Tuesday 30th April 2024
ସପୁରୀ ଜୁସ୍ ପିଇ ପାଆନ୍ତୁ ଫିଟ୍ ରହିବାର ମନ୍ତ୍ର

ସପୁରୀ ଜୁସ୍ ପିଇ ପାଆନ୍ତୁ ଫିଟ୍ ରହିବାର ମନ୍ତ୍ର

ସୁସ୍ଥ ରହିବାକୁ ଆଜିର ସମୟରେ କିଏ ନ ଚାହେଁ । ସୁସ୍ଥ ରହିବା ପାଇଁ ଅନେକ ଲୋକ ଅନେକ ଉପାୟ ଆପଣାଉଛନ୍ତି । ବିଶେଷ କରି ଶୀତ ଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ହୋଇପଡ଼େ । ଏଭଳି ପରିସ୍ଥିତିରେ ଶରୀରକୁ ଦରକାର ହେଉଥିବା ଭିଟାମିନ୍ସ , ମିନେରାଲ କଦାପି କମ୍ ହେବା କଥା ନୁହେଁ । ଏଥିପାଇଁ ଅନେକ ଫଳ ଆମେ ଖାଇଥାଉ, ସେହି ଫଳ ମାନଙ୍କ ଭିତରୁ ଗୋଟିଏ ଫଳ ହେଉଛି ପାଇନାପଲ ବା ସପୁରୀ । ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ସହ ଆପଣଙ୍କ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ ସପୁରୀ । ତେବେ ଚାଲନ୍ତୁ ଜାଣିବା ସପୁରୀ ଓ ତାର ଉପକାରୀତା ସମ୍ବନ୍ଧରେ ଅଧିକ କିଛି ।17 Awesome Ways to Substitute for Pineapple Juice - The Ashcroft Family Table

ଭିଟାମିନ୍ ଓ ମିନେରାଲ୍ସ:

ସପୁରୀ ଜୁସ୍‌ରେ ଭିଟାମିନ୍ସ ଓ ମିନେରାଲ୍ସ ଭରପୁର ରହିଛି ଯେମିତି କି ଭିଟାମିନ୍‌-ସି, କପର, ଆଇରନ୍‌, ମାଙ୍ଗାନିଜ୍‌, ଭିଟାମିନ୍‌-କେ, ପୋଟାସିୟମ୍‌, ଫୋଲେଟ୍‌, ଭିଟାମିନ୍ ବି-୧(ଥିଏମାଇନ୍‌), ଭିଟାମିନ୍ ବି-୬, କୋଲାଇନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍ ଇତ୍ୟାଦି ।

ପ୍ରତିରୋଧକ ଶକ୍ତି:

ପ୍ରତିରୋଧକ ଶକ୍ତି ବଢ଼େଇବାରେ ସପୁରୀ ଜୁସ୍ ବହୁତ୍ ସାହାର୍ଯ୍ୟ କରେ । ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍ ପିଇଥାନ୍ତି ସେମାନଙ୍କ ଠାରୁ ରୋଗ ଦୂରରେ ରହିଥାଏ । ସେମାନଙ୍କ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଓ ଅନେକ ରୋଗ ସହ ଲଢ଼ିବାର କ୍ଷମତା ମଧ୍ୟ ରଖେ ସପୁରୀ ଜୁସ୍ ।

ବ୍ରଣ ମୁକ୍ତ:

ପୁଅ ହେଉ କି ଝିଅ ସମସ୍ତଙ୍କ ମୁହଁରେ ବ୍ରଣ ଉଠେ, ଯେଉଁଥିପାଇଁ ସମସ୍ତେ ଚିନ୍ତାରେ ପଡ଼ି ଯାଆନ୍ତି । କିନ୍ତୁ ଏଠି ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ ବ୍ରଣରୁ ମୁକ୍ତି ପାଇବା ପାଇଁ ସପୁରୀ ଆପଣଙ୍କ ପାଇଁ ଉପକାରୀ ହୋଇପାରେ । ଏଥିପାଇଁ ଆପଣ ନିୟମିତ ସପୁରୀ ରସ ପିଇ ପାରିବେ । ଯାହା ପିଇବା ଦ୍ୱାରା ଆପଣଙ୍କ ବ୍ରଣ ସମସ୍ୟା ଦୂର ହେବା ସହ ମୁହଁର ଚମକ ଫେରି ଆସେ । ନିୟମିତ ପିଇବା ଦ୍ୱାର ତ୍ୱଚାକୁ ସୁସ୍ଥ କୋମଳ ରଖେ ସପୁରୀ । ଏହା ବ୍ୟତୀତ ବୟସ ବଢ଼ିବା ସହ ଚର୍ମ ସତେଜ ରୁହେ ଓ ଚର୍ମର କୁଞ୍ଚନ ଦେଖାଯାଏ ନାହିଁ ।

ପେଟର ଯନ୍ତ୍ରଣା:

ବେଳେ ବେଳେ ବେସୀ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ବଢ଼ିଯାଇଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ସପୁରୀ ସାହାର୍ଯ୍ୟ କରିପାରେ । ପେଟ ଯନ୍ତ୍ରଣା କମେଇବା ପାଇଁ ଆପଣ ସପୁରୀ ଜୁସ୍ ପିଇ ପାରିବେ, ଯାହାଦ୍ୱାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳି ପାରିବ । ସପୁରୀ ଜୁସ୍‌ରେ ହଜମ ପାଇଁ ଫାଇବର୍ ଏବଂ ଭିଟାମିନ୍‌-ସି ଭରପୁର ମାତ୍ରାରେ ଥାଏ, ଯାହା ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ବ୍ୟତୀତ ଯଦି ଆପଣ ସପୁରୀ ଜୁସ୍ ପ୍ରତିଦିନ ପିଅନ୍ତି ତେବେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )