Monday 29th April 2024
ମାନସିକ ଚାପ ର କଣ ରହିଛି କାରଣ ? ଜାଣନ୍ତୁ ସୁଖ ଏବଂ ଶାନ୍ତିରେ ଜୀବନ ଯାପନ କରିବାର ରହସ୍ୟ !

ମାନସିକ ଚାପ ର କଣ ରହିଛି କାରଣ ? ଜାଣନ୍ତୁ ସୁଖ ଏବଂ ଶାନ୍ତିରେ ଜୀବନ ଯାପନ କରିବାର ରହସ୍ୟ !

ଆଜିକାଲି ପ୍ରାୟ ସମସ୍ତଙ୍କ ମୁହଁରେ ଆପଣ ଷ୍ଟ୍ରେସ୍ ଶବ୍ଦଟି ଶୁଣିଥିବେ । ସ୍କୁଲ ଯାଉଥିବା ପିଲା ହେଉ କିମ୍ବା ବୟଷ୍କ ବ୍ୟକ୍ତି , ପ୍ରାୟ ସମସ୍ତେ କହନ୍ତି ଓହ…କି ଷ୍ଟ୍ରେସ୍ । ତେବେ ଷ୍ଟ୍ରେସ୍ ଶବ୍ଦର ଅର୍ଥ ହେଉଛି ଚାପ । ବର୍ତ୍ତମାନ ସମୟରେ ସମସ୍ତଙ୍କର ଧାଁ ଧପଡ଼ ଭରା ଜୀବନ । କାରଣ ବର୍ତ୍ତମାନ ସମସ୍ତଙ୍କର ପ୍ରତିଯୋଗିତା ହେଉଛି ପ୍ରଥମ ପ୍ରାଥମିକତା । ସ୍କୁଲରେ ଟପର୍ ହେବା କିମ୍ବା ୯୦ % ପତିଶତ ନମ୍ବର ଆଣିବା ପାଇଁ କିଛି ପିଲାଙ୍କର ଇଚ୍ଛା ଥାଏ ଏବଂ ଅନ୍ୟ ପିଲାମାନଙ୍କୁ ଅବିଭାବକ ମାନେ ଚାପ ପକାଇଥାନ୍ତି । ତେଣୁ ସ୍କୁଲ ଗୁଡିକରେ ଏକ ପ୍ରକାର ର ପ୍ରତିଯୋଗିତାର ପରିବେଶ ସୃଷ୍ଟି ହୁଏ । ବଡ଼ ବଡ଼ ବ୍ୟାଗ୍ ରେ ବଡ଼ ବଡ଼ ବହି ସବୁ ଧରି ସ୍କୁଲ୍ କୁ ଯାଇଥାନ୍ତି ପିଲା ମାନେ । ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ସମୟରେ ବଢେ ମାନସିକ ଚାପ ଏବଂ ପରୀକ୍ଷାରେ ଆଶା ଅନୁଯାୟୀ ନମ୍ବର ନ ଆସିଲେ ମଧ୍ୟ ମାନସିକ ଚାପ ଦ୍ୱିଗୁଣିତ ହୋଇଯାଏ । ଗୋଟିଏ ପଟେ ଦେଖିବାକୁ ଗଲେ ମାନସିକ ଚାପର ଅନ୍ୟ ନାମ ବା ଇଁରାଜୀ ନାମ ହେଉଛି ଷ୍ଟ୍ରେସ୍ । ଦେଖିବାକୁ ଗଲେ ଷ୍ଟ୍ରେସ୍ ଗୋଟିଏ ଫ୍ୟାସନେବଲ୍ ନାଁ । କାରଣ ଆଧୁନିକ ସମାଜରେ ଏହି ଶବ୍ଦଟିକୁ ଅନେକ ବ୍ୟବହାର କରନ୍ତି । କିଏ ଏହାକୁ ବ୍ୟକ୍ତିଗତ ସ୍ତରରେ ବ୍ୟବହାର କରେ ତ ପୁଣି କିଏ ବୃତ୍ତିଗତ ସ୍ତରରେ ଏହାର ବ୍ୟବହାର କରିଥାଏ । ମାନସିକ ଚାପ ଆମ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ଭାବେ ଯୋଡି ହୋଇଯାଇଛି । 

 

  • ତେବେ ଷ୍ଟ୍ରେସ୍ ବଢିବାର ପ୍ରକୃତ କାରଣ କଣ ?
  • ଏହାକୁ ଦୂର କରାଯାଇପାରିବ କି ନାହିଁ ? 
  • ଆପଣ କିପରି ଚିନ୍ତାମୁକ୍ତ ଜୀବନ ଅତିବାହିତ କରିପାରିବେ ? 
  • ସୁଖ ଏବଂ ଶାନ୍ତିରେ ଜୀବନ ଯାପନ କରିବାର ରହସ୍ୟ ?

 

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ , ଜାଣନ୍ତୁ ସୁଖ ଏବଂ ଶାନ୍ତିରେ ବଞ୍ଚିବାର ରହସ୍ୟ ।

 

  • ଷ୍ଟ୍ରେସ୍ ବଢିବାର ପ୍ରକୃତ କାରଣ କଣ ?

ଷ୍ଟ୍ରେସ୍ ବଢିବାର ମୂଳ କାରଣ ହେଲା ଚିନ୍ତା । ସବୁ ଚିନ୍ତା ଷ୍ଟ୍ରେସ୍ ର କାରଣ ହୋଇନପାରେ । କେବଳ ନକାରାତ୍ମକ ଚିନ୍ତା ହିଁ  ଷ୍ଟ୍ରେସ୍ ବା ମାନସିକ ଚାପର ମୁଖ୍ୟ କାରଣ । କାର୍ଯ୍ୟରେ ଅସଫଳ ହେବା କିମ୍ବା ଭବିଷ୍ୟତକୁ ନେଇ ଅତ୍ୟଧିକ ଚିନ୍ତା କରିବା ଏହାର ମୁଖ୍ୟ କାରଣ । ତେବେ ଆବଶ୍ୟକତା ଠାରୁ ଅଧିକ ଚିନ୍ତା ଶରୀର ପାଇଁ କ୍ଷତିକାରକ । ମାନସିକ ଚିନ୍ତା ଆପଣଙ୍କର ବ୍ଲଡ୍ ପ୍ରେସରକୁ ମଧ୍ୟ ପ୍ରଭାବିତ କରିପାରେ । ତେଣୁ ଏହା ଶରୀର ପାଇଁ କ୍ଷତି କାରକ । ଷ୍ଟ୍ରେସ୍ ରିଲିଫ୍ ବା ଚିନ୍ତାରୁ ମୁକ୍ତି ପାଇଁ ଅନେକ ଲୋକ ମଦ୍ୟପାନ ତଥା ନିଶା ଦ୍ରବ୍ୟର ସେବନ କରିଥାନ୍ତି । ଏହା ଅଳ୍ପ ସମୟପାଇଁ ଚିନ୍ତାରୁ ମୁକ୍ତି ଦେଇଥାଏ । କିନ୍ତୁ ଭବିଷ୍ୟତରେ ଏହାର କୁପରିଣାମ ଦେଖିବାକୁ ମିଳିଥାଏ । ମାଦକ ଦ୍ରବ୍ୟ ସେବନର ପରିଣାମ ଖୁବ୍ ଭୟଙ୍କର ହୋଇଥାଏ । ଷ୍ଟ୍ରେସ୍ ବଢିବାର ଅନ୍ୟଏକ କାରଣ ହେଉଛି ଆଶା । ବୃତ୍ତିଗତ ଜୀବନ କିମ୍ବା ବ୍ୟକ୍ତିଗତ ଜୀବନ ରୁ ଅତ୍ୟଧିକ ଆଶା କରିବା ଏବଂ ଆଶା ଠାରୁ ବିପରୀତ ଘଟିବା ଷ୍ଟ୍ରେସ୍ ବଢିବାର ମୁଖ୍ୟକାରଣ । 

Causes of Mental stress ?Know the secret of Peaceful life !

ଆଜି ଆପଣଙ୍କୁ ଯାହା ସଫଳତା ଲାଗୁଛି , ତାହା ଭବିଷ୍ୟତରେ ଆବଶ୍ୟକ ମଧ୍ୟ ପଡି ନପାରେ । ବୟସ ବଢିବା ସଂଙ୍ଗେ ସଂଙ୍ଗେ ସଫଳତାର ସଂଜ୍ଞା ମଧ୍ୟ ବଦଳି ଯାଇଥାଏ । ଛୋଟ ବେଳେ ଗୋଟିଏ ସାଇକେଲ୍ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କର ଆବଶ୍ୟକତା ପଡିଥାଏ । ଯୁବା ଅବସ୍ଥାରେ  +୨ କିମ୍ବା +୩ ରେ ଭଲ କ୍ୟାରିୟର ଏବଂ ଭଲ ଜୀବନସାଥୀଟିଏ ଲୋଡା ପଡିଥାଏ । ଯୁବାବସ୍ଥାରେ କିଏ କ୍ୟାରିୟରକୁ ନେଇ ସବୁବେଳେ ଚିନ୍ତାରେ ଥାଏ । ପୁଣି କିଏ ବ୍ୟକ୍ତିଗତ ଜୀବନରେ ପ୍ରେମର ସଂମ୍ପର୍କ ପାଇଁ ଚିନ୍ତାର ସମୁଦ୍ରରେ ବୁଡି ରହିଥାଏ । ପ୍ରେମ ଏକପାଖିଆ ବା ଓ୍ୱାନ୍ ସାଇଡେଡ୍ ଲଭ ହୋଇପାରେ । କିଏ ନିଜର ଜୀବନସାଥୀର ବିଶ୍ୱାସଯୋଗ୍ୟତା ଉପରେ ମନରେ ସନ୍ଧେହ ସୃଷ୍ଟି କରିଥାଏ । ପୁଣି କିଏ ହୃଦୟ ଭିତରେ ଗୋପନୀୟ ଢଙ୍ଗରେ ସାଇତି ରଖିଥିବା ମନର ମଣିଷ କାଳେ ଆଉ କାହାର ହେଇଯିବ ସେଥିପାଇଁ ଚିନ୍ତାର ପ୍ରାଚୀର ମଧ୍ୟରେ ନିଜକୁ ବାନ୍ଧିରଖିଥାଏ । ବର୍ତ୍ତମାନ ସମୟରେ ଲଭ୍ , ରିଲେସନ୍ ସିପ୍ ଏବଂ ବ୍ରେକ୍ ଅପ୍ କୁ ନେଇ ଅନେକ ଯୁବକ ଯୁବତୀ ନିଜେ ନିଜକୁ ଚିନ୍ତାର ସମୁଦ୍ରରେ ବୁଡାଇ ରଖୁଛନ୍ତିଅନେକ ମେଧାବୀ ଛାତ୍ରଛାତ୍ରୀ ଗୋଟିଏ ଅସଫଳତାକୁ ସହ୍ୟ କରିନପାରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତିବେସରକାରୀ ଚାକିରୀ କରୁଥିବା କର୍ମଚାରୀ ଛୁଟି , ଓ୍ୱାର୍କ ଲୋଡ୍ ଏବଂ ଅଫିସ୍ ରାଜନୀତି ପାଇଁ ଚିନ୍ତାରେ ରହୁଛନ୍ତି । ସରକାରୀ ଚାକିରୀ କରି ମଧ୍ୟ ଅନେକ ନିଜ ବ୍ୟକ୍ତିଗତ ଜୀବନରେ ସନ୍ତୁଷ୍ଟ ନୁହଁନ୍ତି । କିଏ ନିଜ ପରିବାର ପାଇଁ ଚିନ୍ତାରେ ତ ପୁଣି କିଏ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହୁଛି । କିଏ ଲୋନ୍ ବା ଋଣ ନେଇ ରାତିରେ ଶୋଇପାରୁ ନାହିଁ । 

 

  • ଏହାକୁ ଦୂର କରାଯାଇପାରିବ କି ନାହିଁ ? 

ଷ୍ଟ୍ରେସ୍ ଏକ ରୋଗ ନୁହଁ । ଏହା ଏକ ପ୍ରକାରର ମାନସିକତା । କାରଣ କର୍ମମୟ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ , ଜୀବନରେ ଚିନ୍ତା ଲାଗି ରହିବ । କିନ୍ତୁ ଅତ୍ୟଧିକ ଚିନ୍ତା କରିବା ବା ଓଭର ଥିକିଙ୍କ୍ କରିବା ଜମାରୁବି ଠିକ୍ ନୁହଁ । ଚିନ୍ତା କରିବା ବଦଳରେ ଆବଶ୍ୟକ ମୁତାବକ କର୍ମକରିବା ଉଚିତ୍ । କାରଣ ଆପଣଙ୍କ ହାତରେ କେବଳ କର୍ମ କରିବାର ଅଧିକାର ଅଛି । ଫଳ ପାଇବାର ଅଧିକାର ବା କ୍ଷମତା ଆପଣଙ୍କ ହାତରେ ନାହିଁ । କର୍ମର ଫଳ ଦେବା ଦାଇତ୍ୱ ଇଶ୍ୱରୀୟ ଶକ୍ତି ଉପରେ ନିର୍ଭର କରେ । ଆପଣ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ଆପଣଙ୍କ ର ଇଷ୍ଟ ଉପରେ ଭରଷା ଏବଂ ବିଶ୍ୱାସ ରହିବା ନିହାତି ଦରକାର । ଏହା ଦ୍ୱାରା କର୍ମକରିବା ସମୟରେ ମନ ବିଚଳିତ ହୋଇନଥାଏ । ଯେଉଁଥିପାଇଁକି ଆପଣଙ୍କ କର୍ମ ଠିକ୍ ଭାବରେ ହୋଇଥାଏ । ବର୍ତ୍ତମାନ ର କର୍ମ ଭବିଷ୍ୟତରେ ଫଳ ହୋଇ ଆସିବ । ତେଣୁ ଭଲ କର୍ମ କରିବା ଉଚିତ୍ । ସଫଳତା ଏପରି ଏକ ଶବ୍ଦ , ଯେଉଁଥିରେ ଅନେକ ଗୁଡିଏ ପାହାଚ ରହିଛି । ସେଥିମଧ୍ୟରୁ ବିଫଳତା ମଧ୍ୟ ଗୋଟିଏ ପାହାଚ ବୋଲି ସ୍ୱୀକାର କରିବାକୁ ପଡ଼ିବ । ମହାଭାରତ ପରି ଧର୍ମ ଗ୍ରନ୍ଥରେ ମଧ୍ୟ ପ୍ରଭୁ ଶ୍ରୀ କୃଷ୍ଣ କହିଛନ୍ତି – “ଯିଏ ଗୋଟିଏ ବିଫଳତାରେ ଭାଙ୍ଗିନଯାଇ , କର୍ମର ଫଳ ଉପରେ ଆଶା ନରଖି ପ୍ରୟାସ ଜାରିରଖିବ । ସେହି ବ୍ୟକ୍ତି ବାରମ୍ବାର ଜୀବନରେ ସଫଳ ହେବ । ସଫଳତାକୁ ନେଇ ଅହଂକାର କିମ୍ବା ଗର୍ବ କରିବା ଅନୁଚିତ୍ । କାରଣ ସଫଳତା ହେଉ କିମ୍ବା ବିଫଳତା , ସବୁକିଛି କ୍ଷଣ ସ୍ଥାୟୀ ।”

 

  • ଆପଣ କିପରି ଚିନ୍ତାମୁକ୍ତ ଜୀବନ ଅତିବାହିତ କରିପାରିବେ ? 

ଚିନ୍ତାମୁକ୍ତ ଶବ୍ଦରେ ଦୁଇଟି ଶବ୍ଦ ଅଛି । ଗୋଟିଏ ଶବ୍ଦ ହେଲା ଚିନ୍ତା ଏବଂ ଅନ୍ୟ ଶବ୍ଦଟି ହେଲା ମୁକ୍ତ । ଚିନ୍ତାରୁ ମୁକ୍ତ ହେଲେ ହିଁ ଆପଣ ଚିନ୍ତାମୁକ୍ତ ଜୀବନ ଅତିବାହିତ କରିପାରିବେ । ରକେଟ୍ ଯେତେବେଳେ ଆଗକୁ ବଢେ ସେତେବେଳେ ରକେଟ୍ ନିଜର ଓଜନ କମାଇବା ପାଇଁ  ଅନାବଶ୍ୟକ ବୁଷ୍ଟର ଇଞ୍ଜିନଗୁଡିକ ଠାରୁ ନିଜକୁ ଅଲଗା କରିଥାଏ । କାରଣ ମହାକାଶକୁ ପ୍ରବେଶ କରିବା ପାଇଁ ପୃଥିବୀର ମାଧ୍ୟାକର୍ଷଣ ବଳକୁ ପରାସ୍ତ କରିବା  ସହଜ କଥାନୁହଁ । ବାୟୁମଣ୍ଡଳର ବିଭିନ୍ନ ସ୍ତର ଅନୁସାରେ ଜଳି ସରିଥିବା ରକେଟ୍ ବୁଷ୍ଟର ଗୁଡିକର ରକେଟ୍ ସହ ଯୋଡ଼ି ହୋଇ ରହିଲେ ତାହା ରକେଟ୍ ର ଓଜନ ବଢ଼ାଇବ ଏବଂ ରକେଟ୍ ଟି କେବେବି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବନି । ରକେଟ୍ ବୁଷ୍ଟର ଗୁଡିକ ରକେଟ୍ ଟିକୁ ବାୟୁମଣ୍ଡଳର କିଛି ଉଚ୍ଚତା ଯାଏଁ ନେଇ ଯାଇଥାନ୍ତି ଏବଂ ତାପରେ ରକେଟ୍ ର ଅନ୍ୟ ଇଞ୍ଜିନ୍ ଗୁଡିକ କାର୍ଯ୍ୟକ୍ଷମ ହୋଇଥାଏ । ସେତେବେଳେ ଜଳିଯାଇଥିବା ରକେଟ୍ ବୁଷ୍ଟର ଗୁଡିକ ର ଆନାବଶ୍ୟକ ଭାର ହୋଇ ରକେଟ୍ ରେ ଯୋଡି ହୋଇରହିଥାଏ । ତେଣୁ ତାକୁ ଅଲଗା କରିବା ନିହାତି ଆବଶ୍ୟକ । କହିବାର ତାତ୍ପର୍ଯ୍ୟ ଏହା ଯେ ସବୁ ଜିନିଷର ଆବଶ୍ୟକତା ସମୟ ଅନୁସାରେ ବଦଳିଥାଏ । ଏଦୁନିଆରେ କୌଣସି ବି ଜିନିଷ ଅନାବଶ୍ୟକ ନୁହଁ । ତେଣୁ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ୱ ଦେଲେ କିମ୍ବା ଅତୀତର ଚିନ୍ତାରେ ମଗ୍ନ ରହିଲେ ଭବିଷ୍ୟତ ଉଜ୍ୱଳ ହେବ କିପରି ? ଚିନ୍ତାରୁ ମୁକ୍ତ ହୋଇ କର୍ମକଲେ ସଫଳହେବାର ଅଧିକ ଚାନ୍ସ ଥାଏ । ତେଣୁ ସୁଯୋଗ ହାତ ଛଡା କରନ୍ତୁ ନାହିଁ ଏବଂ ଧର୍ଯ୍ୟରଖି କର୍ମ କରନ୍ତୁ । ଆପଣ ଚିନ୍ତା କଲେ ମଧ୍ୟ ସୃଷ୍ଟି ର କୌଣସି ଜିନିଷ ବଦଳିଯିବ ନାହିଁ । କେବଳ ଆପଣ ନିଜକୁ ହିଁ ପରିବର୍ତ୍ତନ କରିପାରିବେ । ନିଜକୁ ପରିବର୍ତ୍ତନ କଲେ ଆବଶ୍ୟକତା ଅନୁସାରେ ଉଚିତ୍ କର୍ମ କରିପାରିବେ ।

 

  • ସୁଖ  ଏବଂ  ଶାନ୍ତିରେ ଜୀବନ ଯାପନ କରିବାର ରହସ୍ୟ ?

Causes of Mental stress ?Know the secret of Peaceful life !

ପ୍ରତ୍ୟେକ ବ୍ୟକ୍ତି ବିଶେଷ ଭିନ୍ନ ଭିନ୍ନ । ତେଣୁ ପ୍ରତ୍ୟେକ ମହିଳା ଏବଂ ପୁରୁଷର ଜୀବନଶୈଳୀ ଭିନ୍ନ ଭିନ୍ନ । ଜୀବନଶୈଳୀ ଅନୁସାରେ ସୁବିଧା ଏବଂ ଅସୁବିଧା ମଧ୍ୟ ଭିନ୍ନ ଭିନ୍ନ । ପ୍ରଥମେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଯେତିକି ଫିଟ୍ ରହିବେ ସେତିକି ଆପଣ ଖୁସିରେ ରହିବେ । ସ୍ୱାସ୍ଥ୍ୟ ପ୍ରତ୍ୟେକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ମସ୍ତିଷ୍କ ସୁସ୍ଥ ରହିଲେ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ସହ ମନ ମଧ୍ୟ ଭଲରହିବ । ସ୍ୱାସ୍ଥ୍ୟ ପରେ ନିଜର ଅର୍ଥନୈତିକ ଅବସ୍ଥା ଉପରେ ଗୁରୁତ୍ୱ ଦିଅନ୍ତୁ । ମୌଳିକ ଆବଶ୍ୟକତା ପୂର୍ଣ୍ଣ ହେଲାପରେ ଆପଣ କ୍ୟାରିୟରରେ ରିସ୍କ୍ ନେଇପାରିବେ । ବ୍ୟବସାୟ କରନ୍ତୁ କିମ୍ବା ଚାକିରୀ , ଅସୁବିଧା ଏବଂ ସୁବିଧା ଉଭୟ ଆସିବ । ସେଥିପ୍ରତି ଧ୍ୟାନ ଦେଇ କର୍ମକରିବାରେ ଅସୁବିଧା ନାହିଁ । ଗୋଟିଏ ରାତିରେ କୋଟିପତି ହେବା ଆଶାରେ ଋଣ ନେଇ ଅଯଥା ଇନଭେଷ୍ଟ କରନ୍ତୁ ନାହିଁ । ଲକ୍ଷ୍ୟ ନିର୍ଧାରଣ କରି କାର୍ଯ୍ୟ କରନ୍ତୁ । ଏହା ଦ୍ୱାରା ଆପଣ ଆପଣଙ୍କ ଜୀବନର ଲକ୍ଷ୍ୟ ପ୍ରାପ୍ତି ହେବାର ସମ୍ଭାବନା ଅଧିକ । ସବୁଠାରୁ ବଡ କଥା ଏବଂ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କାହାସହ ନିଜକୁ ତୁଳନା କରନ୍ତୁ ନାହିଁ । ନିଜକୁ ନିଜସହ ତୁଳନା କଲେ ହିଁ ନିଜ ଜୀବନରେ ଅଗ୍ରଗତି କରିବେ । ଆପଣ ଆଉ କାହାଠୁ ଅଧିକ ଟଙ୍କା ରୋଜଗାର କଲେ ତା ଠାରୁ ଭଲରେ ରହିବେ । ଏହି ଚିନ୍ତା ମନୁଷ୍ୟକୁ ଚିନ୍ତାମୁକ୍ତ କରିବା ବଦଳରେ ଚିନ୍ତାଯୁକ୍ତ କରିଥାଏ । ପରିବାର ତଥା ପ୍ରିୟଜନଙ୍କୁ ଆବଶ୍ୟକତା ଅନୁସାରେ ସମୟ ଦିଅନ୍ତୁ । ବୃତ୍ତିଗତ ସ୍ତରରେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତୁ ନାହିଁ । କ୍ୟାରିୟର ଶବ୍ଦଟି ଅଳ୍ପ କିନ୍ତୁ ଏହାର ଆକାର ପ୍ରାୟ ସମୁଦ୍ରପରି । ତେଣୁ ଲୋଭ ଏବଂ ଲାଭ ମଣିଷକୁ ସର୍ବଦା ଚିନ୍ତାଯୁକ୍ତ କରିରଖିଥାଏ । ଅନେକ ଲୋକ ଏଥିପାଇଁ ରାତିରେ ଶୋଇପାରନ୍ତି ନାହିଁ । ଯାହା ଦ୍ୱାରା ଆୟୁଷ ମଧ୍ୟ କମ୍ ହୋଇଥାଏ । ଜୀବନର ମୂଲ୍ୟ ତୁଳନାରେ ଅନ୍ୟ ସବୁ ଜିନିଷର ମୂଲ୍ୟ ସବୁ ଫିକା । ଆପଣ ଯେକୌଣସି ଧର୍ମର ହୋଇଥିଲେ ମଧ୍ୟ ଇଶ୍ୱରୀୟଶକ୍ତି ଉପରେ ଭରଷା ରଖନ୍ତୁ । ସମସ୍ତଙ୍କ ସହ ନିଜକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ । ଏହା ହେଉଛି ସୁଖ ଏବଂ ଶାନ୍ତିରେ ଜୀବନ ଯାପନ କରିବାର ମୂଳ ମନ୍ତ୍ର ।

 

 

 

 

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )