Thursday 28th March 2024
ପ୍ରେଗେନ୍ସି ସମୟରେ କଫି ସେବନ କାହିଁକି ଉଚିତ ନୁହେଁ ?

ପ୍ରେଗେନ୍ସି ସମୟରେ କଫି ସେବନ କାହିଁକି ଉଚିତ ନୁହେଁ ?

କିଛି ଲୋକେ ଜାଣି ନଥିବେ କଫିନ କଣ ଅଥବା କଫିନ ମାନେ କେବଳ କଫିକୁ ବୁଝାଏ । କିନ୍ତୁ  ପ୍ରକୃତରେ ତାହା ନୁହେଁ କଫିନର  ବହୁ ଗୁଡିଏ ଜିନିଷରେ ତାର ଉପସ୍ଥିତି ରହିଥିବା ନଜିର ରହିଛି ତାହାକୁ ଦେଖି ଖାଇବା ଆବଶ୍ୟକ । ତେବେ ହେଲ୍‌ଥ ଲାଇନ ରିପୋର୍ଟ ଅନୁସାରେ , କେବଳ କଫିରେ କଫିନ ଭାଗ ଅଧିକ ରହିଥାଏ । ଏକ କପ କଫିରେ ପାଖାପାଖି ୧୦୦ମିଲିଗ୍ରାମ କଫିନ ରହିଥାଏ । ଏହାଛଡା କୋକୋଆ , ଚକଲେଟ,କୋଲା ନଟ, ଗ୍ରୀନ ଟି ଓ ଏନର୍ଜି ଡ୍ରିଙ୍କରେ ମଧ୍ୟ କଫିନ ରହିଥାଏ । ତେବେ କେଉଁ କେଉଁ ଖାଦ୍ୟ ପଦାର୍ଥ ବା ପାନୀୟ ପଦାର୍ଥ ରେ ଏହାର ମାତ୍ରା ରହିଛି ପ୍ରଥମେ ଜଣାନ୍ତୁ ଏବଂ ପରେ ସେବନ କରନ୍ତୁ l କାରଣ ଏହା ପରେ ଆପଣଙ୍କ ଉପରେ କ୍ଷତିକାରକ ସାଜିପାରେ l

ତେବେ କିଛି ମହିଳା ପ୍ରେଗେନ୍ସି ସମୟରେ କଫି ଓ ଚକଲେଟ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ପ୍ରେଗେନ୍ସି ସମୟରେ ଯଦି ଜଣେ ମା କଫି ସେବନ କରୁଛି ତେବେ ଏହା  ତା ପିଲାର ବିକାଶ ପ୍ରତି ଖରାପ ପ୍ରଭାବ ପକାଇବ । ଜାଣିବାକୁ ମିଳିଛି ଯେ ଯାହାଦ୍ୱାରା ସେହି ପିଲାର ୧ ଇଂଚ ହାଇଟ କମିଯାଇଥାଏ । ତେବେ ଏହା ଉପରେ ଗର୍ଭବତୀ ମହିଳାଙ୍କୁ ନେଇ ରିସର୍ଚ କରାଯାଇଥିଲା । ଯେଉଁ ମାଆ ଗର୍ଭଧାରଣ ସମୟରେ ଅତ୍ୟଧିକ ମାତ୍ରାରେ କଫିନ ସେବନ କରିଛନ୍ତି ସେମାନଙ୍କ ପିଲାର ହାଇଟ ବା ଉଚ୍ଚତା ଅନ୍ୟ ପିଲାମାନଙ୍କ ଉଚ୍ଚତା ତୁଳନାରେ ଏକଇଂଚ କମ ରହିଛି । ଏହାଛଡା ପିଲାମାନଙ୍କର ବିକାଶରେ ମଧ୍ୟ କଫିନର ପ୍ରଭାବ ଦେଖିବାକୁ ମିଳିଛି । ପ୍ରେଗେନ୍ସି ସମୟରେ କଫିନ ସେବନ କରିବ ଉଚିତ କି ନୁହେଁ ଏହାକୁ ନେଇ ରିସର୍ଚରଙ୍କ ମଧ୍ୟରେ ଅନେକ ମତଭେଦ ଦେଖିବାକୁ ମିଳିଥିଲା  l

କିଛି ରିସର୍ଚର କୁହନ୍ତି ଗର୍ଭଧାରଣ ସମୟରେ କଫି ପିଇପାରିବେ ହେଲେ କିଛି ରିସର୍ଚ କହିଛନ୍ତି ଯେ, କଫିନ ପିଇଲେ ଏହା ଅସୁବିଧା ହେବ । ତେବେ ଆମେରିକାନ କଲେଜ ଅଫ ଆବଷ୍ଟେଟ୍ରିୟାନ ଆଣ୍ଡ ଗାଇନୋକୋଲୋଜିଷ୍ଟଙ୍କ  ଅନୁଯାୟୀ ଗର୍ଭଧାରଣ ସମୟରେ ପ୍ରତିଦିନ ୨୦୦ଗ୍ରାମରୁ କମ କଫିନର ସେବନ କରିପାରିବେ । ଏହା ପ୍ରତି ଟି ମହିଳାଙ୍କ ହେଲ୍‌ଥ ଉପରେ ନିର୍ଭର କରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )