Sunday 28th April 2024
NEET ପରୀକ୍ଷା କଣ? ଆଜିର ସମୟରେ କାହିଁକି ଜରୁରୀ ଏହି ପରୀକ୍ଷା

NEET ପରୀକ୍ଷା କଣ? ଆଜିର ସମୟରେ କାହିଁକି ଜରୁରୀ ଏହି ପରୀକ୍ଷା

ପ୍ରାୟତଃ ପିଲା ପାଠ ପଢ଼ିବା ସମୟରେ ଭବିଷ୍ୟତକୁ ନେଇ ଚିନ୍ତାରେ ଥାନ୍ତି । କେମିତି ଡାକ୍ତର, ଇଞ୍ଜିନିୟର କିମ୍ବା ସରକାରୀ ଚାକିରି କରିବେ ସେ କଥା ଭାବୁଥାନ୍ତି । ସବୁ ବର୍ଗର ଚାକିରି ପାଇଁ କିଛି ନିର୍ଦ୍ଧିଷ୍ଟ ପରୀକ୍ଷା ମଧ୍ୟ ଦେବାକୁ ପଡ଼େ । ଆଉ ପ୍ରତି ବର୍ଷ ଅନେକ ପିଲା ପରୀକ୍ଷା ଦେଇ ଚାଲନ୍ତି । ହେଲେ ବର୍ତ୍ତମାନ ସମୟରେ ଏମିତି ଏକ ପରୀକ୍ଷା ଅଛି ଯାହାକୁ ପାସ୍ କରିବା ପାଇଁ ସବୁ ପିଲା ମାନେ ଚାହାଁନ୍ତି । ଯଦି ଆପଣ କେବେ NEET ର ନା’ ଶୁଣିଛନ୍ତି ଏବଂ ଆପଣ ଜାଣି ନାହାଁନ୍ତି କି ଏହାର ଅର୍ଥ କଣ? ଆଜି ଆମେ ସେହି ବିଷୟରେ ହିଁ ଜାଣିବା ।

()କେଉଁ ପାଠ ପଢ଼ିଲେ କ୍ୟାରିୟର ପାଇଁ ଭଲ ରହିବ । ଯିଏ ଇଞ୍ଜିନିୟର ହେବାକୁ ଚାହାଁନ୍ତି ସେମାନେ BTech ପଢ଼ିଥାନ୍ତି । ସେହିଭଳି ଯେଉଁମାନେ ଡାକ୍ତର ହେବାକୁ ଚାହାଁନ୍ତି ସେମାନଙ୍କ ପାଇଁ NEET ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଯାହାକୁ ପାସ୍ କରିବା ପରେ ହିଁ ଜଣେ ଛାତ୍ର କୌଣସି ବି ଭଲ ସରକାରୀ କଲେଜରେ ନାମ ଲେଖାଇ MBBS କିମ୍ବା BDS କିମ୍ବା ପାଠ ପଢ଼ିପାରିବ । ମାତ୍ର ଆଜି କାଲିକା ସମୟରେ ମେଡିକାଲ ଫିଲ୍ଡରେ ଏମିତି ଅନେକ କୋର୍ସ ଅଛି ଯେଉଁଥିରେ NEET ପରୀକ୍ଷା ବାଧ୍ୟତା ମୂଳକ ହୋଇଥାଏ ।NEET ପରୀକ୍ଷା କଣ?:
NEET ଏକ ରାଷ୍ଟ୍ରୀୟ ପରୀକ୍ଷା ହୋଇଥାଏ । ଯାହାକୁ NTA (National Testing Agency) ଦ୍ୱାରା ଆୟୋଜନ କରାଯାଏ । ପରୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ କେମିତି ମେଡିକାଲ କୋର୍ସ ରେ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ମିଳିବ । ସେହିଭଳି ଯଦି ଆପଣ MBBS (Bachlor of Medicine Bachlor of Surgery) କିମ୍ବା BDS (Bachlor of Dental) ଏଥିପାଇଁ ଆପଣଙ୍କୁ ପ୍ରଥମେ NEET ପରୀକ୍ଷାରେ ପାସ୍ ହେବାକୁ ପଡ଼ିବ । ୨୦୧୬ ମସିହାରୁ AIPMT (All India Pre Medical Test) ଏହି ନାମରେ ମନ୍ୟତା ପାଇଥିଲା । ମାତ୍ର ଏବେ AIPMT ରୁ ବଦଳେଇ NEET କରିଦିଆଯାଇଛି । ଯଦି ଆପଣଙ୍କୁ ମେଡିକାଲ ଲାଇନ୍‌ରେ କ୍ୟାରିୟର ଗଢ଼ିବାର ଅଛି, ତେବେ ଆପଣ +୨ ପାସ୍ କଲା ପରେ ଏହି ପରୀକ୍ଷା ଦେଇପାରିବେ।

କେତେ ବର୍ଷର କୋର୍ସ ଓ କେତେ ଥର ହୋଇଥାଏ NEET ପରୀକ୍ଷା?:
ପ୍ରାୟେ ଛାତ୍ରଛାତ୍ରୀଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ କି NEET ର କୋର୍ସ କେତେ ବର୍ଷର ହୋଇଥାଏ? ତେବେ ଏଠି ଆମେ କହି ରଖୁ କି NEET କୌଣସି କୋର୍ସ ନୁହେଁ ବରଂ ଏହା ଏକ ପରୀକ୍ଷା ହୋଇଥାଏ । ଯାହାକୁ ଆପଣ ପାସ୍ କଲା ପରେ ହିଁ ମେଡିକାଲ କ୍ଷେତ୍ରରେ ଯାଇପାରିବେ । ଏହା ବ୍ୟତୀତ NEET ପରୀକ୍ଷା ବର୍ଷକୁ ଥରେ ହିଁ ହୋଇଥାଏ, ଯେତେବେଳେ ଆପଣ ଏହି ପରୀକ୍ଷାରେ ପାସ୍ ହୋଇଯିବେ ସେତେବେଳେ ହିଁ ଆପଣ ଗୋଟିଏ ଭଲ ସରକାରୀ କିମ୍ବା ବେସରକାରୀ ମେଡିକାଲ୍ କଲେଜରେ ଆଡ୍‌ମିସନ୍ କରିପାରିବେ । ଯେଉଁମାନେ କମ୍ ନମ୍ବର ରଖି ଫେଲ୍ ହୋଇଥିବେ ସେମାନେ ପୁଣି ଥରେ ଫର୍ମ ଫିଲପ୍ କରି ପରୀକ୍ଷା ଦେଇ ପାରିବେ ।What is a Good Score/Rank in NEET UG 2023?ବୟସ ଓ ଯୋଗ୍ୟତା କଣ ରହିବା ଦରକାର NEET ପରୀକ୍ଷା ପାଇଁ?:
NEET ପରୀକ୍ଷା ପାଇଁ କୌଣସି ବୟସ ସୀମା ନଥାଏ । ଆପଣ +୨ ପଢ଼ିସାରିଲା ପରେ ଏହି ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା ଦେବା ପାଇଁ ଆପଣଙ୍କୁ ୧୦ମ ଓ +୨ରେ କମ୍ ସେ କମ୍ ୫୦% ରଖିକି ପାସ୍ ହେବାକୁ ପଡ଼େ । ଏହା ପରେ ହିଁ ଆପଣ ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟ ହୋଇପାରିବେ । ଏହା ବ୍ୟତୀତ +୨ରେ ଆପଣ କେମେଷ୍ଟ୍ରି, ଫିଜିକ୍ସ, ବାୟୋଲୋଜି, ଇଂରାଜୀ ବିଷୟ ରଖି ପଢ଼ିବାକୁ ହୋଇଥାଏ ।

NEET ପରୀକ୍ଷା ଦେବାର ଲାଭ?:
• ମେଡିକାଲ କୋର୍ସ କରିବାକୁ ହେଲେ ଆପଣଙ୍କୁ କେବଳ NEET ପରୀକ୍ଷାରେ ପାସ୍ କରିବାକୁ ପଡ଼ିଥାଏ ।
• ପୂର୍ବରୁ ମେଡିକାଲ କଲେଜରେ ପଢ଼ିବା ପାଇଁ ଅନେକ ପ୍ରକାରର ପରୀକ୍ଷା ଦେବାକୁ ପଡ଼ୁଥିଲା ।
• ଯଦି ଛାତ୍ରଛାତ୍ରୀ ଗ୍ରାଜୁଏସନ କରିବାକୁ ଚାହୁଁଛନ୍ତି ମେଡିକାଲ କଲେଜରେ ତେବେ ସେମାନଙ୍କୁ କେବଳ NEET ପରୀକ୍ଷା ହିଁ ଦେବାକୁ ପଡ଼ିଥାଏ ।
• ପୂର୍ବରୁ ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ପଡ଼ୁଥିଲା । ମାତ୍ର ଏବେ ପିଲାଙ୍କୁ ଗୋଟିଏ ପରୀକ୍ଷା କେବଳ NEET ପାଇଁ ପଢ଼ିବାକୁ ହେଉଛି ।

ଏହିଭଳି ଏଜୁକେସନ ସମ୍ବନ୍ଧିତ ଖବର ଜାଣିବା ପାଇଁ ଆମେ ୱେବସାଇଟ୍ ଓଡ଼ିଆ ଡ଼େଲିରେ ଆପଣ ଯୋଡ଼ି ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )