Wednesday 24th April 2024
KGF-2 ପରେ ଆଉ ଏକ ବଡ ଫିଲ୍ମରେ ଖଳନାୟକ ହେବେ ସଞ୍ଜୟ

KGF-2 ପରେ ଆଉ ଏକ ବଡ ଫିଲ୍ମରେ ଖଳନାୟକ ହେବେ ସଞ୍ଜୟ

ଚଳଚିତ୍ର ଦୁନିଆର ଖବର ଆପଣମାନଙ୍କୁ ପସନ୍ଦ । କିନ୍ତୁ ଯେତେବେଳେ କଥା ଆସେ ନିଜ ପ୍ରିୟ କଳାକାର ମାନଙ୍କର ସେତେବେଳେ ସମସ୍ତେ ଚାହାନ୍ତି ସେମାନଙ୍କ ସମ୍ବନ୍ଧିତ ଖବର ଜାଣିବା ପାଇଁ । ଏଇ ଯେମିତି ଆଗାମୀ ଦିନରେ କେଉଁ ନୂଆ ଚଳଚିତ୍ର ଆସିବାକୁ ଯାଉଛି । କେଉଁ ଚଳଚିତ୍ର ପାଇଁ କେତେ ଟଙ୍କା ଖର୍ଚ୍ଛ ହେଉଛି ଇତ୍ୟାଦି । ତେବେ ବର୍ତ୍ତମାନ ତ ସାରା ଦେଶର ନଜର ସାଉଥ୍ ଇଣ୍ଡଷ୍ଟ୍ରୀ ଉପରେ । ଆଉ ସେହି ସାଉଥ୍ ଇଣ୍ଡଷ୍ଟ୍ରୀର ନଜର ବଲିଉଡ୍ ଉପରେ । ମୋଟାମୋଟି ଭାବେ କହିଲେ, ପ୍ରତ୍ୟେକ କଳାକାର ଉଭୟ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଇଚ୍ଛୁକ । ହେଲେ ବର୍ତ୍ତମାନର ବଲିଉଡର ଅବସ୍ଥା ଯାହା,ତାକୁ ସାଉଥ୍ ର ସାହାର ତ ନିହାତି ଜରୁରୀ ବୋଲି ମନେ ହେଉଛି । ତେବେ ଏହାରି ଭିତରେ ଏକ ବଡ ଓ ଖାସ୍ ଖବର ଶୁଣିବାକୁ ମିଳୁଛି ।

୨୦୧୭ରେ କମ୍‌ବ୍ୟାକ୍‌ କରିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ବଲିଉଡ ସେତେ ଭଲ ନାହିଁ । ଏହା ପରେ ବଲିଉଡରେ ପୃଥୀରାଜ ଏବଂ ଶମଶେରା ବକ୍ସ ଅଫିସରେ ବିଫଳ ହୋଇଥିଲେ ସଞ୍ଜୟଙ୍କୁ ନିରାଶ କରିଥିଲା। ପୂର୍ବରୁ ଆପଣମାନେ କେଜିଏଫ୍ ପାର୍ଟ-୨ରେ ବଲିଉଡର ଜଣେ ଦମ୍‌ଦାର କଳାକାର ସଞ୍ଜୟ ଦତ୍ତଙ୍କୁ ତ ଦେଖିଥିଲେ । ଆଉ ତାଙ୍କର ଖଳନାୟକ ଅଭିନୟ ବି ସେଥିରେ ଖୁବ୍ ଉଚ୍ଚକୋଟୀର ଥିଲା । ସାଉଥ୍ ହେଉ କିମ୍ବା ବଲିଉଡ ସବୁଠି ସଞ୍ଜୟ ଦତ୍ତଙ୍କର ସେହି ଆକ୍ଟିଙ୍ଗ ପାଇଁ ପ୍ରଶଂସା କରାଗଲା । ବୋଧ ହୁଏ ତାଙ୍କର ସେହି ଅଭିନୟ ପାଇଁ ସାଉଥ୍ ଇଣ୍ଡଷ୍ଟ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି ସଞ୍ଜୟ । ହଁ ଖାସ୍ ସେଇଥିପାଇଁ ସାଉଥର ବଡରୁ ବଡ ଫିଲ୍ମ ରେ ତାଙ୍କୁ ମିଳୁଛି ଖଳନାୟକ ହେବାର ସୁଯୋଗ । ଏଥର ତାଙ୍କୁ ପୁଣି ଥରେ ତାମିଲ ଚଳଚ୍ଚିତ୍ରରେ ଅଫର ମିଳିଛି । ତାହା ପୁଣି ଭିଲେନ୍‌ ଭୂମିକା ପାଇଁ। ଖବର ଅନୁଯାୟୀ ସଞ୍ଜୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ତାଙ୍କୁ ମଧ୍ୟ ଭଲ ଟଙ୍କା  ମିଳୁଛି। କନ୍ନଡ ପରେ ଏବେ ସଞ୍ଜୟ ଦତ୍ତ ତାମିଲ ଡେବ୍ୟୁ କରିବେ।

ପାନ-ଇଣ୍ଡିଆ ଷ୍ଟାରଡମ ପାଇଁ ସଂଘର୍ଷ କରୁଥିବା ତାମିଲ ତାରକା ଥଲାପତି ବିଜୟଙ୍କ ୬୭ ତମ ଚଳଚ୍ଚିତ୍ର ନିକଟରେ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ଟାଇଟଲ୍ ଥଲାପତି ୬୭ ଭାବରେ ରଖାଯାଇଛି। ସେ ଏହି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରଟି ଅଫିସିଆଲି ଭାବେ ଘୋଷଣା କରାଯାଇନାହିଁ। କିନ୍ତୁ ସେ ତାଙ୍କ ବିପକ୍ଷରେ ଭିଲେନ୍‌ ପାଇଁ ସଞ୍ଜୟ ଦତ୍ତଙ୍କୁ ନେବାକୁ ନିଷ୍ପତ୍ତି ନେଇଛନ୍ତି, ଯିଏ କିଜିଏଫ୍ ୨ରେ ବବାଲ୍‌ କରିଥିଲେ । ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ଏହି ଚଳଚ୍ଚିତ୍ରରେ ବିଜୟଙ୍କ ସହ ସଞ୍ଜୟ ଦତ୍ତଙ୍କୁ ସ୍ୱାକ୍ଷର କରିବାର ଖବର ରହିଛି।

 

ଏଭଳି ପରିସ୍ଥିତିରେ ସଞ୍ଜୟ ଦତ୍ତଙ୍କ ସଫଳତା ସହିତ ଲୋକପ୍ରିୟତା କେବଳ ଦକ୍ଷିଣରେ ବୃଦ୍ଧି ପାଇନାହିଁ, ବରଂ ତାରକା ଏବଂ ନିର୍ଦ୍ଦେଶକମାନେ ମଧ୍ୟ ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ବଲିଉଡ ଚଳଚ୍ଚିତ୍ରରେ ବିଫଳତା ଦେଖୁଥିବା ସଞ୍ଜୟ ଦତ୍ତ ନିଜକୁ ପ୍ରତିଷ୍ଠିତ କରିବାର ଏକ ଭଲ ସୁଯୋଗ ରହିଛି। ଖବର ରହିଛି କି, ଥଲାପାତି ୬୭ ରେ ତାଙ୍କର ଫି ୧୦ କୋଟି ଟଙ୍କା ହେବ। ସମ୍ପ୍ରତି ସଞ୍ଜୟ ଦତ୍ତ ହିନ୍ଦୀରେ ଦୁଇଟି ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus (1 )