Thursday 18th April 2024
ସିନେମାହଲ୍ ରେ ଅବତାର୍-୨ କ୍ରେଜ୍ ,୧୩ ବର୍ଷର ଅପେକ୍ଷାର ଅନ୍ତ

ସିନେମାହଲ୍ ରେ ଅବତାର୍-୨ କ୍ରେଜ୍ ,୧୩ ବର୍ଷର ଅପେକ୍ଷାର ଅନ୍ତ

ଗୋଟିଏ ସିନେମା ତାର ଦର୍ଶକଙ୍କ ଧର୍ଯ୍ୟର କେତେ ପରୀକ୍ଷା ନେଇପାରେ । ମାନେ ଯଦି ଆପଣ ପ୍ରଥମ ଭାଗ ଦେଖିଛନ୍ତି ଦ୍ୱିତୀୟ ଭାଗ ଦେଖିବାକୁ କେତେ ସମୟ ଲାଗିବା କଥା ? ଆପଣ ଭାବୁଥିବେ ଅତି ବେଶିରେ ୩ ବର୍ଷ କି ୫ ବର୍ଷ । କିନ୍ତୁ ଆଜି ଆମେ ଯେଉଁ ଚଳଚିତ୍ର ବିଷୟରେ କହିବାକୁ ଯାଉଛୁ ତାହା ଦୀର୍ଘ ୧୩ ବର୍ଷ ପରେ ନିଜ ଦର୍ଶକଙ୍କ ସାମ୍ନାକୁ ଆସିଛି । ୧୩ ବର୍ଷ ପରେ ପରଦାକୁ ଆସିଥିବା ହଲିଉଡ୍ ଫିଲ୍ମ ଅବତାର୍-୨ କୁ ଦର୍ଶକଙ୍କ ଭରପୁର ଭଲ ପାଇବା ମିଳୁଛି । ସିନେମାହଲ୍ ରେ ବର୍ତ୍ତମାନ ଖାଲି ଅବତାର୍-୨ ର କ୍ରେଜ୍ । ଚତ୍ମକାର ଭିଏଫଏକ୍ସ ଏବଂ ଉନ୍ନତ ଟେକ୍ନୋଲୋଜୀ ଫିକ୍ସନ୍ ଆଧାରରେ ଅବତାର ଦ ୱେ ଅଫ୍ ୱାଟର ସଭିଙ୍କୁ ନୂଆ ରୋମା‚ ଦେବା ସହିତ ବହୁତ ପ୍ରଭାବିତ ବି କରୁଛି । ହଲିଉଡର ପ୍ରସିଦ୍ଧ ନିଦେ୍ର୍ଦଶକ ଜେମ୍ସ କ୍ୟାମରନ୍ ଙ୍କର ଏହି ଚଳଚିତ୍ରକୁ ଲୋକ ପାଗଳ ଭଳି ଭଲ ପାଆନ୍ତି ତେଣୁକରି ଦୀର୍ଘ ୧୩ ବର୍ଷ ହେଲା ସେମାନେ ଚାତକ ଭଳି ଏହି ଫିଲ୍ମକୁ ଚାହିଁ ରହିଥିଲେ । ଏହି ଫିଲ୍ମ ପ୍ରଥମ ସପ୍ତାହ ଶେଷରେ ୩୦୦୦ ହଜାର କୋଟିରୁ ଅଧିକ ବ୍ୟବସାୟ କରିଛି ।

ଯଦି ଦେଖିବା ତାହାଲେ ଏହି ସଂଖ୍ୟା ଖୁବ୍ ଅଧିକ । ଏହି ଆଧାରରେ ଅବତାର ଦ ୱେ ଅଫ୍ ୱାଟର ଦର୍ଶକଙ୍କୁ ସିନେମା ଦେଖିବାର ନୂଆ ଅନୁଭ ଦେଇଛି । ସାରା ଦୁନିଆରେ ଏବେ ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳୁଛି । ସମସ୍ତଙ୍କ ମୁହଁରେ ଏହି ଫିଲ୍ମର ପ୍ରଶଂସା । ତେବେ ମିଡିଆ ରିପୋର୍ଟ ଅନୁସାରେ ୩୫୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ମିଡିଆ ରିପୋର୍ଟରେ ଦାବି କରାଯାଉଛି । ପ୍ରଥମ ସପ୍ତାହରେ ଓାଲର୍ଡ ଓାଇଡ୍ କଲେକ୍ସନ ମାମଲାରେ ଅବତାର-୨ ସୁପରହିଟ୍ ହଲିଉଡ୍ ଫିଲ୍ମ ହେବ ବୋଲି ଦାବି କରାଯାଉଛି ।
ଆଧାରରେ ଅବତାର ଦ ୱେ ଅଫ୍ ୱାଟର ବିଦେଶ ସହ ଭାରତରେ ନିଜର ଜଲୱା ଜାରି ରଖିଛି ।

ଭାରତରେ ତାମିଲ,ତେଲୁଗୁ,ହିନ୍ଦୀ,ମାଲାୟଲମ୍ ଏବଂ କନ୍ନଡ ଭାଷାରେ ସିନେମାଘରେ ରିଲିଜ୍ ହୋଇଛି । ଅବତାର-୨ ରିଲିଜ୍ ହେବାର ଦୁଇ ଦିନରେ ହିଁ ବକ୍ସ ଅଫିସରେ ୧୨୦ କୋଟିରୁ ଅଧିକ ଆୟ କରିଛି । ଭାରତରେ ସିନେମା ମୋଟ ବ୍ୟବସାୟ ୧୬୦ କୋଟି ଉପରେ ପହଂଚିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )