Wednesday 24th April 2024
ମହାକାଶରେ ଧାନଗଛ କେମିତି ?

ମହାକାଶରେ ଧାନଗଛ କେମିତି ?

ବିଜ୍ଞାନ ଆମ ଚିନ୍ତାଧାରା ଠାରୁ ସବୁବେଳେ ୧୦ପାଦ ଆଗରେ ରହିଥାଏ । ସମୟ ବଦଳୁଛି ଯେତେବେଳେ ମଣିଷର ବିଜ୍ଞାନ ଦୁନିଆରେ ସଫଳତା ବି ବଢିବାକୁ ଲାଗୁଛି । ଆମେ ଗୋଟିଏ ସମୟରେ ନିଜ ପାଇଁ ମେସିନ୍ ବନାଇବା ଠାରୁ ଆରମ୍ଭ କରି ବିମାନ ବନାଇବା ପର୍ଯ୍ୟନ୍ତ ସବୁôଥିରେ ସଫଳତା ପାଇ ଆଜି ଏହି ଜାଗାରେ ପହଂଚିଛୁ । କିନ୍ତୁ ଏତିକିରେ କଣ ମଣିଷ ସନ୍ତୁଷ୍ଟ ହେବ । ନା ଆଜ୍ଞା, ଏବେ ଆମେ ମହାକାଶରେ ଓ ବିଭିନ୍ନ ଗ୍ରହ,ନକ୍ଷତ୍ରରେ ନିଜକୁ ମହାକାଶ ଏବଂ ଅନ୍ୟଗ୍ରହରେ ଜୀବନ ସନ୍ଧାନ ଲାଗି ବୈଜ୍ଞାନିକମାନେ ଅନେକ ଗବେଷଣା କରୁଛନ୍ତି । ଆମେ ଯେହେତୁ ପ୍ରକୃତିରେ ଜନ୍ମ ହେଇଛୁ । ତେଣୁକରି ଚାଷ କରି ଖାଦ୍ୟଶସ୍ୟ ଉତ୍ପାଦନ କରିବା ଆଦି ଆମ ଜିନ୍ ରେ ହିଁ ରହିଛି । ହେଲେ ଆମ ପାଖରେ ମାଟି ଅଛି ବୋଲି ସିନା ଆମେ ଫସଲ ଅମଳ କରିପାରୁଛୁ । ହେଲେ ମହାକାଶରେ କଣ ଏହା ସମ୍ଭବ?

ଏ ଦିଗରେ ଚୀନ୍ ମହାକାଶ ଯାତ୍ରୀଙ୍କୁ ବଡ ସଫଳତା ମିଳିଛି । ସେମାନେ ମହାକାଶରେ ଧାନ ଗଛ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ହଁ ଏହା ବିଶ୍ୱାସ କରିବା ହୁଏତ ଅସମ୍ଭବ ଲାଗିପାରେ । କିନ୍ତୁ ଏକଥା ସତ । ଏହି ଗଛ ୩୦ ସେମି ଲମ୍ବା ମଧ୍ୟ ହୋଇଛି । ଏହା ସହିତ ଥେଲ୍ କ୍ରେସ ନାମକ ଏକ ଚାରା ସୃଷ୍ଟିରେ ମଧ୍ୟ ସପଳତା ମିଳିଛି । ଏହା ପତ୍ରକୋବି ଏବଂ ବ୍ରସେଲ୍ସ ସ୍ପ୍ରାଉଟ୍ ପ୍ରଜାତିର । ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ମାସେ ମଧ୍ୟରେ ଥେଲ୍ କ୍ରେସ ଚାରାରୁ ପତ୍ର ସୃଷ୍ଟି ହୋଇଛି । ସେହିପରି ବଡ ଧାନ ଗଛର ପତ୍ର ୩୦ ସେମି ଏବଂ ଛୋଟ ଧାନ ଗଛର ପତ୍ର ୫ ସେମି ପ୍‌୭୍ୟନ୍ତ ବଢିଛି । ଏହା ବ୍ୟତୀତ ଅନେକ ପ୍ରକାରର ପନିପରିବା ମଧ୍ୟ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ବୈଜ୍ଞାନିକଙ୍କ ଅନୁଯାୟୀ ଚୀନ୍ ର ତିଆନଗୋଙ୍ଗ ସ୍ପେସ୍ ଷ୍ଟେସନରେ ଥିବା ଜିରୋ ଗ୍ରାଭିଟି ବିଶିଷ୍ଟ ଲ୍ୟାବରେ ଚାଲିଥିବା ଏହି ଗବେଷଣା ସପଳ ହୋଇଛି ।

ମହାକାଶ ଏବଂ ଅନ୍ୟଗ୍ରହରେ ‘ଜୀବନ ସନ୍ଧାନ’ ଲାଗି ବୈଜ୍ଞାନିକମାନେ ଅନେକ ଗବେଷଣା କରୁଛନ୍ତି। ଏ ଦିଗରେ ଚୀନ୍‌ ମହାକାଶ ଯାତ୍ରୀଙ୍କୁ ବଡ଼ ସଫଳତା ମିଳିଛି। ସେମାନେ ମହାକାଶରେ ଧାନ ଗଛ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହି ଗଛ ୩୦ ସେମି ଲମ୍ବା ହୋଇଛି। ଏହା ସହିତ ‘ଥେଲ୍‌ କ୍ରେସ’ ନାମକ ଏକ ଚାରା ସୃଷ୍ଟିରେ ମଧ୍ୟ ସଫଳତା ମିଳିଛି। ଏହା ପତ୍ରକୋବି ଏବଂ ବ୍ରସେଲ୍ସ ସ୍ପ୍ରାଉଟ୍‌ ପ୍ରଜାତିର। ଚାଇନିଜ୍‌ ଏକାଡେମି ଅଫ୍‌ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ମାସେ ମଧ୍ୟରେ ‘ଥେଲ୍‌ କ୍ରେସ’ ଚାରାରୁ ପତ୍ର ସୃଷ୍ଟି ହୋଇଛି। ସେହପରି ବଡ଼ ଧାନ ଗଛର ପତ୍ର ୩୦ ସେମି ଏବଂ ଛୋଟ ଧାନ ଗଛର ପତ୍ର ୫ ସେମି ପର୍ଯ୍ୟନ୍ତ ବଢ଼ିଛି। ଏହା ବ୍ୟତୀନ ଅନେକ ପ୍ରକାରର ପନିପରିବା ମଧ୍ୟ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ ଚୀନ୍‌ର ତିଆନଗୋଙ୍ଗ ସ୍ପେସ୍‌ ଷ୍ଟେସନ୍‌ରେ ଥିବା ଜିରୋ ଗ୍ରାଭିଟି ( ଶୂନ ମାଧ୍ୟାକର୍ଷଣ ଶକ୍ତି) ବିଶିଷ୍ଟ ଲ୍ୟାବରେ ଚାଲିଥିବା ଏହି ଗବେଷଣା ସଫଳ ହୋଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )