁ ସମ୍ବନ୍ଧୀୟ ରୋଗରୁ ରକ୍ଷା କରେ, ଥଣ୍ଡାରୁ ବଞ୍ଚାଇଥାଏ, ଯାହା ଶୀଘ୍ର ଭଲ କରିଥାଏ ।
ଅନ୍ୟାନ ରୋଗରୁ ମୁକ୍ତି:
ଅଦା ଚା’ ପିଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ଆରାମ ପ୍ରଦାନ କରେ, ଓଜନ ନିୟନ୍ତ୍ରଣ କରେ, ହଜମ ଭଲ ହୋଇଥାଏ, ଅଳସୁଆମି ଦୂର କରେ, କିଡନୀ ସମ୍ବନ୍ଧୀତ ସମସ୍ୟାକୁ ରୋକିଥାଏ ।
ଏହା ବ୍ୟତୀତ ସୁସ୍ଥ ରହିବା ପାଇଁ ଆପଣ ଦିନକୁ ୨-୩ ଥର ଅଦା ଚା’ ପିଇ ପାରିବେ । ଗୋଟିଏ ଦିନରେ ୨ଥର ପିଇବା ଯଥେଷ୍ଟ ହୋଇଥାଏ । ଯଦି ସ୍ୱାସ୍ଥ୍ୟ ଖରାପ ତେବେ ଆପଣ ଦିନରେ ୩-୪ କପ୍ ଚା ପିଇ ପାରିବେ ।