ହାସ୍ୟ ଅଭିନେତା ମେହେମୁଦଙ୍କ ଜନ୍ମଜୟନ୍ତୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା
() କଳାକାରର ଜନ୍ମ ହୋଇଥାଏ ନିଜ କଳା ମାଧ୍ୟମରେ ସମାଜକୁ ଏକ ନୂଆ ଆଇନା ଦେଖାଇ ବା ପାଇଁ । କଳାକାରର ମନ ଯାହା ବି ହେଇ ଥାଉ ନା କାହିଁକି ପରଦାକୁ ଆସିଲେ ସେ କେବଳ ନିଜର ଚରିତ୍ରକୁ ଚିହ୍ନେ । ଆଉ କଳାକାରଟିର ଆୟୁଷ ସରେନି କହିଲେ ଚଳେ,ସେ ମରିଗଲା ପରେ ତାର ସ୍ମୃତି ଲୋକଙ୍କୁ ଚିର ଦିନ ପାଇଁ ମନୋରଂଜନ କରାଉଥାଏ । ଆଜି ସେମିତି ଜଣେ ଖାସ୍ କଳାକାରଙ୍କର ଜନ୍ମ ଦିନ । ଯòଏକି ଦିନେ ଅଭିନେତା ହେଇ ଅନେକ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି, କେବଳ ସେତିକି ନୁହେଁ ଅଭିନୟ ଭିତରେ ସବୁଠୁ କଷ୍ଟ ଚରିତ୍ର ଥାଏ ହାସ୍ୟ ଅଭିନୟର । କିନ୍ତୁ ସେଥିରେ ସେ ଥିଲେ ଖୁବ୍ ପାରଙ୍ଗମ । ହଁ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଦେଉଥିଲେ ।ଭେଟନାର ହାସ୍ୟ ଅଭିନେତା ମେହେମୁଦ୍ ଆଲ୍ଲୀଙ୍କର ଆଜି ହେଉଛି ଜନ୍ମଦିନ । ୧୯୩୨ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ମୁମ୍ବାଇଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଏବଂ ୨୩ ଜୁଲାଇ ୨୦୦୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପିତା ମୁମ୍ତାଜ ଆଲ୍ଳୀ ମଧ୍ୟ ଜଣେ ମଞ୍ଚ ଅଭିନେତା ଥିଲେ । ସେ ମିନା କୁମାରୀଙ୍କ ଭଉଣୀ ମଧୁଙ୍କ ସହ ପ୍ରଥମ ବିବାହ କରିଥିଲେ । ଯାହାଙ୍କ ଠାରୁ ତାଙ୍କର ୪ଟି ପୁଅ ହୋଇଥିଲା ଏବଂ ଦ୍ୱିତୀୟ ବିବାହ ସେ ଟ୍ରେସିଙ୍କ ସହ କରିଥିଲେ । ଯାହାଙ୍କ ଠାରୁ ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ହୋଇଥିଲା ।
ସଂଘର୍ଷର ସମୟ:
ତାଙ୍କ ପିତା ଏକ ଅଭିନେତା ଥିବା ସତ୍ୱେ ମଧ୍ୟ ମେହେମୁଦଙ୍କ ସଂଘର୍ଷ ଅଧିକ ଥିଲା । ତାଙ୍କ ସଂଘର୍ଷ ସମୟରେ ସେ ଅଣ୍ଡା ବିକିବା ଠାରୁ ଆରମ୍ଭ କରି ରିକ୍ସା ଚଲାଇବା ପର୍ଯ୍ୟନ୍ତ କାମ ମଧ୍ୟ କରଥିଲେ । କିନ୍ତୁ ସେ ପରିଶ୍ରମ କଲେ ଏବଂ ୧୯୪୩ ମସିହାରେ ସେ ତାଙ୍କ ପ୍ରଥମ ଚଳଚିତ୍ର “କିସମତ” ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ମେହେମୁଦଙ୍କ ସଂଘର୍ଷମୟ ସମୟ ବେଳେ ତାଙ୍କୁ ମିନାକୁମାରୀଙ୍କୁ ଟେନିସ ସିଖାଇବାର କାମ ମିଳିଥିଲା । ତାଙ୍କୁ ଟେନିସ ଶିଖାଇବା ଭିତରେ ମିନାଙ୍କ ସାନ ଭଉଣୀ ମଧୁଙ୍କ ପ୍ରେମରେ ସେ ପଡ଼ି ତାଙ୍କୁ ବିବାହ କରିଥିଲେ ।ମେହେମୁଦ ଏକ ମାତ୍ର ଅଭିନେତା ଥିଲେ ଜାହାଙ୍କ ପୋଷ୍ଟର ହିରୋଙ୍କ ସହ ଲାଗୁଥିଲା । କାରଣ ନିର୍ଦ୍ଧେଶକ ମାନେ ଭଲ ଭାବରେ ଜାଣିଥିଲେ ଯଦି ମେହେମୁଦଙ୍କ ଫଟୋ ହିରୋଙ୍କ ସହ ଲଗାଯାଏ ତେବେ ସେହି ଫିଲ୍ମ ହିଟ ହେବା ନିଶ୍ଚିନ୍ତ । ମେହେମୁଦ ନିଜ ଜୀବନକାଳ ଭିତରେ ୩୦୦ରୁ ଅଧିକ ଚଳଚିତ୍ରରେ କମେଡିଆନ ଭାବରେ ଅଭିନୟ କରିଛନ୍ତି । ସବୁଠାରୁ ବଡ଼ କଥା ସେ କେବେ ବି ରିହରସଲ କରୁନଥିଲେ, ସେ ସିଧାସଳଖ ସେଟ୍ରେ ନିଜ ଅଭିନୟର କମାଲ ଦେଖାଉଥିଲେ ।
ମେହେମୁଦଙ୍କ ଶେଷ ଇଚ୍ଛା:
ମେହେମୁଦଙ୍କ ଶେଷ ଇଚ୍ଛା କଣ ଥିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ସେ ମୁସଲିମ ଥିବା ସତ୍ୱେ ତାଙ୍କର ଶେଷ ଇଚ୍ଛା ଥିଲା କି ତାଙ୍କ ଦେହାନ୍ତ ପରେ ତାଙ୍କ ମର ଶରୀରକୁ ସମାଧୀ ଦିଆ ନ ଯାଉ ବରଂ ସେ ଚାହୁଁଥିଲେ କି ତାଙ୍କ ମର ଶରୀରକୁ ଦାହ ସଂସ୍କାର କରାଯାଉ ଏବଂ ତାଙ୍କ ଅସ୍ଥୀକୁ ୩ଟି ଅଲଗା ଅଲଗା ଯାଗାରେ ରଖାଯାଉ । ଏହା ଏକ ମନଗଢ଼ା କାହାଣୀ ନୁହେଁ, ବରଂ ଏହାର ସୂଚନା ଆମକୁ ମେହେମୁଦ୍ ଅଲ୍ଳୀଙ୍କ ଜୀବନ ଉପରେ ଅଧାରିତ ହନିକ ଜାବେରିଙ୍କ ଲିଖିତ ଏକ ପୁସ୍ତକ “Mehmood a man of many moods”ର ୨୦ ଅଧ୍ୟାୟରେ ଲେଖାଥିବା ଏକ ସତ କଥା ଅଟେ । ସୂଚନା ଅନୁସାରେ ମେହେମୁଦ୍ ଅଲ୍ଳୀଙ୍କ ମୃତ୍ୟୁର ଠିକ ୧ବର୍ଷ ପୂର୍ବରୁ ସେ ନିଜେ ଏହି କଥାଟି କହିଥିଲେ । ସେ କହିଥିଲେ କି ଯଦି ମୋର ସମାଧି ଦିଆଯାଏ ତେବେ ମୋ କବର ଗୋଟିଏ ଜାଗାରେ ହିଁ ରହିବ କିନ୍ତୁ ଯଦି ମୋ ମର ଶରୀରକୁ ଦାହ ସଂସ୍କାର କରାଯାଏ ତେବେ ମୁଁ ୩ଟି ଜାଗାରେ ରହି ପାରିବେ । କାରଣ ସେହି ୩ଜଣଙ୍କୁ ମୁଁ ସମାନ ଭାବରେ ଭଲ ପାଏ । ସେ ହେଉଛନ୍ତି ମେହେମୁଦଙ୍କ ବାପା ମୁମ୍ତାଜ ଆଲ୍ଳୀ, ମାତା ଲତିଫାଉନିସା ଆଲ୍ଲୀ ଓ ଜାତିର ପିତା ମହାତ୍ମା ଗାନ୍ଧୀ । ଏହା ସହ ଏମାନଙ୍କର କବର ବା ସମାଧୀ ୩ଟି ଅଲଗା ଅଲଗା ଜାଗାରେ ଅବସ୍ଥିତ । ତାଙ୍କ ବାପା ମୁମ୍ତାଜ ଆଲ୍ଳୀଙ୍କ କବର ମେହେମୁଦଙ୍କ ବେଙ୍ଗାଲୁରୁ ସ୍ଥିତ ଫାର୍ମହାଉସ ରେ ଅଛି, ତ ତାଙ୍କ ମା’ଙ୍କ କବର ମୁମ୍ବାଇର ଚାନ୍ଦିବାଲିରେ ଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧୀ ଦିଲ୍ଲୀରେ ଅବସ୍ଥିତ ।ତେବେ ଯେତେବେଳେ ଏହି ଖବର ସେତେବେଳର ପତ୍ରିକା ଶାମା ଓ ସୁଷମାଙ୍କୁ ଜାଣିବାକୁ ମିଳିଥିଲା ସେ ଏହି ଖବରକୁ ଛାପିଥିଲେ । ଯାହାକୁ ବିରୋଧ କରିଥିଲେ ମେହେମୁଦ୍ଙ୍କ ପରିବାର ଲୋକ । ସେମାନେ କହିଥିଲେ ଏହି ଖବର ଆପଣ ଯଥା ସମ୍ଭବ ଆପଣଙ୍କ ପତ୍ରିକାରୁ ଏହି ଲେଖାକୁ ବାହାର କରିଦିଅନ୍ତୁ ନଚେତ ଦଙ୍ଗା ହେବାର ସମ୍ଭାବନା ଅଛି । ପରେ ଏହି କଥାକୁ ମେହେମୁଦଙ୍କୁ ତାଙ୍କ ପରିବାର ଲୋକ ବୁଝାଇବା ପରେ ସେ ସମୟରେ ସେ ତାଙ୍କ ଇଚ୍ଛାକୁ ପରିବର୍ତ୍ତନ କରିଥିଲେ ।