Saturday 18th May 2024
ବିଜୟ ଦେବରକୋଣ୍ଡାକୁ ଇଡିର ଜେରା,ଲାଇଗର୍ ପାଇଁ ଫସିବେ…

ବିଜୟ ଦେବରକୋଣ୍ଡାକୁ ଇଡିର ଜେରା,ଲାଇଗର୍ ପାଇଁ ଫସିବେ…

ଚଳଚିତ୍ର ଟିଏ ତିଆରି କରିବା ପାଇଁ ଅନେକ ଟଙ୍କା ଲାଗିଥାଏ । ଆଉ ସେହି ଟଙ୍କା କୌଣସୀ ବ୍ୟକ୍ତି କିମ୍ବା କମ୍ପାନୀର ହେଇଥାଏ । ସେଥିପାଇଁ ସେମାନଙ୍କୁ ପ୍ରଡ୍ୟୁସର କୁହାଯାଏ । ହେଲେ ଥରେ ଚିନ୍ତା କଲେ ବଲିଉଡରେ ଯେଉଁ ବଡ ବଡ ଚଳଚିତ୍ର ନିର୍ମାଣ ହେଉଛି । ସେ ତୁଳନାରେ କେତେ କୋଟି ଟଙ୍କା ଖର୍ଚ୍ଛ ହେଉଛି । ତାହାଲେ ଏତେ ଟଙ୍କା ଜଣେ ବ୍ୟକ୍ତି ପାଖରେ ଆସୁଛି କେମିତି ? ତେବେ ଏହିଭଳି ପ୍ରଶ୍ନ ବର୍ତ୍ତମାନ ଜଣେ ନାମୀ ଚରିତ୍ରକୁ ପଚରାଯାଉଛି । ସେ କେମିତି ତାଙ୍କ ଚଳଚିତ୍ର ପାଇଁ ଟଙ୍କା ଯୋଗାଡ କରିଛନ୍ତି ? ସେ ବିଷୟରେ ଇଡି ତାଙ୍କୁ ପ୍ରଶ୍ନ କରିଛନ୍ତି । ସେ ଆଉ କେହି ନୁହନ୍ତି,ସେ ହେଉଛନ୍ତି ସାଉଥ୍ ର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ତେବେ ଚାଲନ୍ତୁ ଜାଣିବା କାହିଁକି ଏହିଭଳି ପ୍ରଶ୍ନ ପଚରାଯାଉଛି ବିଜୟଙ୍କୁ ।

ନିଜର ବଲିଉଡ୍ ଫିଲ୍ମ ‘ଲାଇଗର୍‌’ ପାଇଁ ପାଣ୍ଡି ଯୋଗାଡ କରିବା ନେଇ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ଅଭିନେତା ବିଜୟ ଦେବରକୋଣ୍ଡା । ବିଦେଶୀ ପାଣ୍ଡି ବିନିୟମ ପରିଚାଳନା ଆଇନ୍‌,୧୯୯୯ ଉଲ୍ଲଂଘନ ଅଭିଯୋଗରେ ବିଜୟଙ୍କୁ ଜେରା କରାଯାଇଛି । ଅନନ୍ୟା ପାଣ୍ଡେ ଏବଂ ଆମେରିକୀୟ ବକ୍ସିଂ କିମ୍ବଦନ୍ତୀ ମାଇକ ଟାଇସନ ଅଭିନୟ କରିଥିବା ଉକ୍ତ ଚଳଚ୍ଚିତ୍ର ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହା ବକ୍ସ ଅଫିସରେ ସେତେ ଭଲ ପ୍ରଦର୍ଶନ କରିପାରି ନଥିଲା । ଏହା ହେଉଛି ବଲିଉଡ ଫିଲ୍ମ ନିର୍ମାଣ ପ୍ରକଳ୍ପରେ ବିଜୟଙ୍କ ପ୍ରଥମ ପ୍ରବେଶ ।

ବିଜୟ ଦେବରକୋଣ୍ଡା ଅର୍ଜୁନ ରେଡ୍ଡୀ ଫିଲ୍ମ ଠାରୁ ବହୁତ ହିଁ ଫେମସ୍ ହୋଇଥିଲେ । କିନ୍ତୁ ତାପରେ ସେ ଅନେକ ଭାଷାଭାଷୀର ଚଳଚିତ୍ର ରେ କାମ କରି ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା ଏହି ଲାଇଗର୍ ଚଳଚିତ୍ର ପାଇଁ ତାଙ୍କୁ ଜେରା ହେବ ବୋଲି ସେ କେବେ କଳ୍ପନା ବି କରିନଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )