Thursday 25th April 2024
ଦାଦା ସାହେବ ଫାଲକେ କିଏ ? କାହିଁକି ତାଙ୍କ ନାମରେ ଦିଆଯାଉଛି ପୁରସ୍କାର

ଦାଦା ସାହେବ ଫାଲକେ କିଏ ? କାହିଁକି ତାଙ୍କ ନାମରେ ଦିଆଯାଉଛି ପୁରସ୍କାର

ମୁମ୍ବାଇଠାରେ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ମନୋରଞ୍ଜନ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ସମାରୋହରେ ମୋଟ ୨୮ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ ପାଇଥିଲେ ୭୯ ବର୍ଷୀୟ ଆଶା ପାରେଖ। ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଢ ମେରା ଦେଶ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ହିଟ୍ ଥିଲା। ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ  ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆଶା ।

ଗୋଟିଏ ସମୟ ଥିଲା ଆଶା ପାରେଖଙ୍କ ଦିୱାନା ଥିଲା ପୁରା ଦେଶ । ଆଉ ଆଶା ପାରେଖ ଅନ୍ୟ ଜଣକ ପ୍ରେମରେ ଥିଲେ ପାଗଳ । ଆଶାଙ୍କ ଏହି ପ୍ରେମିକ ଆଉ କେହି ନୁହେଁ ନିର୍ଦ୍ଦେଶକ ନାସିର୍ ହୁସୈନ୍ । ନାସିରଙ୍କ ସହ କାହିଁକି ବିବାହ ହୋଇନଥିଲା ପ୍ରଶ୍ନର ଉତ୍ତରରେ ଆଶା କହିଥିଲେ ଯେ ସେ କେବେ ଚାହାଁନ୍ତିନି ନାସିର୍ ତାଙ୍କ ପରିବାର ଠାରୁ ଅଲଗା ହୁଅନ୍ତୁ ବୋଲି । ତେଣୁ ସାରା ଜୀବନ ଆଶା ଅବିବାହିତ ରହିଲେ ।

କାହିଁକି ଦିଆଯାଏ ଦାଦା ସାହେବ ଫାଲକେ ?

 ତେବେ କଣ ଆପଣ ଜାଣନ୍ତି କିଏ ଏହି ‘ଦାଦା ସାହେବ ଫାଲକେ’ ? ଆଉ କାହିଁକି ତାଙ୍କ ନାମରେ ଦିଆଯାଉଥିବା ପୁରସ୍କାରକୁ, ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଭାବେ ବିବେଚିତ କରାଯାଇଥାଏ ? ତେବେ ପଢନ୍ତୁ…ଦାଦା ସାହେବଙ୍କୁ ଭାରତୀୟ ସିନେମାର ଜନ୍ମଦାତା ବୋଲି କୁହାଯାଏ। ୧୮୭୦ ମସିହା ଏପ୍ରିଲ ୩୦ତାରିଖରେ ଜନ୍ମ ନିଅନ୍ତି ଦାଦା ସାହେବ ଫାଲକେ । ୧୯୧୩ ମସିହାରେ ସେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ଏକ ପୂର୍ଣ୍ଣାଙ୍ଗ ଚଳଚିତ୍ର ନିର୍ମାଣ କରିଥିଲେ। ମାତ୍ର ୧୯ ବର୍ଷରେ ସେ ନିର୍ମାଣ କରିଥିଲ ୯୫ଟି ଫିଲ୍ମ ଓ ୨୭ଟି ସର୍ଟ ଫିଲ୍ମ ।

ସେ ଏକାଧାରରେ ଜଣେ ନିର୍ଦ୍ଦେଶକ, ପ୍ରଡ୍ୟୁସର ଓ ସ୍କ୍ରିନ୍ ରାଇଟର ଥିଲେ। ତେବେ ଦାଦା ସାହେବ ନାମରେ ପରିଚିତ ଏହି ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କ ବାସ୍ତବ ନାମ ଥିଲା ‘ଧୁନ୍ଦିରାଜ ଗୋବିନ୍ଦ ଫାଲକେ’।

ରାଜା ହରିଶ୍ଚନ୍ଦ୍ର ସିନେମାରୁ ଫାଲକେ ଆରମ୍ଭ କରିଥିବା ଯାତ୍ରା ଶେଷ ନିର୍ବାକ ଚଳଚିତ୍ର ଥିଲା ‘ସେତୁ ବନ୍ଧନ’ ରେ ସମ୍ପୁର୍ଣ୍ଣ ହୋଇଥିଲା । ଏହି ଫିଲ୍ମ ଶେଷ ହେବା ପରେ ୧୬ ଫେବୃଆରୀ ୧୯୪୪ରେ ତାଙ୍କର ପରଲୋକ ହୋଇଥିଲା।

ଭାରତୀୟ ସିନେମା ଲାଗି ଦାଦାସାହେବଙ୍କ ଐତିହାସିକ ଯୋଗଦାନ ଲାଗି ଭାରତ ସରକାର ୧୯୬୯ ମସିହାରେ ତାଙ୍କ ସମ୍ମାନରେ ‘ଦାଦା ସାହେବ ଫାଲକେ’ ପୁରସ୍କାର ଆରମ୍ଭ କରିଥିଲେ। ଏହି ପୁରସ୍କାର ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ମଧ୍ୟରେ ପ୍ରମୁଖ ଅଟେ। ଭାରତୀୟ ସିନେମାର ଅଭିବୃଦ୍ଧି ଓ ଉନ୍ନତି କ୍ଷେତ୍ରରେ ଜୀବନବ୍ୟାପୀ ସାଧାନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ସର୍ବପ୍ରଥମେ ‘ଦେବୀକାରାଣୀ ଚୌଧୁରୀ’ ଏହି ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )