ପିଆଜକୁ ଏମିତି ଖାଇଲେ ଦୂର ହେଇଯିବ ସବୁ ସମସ୍ୟା
ପିଆଜ ହେଉଛି ଏକ ପରିବା । ଯାହାକୁ ଆମେ ଖାଦ୍ୟ ସୁଆଦ କରିବା ପାଇଁ ମସଲା ଭାବରେ ବ୍ୟବହାର କରିଥାଉ । ଅନେକ ଲୋକ କିନ୍ତୁ ପିଆଜର ଖରାପ ବାସ୍ନା ପାଇଁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଏହା ଆପଣଙ୍କ ଶରୀର ପାଇଁ ଉପକାରୀ ହୋଇଥାଏ । ତେବେ ଆପଣ ପିଆଜ ରସ ପିଇବା କଥା ଜାଣିଛନ୍ତି କି? ଜାଣିଛନ୍ତି କି ପିଆଜର କେତେ ଉପକାରିତା ରହିଛି? ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ କି ଆମ ଶରୀର ପାଇଁ ପିଆଜ କେତେ ଲାଭଦାୟୀ ।
ଓଜନ ହ୍ରାସ:
ଆଜିର ସମୟରେ ନିଜ ଶରୀର ପାଇଁ ସମସ୍ତେ ସର୍ତକ ରହିବା ପସନ୍ଦ କରୁଛନ୍ତି । ତେବେ ଆପଣ ବି ଯଦି ନିଜ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣ ଖାଲି ପେଟରେ ପିଆଜ ରସ ପିଅନ୍ତୁ । ଏହା ଆପଣଙ୍କ ଶରୀରର ଡିଟକ୍ସଫିକେସନ୍ର ମଧ୍ୟ ସହାୟକ ହୋଇଥାଏ ଓ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ସାଧାରଣତଃ ପିଆଜରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କ ମେଟାବୋଲିଜିମ୍ରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରିଥାଏ ।
ସୁସ୍ଥ ଚର୍ମ:
ଶୀତ ଦିନେ ସାଧାରଣତଃ ଆମ ଚର୍ମ ଶୁଷ୍କ ହୋଇଯାଏ, ଓ ଶରୀରକୁ ଡ୍ରାଏ ଲାଗେ । ଏହି ଅସୁବିଧାରୁ ମୁକ୍ତ ଓ ସୁସ୍ଥ ଚର୍ମ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ । ଗୋଟିଏ ପାତ୍ରରେ ନିଅନ୍ତୁ କିଛି ପିଆଜ ରସ,ସ୍ୱାଦ ଅନୁସାରେ ଲୁଣ ଓ କିଛି ଲେମ୍ବୁ ରସ ଏହାକୁ ମିଶାଇ ପିଅନ୍ତୁ । ଏହି ମିଶ୍ରଣକୁ ପିଇବା ଦ୍ୱାରା ଆପଣଙ୍କ ଶରୀରର ଆଭ୍ୟନ୍ତରୀଣ ଭାବରେ ସଫା ହୋଇଯିବ । ଯେଉଁ କରଣରୁ ଆପଣଙ୍କ ଚର୍ମ ଚମକିବା ଆରମ୍ଭ କରିଦବ ।
ପ୍ରତିରୋଧକ ଶକ୍ତି:
ପ୍ରତିରୋଧକ ଶକ୍ତିି ବଢ଼େଇବା ପାଇଁ ଅନେକ ଉପାୟ ଅଛି ସେହି ମଧ୍ୟରୁ ପିଆଜ ଅନ୍ୟତମ । ପିଆଜ ଭିଟାମିନ୍ ସି ଏବଂ ଜିଙ୍କ ପରି ଗୁଣରେ ଭରପୂର ଅଟେ । ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାରେ ସାହାର୍ଯ୍ୟ କରେ । ଯାହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ ।
ସୁସ୍ଥ କେଶ:
ଝିଅ ପିଲା ହୁଅନ୍ତୁ କି ପୁଅ ପିଲା ନିଜ କେଶ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । କିନ୍ତୁ ଶୀତ ଦିନ ହେଲେ କେଶରେ ରୂପି ହେବା ଯେମିତି ଗୋଟିଏ ସାଧାରଣ କଥା କିନ୍ତୁ ରୂପି ହେବା ଦ୍ୱାରା ମୁଣ୍ଡର ତ୍ୱଚା ଶୁଷ୍କ ହୋଇଯାଏ । ଯାହାଫଳରେ କେଶ ଝଡ଼ିବା ଆରମ୍ଭ ହୋଇଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପିଆଜକୁ ବାଟି ତା ରସକୁ କେଶର ମୂଳରେ ଲଗାଇପାରିବେ । କିଛି ସମୟ ରଖି ଭଲ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ ଏହା ଆପଣଙ୍କ ଚୁଟିକୁ ଶୁଷ୍କ ଓ ରୂପି ହେବାରୁ ରକ୍ଷା କରିବ । ଏହା ବ୍ୟତୀତ ଆପଣ ଯଦି ଆପଣ ପିଆଜ ରସ ପିଅନ୍ତି ତେବେ ଏହା ଆପଣଙ୍କ କେଶକୁ ମଧ୍ୟ ଶକ୍ତିଶାଳୀ କରିଥାଏ । ପିଆଜ ଆପଣଙ୍କ କେଶ ଭିତରୁ ପୃଷ୍ଟିକର କରିଥାଏ । ଯାହା ଆପଣଙ୍କ କେଶକୁ ଦୃଢ଼ ଓ ମୋଟା କରିଥାଏ ।