ଇତିହାସରେ ଲିପିବଦ୍ଧ ହୋଇ ରହିଛି ଭାରତୀୟ ମନ୍ଦିରର ରହସ୍ୟ
ଆମ ଦେଶ ଭାରତ ହେଉଛି ଏକ ଧର୍ମ ନୀରପେକ୍ଷ ଦେଶ । ଯେଉଁଠି କେବଳ ହିନ୍ଦୁ ନୁହେଁ ବରଂ ବିଭିନ୍ନ ଧର୍ମ ଅବଲମ୍ବି ବ୍ୟକ୍ତି ବିଶେଷ ରହିଥାନ୍ତି । କିନ୍ତୁ ହିନ୍ଦୁତ୍ୱର ମାନ୍ୟତା ଏଠି ଅଧିକ ଥାଏ । ଯାହର ପ୍ରମାଣ ହେଉଛି ହିନ୍ଦୁ ମନ୍ଦିର, ଯାହା ଏକ ଆଧ୍ୟାତ୍ମିକ ଜାଗା ବୋଲି ମନ୍ୟତା ରହିଛି । ଯେଉଁଠି ଅତିତର ବିଭିନ୍ନ କଳା ଓ କାରୁକାର୍ଯ୍ୟ ଦେଖିବାକୁ ମିଳେ । ସେହି ମଧ୍ୟରୁ ଏକ କାରୁକାର୍ଯ୍ୟ ହେଉଛି କାମୋତ୍ତେଜକ । ତେବେ ଏଠି ଅନେକଙ୍କ ମନରେ ପ୍ରଶ୍ନ ଉଠେ କି ମନ୍ଦିର ଭଳି ଏକ ଆଧାତ୍ମିକ ପରିବେଶରେ ଏଭଳି ମୃର୍ତ୍ତି କଣ ପାଇଁ ନିର୍ମାଣ ହୋଇଥାଏ ? ତେବେ ଯଦି ଆପଣ ଏ ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ସୂଚନା ଟି ଆପଣଙ୍କ ପାଇଁ ।() ଭାରତରେ ପୂର୍ବ ରୁ ପଶ୍ଚିମ ଓ ଉତ୍ତର ରୁ ଦକ୍ଷିଣ ଅନେକ ମନ୍ଦିର ଅଛି । ଯାହାକି ନିଜ ଆଧାତ୍ମିକତା ଓ ଧାର୍ମିକ ଭାବନାକୁ ନେଇ ପ୍ରସିଦ୍ଧ । ଏହି ଭଳି ମନ୍ଦିରରେ ପ୍ରବେଶ କଲା ମାତ୍ରେ ଏକ ଆଲୌକିକ ଶକ୍ତିକୁ ଅନୁଭବ କଲା ଭଳି ଲାଗେ । ମନ୍ଦିର ମାନଙ୍କରେ ଭାରତର ପୁରାତନ ଇତିହାସ ଦେଖିବାକୁ ମିଳେ । ତେବେ ଏହି ମନ୍ଦିରରେ ହୋଇଥିବା କାମୋତ୍ତେଜକ କାରୁକାର୍ଯ୍ୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରେ । ତେବେ ଏହି ଭଳି କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କିଛି ମନ୍ଦିରର ନାମ ହେଉଛି ମଧ୍ୟପ୍ରଦେଶର “ଖଜୁରାହୁ ମନ୍ଦିର”, ମହାରାଷ୍ଟ୍ରର “ମାର୍କଣ୍ଡେଶ୍ୱର ମନ୍ଦିର”, ଓଡ଼ିଶାର “କୋଣାର୍କ, ସୂର୍ଯ୍ୟମନ୍ଦିର”, କର୍ଣ୍ଣାଟକର “ଭିରୁପାକ୍ସା ମନ୍ଦିର” ଅନ୍ୟତମ ।ମଧ୍ୟପ୍ରଦେଶର “ଖଜୁରାହୁ ମନ୍ଦିର”- ଏହି ମନ୍ଦିର ଏବେ unesco ୱାର୍ଲ୍ଡ ହେରିଟାଇଡ ସାଇଟ୍ ତାଲିକାରେ ରଖାଯାଇଛି । ଏହି ମନ୍ଦିର ବିଶ୍ୱରେ ନିଜର ଏହି କାମୋତ୍ତେଜକ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ ଅଟେ । ଏହାର ନିର୍ମାଣ ୯୦୦ ଏଡି ରୁ ୧୧୩୦ ଏଡି ମଧ୍ୟରେ କରାଯାଇଥିଲା ।
ମହାରାଷ୍ଟ୍ରର “ମାର୍କଣ୍ଡେଶ୍ୱର ମନ୍ଦିର”- କୁହାଯାଏ କି ଏହି ମନ୍ଦିର ଗୋଟିଏ ରାତିରେ ଅଚାନକ ପ୍ରକଟ ହୋଇଥିଲା । ଯାହାକୁ ସୈତାନ ମାନେ ତିଆରି କରିଛନ୍ତି ବୋଲି କୁହାଯାଏ । ଏହି ମନ୍ଦିରରେ ମଧ୍ୟ କାମୋତ୍ତେଜକ କାରୁକାର୍ଯ୍ୟ ଦେଖିବାକୁ ମିଳେ ।
ଓଡ଼ିଶାର “କୋଣାର୍କ, ସୂର୍ଯ୍ୟମନ୍ଦିର”- ଆମେ ସମସ୍ତେ ଜାଣିଛେ ଯେ ୧୨୦୦ ବଢ଼େଇ ମିଶି ଏହି ମନ୍ଦିରର ନିର୍ମାଣ କରିଥିଲେ । ହେଲେ ଏହି ମନ୍ଦିରରେ ମଧ୍ୟ ଆମକୁ ଏହିଭଳି କାମୋତ୍ତେଜକ କାରୁକାର୍ଯ୍ୟ ଦେଖିବାକୁ ମିଳେ । ଯାହାକି ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରେ । ଏହି ମନ୍ଦିରରେ ହୋଇଥିବା କାରୁକାର୍ଯ୍ୟ “ଖଜୁରାହୁ ମନ୍ଦିର” ସହ ପ୍ରତିଯୋଗିତା କରେ ।
କର୍ଣ୍ଣାଟକର “ଭିରୁପାକ୍ସା ମନ୍ଦିର”- ଏହି ମନ୍ଦିର ମଧ୍ୟ unesco ୱାର୍ଲ୍ଡ ହେରିଟାଇଡ ସାଇଟ୍ ତାଲିକାରେ ରଖାଯାଇଛି। ମନ୍ଦିରର ଚାରିପାଖରେ ହୋଇଥିବା କାରୁକାର୍ଯ୍ୟ ଲୋକ ମାନଙ୍କୁ ଆକୃଷ୍ଟ କରିଥାଏ ।
ଏହି ୪ଟି ମନ୍ଦିରରେ ପଥରରେ ନିର୍ମିତ କାରୁକାର୍ଯ୍ୟରେ ଲିପିବଦ୍ଧ ହୋଇଥିବା କାହାଣୀକୁ ମଧ୍ୟ ଦର୍ଶାୟେ। କୁହାଯାଏ କି ଏହି ମନ୍ଦିର ଗୁଡ଼ିକୁ ନିର୍ମାଣ କରିଥିବା ରାଜା ମାନେ କଳାଯାଦୁ ବା ତାନ୍ତ୍ରିକ କାର୍ଯ୍ୟ ଅଭ୍ୟାସ କରୁଥିଲେ ।
ମନ୍ଦିରରେ କାମୋତ୍ତେଜକ କାରୁକାର୍ଯ୍ୟକରିବାର କାରଣ କଣ?
କିଛି ଜଣ କୁହନ୍ତି କି ପୂର୍ବରୁ ରାଜା ମହାରାଜା ମାନେ ମହା ଆଡ଼ମ୍ବରେ ବଞ୍ଚୁଥିଲେ । ନିଜ ଖୁସି ପାଇଁ ସେମାନେ ଏଭଳି କାରୁକାର୍ଯ୍ୟ ମନ୍ଦିରରେ କରାଉଥିଲେ । ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ କାମସୂତ୍ର ପାଠ ପାଇଁ ଏଭଳି କାରୁକାର୍ଯ୍ୟ ମନ୍ଦିରରେ ତିଆରି କରାଯାଉଥିଲା । କାରଣ ସେତେବେଳେ ଲୋକ ମାତ୍ରାଧିକ ମନ୍ଦରକୁ ହିଁ ଆସନ୍ତି ତେଣୁ ସେ ସମ୍ବନ୍ଧରେ ଅଧିକ କିଛି ଠିକ୍ ଜିନିଷ ଜାଣିପାରିବେ ବୋଲି ଏଭଳି କାରୁକାର୍ଯ୍ୟ କରାଯାଉଥିଲା । ଆମେ ସମସ୍ତେ ଜାଣିଛେ ଯେ ହିନ୍ଦୁ ଧର୍ମ ୪ଟି ସ୍ତମ୍ବ ଉପରେ ଆଧାରିତ ଯାହା ହେଉଛି, ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ୍ୟ ।ସେତେବେଳେ ଏହି ୪ଟି ସ୍ତମ୍ବକୁ ସମାନ ଦୃଷ୍ଟିରେ ଦେଖାଯାଉଥିଲା । ଆଉ ମନ୍ଦିର ଏଭଳି ଏକ ଯାଗା ଥିଲା ଯେଉଁଠି ଏହା ସମ୍ଭବ ଥିଲା । ଯେପରି କି ମନ୍ଦିରରେ ବହୁ ଦେବାଦେବୀଙ୍କ ମୃର୍ତ୍ତି ହେଉଛି ଧର୍ମର ପ୍ରତିକ ଏବଂ ସୁନା, ଗହଣ, ହୀରା, ମୋତି ଆଦି ଅର୍ଥର ପ୍ରତିକ ସେହି ଭଳି ଏଭଳି କାମୋତ୍ତେଜକ ମୁର୍ତ୍ତି କାମର ପ୍ରତିକ ଥିଲା ଓ ଶେଷରେ ମୋକ୍ଷ୍ୟ ତାକୁ କୁହାଯାଉଥିଲା, ଯିଏ କି ବାକି ୩ଟିର ନୀତି ଓ ନିୟମକୁ ଠିକ୍ ଭାବେ ପାଳନ କରୁଥିଲା । ତେଣୁ କାମ ଓ ତାର ଗୁମରକୁ ଜାଣିବା ପାଇଁ କୌଣସି ସନ୍ଦେହ ନରହିବା ପାଇଁ ଓ ଲୋକ ଯେମିତି ଏହି ସମ୍ବନ୍ଧରେ ଅଧିକ ଜାଣି ପାରିବେ ସେଥିପାଇଁ ଏହି ଭଳି କାରୁକାର୍ଯ୍ୟ କରାଯାଉଥିଲା ।ଅନ୍ୟଏକ ଥିଓରି ଅନୁସାରେ ଯେଉଁ ବ୍ୟକ୍ତି ବି ମନ୍ଦିର ଭିତରେ ପ୍ରବେଶ କରନ୍ତି ସେମାନେ ନିଜ କାମଇଚ୍ଛା ଓ ଅଭିଳାସା ଉପରେ ନିଜ ନିୟନ୍ତ୍ରଣ କରିବା ଦରକାର । ଯାହାକୁ ମନ୍ଦିର ବାହାରେ ଛାଡ଼ିକି ଆସିବାକୁ ହୋଇଥାଏ । ଏହା ବ୍ୟତୀତ ଏଥିରେ ଥିବା ମହିଳାଙ୍କୁ ଭଲ ବୋଲି ମଧ୍ୟ ମାନ୍ୟତା ରହିଛି କାରଣ ଏହା ନୂଆ ଆରମ୍ଭର ମଧ୍ୟ ପ୍ରତିକ ଥାଏ । ଏଠି ଗୋଟିଏ କଥା ପ୍ରମାଣ ହେଉଛି କି ଆଜିଠାରୁ ବି ଅଧିକ ଲୋକ ସେତେବେଳେ ଖୋଲା ଚିନ୍ତାଧାରାର ହୋଇଥିବେ । ଏହା ବ୍ୟତୀତ ଏହି ମୁର୍ତ୍ତିକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କର ଦସ୍ତଖତ ମଧ୍ୟ ମିଳିଥାଏ, ଯାହା ପ୍ରମାଣ କରୁଛି କି ସେତେବେଳେ ଏହାକୁ ଏକ ଲଜ୍ୟାକର କଥା ବୋଲି କେହି ମାନୁନଥିଲେ ।