Saturday 10th January 2026
ଆଜି ନବରାତ୍ରୀର ଷଷ୍ଠ ଦିନ,ଏହି ରୂପରେ ପୂଜା ପାଇବେ ମା ଦୁର୍ଗା

ଆଜି ନବରାତ୍ରୀର ଷଷ୍ଠ ଦିନ,ଏହି ରୂପରେ ପୂଜା ପାଇବେ ମା ଦୁର୍ଗା

ମହିଷାସୁରକୁ ବଧ କରି ବିଶ୍ବ ବ୍ରହ୍ମାଣ୍ଡରେ ନିଜର ଶକ୍ତିର ପରିଚୟ ଦେଇଥିଲେ ମାଆ ଦୁର୍ଗାଙ୍କର ଷଷ୍ଠ ଅବତାର କାତ୍ୟାୟନୀ । ନବାରାତ୍ରୀ ଅବସରରେ ଆଜି ଷଷ୍ଠ ଦିନରେ ପୂଜା ପାଉଛନ୍ତି ମା’ କାତ୍ୟାୟନୀ। ମାତା କାତ୍ୟାୟନୀ ଚତୁର୍ଭୁଜା ହୋଇଥିବାବେଳେ, ଦୁଇ ହାତରେ କମଳ ଓ ଖଣ୍ଡାଧରି ବସିଛନ୍ତି,ଆଉ ଅନ୍ୟ ଦୁଇହାତ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି । ମାଆଙ୍କର ବାହାନ ହେଉଛି ସିଂହ।

ମାତା କାତ୍ୟାୟନୀ ମହିଷାସୁରକୁ ବଦ୍ଧ କରିଥିଲେ । ସେଥିପାଇଁ ତାଙ୍କୁ ପାପୀ, ଅସୁର,ଦାନବଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ।ଶାସ୍ତ୍ରରେ ନିର୍ଦ୍ଦେଶ ରହିଛି ମା’ କାତ୍ୟାୟନୀ ଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରୀୟ ବଶ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ । ପୌରାଣିକ ମତରେ, ଯେଉଁ କନ୍ୟାର ବିବାହରେ ବିଳମ୍ବ ଯୋଗ ଦେଖାଏ ସେହି କନ୍ୟା ବିଧି ମୁତାବକ ମାଆଙ୍କର ପୂଜା କଲେ ବାହାଘର ଶୀଘ୍ର ହୋଇଯାଏ ବୋଲି ବିଶ୍ୱାସ ରହିଛି।

କାତ୍ୟାୟନି ନାମ ସମ୍ବନ୍ଧରେ ପୁରାଣ ରେ ଏକ ସୁନ୍ଦର କଥା ରହିଛି। କତ ନାମକ ଜଣେ ପ୍ରସିଦ୍ଧ ଋଷି ଥିଲେ। ତାଙ୍କ ଔରସ ରୁ କାତ୍ୟ ଗୌତ୍ରରେ ବିଶ୍ବପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମଲାଭ କରି ଥିଲେ। ଯେତବେଳେ ଅସୁର ମହିଷାସୁର ର ଅତ୍ୟାଚାର ଦେବତା ଓ ଋଷି ମାନଙ୍କ ଉପରେ ବଢିଗଲା ତାର ବିନାଶ ପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଜଣେ ଦେବୀଙ୍କୁ ଉତ୍ପନ୍ନ କରିଥିଲେ । ସିଏ ଥିଲେ ଜଗଦମ୍ବା କାତ୍ୟାୟନୀ। ପୌରାଣିକ ମତରେ କାତ୍ୟାୟନ ଋଷିଙ୍କ ଆଶ୍ରମରେ ଜନ୍ମଲାଭ କରିଥିବାରୁ ତାଙ୍କ ନାମ କାତ୍ୟାୟନୀ ହୋଇଥିଲା ବୋଲି। ଶ୍ରୀମଦ ଭାଗବତ ମହାପୁରାଣ ଅନୁସାରେ ଭଗବାନ କୃଷ୍ଣଙ୍କୁ ପତିରୂପେ ପାଇବା କୁ ବ୍ରଜର ଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ । ତେଣୁ ବିବାହ ହୋଇପାରୁ ନଥିବା ଯୁବତୀ ମାନେ ମାଆଙ୍କ ଆରାଧନା କଲେ ମନଲାଖି ସ୍ୱାମୀ ମିଳେ ବୋଲି ବିଶ୍ୱାସ ରହିଛି।ମା କାତ୍ୟାୟନୀ ଙ୍କ ପ୍ରସିଦ୍ଧ ପ୍ରସାଦ ହେଉଛି ଖେଚୁଡ଼ି ବା ହଳଦିଆ ରଙ୍ଗର ଖାଦ୍ୟ। ଏହାକୁ ନିଷ୍ଠାର ସହିତ କରି ଭୋଗ ଲଗାନ୍ତୁ। ଛୋଟ ପିଲାଙ୍କୁ ଦେବା ସହ ନିଜେ ସେବନ କରନ୍ତୁ।ମନୋଭିଷ୍ଟ ପୂରଣ ହେବ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )