
ପ୍ରତିଦିନ ମନୁଷ୍ୟ ସମାଜକୁ ମରଣ ମୁହଁକୁ ନେଉଛି ପ୍ଲାଷ୍ଚିକ୍ !
ସାରା ଦୁନିଆରେ ପ୍ଲାଷ୍ଟିକ୍ ଏବେ ଚିନ୍ତା ବଢାଇଲାଣି । ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିଥିବା ବିଭିନ୍ନ କଟକଣା ଠିକ୍ ଭାବେ ପାଳନ ହେଉନଥିବାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ର ଠିକଭାବରେ ପରିଚାଳନା ହୋଇପାରୁ ନାହିଁ । ସହରାଞ୍ଚଳ ଗୁଡିକରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି ।
ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳ ରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ ଏହାର ବିଘଟନକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ପରିବେଶ ବିଜ୍ଞାନୀମାନେ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ କେବଳ ସ୍ମାର୍ଟସିଟିରୁ ୨୦୧୮-୧୯ରେ ରାଜ୍ୟରୁ ବାର୍ଷିକ ୧୫,୨୯୨ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ୨୦୧୯-୨୦ରେ ତାହା ୧୭,୫୨୦ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଥିଲା । ତେବେ ଚିନ୍ତାର ବିଷୟ ହେଉଛି ଯେ ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନଷ୍ଟ କରିବାପାଇଁ କୌଣସି ବ୍ୟବସ୍ଥା ନଥିବାରୁ ତାହାକୁ ମାଟିରେ ପକାଇ ଦିଆଯାଉଛି । ଯାହାଫଳରେ ହେଉଛି ପରିବେଶ ପ୍ରଦୁଷଣ ।
ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁଁ ନାଳ ନର୍ଦ୍ଦମା ଜାମ୍ ହେବା ସହିତ ମାଟି ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ଖାଇ ଗାଈ ଗୋରୁ ମୃତ୍ୟୁ ମୁଖରେ ପଡୁଛନ୍ତି ଏବଂ ଜୀବଜଗତ ରେ ସୃଷ୍ଟିହେଉଛି ଏକ ଅପୂରଣୀୟ କ୍ଷତି ।
ତେବେ ଏହି ପ୍ଲାଷ୍ଟିକ୍ କଣ?
ପ୍ଲାଷ୍ଟିକ୍ ହେଉଛି ଏକ ସାମଗ୍ରୀ । ପ୍ଲାଷ୍ଟିକ୍ ହେଉଛି ସିନ୍ଥେଟିକ୍ କିମ୍ବା ପଲିମର ଯାହା ନରମ ହେଲେ ଆକୃତି ହୋଇପାରେ ଏବଂ ପରେ ଦିଆଯାଇଥିବା ଆକୃତି ବଜାୟ ରଖିବା ପାଇଁ କଠିନ ହୋଇପାରେ । ପ୍ଲାଷ୍ଟିକ୍ ହେଉଛି ସିନ୍ଥେଟିକ୍ କିମ୍ବା ଅର୍ଦ୍ଧ-ସିନ୍ଥେଟିକ୍ ସାମଗ୍ରୀର ଏକ ବ୍ୟାପକ ମିଶ୍ରଣ ଯେଉଁଥିରେ ପଲିମରକୁ ଏକ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରାଯାଏ ।
ପ୍ଲାଷ୍ଟିକ୍ ର ପ୍ରକାରଭେଦ –
- Thermoplastic –
ପ୍ଲାଷ୍ଟିକ୍ ଯାହା ଗରମ ହେବା ପରେ ସହଜରେ ବିକୃତ ହୋଇପାରେ ଏବଂ ସହଜରେ ବଙ୍କା ହୋଇପାରେ । ପଲିମରଗୁଡିକର ମିଶ୍ରଣ ଥର୍ମୋପ୍ଲାଷ୍ଟିକ୍ ଅଧୀନରେ ଆସେ ।
ଉଦାହରଣ: PVC, ନାଇଲନ୍, ପଲିଥିନ, ଇତ୍ୟାଦି ।
- Thermosetting –
ପ୍ଲାଷ୍ଟିକ୍ ଯାହା ଗରମ ପରେ ମଧ୍ୟ ପୁନର୍ବାର ନରମ ହୋଇପାରିବ ନାହିଁ ।
ଉଦାହରଣ: Bakelite, melamine ଇତ୍ୟାଦି । ବୈଦୁତିକ ସୁଇଚ୍ ତିଆରି ପାଇଁ Bakelite ବ୍ୟବହୃତ ହେଉଥିବାବେଳେ ଫ୍ଲୋର ଟାଇଲ୍ ପାଇଁ melamine ବ୍ୟବହୃତ ହୁଏ ।
ଯେଉଁଆଡେ ଦେଖିବେ ଖାଲି ପ୍ଲାଷ୍ଟିକ୍ ଆଉ ପ୍ଲାଷ୍ଟିକ୍ । ପ୍ଲାଷ୍ଟିକ୍ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ପାଲିଟିଯାଇଛି । ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ପରି ଅଭ୍ୟାସରେ ପରିଣତ ହୋଇଯାଇଛି । ଆମେ ବଜାରରୁ କିଣୁଥିବା ଖାଦ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ ଏବଂ ପ୍ଲାଷ୍ଟିକ୍ ଟିଫିନ୍ ବକ୍ସରେ ଆଣୁଛୁ । ଅନ୍ୟାନ୍ୟ ପ୍ରକାରର ପ୍ଲାଷ୍ଟିକ୍ ପାତ୍ରରେ ବାହାରେ ଟିଫିନ୍ କିମ୍ବା ମିଲ୍ କରିଥାଉ । କାହିଁକିନା ପ୍ଲାଷ୍ଟିକ୍ ପାତ୍ରକୁ ବ୍ୟବହାର କରିବା ସହଜ ହୋଇଥାଏ । ପ୍ଲାଷ୍ଟିକ ପଦାର୍ଥ ଗୁଡିକ ଅନ୍ୟ ପଦାର୍ଥ ଅପେକ୍ଷା ଶସ୍ତା ପଡିଥାଏ ଏବଂ ଅଧିକ ଦିନ ଯାଏ ବ୍ୟବହାର ଉପଯୋଗୀ ହୋଇ ରହିଥାଏ ।
କିନ୍ତୁ ଅନେକ ଲୋକ ଜାଣି ନାହାନ୍ତି ଯେ, ପ୍ଲାଷ୍ଟିକ୍ କ୍ୟାନସର ର କାରଣ ହେଇପାରେ । ଅତ୍ୟଧିକ ପ୍ଲାଷ୍ଟିକ୍ ସଂସ୍ପର୍ଶରେ ଆସିଲେ କ୍ୟାନସର ତଥା ଅନ୍ୟାନ୍ୟ ରୋଗ ହେବାର ସଂମ୍ଭାବନା ଥାଏ । ପ୍ଲାଷ୍ଟିକ୍ ହେଉଛି ଏକ non-biodegradable ପଦାର୍ଥ ଯାହା Petrochemicals ରୁ ନିର୍ମିତ ଏବଂ ଏହା ପ୍ରକୃତିରେ ମିଳେ ନାହିଁ । ପ୍ଲାଷ୍ଟିକ ମାନବ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ଲାଷ୍ଟିକ ରୁ ନିର୍ଗତ ମାଇକ୍ରୋପ୍ଲାଷ୍ଟିକ୍ ଅତ୍ୟନ୍ତ ବିପଜ୍ଜନକ । ପ୍ଲାଷ୍ଟିକ୍ endocrine-disrupting ରାସାୟନିକ ପଦାର୍ଥର ବିସ୍ତାରର ଉତ୍ସ ଅଟେ ।
EDC ହେଉଛି endocrine-disrupting chemicals । EDC ଗୁଡିକ ହେଉଛି ରାସାୟନିକ ପଦାର୍ଥ ଯାହା ଶରୀରର ହରମୋନ୍ ସିଷ୍ଟମକୁ ବ୍ୟାହତ କରିଥାଏ ଏବଂ କର୍କଟ, ମଧୁମେହ, ପ୍ରଜନନ ବ୍ୟାଧି ଏବଂ ଗର୍ଭସ୍ଥ ଶିଶୁ ଏବଂ ଶିଶୁମାନଙ୍କର ସ୍ନାୟୁଗତ ଦୁର୍ବଳତା ସୃଷ୍ଟି କରିପାରେ । ଖାଦ୍ୟ ଉତ୍ପାଦନ ଏବଂ ପ୍ୟାକେଜିଂ, ରୋଷେଇ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା, ଶିଶୁ ଖେଳନା, ଅବକାଶ ସାମଗ୍ରୀ, ଆସବାବପତ୍ର, ଘର ଇଲେକ୍ଟ୍ରୋନିକ୍ସ, ବସ୍ତ୍ର, ଅଟୋମୋବାଇଲ୍ ଏବଂ ପ୍ରସାଧନ ସାମଗ୍ରୀରେ EDC ଥିବା ପ୍ଲାଷ୍ଟିକ୍ ବହୁଳ ଭାବରେ ବ୍ୟବହୃତ ହୁଏ ।
ଗୋଟିଏ ଗବେଷଣାରୁ ଜଣାଗଲା ଯେ, ମନୁଷ୍ୟ ଯଦି ଅତ୍ୟଧିକ ମାତ୍ରାରେ ପ୍ଲାଷ୍ଟିକ୍ ସଂସ୍ପର୍ଶରେ ଆସେ, ତେବେ କିଛି ବର୍ଷ ମଧ୍ୟରେ ତା ଶରୀରରେ ମାଇକ୍ରୋ ପ୍ଲାଷ୍ଟିକ୍ ଦେଖିବାକୁ ମିଳିଥାଏ । ଏପରିକି ରକ୍ତରେ ମଧ୍ୟ ମାଇକ୍ରୋ ପ୍ଲାଷ୍ଟିକ୍ ଦେଖିବାକୁ ମିଳିପାରେ ।
ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ମାନବ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ୍ ଆବିଷ୍କାର କରି ଚେତାବନୀ ଦେଇଛନ୍ତି ଯେ ସର୍ବବ୍ୟାପୀ ପ୍ଲାଷ୍ଟିକ୍ କଣିକା ମଧ୍ୟ ମନୁଷ୍ୟ ଶରୀରରେ ପ୍ରବେଶ କରିପାରେ। ଅଧିକାଂଶ ଅଦୃଶ୍ୟ ପ୍ଲାଷ୍ଟିକର କ୍ଷୁଦ୍ର ଖଣ୍ଡଗୁଡ଼ିକ ପୃଥିବୀର ପ୍ରାୟ ସବୁ ସ୍ଥାନରେ, ଗଭୀର ମହାସାଗରଠାରୁ ଉଚ୍ଚ ପର୍ବତ ପର୍ଯ୍ୟନ୍ତ, ବାୟୁ, ମୃତ୍ତିକା ଏବଂ ଖାଦ୍ୟ ଶୃଙ୍ଖଳରେ ମଧ୍ୟ ମିଳିସାରିଛି ।
Microplastic particles have been found in human organs for the first time! 😟
Microplastic pollution effects the entire planet. The best way to tackle the problem is to massively reduce the amount of plastic that’s being made and used.https://t.co/ARSPnjttLn
— Greenpeace UK (@GreenpeaceUK) August 17, 2020
ଗୁରୁବାର ଦିନ Environment International journal ପ୍ରକାଶିତ ଏକ ଡଚ୍ ଅଧ୍ୟୟନରେ ୨୨ ଜଣ ଅଜ୍ଞାତ, ସୁସ୍ଥ ସ୍ୱେଚ୍ଛାସେବୀଙ୍କ ରକ୍ତ ନମୁନା ଯାଞ୍ଚ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦% ଙ୍କ ପାଖରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିଲା।
ଆଇଆଇଟି ଅଧ୍ୟୟନରେ ଗୋଟିଏ ଥର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ କପରୁ ଚା ପିଇବାରେ ପ୍ଲାଷ୍ଟିକ ପ୍ରଦୂଷଣ ହେବାର ଆଶଙ୍କା ଦର୍ଶାଯାଇଛି । ଗବେଷଣା ରୁ ଜଣାପଡିଛି ଯେ ମାଇକ୍ରୋପ୍ଲାଷ୍ଟିକ୍ ଅନେକ ମାର୍ଗ ଦେଇ ଶରୀରକୁ ପ୍ରବେଶ କରିପାରେ ଯେପରି ବାୟୁ, ଜଳ କିମ୍ବା ଖାଦ୍ୟ ମାଧ୍ୟମରେ, କିନ୍ତୁ ନିର୍ଦ୍ଦିଷ୍ଟ ଟୁଥପେଷ୍ଟ, ଲିପ୍ ଗ୍ଲୋସ୍ ଏବଂ ଟାଟୁ ଇଙ୍କି ଭଳି ଦ୍ରବ୍ୟରେ ।
ବ୍ରିଟେନର National Oceanography Centre anthropogenic contaminants ବୈଜ୍ଞାନିକ Alice Horton କହିଛନ୍ତି ଯେ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଏକ ଅଧ୍ୟୟନ ପ୍ରମାଣିତ ହୋଇସାରିଛି । ଯଦି ଏହା ଅଧିକ ଜନସଂଖ୍ୟାରେ ଦେଖାଦିଏ, ତେବେ ଏହା ମାରାତ୍ମକ ରୋଗର କାରଣ ହେବ । ଯାହାକି ପିଢୀ ପରେ ପିଢୀ ଦେଖାଦେବ । ମନୁଷ୍ୟର DNA ରେ ଅସୁବିଧା ହେବ ।
- ରକ୍ତ କର୍କଟ
- ସ୍ତନ କର୍କଟ
- କିଡନୀ କର୍କଟ
- ଫୁସଫୁସ କର୍କଟ
ଏଗୁଡିକ ଦେଖାଦେବ ।
ଯେତେ ପାରୁଛନ୍ତି ପ୍ଲାଷ୍ଟିକ ଠାରୁ ଦୁରେଇ ରହନ୍ତୁ –
- ରାତିରେ ରଖିଥିବା ମୃଦୁପାନୀୟ ବୋତଲର ପାଣିକୁ ସକାଳେ ପିଅନ୍ତୁ ନାହିଁ । ତମ୍ବା ବୋତଲ ର ବ୍ୟବହାର କରନ୍ତୁ । ଏହା ଦେହପାଇଁ ଅତ୍ୟନ୍ତ ଭଲ । ଷ୍ଟିଲ୍ କିମ୍ବା ମାଟିପାତ୍ର ବ୍ୟବହାର କରିପାରିବେ । ଯଦି ଏସବୁର ସୁବିଧାନ ନାହିଁ ତେବେ Water Purifiers ର ବ୍ୟବହାର କରନ୍ତୁ ।
- ଚେଷ୍ଟା କରନ୍ତୁ ଯେପରି ପାରୁପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ଠାରୁ ନିଜକୁ ଦୁରେଇ ରଖିବେ –
ଯଦି ବ୍ୟବହାର କରୁଛନ୍ତି ତେବେ କେବଳ BPA FREE ପ୍ଲାଷ୍ଟିକ୍ ବ୍ୟବହାର କରନ୍ତୁ ।