Thursday 28th March 2024
କାର୍ କିଣିବାକୁ ଚାହୁଁଛନ୍ତି କି ? ତାହାଲେ ଦରଦାମ୍ ବଢିବ କି କମିବ ଜାଣିରଖନ୍ତୁ

କାର୍ କିଣିବାକୁ ଚାହୁଁଛନ୍ତି କି ? ତାହାଲେ ଦରଦାମ୍ ବଢିବ କି କମିବ ଜାଣିରଖନ୍ତୁ

ସାଧାରଣ ଜୀବନ ଯାପନ କରୁଥିବା ଲୋକଠୁ ଆରମ୍ଭ କରି ଧନୀ ଶ୍ରେଣୀର ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର କାର୍ କିଣିବା ପାଇଁ ଇଚ୍ଛା ଥାଏ । ଆଉ ସେହି କାର୍ କିଣିବା ପୂର୍ବରୁ ଜଣେ ସାଧାରଣ ଲୋକ ଯେତିକିଥର ଭାବିଥାଏ । ହୁଏତ ସେତିକି ଥର ଜଣେ ଧନୀ ଶ୍ରେଣୀର ଲୋକ ଚିନ୍ତା କରି ନଥାଏ । କାରଣ ଟଙ୍କା ବଢିଲେ କି କମିଲେ ଧନୀ ଲୋକଟିର ବା କଣ କ୍ଷତି ହେଇଯିବ । କିନ୍ତୁ ସାଧାରଣ ଲୋକଟିଏ କାର୍ କିଣିବା ପାଇଁ ଅପେକ୍ଷା କରିଥାଏ ଦରଦାମ୍ ଉପରେ । କେତେବେଳେ ଦାମ୍ କମିବ ଆଉ ସେ ନିଜ ମନବୁତାବକ ଏକ ଗାଡି କିଣିପାରିବ । ତେବେ ଚଳିତ ବର୍ଷ ପୂଜା ସମୟରେ ଅନେକ ଲୋକ ଗାଡି କିଣିଛନ୍ତି ଓ ତାସହ ଆଗକୁ ଆସୁଥିବା ଦୀପାବଳିରେ ବି ଗାଡି କିଣିବାର ଯୋଜନା ରଖିଛନ୍ତି । କିନ୍ତୁ ଯଦି ଆପଣ ୨୦୨୩ ଆରମ୍ଭରେ ଗାଡି କିଣିବାର ଯୋଜନା କରୁଛନ୍ତି ତାହାଲେ ଆଜିର ସୂଚନା ଆପଣଙ୍କ ପାଇଁ । ଯଦି ଆପଣ ୨୦୨୩ ଏପ୍ରିଲରେ କାର୍ କିଣିବା ପାଇଁ ମନ ବୋଳାଉଛନ୍ତି ତାହାଲେ ଅଟକିଯାଆନ୍‌ତୁ । କାରଣ ଆସନ୍ତା ବର୍ଷ ଏପ୍ରିଲରୁ କାର୍ କିଣିବା ସବୁଠୁ ଅଧିକ ମହଙ୍ଗା ପଡିଯିବ । ଅଟୋ କମ୍ପାନିଗୁଡିକ କଡା ପ୍ରଦୂଷଣ ମାନଦଣ୍ଡକୁ ପାଳନ କରିବା ପୂର୍ବକ ଯାନଗୁଡିକୁ ଅପଗ୍ରେଡ କରିବା ଲାଗି ବିପୁଳ ମାତ୍ରାରେ ନିବେଶ କରୁଛନ୍ତି ।

ଯାହା ଫଳରେ ଏହାର ଖର୍ଚ୍ଛ ନୂଆ ଗାଡି ଦରରେ ପ୍ରତିଫଳିତ ହେବ ବୋଲି ବଜାର ଦର ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ମାନେ କହୁଛନ୍ତି । କମ୍ପାନିଗୁଡିକ ଏବେ ଦ୍ୱିତୀୟ ପର୍ଯ୍ୟାୟ ବିଏସ୍‌-୬ ମାନଦଣ୍ଡକୁ ପାଳନ କରିବା ପାଇଁ ତଦନୁସାରେ ଉତ୍ପାଦ ବିକାଶ କରୁଛନ୍ତି । ଏ ବାବଦ କମ୍ପାନୀଗୁଡିକର ଖର୍ଚ୍ଛ ବି ବଢିଛି । କମ୍ପାନିଗୁଡିକ ଉତ୍ପାଦନ ଖର୍ଚ୍ଛ ଚାପକୁ ଗ୍ରାହକଙ୍କ ଉପରେ ପକାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନୂଆ ନିୟମ ଅନ୍ତର୍ଗତ ଗାଡିର ରିୟଲ ଟାଇମ୍ ଡ୍ରାଇଭିଂ ଏମିସନ ଲେବଲ ମାପିବା ପାଇଁ ଯାନଗୁଡିକରେ ଏକ ଅନ୍‌-ବୋର୍ଡ ସେଲଫି ଡାଏଗ୍ନୋଷ୍ଟିକ ଡିଭାଇସ୍ ରହିବ । ଗାଡିରେ ଫୁଏଲ ଇଞ୍ଜେକ୍ଟର ବି ରହିବ । ତେଣୁ ଏବେ ଆପଣ ହିଁ କଳ୍ପନା କରନ୍ତୁ କେଉଁ ସମୟରେ ଗାଡି କିଣିବାକୁ ଆପଣ ସଠିକ୍ ମନେ କରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )