Saturday 18th January 2025
ପିଏମ କେୟାର ଫଣ୍ଡର ଭାର ସମ୍ଭାଳିଲେ ରତନ ଟାଟା

ପିଏମ କେୟାର ଫଣ୍ଡର ଭାର ସମ୍ଭାଳିଲେ ରତନ ଟାଟା

() ଭାରତରେ ଅନେକ ବଡ଼ ବଡ଼ ବ୍ୟବସାୟୀ ରହିଛନ୍ତି କିନ୍ତୁ ସେ ସମସ୍ତଙ୍କ ମଧ୍ୟରୁ ରତନ ଟାଟା ହେଉଛନ୍ତି ଅନ୍ୟତମ । ସେ କେବଳ ଜଣେ ବ୍ୟବସାୟୀ ତାହା ନୁହେଁ ବରଂ ସେ ଜଣେ ସରଳ ଓ ଉଦାର ବ୍ୟକ୍ତିତ୍ୱ । ସେ ଆଉ କେହି ନୁଅଁନ୍ତି ଆମ ଭାରତର ଜଣେ ସୁଯୋଗ୍ୟ ସନ୍ତାନ ସାର୍ ରତନ ଟାଟା । ସେ ହେଉଛନ୍ତି ଟାଟା ଆଣ୍ଡ ସନ୍ସର ଚେୟାରମ୍ୟାନ । ନିଜ ବ୍ୟବହାର, କାମ ଓ ଦକ୍ଷତା ପାଇଁ ସାରା ଦୁନିଆରେ ବେଶ୍ ପରିଚିତ । ଲୋକମାନଙ୍କ ପାଇଁ ରତନ ଟାଟା ହେଉଛନ୍ତି ଆଦର୍ଶ ଏବଂ ପ୍ରେରଣା । ସେ ଟାଟା ଗ୍ରୁଫରେ ଜଡ଼ିତ ଛୋଟରୁ ଛୋଟ କର୍ମଚାରୀ ମାନଙ୍କୁ ମଧ୍ୟ ନିଜ ପରିବାର ବୋଲି ଭାବନ୍ତି । ନିଜ ରୋଜଗାରର ଏକ ବଡ଼ ଅଶଂ ଦାନ କରୁଥିବା ପାଇଁ ମଧ୍ୟ ସେ ବେଶ ପରିଚିତ ।Ratan N Tata୨୦-୯-୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଟ୍ରଷ୍ଟ ବୋର୍ଡର ଏକ ବୈଠକ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଯୋଗ ଦେଇଥିଲେ । ଯେଉଁଥିରେ ରତନ ଟାଟାଙ୍କୁ ପିଏମ୍ କେୟାର ଫଣ୍ଡର ଟ୍ରଷ୍ଟି ଭାବେ ଦାୟିତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । PM Narendra Modi, Ratan Tata, PM Cares Fund: Ratan Tata Joins As Trustee Of PM Caresରତନ ଟାଟାଙ୍କ ସହ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟି୍ରସ କେ.ଟି ଥୋମାସ ଏବଂ ଲୋକସଭାର ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡାଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି ।ଏହା ବ୍ୟତୀତ ପିଏମ୍ କେୟାର ପରାମର୍ଶ ଦାତା ଗୋଷ୍ଠୀରେ ମଧ୍ୟ ଅନେକ ବଡ଼ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରାଯାଇଛିି । ସେମାନେ ହେଉଛନ୍ତି ପୂର୍ବତନ ସିଏଜି ରାଜୀବ ମେହେରୀ, ଇନଫୋସିସ୍ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୂର୍ତ୍ତୀ, ଇଣ୍ଡିକର୍ପ୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ ସିଇଓ ଆନନ୍ଦ ଶାହା ।DAE PM CARES Contributionsପିଏମ କେୟାର ଫଣ୍ଡ: ୨୦୨୦ କରୋନା ମହାମାରୀ ସମୟରେ ଜରୁରୀ କାଳୀନ ରିଲିଫ ଏବଂ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଭାବରେ ପିଏମ୍ କେୟାର ପାଣ୍ଠି ସୃଷ୍ଟି ହୋଇଥିଲା । ଏହି ପାଣ୍ଠିର ଅଧ୍ୟକ୍ଷତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରଷ୍ଟର ପଞ୍ଜିକରଣ ୨୭ ମାର୍ଚ୍ଚ ୨୦୨୦ରେ ନୂଆଦିଲ୍ଲୀରେ ପଞ୍ଜୀକରଣ ଅଧିନିୟମ ଅନୁଯାୟୀ କରାଯାଇଥିଲା । ପାଣ୍ଠିରେ ଦିଆଯାଇଥିବା ଦାନ ସମ୍ପୂର୍ଣ୍ଣ ରୂପେ ଟିକସ ମୁକ୍ତ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଏବଂ ପରାମର୍ଶ ଦାତାଙ୍କ ଅଶଂଗ୍ରହଣରେ ଏହି ପାଣ୍ଠିର କାର୍ଯ୍ୟ ଏକ ବ୍ୟାପକ ଦୃଷ୍ଟି କୋଣ ପାଇବ । ଜନସାଧାରଣଙ୍କ ଜୀବନରେ ତାଙ୍କର ବିପୁଳ ଅଭିଜ୍ଞତା ଏହି ପାଣ୍ଠିଙ୍କୁ ବିଭିନ୍ନ ଜନସାଧାରଣଙ୍କ ଆବଶ୍ୟକତାକୁ ଅଧିକ ପ୍ରତିକ୍ରୀୟାଶୀଳ କରିବାରେ ଅଧିକ ଉତ୍ସାହ ଦେବ ।No Control Of Central Or State Govts In Functioning Of PM CARES Funds Trust : PMO Tellsଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ସରକାର ଆଣୁଥିବା ଅନେକ ନିୟମ କାନୁନ ଅଥବା ଯୋଜନା ସମ୍ଭନ୍ଧରେ ଜାଣିପାରୁ ନାହାଁନ୍ତି । କିନ୍ତୁ ପ୍ରତ୍ୟେକଟି ଲୋକକୁ ଏ ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ତେବେ ଆପଣ ଆମ ୱେବସାଇଟରେ ଯୋଡ଼ି ହୋଇପାରିବେ ଏବଂ ଏଭଳି ଅନେକ ତଥ୍ୟ ସମ୍ବନ୍ଧରେ ସୂଚନା ପାଇ ପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )