Tuesday 30th April 2024
ସାର୍ ଆଇଜାକ୍ ନିଉଟନ୍,ଦୁନିଆକୁ ବିଜ୍ଞାନର ନୂତନ ଆଲୋକ ଦେଇଥିବା ମହାନ ବ୍ୟକ୍ତିତ୍ୱ

ସାର୍ ଆଇଜାକ୍ ନିଉଟନ୍,ଦୁନିଆକୁ ବିଜ୍ଞାନର ନୂତନ ଆଲୋକ ଦେଇଥିବା ମହାନ ବ୍ୟକ୍ତିତ୍ୱ

ବିଜ୍ଞାନରେ ବିପ୍ଲବର ନା ସାର୍ ଆଇଜାକ୍ ନିଉଟନ୍ (୧୬୪୨-୧୭୨୭) ଆଧୁନିକ ବିଜ୍ଞାନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ ଆଣିଥିଲେ । ବିଜ୍ଞାନ ପ୍ରତି ତାଙ୍କର ଅବଦାନକୁ ଆଉ କେହି ବି ଟପିପାରି ନାହାନ୍ତି । ବିଭିନ୍ନ କ୍ଷେତ୍ରରେ ତାଙ୍କର କାମର ଫଳକୁ ମିଶାଇ ବିଶ୍ୱର ଏକ ସମନ୍ୱିତ,ସରସ ଓ ସାମଗ୍ରିକ ରୂପରେଖ ସେ ପ୍ରସ୍ତୁତ କରିପାରିଥିଲେ । ବିଜ୍ଞାନର ସବୁ ବିଭାଗରେ ସମାନ ରୂପରେ ଲାଗୁଥିବା ବୈଜ୍ଞାନିକ କାର୍ଯ୍ୟଧାରାର ମୂଳ ନିୟମଗୁଡିକୁ ସେ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିଥିଲେ । ତାଙ୍କର ଗବେଷଣା ଧାରାରେ ତାତ୍ତ୍ୱିକ ଓ ପରୀକ୍ଷାଭିତ୍ତିକ ଏବଂ ଗାଣିତିକ ଓ ଯାନ୍ତ୍ରିକ ମାର୍ଗର ଏକ ସୂକ୍ଷ୍ମ ସନ୍ତୁଳନ ରହିଥିଲା । ପଦାର୍ଥ ବିଜ୍ଞାନକୁ ସେ ବିଶେଷ ଭାବରେ ଗାଣିତିକ ରୂପ ଦେଇଥିଲେ ଏବଂ ଏହାର ଅଧ୍ୟୟନ ପାଇଁ ଏକ ନିୟମବଦ୍ଧ ତର୍କପଦ୍ଧତି ବିକଶିତ କରିଥିଲେ ।

ଖାସ୍ ସେଇଥିପାଇଁ ତାଙ୍କୁ ତର୍କଯୁଗର ଆବାହକ ଆଖ୍ୟା ଦିଆଯାଇଥାଏ । ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ତାଙ୍କର ମୌଳିକ ନିୟମଗୁଡିକ ଆଜିଯାଏଁ ସେହି ରୂପରେ ଚଳିଆସୁଛି । ପଦାର୍ଥ ବିଜ୍ଞାନ ଓ ଖଗୋଳ ଯାନ୍ତ୍ରିକୀ କ୍ଷେତ୍ରରେ ନିଉଟନଙ୍କର ବ୍ୟାପକ କାମର ଶେଷଫଳ ଥିଲା ଜାଗତିକ ଗୁରୁତ୍ୱାକର୍ଷଣ ତତ୍ୱ । ସେ ଦେଖାଇଲେ ଯେ ପୃଥିବୀ ଉପରେ ଆମେ ଅନୁଭବ କରୁଥିବା ମାଧ୍ୟାକର୍ଷଣ ବଳ ଏବଂ ମହାକାଶରେ ଗ୍ରହ ଆଦି ପିଣ୍ଡଙ୍କ ଭିତରେ ଥିବା ଆକର୍ଷଣ ବଳର ନିୟମ ସମାନ । ୧୯୬୬ ମସିହାରେ ନିଉଟନ୍ କଳ୍ପନା କରିଥିଲେ ଯେ ପୃଥିବୀର ମାଧ୍ୟାକର୍ଷଣ ବଳ ଚନ୍ଦ୍ର ଯାଏଁ ବ୍ୟାପିଥାଏ ଏବଂ ଘୁରୁଥିବା ଚନ୍ଦ୍ରର କେନ୍ଦ୍ରାପସାରୀ ବଳ ଦ୍ୱାରା ତାହା ପ୍ରତିସନ୍ତୁଳିତ ହୋଇଥାଏ । ତାଙ୍କର କେନ୍ଦ୍ରାପସାରୀ ବଳ ନିୟମ ଏବଂ କେପଲରଙ୍କ ଗ୍ରହଗତିର ତୃତୀୟ ନିୟମ ଅନୁସାରେ ନିଉଟନଙ୍କ ସିଦ୍ଧାନ୍ତରେ ପହଂଚିଥିଲେ ଯେ ଚନ୍ଦ୍ର ବା କୌଣସି ଗ୍ରହର କେନ୍ଦ୍ରପସାରୀ ବଳ ଗତିର କେନ୍ଦ୍ରଠାରୁ ତାର ଦୂରତାର ବର୍ଗର ବିପରୀତ କ୍ରମରେ କମିଚାଲେ ।

ଏକଥା ନିଶ୍ଚିତ ଯେ ମଣିଷକୁ କର୍ମଫଳ ହିଁ ଭୋଗିବାକୁ ପଡେ । ମଣିଷର କର୍ମ ଫଳ ପାଇବା ପାଇଁ ଅନ୍ୟ କେହି ନୁହେଁ ବରଂ ସେ ନିଜେ ହିଁ ଦାୟୀ । ସତ କର୍ମ କଲେ ସତ ଫଳ ମିଳେ କୁକର୍ମ କଲେ କୁଫଳ ମିଳେ । ସେ ତାର ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତର  ପ୍ରତ୍ୟେକ କ୍ଷଣର  ପ୍ରତ୍ୟେକ ସେକେଣ୍ଡର କରୁଥିବା କର୍ମ  କଥା ଭାଷା ଚାଲି ଚଳଣୀ ଆଚାର ବ୍ୟବହାର ଉଚ୍ଚାରଣ ଆଚରଣ, ମନରେ ସୃଷ୍ଟି ହେଉଥିବା ପ୍ରତିଫଳିତ ଚିନ୍ତାଧାରା ପାଇଁ ସେ କର୍ମଫଳ ପ୍ରାପ୍ତ କରିଥାଏ । ଏହା ଏକ ସ୍ୱତଃ ସ୍ଫୁର୍ତ୍ତ ସ୍ୱୟଂସକ୍ରିୟ ପ୍ରକ୍ରିୟା । କର୍ମଫଳ ସେ ଆପେ ଆପେ ନିଜକୁ ନିଜେ ପାଇଥାଏ । ତାକୁ କେହି ଦେଇ ନ ଥାଏ ।

ଯାହା ହଜାର ହଜାର ବର୍ଷ ପୂର୍ବରୁ ଆମ ଭାରତୀୟ ପ୍ରାଚୀନ ତଥା ଆଦ୍ୟ ବୈଜ୍ଞାନିକ ବୋଲାଉଥିବା ମୁନିଋଷି ଯୋଗୀ ଜ୍ଞାନୀ ଗୁଣୀମାନେ କହି ଯାଇଛନ୍ତି ଓ ବେଦ ଗୀତା ଭାଗବତ ଆଦି ପୁରାଣ ଶାସ୍ତ୍ରରେ ଲେଖିଯାଇଛି  ଯାହାକୁ ବିଶିଷ୍ଟ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍ ବି ତାଙ୍କ 3rd Law of Motionରେ ଲେଖିଛନ୍ତି । Every action has an equal & opposite reaction . ଅର୍ଥାତ୍ — ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ । ଯାହା ନିରାଟ ସତ୍ୟ ଅଟେ । ତେଣୁ ଆମେମାନେ ଆମ ଦୈନନ୍ଦିନ ଜୀବନରେ ପ୍ରତିଦିନ କରୁଥିବା କାମ କହୁଥିବା କଥାର ପ୍ରତିକ୍ରିୟା ସମାନ ଭାବରେ ହିସାବ ମୁତାବକ କର୍ମଫଳ ପାଇବାଟା ସୁନିଶ୍ଚିତ ।

 

ତେଣୁ ଏଥିପାଇଁ କୌଣସି ଈଶ୍ବର ଭଗବାନ ଦେବାଦେବୀ ଠାକୁର କି ଭାଗ୍ୟକୁ ଦୋଷଦେବା ଉଚିତ୍ ନୁହେଁ । ଯାହା ବିଜ୍ଞତାର ପରିଚାୟକ ନ ହୋଇ ଅଜ୍ଞତା ବା ମନର ଭ୍ରମବୋଲି କୁହାଯାଇପାରେ । ସେଥିପାଇଁ ବରଂ ନିଜ ପ୍ରତି ସମୟର କଥାବାର୍ତ୍ତା ଭାଷା ଚିନ୍ତାଧାରା ଆଚରଣ ଉଚ୍ଚାରଣ ଚାଲିଚଳଣୀର  କାର୍ଯ୍ୟକୁ ତର୍ଜମା କରି ନିଜକୁ ସେହି ଅନୁଯାୟୀ ପରିବର୍ତ୍ତନ କରିପାରିଲେ ବା ସୁଧାରି ପାରିଲେ ଦୁଃଖକଷ୍ଟ ଯନ୍ତ୍ରଣା ଆଦି  ଅଶାନ୍ତି ରୂପୀ କର୍ମଫଳ ଦୂରେଇଯାଇ ସୁଖ ଶାନ୍ତି ଆନନ୍ଦ ନିରୋଗ ଜୀବନ ଯାପନ କରିବାର ସୁଖ ସୁବିଧାର ହକଦାର ହୋଇ ପାରିବା ବୋଲି ମନରେ ଦୃଢପରିକର ହେବା ଆବଶ୍ୟକତା ରହିଛି   ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )