Friday 19th April 2024
ମହେଶବାବୁଙ୍କ ପାଇଁ ୨୦୨୨ ସବୁଠୁ ଦୁଃଖଦାୟକ

ମହେଶବାବୁଙ୍କ ପାଇଁ ୨୦୨୨ ସବୁଠୁ ଦୁଃଖଦାୟକ

ମାଙ୍କ ପରେ ଏବେ ପରଲୋକରେ ମହେଶ ବାବୁଙ୍କ ପିତା କୃଷ୍ଣ ଘଟ୍ଟାମାନେନି

୨୦୨୨ ଏହି ଅଭିନେତାଙ୍କ ପାଇଁ ସବୁଠୁ ଅଶୁଭ ଥିଲା । କାରଣ ତାଙ୍କ ଜୀବନର ଦୁଇ ମହାନ ଲୋକଙ୍କୁ ସେ ଚଳିତ ବର୍ଷ ହରାଇସାରିଲେଣି । ଆମେ କହୁଛୁ ସାଉଥ୍ ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ ଅଭିନେତା ମହେଷ ବାବୁଙ୍କ ବିଷୟରେ । ଚଳିତ ବର୍ଷ ତାଙ୍କ ଉପରେ ଦୁଃଖର ପାହାଡ ଖସିପଡିଛି । ସେ ନିଜ ମା ଓ ବାପା ଦୁହିଁଙ୍କୁ ହରାଇସାରିଛନ୍ତି । ସୋମବାର ଦିନ ମହେଷ ବାବୁଙ୍କ ପିତାଙ୍କୁ ହାର୍ଟ ଆଟାକ୍ ଆସିବା କାରଣରୁ ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଥିଲା ଓ ଭେଣ୍ଟିଲେଟରରେ ରକାଯାଇଥିଲା । କହିବାକୁ ଗଲେ ୨ ମାସ ପୂର୍ବରୁ ହିଁ ମହେଶ ବାବୁଙ୍କ ମା ଦୁନିଆ ଛାଡି ଚାଲିଯାଇଥିଲେ ଆଉ ବର୍ତ୍ତମାନ ତାଙ୍କ ପିତାଙ୍କର ଦେହାନ୍ତ ଖୁବ୍ ଶକ୍ତ ଧକ୍କା ଦେଇଛି ।

ମହେଶବାବୁଙ୍କ ପିତା କୃଷ୍ଣ ଘାଟାମଣିଙ୍କୁ ସାଉଥ୍ ଇଣ୍ଡଷ୍ଟ୍ରି ବହୁତ ଭଲ ଭାବରେ ଜାଣିଥିଲେ । କୃଷ୍ଣଙ୍କ ଦେହାନ୍ତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ସିଏମ ଜଗନ ମୋହନ ରେଡ୍ଡୀ ଶୋକପ୍ରକାଶ କରିବ ସହ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ବି ଦୁଃଖିତ ହୋଇପଡ଼ିଛନ୍ତି ।

ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟମାନେ ଶ୍ରଦ୍ଧାଞ୍ଜଳୀ ଦେଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ମହେଶ ବାବୁଙ୍କ ପିତା କୃଷ୍ଣ ତେଲୁଗୁ ସିନେମାର ସବୁଠାରୁ ବଡ ଅଭିନେତା ଭାବରେ ପରିଗଣିତ ହୁଅନ୍ତି। ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଥିଲେ। ଏହା ବ୍ୟତୀତ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus (1 )