ଟମାଟୋ ଖାଇଏହି ରୋଗ ମାନଙ୍କରୁ ମୁକ୍ତି ପାଆନ୍ତୁ
ପନିପରିବା ମଧ୍ୟରେ କିଛି ଏମିତି ବି ପରିବା ଥାଏ ଯାହା କୌଣସି ବି ଖାଦ୍ୟରେ ପଡ଼ିଲା ମାତ୍ରକେ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । ସେହିଭଳି ଏକ ପରିବା ହେଉଛି ଟମାଟୋ, ଯାହାକି ପ୍ରାୟ ପ୍ରତ୍ୟେକ ଟି ଖାଦ୍ୟରେ ବ୍ୟବହୃତ ହୋଇଥାଏ । ଏହାକୁ ଆପଣ ଚଟଣୀ କିମ୍ବା ସାଲାଡ କରିକି ମଧ୍ୟ ଖାଇପାରନ୍ତି । ଟମାଟୋ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟପ୍ରତି ସେତିକି ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ଚାଲନ୍ତୁ ଆଜି ଜାଣିବା ଟମାଟୋ ଆମ ସ୍ୱାସ୍ଥ୍ୟପ୍ରତି କେତେ ଲାଭଦାୟକ।ଟମାଟୋ, ଏଭଳି ଏକ ପରିବା ଯେଉଁଥିରେ ପ୍ରୋଟିନ୍, ପ୍ରାକୃତିକ ଚିନି, ଫାଇବର, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ସୋଡିୟମ୍, ଭିଟାମିନ୍-ଏ, ଫସ୍ଫରସ୍, ଭିଟାମିନ୍-ଇ, ଭିଟାମିନ୍, ଭିଟାମିନ୍-ସି, ରିବୋଫ୍ଲାବିନ୍, ଭିଟାମିନ୍-ବି-୬ ଭର୍ପୁର୍ ମାତ୍ରାରେ ମିଳିଥାଏ । ଟମାଟୋରେ ପୋଷକ ତତ୍ତ୍ୱର ଅଭାବ ନାହିଁ । ଯଦି ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରୁଛନ୍ତି ତେବେ ଆପଣ ଏହି ଭଳି ଅନେକ ପୋଷକ ତତ୍ତ୍ୱ ପାଇପାରିବେ ।
ହୃଦଘାତର ଉପଚାର:
ଆଜିର ସମୟରେ ଅନେକ ଲୋକ ହୃଦଘାତର ଶିକାର ହେଉଥିବା ଜଣା ପଡ଼ିଛି । ସେଥି ମଧ୍ୟରୁ ଉଚ୍ଚ କୋଲେଷ୍ଟ୍ରଲ କାରଣରୁ ରକ୍ତବାହୀ ଅବରୋଧ କରିବା ଆରମ୍ଭ କରିଦିଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଟମାଟ ଖାଇପାରିବେ ନଚେତ୍ ଏହାର ରସ ପିଇ ପାରିବେ ଯାହା ଫଳରେ ହୃଦଘାତ ଓ ଷ୍ଟ୍ରୋକ୍ ହେବାର ଆଶଙ୍କା ମାତ୍ରାଧିକ କମିଯାଏ ।
ପେଟରେ ଥିବା ଜୀବାଣୁ:
ପେଟରେ ଥିବା ଜୀବାଣୁ ଗୁଡ଼ିକୁ ବାହାର କରିବା ବେଳେ ବେଳେ କଷ୍ଟକର ହୋଇପଡ଼େ । ସେଥିପାଇଁ ଡାକ୍ତରଙ୍କ ପାଖକୁ ଯିବା ପରିସ୍ଥିତି ଆସିଯାଏ । କିନ୍ତୁ ଏହାର ଚିକିତ୍ସା ଆପଣଙ୍କ ଘରେ ଆପଣଙ୍କ ରୋଷଇ ଘରେ ହିଁ ଅଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଆପଣଙ୍କୁ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋଲମରିଚ ଗୁଣ୍ଡ ସହ ଟମାଟୋ ଖାଇବା ଉଚିତ୍ । ଯାହାଦ୍ୱାରା ପେଟର ଜୀବାଣୁ ମରିଯାଆନ୍ତି ଏବଂ ଷ୍ଟୁଲ୍ ଦେଇ ବାହାରକୁ ଆସିଯାଏ ।
ଗ୍ୟାସ୍ଟିକ୍ ପାଇଁ ଚର୍ମରେ ଘା:
ଡାକ୍ତରଙ୍କ ମତରେ ସକାଳୁ ଖାଲି ପେଟରେ ରହିବା କଥା ନୁହେଁ ଯାହା ଫଳରେ ଗ୍ୟାସଟିକ୍ର ସମସ୍ୟା ବଢ଼ି ଯାଇଥାଏ । କିଛି ଲୋକଙ୍କର ପେଟରେ ଉତ୍ତାପ ବଢ଼ିଥାଏ । ଯାହାଫଳରେ ଚର୍ମରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତିରେ ଆପଣ ସକାଳୁ ଖାଲି ପେଟରେ ଟମାଟ ଖାଇପାରିବେ । ଯାହାଫଳରେ ଆପଣଙ୍କ ପେଟରେ ହେଉଥିବା ଜ୍ୱଳନ କମିଯାଏ ।
ଆଖି :
ଯେଉଁମାନଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗିଛି ସେମାନଙ୍କ ପାଇଁ ଟମାଟୋ ଏକ ରାମବାଣ ଚିକିତ୍ସା ହୋଇଥାଏ । କାରଣ ଟମାଟୋରେ ଭିଟାମିନ୍-ଏ ଭର୍ପୁର୍ ମାତ୍ରା ରେ ରହିଥାଏ । ତେଣୁ ଏହା ଆପଣଙ୍କ ଆଖିପାଇଁ ଭଲ ହୋଇଥାଏ । ଏଥିପାଇଁ ଆପଣ ସକାଳୁ ଗୋଟିଏ ଟମାଟୋ ଖାଇପାରିବେ ।