Tuesday 30th April 2024
ଏମିତି ଖାଉଛନ୍ତି କି ସାଲାଡ୍ ! ଓଜନ କମିବା ବଦଳରେ ବଢିଯିବ

ଏମିତି ଖାଉଛନ୍ତି କି ସାଲାଡ୍ ! ଓଜନ କମିବା ବଦଳରେ ବଢିଯିବ

ଓଜନ ହ୍ରାସ ହିଁ ବର୍ତ୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା । ଅତ୍ୟଧିକ ମୋଟାପଣକୁ କେମିତି ଦୂରେଇହେବ ତାକୁ ନେଇ ବର୍ତ୍ତମାନ ସବୁଠି ଚିନ୍ତା । ଆମେ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତିତ ରହୁଛୁ । ଏହି ମୋଟାପଣ ପାଇଁ ଶରୀରରେ ଆହୁରି ଭିନ୍ନ ଭିନ୍ନ ସମସ୍ୟା ଦେଖାଯାଉଛି । ଆମେ ଯେତେବେଳେ କିଛି ବିଜ୍ଞାପନ କିମ୍ବା ଭିଡିଓରେ ଓଜନ ହ୍ରାସ ପାଇଁ କିଛି ଉପାୟ ଦେଖୁ ,ତାର ପ୍ରକୃତ କାରଣ ଓ କାହା ପାଇଁ କଣ ଉପଯୋଗୀ ସେସବୁ ନ ଜାଣି ନ ବୁଝି କାମ କରିଥାଏ । ଆଉ କିଛି ଦିନ ପରେ ଏହା ଆହୁରୀ ଆମ ଶରୀରେ ଖରାପ ପ୍ରଭାବ ପକାଏ । ଆପଣ ଦେଖିଥିବେ ଓଜନ ହ୍ରାସ କଥା ଆସିଲେ ପ୍ରାୟତଃ ସମସ୍ତେ ସାଲାଡ ଖାଇବା ଆରମ୍ଭ କରିଦିଅନ୍ତି । ସେମାନେ ଭାବନ୍ତି ସବୁଜ ପନିପରିବାର ସାଲାଡ ହେଉ କିମ୍ବା ଫଳଯୁକ୍ତ ସାଲାଡ ଏସବୁ ଖାଇଲେ ଓଜନ ହ୍ରାସ ହେଇଯିବ । କିନ୍ତୁ ସେସବୁକୁ କେଉଁ ସମୟରେ ଖାଇବା ଦରକାର ତାର ଧାରଣା କାହା ପାଖରେ ନଥାଏ । ତେଣୁକରି ଚାଲନ୍ତୁ ଆଜି ଜାଣିବା ଓଜନ ହ୍ରାସ ପାଇଁ କେଉଁ ସମୟରେ ଓ କେଉଁଭଳି ଆକାରରେ ସାଲାଡ ଖାଇବା ଉଚିତ୍ ।


କେତେବେଳେ ଖାଇବେ ସାଲାଡ୍ ?

ସବୁବେଳେ ଦ୍ୱିପହର ଖାଇବା ଓ ରାତ୍ରି ଖାଇବାର ୩୦ ମିନିଟ ପୂର୍ବରୁ ସାଲାଡ ଖାଇବା ଦରକାର । ଯାହା ଫଳରେ ଭୋକର ମାତ୍ରା ଅପେକ୍ଷାକୃତ କମିଯାଇଥାଏ । ସାଲାଡରେ ଥିବା ପୋଷକତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ । ମାତ୍ର ଅନେକଥର ସାଲାଡକୁ ଖାଇବା ବେଳେ ଅଧିକ ଭଲ ଓ ସ୍ୱାଦିଷ୍ଟ କରିବା ପାଇଁ ଆମେ ବହୁତ ପ୍ରକାରର ଜିନିଷ ମିଶାଇଥାଉ ,ଯାହା ବିଲକୁଲ ବି ଠିକ୍ ପ୍ରଭାବ ପକାଇନଥାଏ । ସାଲାଡର ପ୍ରଟିନ୍ ଯେତିକି ପରିମାଣରେ ଆପଣଙ୍କ ଦେହକୁ ଯିବାକଥା ତାହା ଆଉ ଯାଇନଥାଏ । ସେଥିପାଇଁ ସାଲାଡକୁ ଯେଉଁଭଳି ଉପାୟରେ କାଟୁଛନ୍ତି ସେଥିରେ ବିଶେଷ କିଛି ନ ମିଶାଇ ଖାଇବାକୁ ଚେଷ୍ଟା କରନ୍ତୁ । ତାହାଲେ ଯାଇ ସୁଫଳ ମିଳିବ ।

ରାତି ସମୟରେ ଫଳ ସାଲାଡ ଅନେକ ଖାଇଥାଆନ୍ତି। ଏହି ଅଭ୍ୟାସ ଥିଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଫଳ ସାଲାଡ ଖାଇବାର ସଠିକ୍‍ ସମୟ ଦିନ। ଏହାସହ ଖାଦ୍ୟ ଖାଇବାର ପରେ ମଧ୍ୟ ଫଳ ସାଲାଡ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଅଧିକ ହୋଇଥାଏ। କେତେକ ଲୋକେ ଟମାଟୋ ଓ କାକୁଡିର ରାଇତା ପ୍ରସ୍ତୁତ କରି ଖାଇଥାଆନ୍ତି। ଆପଣ ମଧ୍ୟ ଯଦି ଟମାଟୋ ଓ କାକୁଡିରେ ଦହି ମିଶାଇ ଖାଉଥିବେ, ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ ହେବାକୁ ଦେଇନଥାଏ। ଏହା ଖାଇବା ଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ।

କାକୁଡି ଓ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଏକାସହ କାକୁଡି ଓ ଟମାଟୋ ଖାଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ, ବଦହଜମି, ପେଟ ଯନ୍ତ୍ରଣା, ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ। କିଛି ଲୋକ ସାଲାଡ୍‍କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଚିଜ୍‍ ଓ ମିଓନିଜ୍‍ ପକାଇ ଥାଆନ୍ତି। ବିଶେଷଜ୍ଞଙ୍କ ମତାନୁସାରେ ଏହି ଜିନିଷ ସାଲାଡରେ ବ୍ୟବହାର ଦ୍ୱାରା ସାଲାଡ୍‍ର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ତେଣୁ ସାଲାଡକୁ ସଠିକ ଶୈଳୀରେ ଏଥିରେ ଲୁଣ ,ଚାଟ୍‍ ମସଲା ଆଦି ବ୍ୟବହାର ନକରି ସେବନ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଓଜନ ହ୍ରାସ କରିଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )