Friday 20th February 2026
ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଛି କି ? ଜାଣନ୍ତୁ କାହିଁକି ?

ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଛି କି ? ଜାଣନ୍ତୁ କାହିଁକି ?

ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଥାଏ ଓ ବିଶେଷ କରି ପାଗ ପରିବର୍ତ୍ତନ ହେବା ସମୟରେ ଥଣ୍ଡାଜ୍ୱର ଲାଗି ରହୁଥାଏ, ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ ରୋଗଗ୍ରସ୍ତ ହୋଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଓ ମଜଭୂତ ହୋଇଥାଏ। ଜାଣନ୍ତୁ …

କାଜୁ , ବାଦାମ, ପେସ୍ତା ବାଦାମ ଆଦିକୁ ପାଣିରେ ଭିଜାଇ ଏହାକୁ ସକାଳେ ଖାଆନ୍ତୁ। ଏହା ମଧ୍ୟ ଶାରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯେ।ଗାଇଥାଏ। ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ପୋଷକ ଥିବାରୁ ଏହା ଖୁବ ସ୍ୱାସ୍ଥ୍ୟ ଉପକାରୀ। ଆପଣ ବିଟ, ଗାଜର, ପିଆଜ, କାକୁଡ଼ି ମିଶାଇ ଖାଇବା ମଧ୍ୟ ଉତ୍ତମ। ତୁଳସୀ ଆଣ୍ଟି-ବାୟୋଟିକର କାମ କରିଥାଏ। ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଅଧିକ ପରିମାଣରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ ହେବାରେ ସହାୟକ ହୋଇଥାଏ। ଥଣ୍ଡା ପାଣି ପରିବର୍ତ୍ତେ ହାଲକା ଉଷୁମ ପାଣି ପିଇବା ଖୁବ ଉତ୍ତମ। ଗଜା ମୁଗ, ବୁଟ ଓ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏଥିରେ ଭରପୂର ମାତ୍ରାରେ ପୋଷଣ ଥାଏ। ଏ ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ। ଅଧିକ ରସଯୁକ୍ତ ଫଳ ଖାଇବା ଖୁବ ଉତ୍ତମ। ଯେପରି କମଳା ଆଦି ଅନ୍ୟାନ୍ୟ ଫଳ, ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଯାହା ରୋଗ ସହ ଲଢିବାକୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ମାତ୍ର ଫଳ ସହ କୌଣସି ଚାର୍ଟ ମସଲା, ଲୁଣ ଆଦି ମିଶାଇ ଖାଇବା ଉଚିତ ନୁହେଁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )