
Entrepreneur ହେବା ପାଇଁ ଆଜି ହିଁ ଆପଣାନ୍ତୁ ଏହି ୭ଟି ସବୁ Characteristics
ସମୟ ବଦଳିବା ସହ ଲୋକଙ୍କର କିଛି ନୂଆ କରି ଦେଖେଇବାର ସାମର୍ଥ ମଧ୍ୟ ବଦଳିବାରେ ଲାଗିଛି । ଆଜିର ଯୁବଗୋଷ୍ଠୀ ମାନେ କିଛି ନୂଆ କରିବା ଉପରେ ବେଶୀ ନିର୍ଭରଶୀଳ ହେଉଛନ୍ତି । ଏହି ସବୁ ଭିତରେ ଚାକିରୀ ଏବଂ ବ୍ୟବସାୟ ମଧ୍ୟରେ ସେମାନେ ବ୍ୟବସାୟକୁ ଚୟନ କରୁଛନ୍ତି । ଏନେଇ ଯେଉଁ ମାନେ ନୂଆ କରି ଗୋଟିଏ ଆଇଡିଆଙ୍କୁ ଲୋକ ମାନଙ୍କ ସୁବିଧା ପାଇଁ ଆଣୁଛନ୍ତି ସେମାନଙ୍କୁ Entrepreneur କୁହାଯାଉଛି । ଯେଉଁ ସମ୍ବନ୍ଧରେ ଆପଣ ଆମ ପୂର୍ବ ଆର୍ଟିକିଲରୁ ଜାଣି ପାରିଥିବେ । ଏହା ବ୍ୟତୀତ Entrepreneurship କଣ ଓ କେତେ ପ୍ରକାରର ବି ଆପଣ ସେହି ଆର୍ଟିକିଲରୁ ଜାଣି ପାରିଥିବେ । https://odiadaily.in/do-you-know-what-is-entrepreneurship/ ତେବେ ଆଜି ଆମେ ଏହି ଆର୍ଟିକିଲରୁ ଜାଣିବା, ଜଣେ ସଫଳ Entrepreneur ହେବା ପାଇଁ କେଉଁ ୭ଟି Characteristicse ଆବଶ୍ୟକତା ରହିଛି?ଜଣେ Entrepreneur ଗୋଟିଏ ଏଭଳି ଆଇଡିଆ ସହ କାମ କରେ ଯେଉଁଥିରେ ଭବିଷ୍ୟତରେ ତାକୁ ଅନେକ ଲାଭ ହେବ । ଯାହାକି କେବଳ ନିଜ ରାଜ୍ୟରେ ସୀମିତ ନ ରହି ସାରା ଦେଶରେ ଲୋକଙ୍କ ସୁବିଧା ପାଇଁ ବିସ୍ତାର ହୋଇପାରିବ । ଏନେଇ ଯଦି ଆମେ Entrepreneurship ର କଥା କହିବା ତେବେ ଆମାଜୋନ, ଫ୍ଲିପକାର୍ଡ, ଓୟୋ, ପେଟିଏମ୍ ଇତ୍ୟାଦି ଏହାର ଏକ ଭଲ ଉଦାହରଣ ହୋଇପାରିବେ । ଯେଉଁ କମ୍ପାନୀ ଗୁଡ଼ିକ ଲୋକଙ୍କ ଅସୁବିଧାକୁ ବୁଝି ସେମାନଙ୍କୁ ସାହାର୍ଯ୍ୟ କରୁଛନ୍ତି ।
ଗୋଟିଏ ସଫଳ Entrepreneur କଣ କରେ?:
ଗୋଟିଏ ସଫଳ Entrepreneur ପାଖରେ ଭଲ skills, talents and characteristics ରହିବା ଦରକାର । କାରଣ ଗୋଟିଏ ସଫଳ Entrepreneur ହେବା ଏତେ ସହଜ ହୋଇନଥାଏ । କିନ୍ତୁ ତାହା ଆପଣଙ୍କୁ ଆଗକୁ ବଢ଼ିବାରେ ପ୍ରୋତ୍ସାହନ ଦେଇଥାଏ ।
ସଫଳ Entrepreneur ହେବା ପାଇଁ ୭ଟି Characteristics:
୧. ଗୋଟିଏ ଭଲ ଲକ୍ଷ ରହିବା ଉଚିତ (Clear Vision)
୨. ନିଜ ଉପରେ ଓ ନିଜ ଦକ୍ଷତା ଉପେରେ ବିଶ୍ୱାସ ରଖନ୍ତୁ (Believe In Yorself & Your Abilities)
୩. ରିକ୍ସ ନେବାକୁ ଡରିବେ ନାହିଁ ଏବଂ ବିଫଳ ହେବାକୁ ଡରିବେ ନାହିଁ (Take Calculated Risks and Aren’t Afraid To Fail)
୪. ନିଜ ସଫଳତା ଉପରେ ଧ୍ୟାନ ଦିଅନ୍ତୁ (Relentless In Your Pursuit Of Success)
୫. ଅସୁବିଧା ଅପେକ୍ଷା ସମାଧାନ ଉପରେ ଧ୍ୟାନ ଦିଅନ୍ତୁ (Focus On Solutions Rather Than Problems)
୬. ନିଜ କାମ ପ୍ରତି ଦୃଢ଼ ଇଚ୍ଛାଶକ୍ତି ରହିବା ଦରକାର (Passion For Your Work)
୭. କ୍ରମାଗତ ଭାବେ ଶିଖନ୍ତୁ ଓ ଜ୍ଞାନକୁ ବଢ଼ାନ୍ତୁ (Constantly Learn & Expand Your Knowledge Base)
ଗୋଟିଏ ଭଲ ଲକ୍ଷ ରହିବା ଉଚିତ (Clear Vision):
ଗୋଟିଏ ସଫଳ ଷ୍ଟାର୍ଟଅପ୍ କିମ୍ବା ବ୍ୟବସାୟ କରିବା ପାଇଁ ପ୍ରଥମେ ଗୋଟିଏ ଭଲ ଲକ୍ଷ ରହିବା ଉଚିତ୍ । ନିଜ ବ୍ୟବସାୟ ସହିତ ଆପଣ କଣ କରୁଛନ୍ତି? ଏବଂ ସମାଜ ପାଇଁ କେଉଁ ପରିବର୍ତ୍ତ କରିବାକୁ ଚାହୁଁଛନ୍ତି? ତାହା ଜାଣିବା ଦରକାର । ଥରେ ଗୋଟିଏ Entrepreneur ନିଜ ଲକ୍ଷ ବିଷୟରେ ଜାଣିପାରିଲା ପରେ, ନିଜ ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ଉଚିତ୍ ପଦକ୍ଷେପ ନେଇ ପାରିବ ।
ନିଜ ଉପରେ ଓ ନିଜ ଦକ୍ଷତା ଉପେରେ ବିଶ୍ୱାସ ରଖନ୍ତୁ (Believe In Yorself & Your Abilities):
ଗୋଟିଏ ସଫଳ Entrepreneur ଲକ୍ଷଣ ହେଉଛି ନିଜ ଉପରେ ବିଶ୍ୱାସ ରଖି ନିଜ ପ୍ରୋଡକ୍ଟ ଓ ବ୍ୟବସାୟକୁ ଆଗକୁ ବଢ଼େଇବା । Entrepreneur କେବେ ପ୍ରଥମରୁ ଆତ୍ମବିଶ୍ୱାସୀ ହୋଇନଥାନ୍ତି ନିଜ ପ୍ରୋଡକ୍ଟକୁ ନେଇ, ତାହା ଧିରେ ଧିରେ ପରିବର୍ତ୍ତନ ହୁଏ । ଗୋଟିଏ Entrepreneur ରାସ୍ତାରେ ଅନେକ ବାଧାବିଘ୍ନ ଆସିଥାଏ, ମାତ୍ର ତାକୁ ପାର କରିବା ଏବଂ ନିଜ ଲକ୍ଷରେ ପହଞ୍ଚିବା ହେଉଛି ଗୋଟିଏ ସଫଳ Entrepreneur ଲକ୍ଷଣ ।
ରିକ୍ସ ନେବାକୁ ଡରିବେ ନାହିଁ ଏବଂ ବିଫଳ ହେବାକୁ ଡରିବେ ନାହିଁ (Take Calculated Risks and Aren’t Afraid To Fail):
ବିଫଳତା ସଫଳତାର ଏକ ଅଂଶ । ତେଣୁ ଗୋଟିଏ ଭଲ Entrepreneur କୁ ସବୁବେଳେ Risk ନେବାରେ ଡରିବା କଥା ନୁହେଁ ବରଂ ସାହାସର ସହ ବିଫଳତାକୁ ସାମ୍ନା କରିବା ଉଚିତ୍ । ଏମିତି କି ଯଦି କୌଣସି Entrepreneur ଙ୍କର ଆଇଡିଆ କିମ୍ବା ପ୍ରୋଜେକ୍ଟ ବୁଡ଼ି ଗଲା ତେବେ ଏଠାରେ ହାର ନମାନିବା ଦରକାର । ଏହା ବ୍ୟତୀତ କେଉଁଠି ଭୁଲ୍ ରହିଛି ଏବଂ କଣ ଭୁଲ ଥିଲା ଜାଣି, ଶିଖି ନୂଆ ଆଇଡିଆ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଉଚିତ୍ ।
ନିଜ ସଫଳତା ଉପରେ ଧ୍ୟାନ ଦିଅନ୍ତୁ (Relentless In Your Pursuit Of Success):
ଫଳାଫଳକୁ ଖାତିର ନକରି ରାସ୍ତାରେ ଆସୁଥିବା ପ୍ରତ୍ୟେକଟି ଅସୁବିଧାକୁ ଏଡ଼ାଇ ନିଜ ଲକ୍ଷ ଆଡ଼କୁ ଆଗକୁ ବଢ଼ିବା । ଗୋଟିଏ ଭଲ Entrepreneure ଛୋଟ ବ୍ୟବସାୟ କିଛି ନଥାଏ ବରଂ ସେହି ଆଇଡିଆରେ ଏବଂ ସେହି ବ୍ୟବସାୟ ଉପରେ ବିଶ୍ୱାସ ରଖିବା ଏକ ସଫଳ Entrepreneure ର ଗୁଣ ହୋଇଥାଏ । ସଫଳ ହେବା ପଛରେ ଗୋଟିଏ କଥା ସବୁବେଳେ ମନେ ରଖିବା ଉଚିତ୍ କି କେବେ ହାର ମାନିବା ନାହିଁ । ଯେତେବେଳେ ଗୋଟିଏ Entrepreneure ବିଫଳତାକୁ ସାମ୍ନା କରିପାରେ ସେତେବେଳେ ତାର ଶକ୍ତି ଜଣା ପଡ଼େ । ଯେଉଁ ଦୃଷ୍ଟିରୁ ଆପଣ ଦେଖିବେ ଆପଣଙ୍କ ବ୍ୟବସାୟ ଆଗକୁ ବଢ଼ିଲାଣି ସେଥିରୁ ଜଣା ପଡ଼େ ଗୋଟିଏ ସଫଳ Entrepreneure।
ସମସ୍ୟା ଅପେକ୍ଷା ସମାଧାନ ଉପରେ ଧ୍ୟାନ ଦିଅନ୍ତୁ (Focus On Solutions Rather Than Problems):
ଗୋଟିଏ ସଫଳ Entrepreneur ସବୁବେଳେ ନିଜ ସମୟ ଓ ଶକ୍ତିକୁ ସେହି ଜାଗାରେ ବ୍ୟବହାର କରେ ଯେଉଁଠି କୌଣସି ସଫଳତାର ବାଟ ନଜର ଆସୁଥିବ । ଏହା ବ୍ୟତୀତ କୌଣସି ସମସ୍ୟା ଉପରେ ଧ୍ୟାନ ନଦେଇ ସମାଧାନ କରିବା ଉପରେ ବିଶ୍ୱାସ କରୁଥିବା ଜରୁରୀ ହୋଇଥାଏ । ଯେଉଁ ସମାଧାନ ସଫଳତା ରାସ୍ତାରେ ନେଉଥିବ ।
ନିଜ କାମ ପ୍ରତି ଦୃଢ଼ ଇଚ୍ଛାଶକ୍ତି ରହିବା ଦରକାର (Passion For Your Work):
କୌଣସି ସଫଳ Entrepreneure ପାଇଁ ଦୃଢ଼ ଇଚ୍ଛାଶକ୍ତି ରହିବା ଜରୁରୀ ହୋଇଥାଏ । କାରଣ ନିଜ ବ୍ୟବସାୟ ପାଇଁ ଅନେକ ସମୟ ଓ ଶକ୍ତି ଦେଇଥାଏ ଜଣେ Entrepreneure । ଗୋଟିଏ ସଫଳ Entrepreneure ଭାବେ କି ସେ ଯାହା ବି ବିକ୍ରି କରିବ ତାହା ଲୋକଙ୍କ ହିତ ପାଇଁ ହୋଇଥିବ ଏବଂ ଲୋକ ତା ପ୍ରଡକ୍ଟକୁ କିଣିବେ।
କ୍ରମାଗତ ଭାବେ ଶିଖନ୍ତୁ ଓ ଜ୍ଞାନକୁ ବଢ଼ାନ୍ତୁ (Constantly Learn & Expand Your Knowledge Base):
ଗୋଟିଏ ସଫଳ Entrepreneure ସବୁବେଳେ କିଛି ନା କିଛି ନୂଆ ଶିଖିବା ଏବଂ ନୂଆ ଜ୍ଞାନ ବଢ଼େଇବାରେ ଲକ୍ଷ ରଖିବା ଉଚିତ୍ । ଯଦି ବି ନିଜ ବ୍ୟବସାୟ ସମ୍ବନ୍ଧରେ ଅଧିକ କିଛି ଜାଣିଛି, ତା ପରେ ବି ଏହି ମନୋଭାବ ରହିବା ଦରକାର କି ନୂଆ କିଛି ଜାଣିବାର ଅଛି । ସବୁବେଳେ ମନେ ରଖିବା ଦରକାର ନିଜକୁ ସବୁ କିଛି ଜଣା ନାହିଁ, ଯାହାକି ନିଜ ବ୍ୟବସାୟ ପାଇଁ ମୂଲ୍ୟବାନ ହୋଇଥାଏ । ଶିଖିବାର ପ୍ରକ୍ରିୟା ପାଇଁ ଜିଜ୍ଞାସାର ନିଆଁକୁ ନିଜେ ଜାଳି ସାରା ଜୀବନ ପାଇଁ ତାକୁ ଉଜ୍ୱଳ କରି ରଖିବାକୁ ପଡ଼ିବ ।