୧ଲକ୍ଷ ଟଙ୍କା ଉପରକୁ ଟ୍ରାଞ୍ଜାକ୍ସନ କରିବାକୁ ମନା
ଆଜିକାଲିର ଦୁନିଆ ସୋସିଆଲ ମେଡିଆ ଯୁଗ ହୋଇଗଲାଣି, ସମସ୍ତଙ୍କ ପାଖରେ ମୋବାଇଲ ଓ ଇଣ୍ଟରନେଟ ରହିଲାଣି । ତେଣୁ ସପିଙ୍ଗ ହେଉ କିମ୍ବା ଅନ୍ୟ କୌଣସି କାମ ଯେଉଁଥିରେ ଟଙ୍କା ନେଣଦେଣ ହୋଇଥାଏ । ଏହି ଭଳି ପରିସ୍ଥିତିରେ ସାହାର୍ଯ୍ୟ କରେ UPI ଟ୍ରାଞ୍ଜାକ୍ସନ, ତେବେ ଏବେ UPI ୟୁଜର୍ସଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । UPI ୟୁଜର୍ସ ଏବେ ମନଇଚ୍ଛା କାରବାର କରିପାରିବେ ନାହିଁ ଗ୍ରାହକ । ଏନେଇ ଟ୍ରାଞ୍ଜାକ୍ସନ ସୀମା ଧାର୍ଯ୍ୟ କରିଛି NPCI ‘ଗୁଗୁଲ ପେ’, ‘ଫୋନ ପେ’, ‘ପେ-ଟିଏମ୍’ ଭଳି ଅନେକ UPI ଟ୍ରାଞ୍ଜାକ୍ସନରେ । ଯେଉଁଥିରେ ଦିନକୁ ମାତ୍ର ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିପାରିବେ ୟୁଜର୍ସ ।ଦିନକୁ ଦିନ ଭାରତ କ୍ୟାସଲେସ୍ ହେଉଛି, ଯାହା ଫଳରେ କାରବାର ବୃଦ୍ଧି ହେଉଛି, ଛୋଟରୁ ବଡ଼ ବ୍ୟବସାୟୀ UPI ସାହାର୍ଯ୍ୟରେ ନେଣଦେଣ କରୁଛନ୍ତି । ତେଣୁ NPCI ନେଇଥିବା ନିଷ୍ପତି ଅନୁସାରେ UPI ମାଧ୍ୟମରେ ମାତ୍ରାଧିକ ଟ୍ରାଞ୍ଜାକ୍ସନ କରିହେବ ନାହିଁ । NPCI ଗାଇଡ୍ଲାଇନ୍ ମୁତାବକ, ଏଣିକି UPI ମାଧ୍ୟମରେ ଗୋଟିଏ ଦିନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । କ୍ଷୁଦ୍ର ବ୍ୟାଙ୍କ୍ ତଥା କାନାରା ବ୍ୟାଙ୍କରେ UPI ମାଧ୍ୟମରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ UPI ମାଧ୍ୟମରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ହୋଇପାରିବ । ସେହିପରି ଗୋଟିଏ ଦିନରେ ୨୦ଟି ଟ୍ରାଞ୍ଜାକ୍ସନ ଧାର୍ଯ୍ୟ କରାଯାଇଛି । ଏହି ଲିମିଟ୍ ପାର୍ ହେବା ପରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେହିପରି ‘ପେ-ଟିଏମ୍’ ମାଧ୍ୟମରେ ପ୍ରତିଦିନ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI କରିପାରିବେ । ଅତବା ଏକ ଘଣ୍ଟାରେ ମାତ୍ର ୫ଟି ଟ୍ରାଞ୍ଜାକ୍ସନ ସହିତ ୨୦ହଜାର ଟଙ୍କାର କାରବାର କରିପାରିବେ । ସେହିପରି ‘ଗୁଗୁଲ ପେ’ ମାଧ୍ୟମରେ ଗୋଟିଏ ଦିନରେ ୧୦ଟି ଟ୍ରାଞ୍ଜାକ୍ସନ ଏବଂ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କାରବାର ଧାର୍ଯ୍ୟ କରାଯାଇଛି । ସେହିପରି ‘ଫୋନ୍ ପେ’ ରେ ୧୦ କିମ୍ବା ୨୦ଟି ଟ୍ରାଞ୍ଜାକ୍ସନ ୧ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ ।