Saturday 20th April 2024
ବ୍ୟାଙ୍କରେ sco ଚାକିରୀ କରିବାର ସୁଯୋଗ ପାଆନ୍ତୁ

ବ୍ୟାଙ୍କରେ sco ଚାକିରୀ କରିବାର ସୁଯୋଗ ପାଆନ୍ତୁ

ବ୍ୟାଙ୍କରେ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଜି କରନ୍ତୁ ଆବେଦନ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ବିଜ୍ଞପ୍ତି ଅନୁସାରେ SBI ରେ ସ୍ପେଶିଆଲିଷ୍ଟ କ୍ୟାଡର୍ ଅଫିସର୍ sco ପାଇଁ ୯ଟି ପୋଷ୍ଟର ନିଯୁକ୍ତି ବାହାରିଛି । ଆଶାୟୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ୍ https://bank.sbi/web/careers କୁ ଯାଇ ଆବେଦନ କରିପାରିବେ । ଯାହାର ଆବେଦନ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶେଷ ତାରିଖ ୯ଫେବୃଆରୀ ୨୦୨୩ ରହିଛି ।

SBI SCO Recruitment 2023 For Head (Digital Banking) Apply Online

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ MBA/PGDM ଏବଂ ଅନ୍ୟାନ୍ୟ ନିର୍ଦ୍ଧିଷ୍ଟ ଯୋଗ୍ୟତା ଏବଂ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଆବଶ୍ୟକ ।

ଖାଲିଥିବା ପଦବୀ:

• ଭାଇସ୍ ପ୍ରେସିଡେଣ୍ଟ୍ – ୧ ପୋଷ୍ଟ୍
• ପ୍ରୋଗ୍ରାମ୍ ମ୍ୟାନେଜର୍ -୪ ପୋଷ୍ଟ୍
• ମ୍ୟାନେଜର୍ କ୍ୱାଲି୍ଇ ଓ ଟ୍ରେନିଙ୍ଗ୍ – ୧ ପୋଷ୍ଟ୍
• କମାଣ୍ଡ ସେଣ୍ଟର୍ ମ୍ୟାନେଜର୍ – ୩ ପୋଷ୍ଟ୍

ବୟସ ସୀମା:

• ସର୍ବନିମ୍ନ ବୟସ – ୨୫/୩୩/୩୮ ବର୍ଷ
• ସର୍ବାଧିକ ବୟସ ୪୦/୪୫/୫୦ ବର୍ଷ

ଆବେଦନ ଶୁଳ୍କ:

• ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ୭୫୦ ଟଙ୍କା ଦେବାକୁ ପଡିବ
• SC/ ST/ PwBD ପାଇଁ କୌଣସି ଶୁଳ୍କ ନାହିଁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )