ପର୍ବପର୍ବାଣୀରେ ତେଲ ଜିନିଷ ଖାଇବା ପଡ଼ୁଛି ମହଙ୍ଗା, ସମାଧାନ ପାଇଁ ଆପଣାନ୍ତୁ ଏହି ଉପାୟ
କୋଷ୍ଠକାଠିନ୍ୟରୁ ଏବେ ମଳିବ ମୁକ୍ତି
ସାଧାରଣତଃ ପର୍ବପର୍ବାଣୀରେ ଲୋକମାନେ ମିଠା, ଖଜା, ତେଲରେ ଛଣାଛଣି ଖାଇବା ପ୍ରଚୁର ପରିମାଣରେ ଖାଇଦେଇଥାନ୍ତି । ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଯଥା ବ୍ଲୋଟିଂ, କନଷ୍ଟିପେସନ, ଅବଡୋମିନାଲ ପେନ୍ ଇତ୍ୟାଦି । ଯେଉଁକାରଣରୁ ଲୋକମାନେ ମନଖୋଲା ପର୍ବପର୍ବାଣୀକୁ ଉପଭୋଗ କରିପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ କେମିତି କରିବେ ଏହି ଅସୁବିଧାର ସମାଧାନ? ଆସନ୍ତୁ ଜାଣିବା କଣ ରହିଛି ଏହି ଅସୁବିଧାର ସମାଧାନ ।
() ପର୍ବପର୍ବାଣୀ ନିକଟତର ହେଲେ ସବୁ ଘରେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ହେଲେ ବେଳେ ବେଳେ ଏହି ସମୟରେ ଦେହ ଖରାପ ହେବାକୁ ଖାତିର ନକରି ଲୋକେ ବହୁତ କିଛି ଖାଇ ଦେଇଥାନ୍ତି । ଯାହା ଫଳରେ ଏସିଡ୍, କୋଷ୍ଠକାଠିନ, ପେଟ କାଟିବା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ କଣ କରିବା ଦରକାର?
ଭଲ ନିଦ ହେବା ଦରକାର:
ପର୍ବପର୍ବାଣୀ ଆସିଲା ମାତ୍ରେ ଘରକୁ ଅତିଥି ଆସିବା ନିଶ୍ଚିନ୍ତ ହେଇଯାଏ । ଘର ଉତ୍ସାହ ମୂଖର ହୋଇପଡ଼େ । ଘରମାନଙ୍କରେ ବିଭିନ୍ନ ପ୍ରକାରର ଆୟୋଜନ ହୋଇଥାଏ । ଯେଉଁଁକାରଣରୁ ଶୋଇବା ଠିକ୍ ହୁଏ ନାହିଁ । ବେଳେ ବେଳେ ୨,୩ ଘଣ୍ଟା ହିଁ ଶୋଇବାକୁ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ । କୁହାଯାଏ କି ଆପଣ ଯେତିକି ସମୟ ଅନିଦ୍ରା ହୋଇକି ରହିବେ ଆପଣଙ୍କୁ ଭୋକ ଲାଗିବ ଆଉ ଆପଣ ଖାଇବେ । ତେଣୁ ଖାଇବା ଅନୁସାରେ ଶୋଇବା ଭରପୁର ଦରକାର ହୋଇଥାଏ ।
ହାଇଡ୍ରେଟ ରହିବା ଦରକାର:
ପର୍ବପର୍ବାଣୀ ହେଲେ ତେଲ ଜିନିଷ ଖାଇବା, କୋଲ୍ଡ ଡ୍ରିଙ୍କ, କକ୍ଟେଲ ଆଦି ଖାଇବା ପିବା ଦ୍ୱାରା ଶରୀର ହାଇଡ୍ରେଟ ହୋଇଯାଏ । ଏହି କାରଣରୁ ଏଭଳି ସମୟରେ ଦିନ ଯାକ ଭିତରେ ୩ରୁ ୪ ଲିଟର ପାଣି ପିବା ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ।
ଫଳ ଖାଇପାରିବେ:
ସାଧାରଣତଃ ବିଭିନ୍ନ ଲୋକଙ୍କୁ ବାର୍ ବାର୍ ପାଣି ପିଇବାକୁ ଭଲ ଲାଗିନଥାଏ । ଏଭଳି ଲୋକ ମାନେ ଫଳ ଖାଇପାରିବେ, ଯେପରିକି ତରଭୂଜ, ଅଙ୍ଗୁର, କମଳା, ଡାଳିମ୍ବ ଇତ୍ୟାଦି । ଏଭଳି ଅନେକ ଫଳ ଅଛି ଯେଉଁଥିରେ ଭରପୁର ପାଣି ରହିଥାଏ ଯାହାକୁ ଆପଣ ଖାଇପାରିବେ ଓ ଆପଣଙ୍କ ଶରୀରକୁ ହାଇଡ୍ରେଟ ହେବାରୁ ରକ୍ଷା କରିପାରିବେ । ଏହା ଛଡ଼ା ଆପଣଙ୍କ ଶରୀରକୁ ଉଚିତ୍ ପରିମାଣର ପାଣି ମିଳିପାରିବ ଓ ବ୍ଲୋଟିଂରୁ ମଧ୍ୟ ରକ୍ଷା ପାଇପାରିବେ ।
ଆଲକୋହଲରୁ ଦୂରେଇ ରୁହନ୍ତୁ:
ସାଧାରଣତଃ ପର୍ବପର୍ବାଣୀ ହେଲା ମାତ୍ରେ ଲୋକମାନେ ପାର୍ଟିର ଆୟୋଜନ କରିଥାନ୍ତି । ଯେଉଁଠି ସେମାନେ ଆଲ୍କୋହଲ୍ ସେବନ କରିଥାନ୍ତି । ତେବେ ଆପଣଙ୍କୁ ଯଦି ବ୍ଲୋଟିଂର ସମସ୍ୟା ରହିଛି ତେବେ ଆପଣ ଆଲକୋହଲ ସେବନ କରିବା ଠିକ୍ ନୁହେଁ । ଆଉ ଯଦି ବି ପିଉଛନ୍ତି ତେବେ କମ୍ ମାତ୍ରାରେ ଆଲ୍କୋହଲ୍ ପିଅନ୍ତୁ । କାରଣ ମାତ୍ରାଧିକ ଆଲୋକହଲ ସେବନ କରିବା ଦ୍ୱାରା ବ୍ଲୋଟିଂର ସମସ୍ୟା ବଢ଼ିପାରେ ।
କଫି ପିଇବେ ନାହିଁ:
ପ୍ରାୟତଃ ପର୍ବପର୍ବାଣୀରେ ଏତେ କାମ ରହିଥାଏ ଯେ ହାଲିଆ ହୋଇକି ଲୋକ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କିନ୍ତୁ ଏପ୍ରତି ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ପଡ଼ିବ । କାରଣ କଫି ପିଇବା ଦ୍ୱାରା ନିଦ ଲାଗିନଥାଏ । ଆଉ ନିଦ ନଲାଗିବା ଦ୍ୱାରା ଅଧିକ ଭୋକ ଲାଗିଥାଏ । ଯାହାକୁ ଧ୍ୟାନ ଦେବା ଜରୁରୀ ହୋଇପଡ଼େ ।

