ସାମ୍ନା କରୁଛନ୍ତି କି ଏପରି ଲକ୍ଷଣ, ହୋଇପାରେ ଆପଣଙ୍କୁ ଏହି ରୋଗ
ମାନବ ନେତ୍ର ବା ଚକ୍ଷୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଆମ ଶରୀରର ଏହା ଏକ Optical Instrument ହୋଇଥାଏ । ଚକ୍ଷୁ ଦେଖିବାକୁ ଗୋଲାକାର ହୋଇଥାଏ ଏବଂ ସାମ୍ନାରୁ ସାମାନ୍ୟ ଉଠିଲା ପରି ହୋଇଥାଏ । ଯାହା ଫଳରେ ଆମେ ଆମ ଚାରିପାଖର ଦୁନିଆକୁ ଦେଖିପାରୁ । କିନ୍ତୁ ଅନେକ ସମୟରେ ଅନେକ ଲୋକ ଚକ୍ଷୁ ବା ଆଖିକୁ ଅଣଦେଖା କରିଥାଆନ୍ତି । ମାତ୍ର ମଝିରେ ମଝିରେ ଏହାର ଯତ୍ନ ନେବା କେତେ କରୁରୀ ହୋଇପଡ଼େ ତାହା ଆମକୁ ଜାଣିବା ଦରକାର । ପୂର୍ବ ଏକ ଆର୍ଟିକିଲରେ ଆପଣ ଜାଣିବାକୁ ପାଇଥିଲେ ଚକ୍ଷୁର କୌଣସି ସମସ୍ୟା ହେଲେ ଜାଣିବେ କେମିତି? ଆଜି ଏହି ଆର୍ଟିକିଲ ମାଧ୍ୟମରେ ଆପଣଙ୍କୁ ଆମେ ଜଣାଇବୁ ଚକ୍ଷୁର କିଛି ଗୁରୁତ୍ୱପୂର୍ଣ୍ଣ ରୋଗ ସମ୍ବନ୍ଧରେ ତେବେ ଚାଲନ୍ତୁ ଜାଣିବା କଣ କଣ ସେହି ରୋଗ ।
ପ୍ରତୀକାତ୍ମକ ତୃଟି (Refractive Errors):
ଆମେ ସମସ୍ତେ ଜାଣିଛନ୍ତି କି ଆମେ ଦେଖୁଥିବା ପ୍ରତ୍ୟେକ ଟି ଜିନିଷ ପ୍ରଥମେ ଆମ ଆଖିର କୋର୍ଣ୍ଣିଆକୁ ସ୍ପର୍ଶ କରିଥାଏ ଓ ପରେ ରେଟିନାକୁ ସ୍ପର୍ଶ କରିଥାଏ । ଯାହାଫଳରେ ଆମେ ବସ୍ତୁଟିକୁ ଦେଖିପାରିଥାଉ କିନ୍ତୁ ଯଦି କୋର୍ଣ୍ଣିଆ, ଲେନ୍ସ କିମ୍ବା ଆଇ ବଲ୍ର ସାଇଜ ସାଧାରଣ ରୁହେ ନାହିଁ । ତେବେ ଆଲୋକ ରେଟିନା ପୂର୍ବରୁ ନଚେତ ପରେ କିମ୍ବା ଗୋଟିଏ ସିଧା ଯାଗାରେ ନ ପଡ଼ି ଅଲଗା ଅଲଗା ଯାଗାରେ ଯାଇ ଫୋକସ୍ ହୋଇଥାଏ, ଏହି ଅସୁବିଧାକୁ ପ୍ରତୀକାତ୍ମକ ତୃଟି (Refractive Errors) କୁହାଯାଏ । ତେବେ ପ୍ରତୀକାତ୍ମକ ତୃଟି (Refractive Errors) ୪ପ୍ରକାରର ହୋଇଥାଏ ଯଥା:
୧. ମାୟୋପିଆ (Myopia)
୨. ହାଇପରମେଟ୍ରୋପିଆ (Hypermetropia)
୩. ଆସ୍ଥିମେଟିଜିମ୍ (Astigmatism)
୪. ପ୍ରେସ୍ୱବାୟୋପିଆ (Presbiopia)
୧. ମାୟୋପିଆ (Myopia)
ଏହି ପରିସ୍ଥିତିରେ ଦୂରରୁ ଆସୁଥିବା ଆଲୋକ ରେଟିନାକୁ ଛାଡ଼ି ଅନ୍ୟ ଯାଗାରେ ଫୋକସ୍ ହୋଇଯାଏ, ରେଟିନାକୁ ଫୋକସ୍ ହୁଏ ନାହିଁ । ଏହି ସ୍ଥିତିରେ ଦୂର ଜିନିଷ ଆମକୁ ଦେଖାଯାଏ ନାହିଁ, ଏଥିରେ ବ୍ୟକ୍ତିର ବାରମ୍ବାର ମୁଣ୍ଡ ବିନ୍ଧା ହେଉଥାଏ ।
୨. ହାଇପରମେଟ୍ରୋପିଆ (Hypermetropia)
ଏହି ପରିସ୍ଥିତିରେ ଦୂରରୁ ଆସୁଥିବା ଆଲୋକ ରେଟିନାକୁ ଫୋକସ୍ ନହୋଇ ରେଟିନା ପଛରେ ଫୋକସ୍ ହୋଇଥାଏ । cornea converges ଯାହା ଦ୍ୱାରା ଆଲୋକ ଫୋକସ୍ ହୋଇଥାଏ ଯଦି କମ୍ ହୋଇଯାଏ ତେବେ ଆଲୋକ ରେଟିନାରେ ଫୋକସ୍ ନହୋଇ ରେଟିନା ପଛରେ ଫୋକସ୍ ହୋଇଥାଏ ।
୩. ଆସ୍ଥିମେଟିଜିମ୍ (Astigmatism)
ଏହି ପରିସ୍ଥିତିରେ cornea converges ଅସ୍ୱଭାବିକ ହୋଇଯାଇଥାଏ । ଏହା ହେବା ଦ୍ୱାରା ଆଲୋକ ଗୋଟିଏ ସିଧା ଯାଗାରେ ନ ପଡ଼ି ଅଲଗା ଅଲଗା ଯାଗାରେ ଯାଇ ଫୋକସ୍ ହୋଇଥାଏ । ଯାହା ଫଳରେ କିଛି ଜିନିଷ ଭଲରେ ଦେଖାଯାଏ ନାହିଁ । ଏହା ବ୍ୟତିତ ଆଲୋକ ରେଟିନା ପରେ କିମ୍ବା ପୂର୍ବରୁ କେତେବେଳେ କେମିତି ରେଟିନା ଉପରେ ମଧ୍ୟ ହୋଇଥାଏ । ଆଖି ବେସୀ ଶୁଖିଲେ କିମ୍ବା ଆଖିକୁ ମନ୍ଥିଲେ ମଧ୍ୟ ହୋଇଥାଏ ।
୪. ପ୍ରେସ୍ୱବାୟୋପିଆ (Presbiopia)
ଏହା ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ । ତେଣୁ ଲେନ୍ସରେ ଫୋକସ୍ ହେବାର ଇଲାସ୍ଟିସିଟି କମ୍ ହୋଇଯାଇଥାଏ । ସେଥିପାଇଁ ଲେନ୍ସ ନିଜ ଫୋକଲ୍ ଲେନ୍ସକୁ ଆଡଜଷ୍ଟ କରିପାରେ ନାହିଁ ଫଳରେ ଦୂର ଜିନିଷ କିମ୍ବା ପାଖ ଜିନିଷ ଠିକ୍ସେ ଦେଖାଯାଏ ନାହିଁ ।
ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ୍ (Age-Related Macular Degeneration):
ମାକୁଲାର ଆଖି ପରଦାର ମଝି ଭାଗକୁ କୁହାଯାଏ ଯାହାକି ତୀକ୍ଷ୍ଣ ନଜର ପାଇଁ ଜରୁରୀ ହୋଇଥାଏ । ଏହି ରୋଗରେ ବ୍ୟକ୍ତିଙ୍କର ଆଖି ପରଦାର ମଝି ଭାଗ ବା ମାକୁଲାର ନଷ୍ଟ ହୋଇଯାଇଥାଏ । ଏହି ରୋଗ ସାଧାରଣତଃ ୫୦ ରୁ ୮୦ ବର୍ଷର ବ୍ୟକ୍ତିଙ୍କ ଠାରେ ଦଖିବାକୁ ମିଳେ । ଆମ ଦେଶରେ ୫୦ ରୁ ୮୦ ବର୍ଷର ବ୍ୟକ୍ତିଙ୍କ ମଧ୍ୟରୁ ୫ରୁ୮ %ଲୋକଙ୍କୁ ଏହି ରୋଗ ଅଛି । ଯଦି ୧୦୦ ଲୋକଙ୍କୁ ଏହି ରୋଗ ଅଛି ତେବେ ୯୦ଜଣ ଲୋକଙ୍କୁ ଜଣା ପଡ଼ିନଥାଏ କି ସେମାନଙ୍କୁ ଏହି ରୋଗ ହୋଇଛି । ସେମାନଙ୍କୁ ପଢ଼ିବାରେ ଅସୁବିଧା ହୋଇଥାଏ, କିଛି ଲୋକ ଲାଷ୍ଟ ଷ୍ଟେଜ୍କୁ ଆସିଲା ପରେ ଜଣା ପଡ଼ନ୍ତି । ସେମାନଙ୍କୁ କଳା ଦାଗ ଦେଖାଯାଏ, ଛୋଟ ବଡ଼ ଦେଖାଯାଏ, ବଙ୍କା ଟଙ୍କା ଦେଖାଯାଏ । ଏହି ରୋଗ ହେଲେ ବ୍ୟକ୍ତି ଅନ୍ଧ ହେବାର ସମ୍ବାବନା ରହିଛି, ଯାହାକି ପୂର୍ବ ଭଳି ଫେରେ ନାହିଁ । ଏହି ରୋଗ ନବଢ଼ିବା ପାଇଁ କେବଳ ଏହାର ଚିକିତ୍ସା ହୋଇଥାଏ, ତେଣୁ ଏହି ରୋଗ ସମ୍ବନ୍ଧରେ ଆଗରୁ ଜାଣିବା ଜରୁରୀ ହୋଇଥାଏ ଯାହାଦ୍ୱାରା ଉଚିତ୍ ସମୟରେ ଏହାର ଚିକିତ୍ସା କରାଯାଇ ପାରିବ । ଏହା ୨ପ୍ରକାରର ହୋଇଥାଏ ଯଥା:
୧. ଡ୍ରାଏ ଆର୍ମଡ୍ Dry amd
୨. ୱେଟ୍ ଆର୍ମଡ୍ Wet amd
୧. ଡ୍ରାଏ ଆର୍ମଡ୍ (Dry amd):
ଅଧିକାଂଶ ଲୋକ ଯେମିତି କି ପ୍ରାୟେ ୯୦% ଲୋକଙ୍କ ପାଖରେ ଡ୍ରାଏ ଆର୍ମଡ୍ ଦେଖାଯାଏ । ଏହା ହେଲେ ବ୍ୟକ୍ତିର ଆଖିରେ ଜଳୀୟ ଅଂଶ ରୁହେ ନାହିଁ ଓ ବୟସ ବଢ଼ିବା କାରଣରୁ ସେମାନଙ୍କ ଆଖିରେ ଶକ୍ସଙ୍କରଦ୍ଭମର ଛୋଟ ଛୋଟ କଣ ଭାବେ ଆଖିର ପରଦାରେ ଜମା ହେବା ଆରମ୍ଭ ହୋଇଯାଇଥାଏ । ଧିରେ ଧିରେ ଝାପ୍ସା ଦେଖାଯିବା ଆରମ୍ଭ ହୋଇଥାଏ ।
୨. ୱେଟ୍ ଆର୍ମଡ୍ (Wet amd):
୧୦% ଲୋକଙ୍କ ପାଖରେ ଏହା ଦେଖାଯାଏ, ଗୋଟିଏ ନୂଆ ଝିଲ୍ଲୀ ଆମ ଆଖିର ପରଦା ତଳେ ହୋଇଯାଇଥାଏ । ତାହା ବଢ଼ିବା କାରଣରୁ ଆଖି ଫୁଲିବାକୁ ଲାଗେ, ଏହା ହେଲେ ମଣିଷର ଦୃଷ୍ଟି ଶକ୍ତି ଶୀଘ୍ର ଖରାପ ହୋଇଯାଇଥାଏ ।
ମୋତିଆବିନ୍ଦୁ (Cataract):
ଆଖି ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଆମେ ଯେଉଁ ବି ଜିନିଷ ଦେଖିଥାଆନ୍ତି ତାହା ଆମ ଆଖିର କୋର୍ଣ୍ଣିଆ ଓ ଲେନ୍ସ ଦ୍ୱାରା ଆଖିର ପରଦାରେ ବା ରେଟିନାରେ ଫୋକସ୍ ହୋଇଥାଏ ଯାହା ଫଳରେ ଆମେ ସେହି ଜିନିଷକୁ ଭଲ ଭାବେ ଦେଖିପାରିଥାଉ । ଆଖିର ଲେନ୍ସ ସବୁବେଳେ ସଫା ଦେଖା ଯାଉଥାଏ ମାତ୍ର ଯଦି ସେଥିରେ ଧଳା ଝାପସା କିଛି ଦେଖାଦିଏ ତେବେ ସେହି ଫୋକସ୍ ସଫା ହୋଇନଥାଏ ଓ ବ୍ୟକ୍ତିକୁ ଝାପସା ଦେଖାଯାଏ, ଯାହାକୁ ମୋତିଆ ବିନ୍ଦୁ କୁହାଯାଇଥାଏ । ଏହି ରୋଗ ହେଲେ ରୋଗୀକୁ ସବୁ ଜିନିଷ ଝାପ୍ସା ଦେଖାଯାଇଥାଏ ଓ ମୋତିଆ ବିନ୍ଦୁ ବଢ଼ିବା ସହିତ ରୋଗୀକୁ ଏହା ଅଧିକ ମାତ୍ରାରେ ଝାପ୍ସା ଦେଖାଯିବା ଆରମ୍ଭ ହୋଇଯାଇଥାଏ । ଏହି ରୋଗ ହେଲେ କିଛି ଲୋକଙ୍କୁ ଆଲୋକ ସହ ଚାରିପାଖ ରଙ୍ଗିନ୍ ମଧ୍ୟ ଦେଖାଯାଇଥାଏ, ଏହା ସାଧାରଣତଃ କଳା ମୋତିଆ ବିନ୍ଦୁ ଲୋକଙ୍କ ଠାରେ ଦେଖାଯାଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ମୋତିଆ ବିନ୍ଦୁ ଅଛି ଯେଉଁଥରେ ରୋଗୀଙ୍କୁ ଦିନ ବେଳା ବେସୀ ଝାପ୍ସା ଦେଖାଯାଇଥାଏ, କିଛି ଲୋକଙ୍କୁ ଗୋଟିଏ ଜିନିଷ ୨,୩ଟି ଥିବା ମଧ୍ୟ ଦେଖାଯାଏ ଯାହାକୁ ପୋଲିଓପିଆ କୁହାଯାଇଥାଏ । ଏହା ୩ପ୍ରକାରର ହୋଇଥାଏ ଯଥା:
୧. ସିନାଏଲ୍କ ମୋତିଆବିନ୍ଦୁ (siina elc cataract)
୨. ଆଘାତ ଜନିତ ମୋତିଆ ବିନ୍ଦୁ (Traumatic cataract)
୩. ମେଟାବୋଲିକ୍ ମୋତିଆ ବିନ୍ଦୁ (Metabolic cataract)
୧. ସିନାଏଲ୍କ ମୋତିଆବିନ୍ଦୁ (siina elc cataract):
ଏହି ମୋତିଆ ବିନ୍ଦୁ ଲୋକଙ୍କ ବୟସ ବଢ଼ିବା କାରଣରୁ ହୋଇଥାଏ, ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ପାଖରେ ଏହା ଦେଖାଯାଏ । ଯଦି କୌଣସି ବ୍ୟକ୍ତିକୁ ୫୦ବର୍ଷ ବୟସ ପରେ ଝାପ୍ସା ଦେଖାଯାଏ ଓ ଆଖିର ଲେନ୍ସ ସାମ୍ନାରେ କିଛି ଧଳା ଝାପସା ପରଦା ସୃଷ୍ଟି ହୋଇଥାଏ ତେବେ ତାହା ସାଧାରଣ କଥା ହୋଇଥାଏ । ଏହା ଲୋକଙ୍କ ଉପରେ ନିର୍ଭର କରେ କିଛି ଲୋକଙ୍କୁ ଏହା ଶୀଘ୍ର ହେଉଥିବା ବେଳେ କିଛି ଲୋକଙ୍କୁ ଡେରୀରେ ହୋଇଥାଏ ।
୨. ଆଘାତ ଜନିତ ମୋତିଆ ବିନ୍ଦୁ (Traumatic cataract):
ଅନେକ ଲୋକ ଏହା ଜାଣି ନଥିବେ କି ଆଘାତ ଲାଗିଲେ ବି ମଧ୍ୟ ମୋତିଆ ବିନ୍ଦୁ ହୋଇଥାଏ । ଯଦି ଆପଣଙ୍କ ଆଖିରେ ଆଘାତ ଲାଗିଲା ତେବେ ଆପଣଙ୍କ ଆଖିରେ ମୋତିଆ ବିନ୍ଦୁ ହୋଇପାରେ ।
୩. ମେଟାବୋଲିକ୍ ମୋତିଆ ବିନ୍ଦୁ (Metabolic cataract):
ଏହା ଶରୀର ଅନ୍ୟ କୌଣସି ରୋଗ କାରଣରୁ ହୋଇଥାଏ । ଯେମିତି କି ମଧୁମେହ ରୋଗ, ମଧୁମେହ ରୋଗରେ ଥିବା ଲୋକଙ୍କର ଯଦି ସୁଗାର କଣ୍ଟ୍ରୋଲରେ ରୁହେ ନାହିଁ ତେବେ ସେମାନଙ୍କ କ୍ଷେତ୍ରରେ ମୋତିଆ ବିନ୍ଦୁ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ବ୍ୟତୀତ ଯଦି ଶରୀରରେ କ୍ୟାଲସିୟମ୍ କମ୍ ହୋଇଯାଏ, ଫସ୍ଫରସ୍ ଅଧିକ ହୋଇଯାଏ ତେବେ ମୋତିଆ ବିନ୍ଦୁ ହେବାର ସମ୍ଭାବନା ରହିଥାଏ । ସେହିଭଳି ମହିଳା ପ୍ରେଗନେଣ୍ଟ ଥିବା ବେଳେ ଯଦି ତାଙ୍କର କିଛି ରୋଗ ଥାଏ ଯେମିତି କି ରୁବେଲା ତେବେ ନବଜାତ ଶିଶୁଙ୍କୁ ମୋତିଆ ବିନ୍ଦୁ ହେବାର ସମ୍ଭାବନା ରହିଛି ।
ମଧୁମେହ ରେଟିନୋପାଥି (Diabetic Retinopathy):
ମଧୁମେହ ଆଖି ଉପରେ ଅନେକ ପ୍ରକାରର ଖରାପ ପ୍ରଭାବ ପକାଇଥାଏ । ମାତ୍ର ସବୁଠାରୁ ଖରାପ ପ୍ରଭାବ ପକାଇଥାଏ ଆଖିର ପରଦା ବା ରେଟିନା ଉପରେ । ଏହା ଏକ ସାଇଲେଣ୍ଟ କିଲର ହୋଇଥାଏ, ପ୍ରଥମରୁ ଏହାର କିଛି ଲକ୍ଷଣ ନଥାଏ ମାତ୍ର ଜାଣିଲା ବେଳକୁ ଅନେକ ସମୟ ଚାଲିଯାଇଥାଏ । ଆଜିର ସମୟରେ ଡାଇବେଟିକ୍ସ ଆମ ଦେଶରେ ଏଭଳି ବ୍ୟାପୁଛି ଯାହାଦ୍ୱାରା ଭାରତ ଏହାର କ୍ୟାପିଟାଲ ହୋଇଗଲାଣି । ସେହି ମଧ୍ୟରୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମଧୁମେହ ରେଟିନୋପାଥି (Diabetic Retinopathy) ରୋଗ ହୋଇଯାଇଥାଏ କିନ୍ତୁ ସେମାନେ ଜାଣି ପାରନ୍ତି ନାହିଁ । ୫୦ ବର୍ଷ ଲୋକଙ୍କ ଏବେ ହେଉଥିବା ସମ୍ପୁର୍ଣ୍ଣ ଅନ୍ଧ ହେବାର କାରଣ ତାହା ହେଉଛି ମଧୁମେହ ରେଟିନୋପାଥି (Diabetic Retinopathy) । କିନ୍ତୁ ଏହି ରୋଗ ସମ୍ବନ୍ଧରେ ଯଦି ସମୟ ପୂର୍ବରୁ ଜାଣିପାରିବେ ତେବେ ଏହି ରୋଗରୁ ମୁକ୍ତି ପାଇ ପାରିବେ । ସାଧାରଣତଃ ଆମ ଆଖିରେ ଯେତେବେଳେ ଆଲୋକ ପଡ଼ିଥାଏ ତାହା କୋର୍ଣ୍ଣିଆ ସହ ବାଜି ଲେନ୍ସରେ ଫୋକସ୍ ହୋଇଥାଏ ଓ ପରେ ଅଖି ପଛପଟେ ଥିବା ପରଦାରେ ପଡ଼ିଥାଏ । ଏବଂ ଯେମିତି କ୍ୟାମେରା ରେ ରିଲ୍ରେ ରୁହେ ସେହିଭଳି ଆଖିର ପଛ ପରଦାରେ ଫଟୋ ତିଆରି ହୋଇଥାଏ । ଏହି ପରଦାରେ ରକ୍ତର ସ୍ନାୟୁ ରହିଥାଏ ଯାହାକୁ ସୁଗାର ବ୍ଲକ୍ କରି ଦେଇଥାଏ । ଯେତେବେଳେ ଏହି ବ୍ଲକ ବଢ଼ିଯାଏ ସେତେବେଳେ ଆଖିକୁ ଅକ୍ସିଜେନ୍ ପହଞ୍ଚିବା ବନ୍ଦ କରିଦେଇଥାଏ । ଯାହାଫଳରେ ଆଖିରେ କିଛି କେମିକାଲ ବାହାରେ ଯାହା ଦ୍ୱାରା ନୂଆ ରକ୍ତ ସ୍ନାୟୁ ତିଆରି ହୋଇଥାଏ । କିନ୍ତୁ ଏହି ନୂଆ ସ୍ନାୟୁ ଗୁଡ଼ିକ ବହୁତ ପତଳା ଓ ଦୁର୍ବଳ ହୋଇଥାଏ ଯାହା ଫଳରେ ଫାଟି ଯିବାର ସମ୍ଭାବନା ଥାଏ । ଫାଟିଲା ପରେ ଆଖିରୁ ରକ୍ତ ବାହାରେ ଆଖି ସାମ୍ନା କଳା କଳା ନଜରକୁ ଆସେ । ଏହା ବ୍ୟତୀତ ଅନେକ କ୍ଷେତ୍ରରେ ସ୍ନାୟୁ ମଧ୍ୟରେ କଣା ହୋଇଯାଇଥାଏ ଓ ଆଖିରେ ଥିବା ରକ୍ତ, ପାଣି ସବୁ ପରଦାରେ ଏକାଠି ହୋଇଯାଇଥାଏ । ଧିରେ ଧିରେ ଏହା ଆଖିର ମଝି ଅଂଶକୁ ଆସିଲା ମାତ୍ରେ ଆଖିକୁ ଝାପ୍ସା ଦେଖାଯାଇଥାଏ କିମ୍ବା ତୀକ୍ଷ୍ଣ ନଜର ଉପରେ ପ୍ରଭାବ ପକାଇଥାଏ ।
ଗ୍ଲୋକୋମା (Glaucoma):
ଗ୍ଲୋକୋମା ଚକ୍ଷୁର ଗୋଟିଏ ଏମିତି ରୋଗ ଯାହା କି ଚକ୍ଷୁରେ ପ୍ରେସର ପଡ଼ିବା ଦ୍ୱାରା ଚକ୍ଷୁର ଶୀରା ସବୁକୁ ଦୁର୍ବଳ କରିଦେଇଥାଏ ଏବଂ ଦେଖିବା ଶକ୍ତି ଧିରେ ଧିରେ ହ୍ରାସ ପାଇଥାଏ । ଏହି ରୋଗରେ ବ୍ୟକ୍ତି ଦେଖିବା ଶକ୍ତି ହରାଇଲେ ଆଉ ଫେରି ପାଏ ନାହିଁ । ସାଧାରଣତଃ ଆଖିରୁ ବାହାରୁ ଥିବା ଗୋଟିଏ ପତଳା ସ୍ନାୟୁ ଆମ ମସ୍ତିଷ୍କ ସହ ଯୋଡ଼ି ହୋଇଥାଏ । ଯାହାକି ଆମେ ଦେଖୁଥିବା ପ୍ରତ୍ୟେକଟି ଜିନିଷର ଖବର ମସ୍ତିଷ୍କ ରେ ପହଞ୍ଚାଇ ଥାଏ । ଯେତେବେଳେ ସେ ସ୍ନାୟୁ ଟି ଶୁଖି ଯାଏ ସେତେବେଳେ ଆମ ଆଖି ଦେଖୁଥିବା କୌଣସି ବି ଜିନିଷ ମସ୍ତିଷ୍କ ପାଖରେ ପହଞ୍ଚିପାରେ ନାହିଁ ଓ ମସ୍ତିଷ୍କ ଜାଣିପାରେ ନାହିଁ, ଏହିଭଳି ଭାବରେ ଗ୍ଲୋକେମା ରୋଗ ହୋଇଥାଏ । ଗ୍ଲୋକୋମା ରୋଗ ହେଲେ ପ୍ରଥମେ ଆଖିର ୨ ପାଶ୍ୱର୍ରୁ ଦେଖାଯିବା ବନ୍ଦ ହୋଇଯାଇଥାଏ ଏହା ପରେ ଧିରେ ଧିରେ କରି ଆକିର ମଝି ଭାଗରୁ ମଧ୍ୟ ଦୃଷ୍ଟି ପଳାଏ ଓ ବ୍ୟକ୍ତି ସମ୍ପର୍ଣ୍ଣ ଅନ୍ଧ ହୋଇଯାଇଥାଏ । ଆମ ଆଖିରେ ରହିଥାଏ କିଛି ପାଣି ଯାହା କି ସବୁ ବେଳେ ତିଆରି ହେଉଥାଏ ଓ ବାହାରି ଯାଉ ଥାଏ । ଯାହାଦ୍ୱାରା ଆଖିର ଗୋଟିଏ ଭଲ ସ୍ଥିର ପ୍ରେସର ରହିଥାଏ ଏବଂ ଆଖିରେ ଥିବା ସ୍ନାୟୁ ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଯଦି ଏହି ପ୍ରକ୍ରିୟା ମଧ୍ୟରେ କିଛି ଅସୁବିଧା ହୋଇଯାଏ ତେବେ ଆଖିରେ ଥିବା ପାଣି ବାହାରି ପାରେ ନାହିଁ ଫଳରେ ଆଖିରେ ପ୍ରେସର ବଢ଼ିଯାଇଥାଏ ଓ ଆଖିରେ ଥିବା ସ୍ନାୟୁ ଉପରେ ପ୍ରଭାବ ପକାଇଥାଏ ।