Saturday 22nd February 2025
ଉର୍ଫିଙ୍କ ପ୍ରତିକ୍ରିୟା ରଖି କଙ୍ଗନା କହିଲେ “ସିଭିଲ୍ କୋର୍ଡ ଲାଗୁ”

ଉର୍ଫିଙ୍କ ପ୍ରତିକ୍ରିୟା ରଖି କଙ୍ଗନା କହିଲେ “ସିଭିଲ୍ କୋର୍ଡ ଲାଗୁ”

ସବୁବେଳେ ମିଡିଆର ଲାଇମ୍ ଲାଇଟ୍ରେ ରହୁଥିବା ୨ ଅଭିନେତ୍ରୀ । ଜଣେ ପ୍ରତ୍ୟେକ ଟି କଥାରେ ନିଜ ମନ୍ତବ୍ୟ ଦେବା ପାଇଁ ଚର୍ଚ୍ଚାରେ ଥିବା ବେଳେ ଆଉ ଜଣେ ନିଜ ପୋଷାକ ପାଇଁ ସବୁ ବେଳେ ଦର୍ଶକଙ୍କ ଠାରୁ ଟ୍ରୋଲ ହେଉଥାନ୍ତି । ଆମେ କହୁଛୁ ବିବାଦୀୟ ୨ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଉର୍ଫି ଜାବେଦ୍ଙ୍କ କଥା । ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ୱିଟର ୱାର୍ ।

ଗତ ଶନିବାର ଦିନ ପ୍ରଥମେ କଙ୍ଗନା ଟ୍ୱିଟ୍ କରି କହିଥିଲେ “ଭାରତ ସମସ୍ତ ଖାନଙ୍କୁ ଭଲପାଏ ଏବଂ ବେଳେବେଳେ କେବଳ ଖାନ୍ମାନଙ୍କୁ ହିଁ ଭଲ ପାଏ । ତେଣୁ ଭାରତ ଉପରେ ଘୃଣା ଏବଂ ଫାସୀବାଦର ଆରୋପ ଲଗାଇବା ଉଚିତ୍ ନୁହେଁ । ସମଗ୍ର ଦୁନିଆରେ ଭାରତ ଭଳି ଦେଶ ନାହିଁ” । ଯାହାର ପ୍ରତିକ୍ରିୟା ରଖି ଉର୍ଫି କହିଛନ୍ତି କଳାର କୌଣସି ଧର୍ମ ନଥାଏ । “ହେ ଭଗବାନ! ଏହି ବିଭାଜନ କଣ, ମୁସଲମାନ ଅଭିନେତା, ହିନ୍ଦୁ ଅଭିନେତା । କଳାକୁ ଧର୍ମ ଦ୍ୱାରା ବିଭକ୍ତ କରାଯାଏ ନାହିଁ । ଏଙ୍ଖାରେ କେବଳ କଳାକାର ଅଛନ୍ତି”।

ଏହା ମଧ୍ୟରେ ଉର୍ଫିଙ୍କ ଟ୍ୱିଟର ପ୍ରତିକ୍ରିୟା ରଖି କଙ୍ଗନା କହିଛନ୍ତି “ହଁ ମୋର ପ୍ରିୟ ଉର୍ଫି ଏଭଳି ହେଲେ ଏହା ଏକ ଆଦର୍ଶ ଦୁନିଆ ହେବ, କିନ୍ତୁ ଆମର ୟୁନିଫର୍ମ ସିଭିଲ୍ କୋଡ଼୍ ନହେବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ । ଯେଉଁ ପର୍ଯ୍ୟନ୍ତ ଏହି ଦେଶ ସମ୍ବିଧାନରେ ବିଭକ୍ତ ନହେବ, ସେପର୍ଯ୍ୟନ୍ତ ଏହା ବିଭାଜିତ ରହିବ । ଆସନ୍ତୁ ସମସ୍ତେ ୨୦୨୪ବର୍ଷର ମାନିଫେଷ୍ଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ପାଇଁ ଦାବି କରିବା । ଆମେ ଏହା କରିପାରିବା କି?”

CATEGORIES
TAGS
Share This

COMMENTS

Wordpress (0)
Disqus ( )