ସିନେପ୍ରେମୀଙ୍କ ହୋସ୍ ଉଡାଇଦେଇଛି ଦଶରା ଟିଜର୍
ଚଳଚିତ୍ର ଜଗତରେ ସବୁଠାରୁ ବଡ କଣ ଜାଣିଛନ୍ତି ? ଦର୍ଶକ,ସିନେପ୍ରେମୀ । ସେମାନଙ୍କ ବିନା କଣ ଗୋଟିଏ ସିନେମା ଭଲ ଚାଲିବ ? ଯଦି ସିନେମାକୁ ଭଲ ପାଇବା ପାଇଁ ଲୋକ ନଥାନ୍ତେ ତାହାଲେ ଆଜି ଭାରତର ପ୍ରତି ଆଂଚଳିକ ସ୍ତରରେ କଳାର ବିକଶିତ ରୂପ ଦେଖିବାକୁ ମିଳୁନଥାନ୍ତା । ସବୁ ଧରଣର ସିନେମା ପାଇଁ କିଛି କିଛି ସମୟ ଥାଏ । ଯେମିତିକି ୭୦ ଦଶକ,୮୦ ଦଶକ ୯୦ ଦଶକ ଇତ୍ୟାଦି । ଆଉ ବର୍ତ୍ତମାନର ସମୟ ହେଉଛି ରିଜୋନାଲ୍ ସିନେମାର ଯୁଗ । ଏଠି କେଉଁ ଚିରାଚରିତ ଢଙ୍ଗରେ ନୁହେଁ ବରଂ ଭାରତର କୋଣ ଅନୁକୋଣରେ ଥିବା ନୂଆ ଓ ବିଭିନ୍ନତାରେ ଭରା କାହାଣୀ ଦେଖିବାକୁ ମିଳୁଛି । ସେଇଥିପାଇଁ ତ ଦର୍ଶକ କେବଳ ସେହିଭଳି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ।
କନ୍ନଡ ଇଣ୍ଡଷ୍ଟ୍ରିର ୟଶ୍ ବହୁତ ଫିଲ୍ମ କରିଥିଲେ ,କିନ୍ତୁ ଯେବେଠୁ ସେ ରକି ଭାଇ ଭଳି ଦମଦାର୍ ଚରିତ୍ରରେ ଅଭିନୟ କଲେ ତାଙ୍କ ସିନେମା କେଜିଏଫ୍ ପାଇଁ ସାରା ଭାରତରେ ଚହଳ ସୃଷ୍ଟି ହେଇଗଲା । ସେହି ସମାନ ଇଣ୍ଡଷ୍ଟ୍ରିରୁ ଆସିଥିବା କାନ୍ତାରା ଫିଲ୍ମ ଯେ ପ୍ରତି ଲୋକମୁଖରେ ଶୁଣିବାକୁ ମିଳିବ ତାହା ବି କଳ୍ପନା କରି ନଥିଲେ ରିଷବ ସେଠୀ । ସାଉଥ୍ ଇଣ୍ଡଷ୍ଟ୍ରିରେ ଭଲ ଭଲ ସିନେମା କରିଥିବା ଅଲ୍ଲୁ ଅର୍ଜୁନ କଣ କେବେ ଭାବିଥିଲେ ତାଙ୍କ ସିନେମା ପୁଷ୍ପା ଇତିହାସ ରଚିବ ବୋଲି । ସାରା ଭାରତର ସିନେପ୍ରେମୀ ତାଙ୍କ ଅଭିନୀତ ଷ୍ଟେପ୍ ରେ ଚାଲିବେ ବୋଲି । କିନ୍ତୁ ଏହା ସମ୍ଭବ ହେଲା । ତେଣୁ କାହାଣୀ ନୂଆ ଓ ଦମଦାର୍ ଅଭିନୟରେ ଆଜି ରିଜୋନାଲ୍ ସିନେମା ଦର୍ଶକଙ୍କ ମନରେ ରାଜ୍ କରୁଛି । ବର୍ତମାନ ଆଉ ଫରକ୍ ପଡୁନି କି ଏହା ବଲିଉଡ୍,ହଲିଉଡ୍ କି ଟଲିଉଡ୍ ବର୍ତମାନ କୁହାଯାଉଛି indian cinema ….
ହେଲେ ଏତିକିରେ ସରୁନି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପାକୁ ଯେମିତି worldwide ଲୋକ ଚିହ୍ନିଲେ ଠିକ୍ ସେମିତି ଏବେ ଆଉ ଜଣେ ସୁପରଷ୍ଟାର ପୁଷ୍ପାକୁ ଟକ୍କର ଦେବାକୁ ଆସୁଛନ୍ତି । ଏହି ହିରୋଙ୍କର ଏମିତି ଅବତାର ଆପଣ ଆଗରୁ ଦେଖିନଥିବେ । ପୁଷ୍ପା,ରକିଭାଇଙ୍କ acting ଏଯାଏଁ ଦର୍ଶକଙ୍କ ମନରୁ ଲିଭିନାହିଁ ଆଉ ତାହାରି ଭିତରେ ପୁଣି ନୂଆ ଛାପ ସୃଷ୍ଟି କରିବାକୁ ଯାଉଛନ୍ତି ନାନୀ । ତାଙ୍କ ଅଭିନୟ ପାଇଁ ତାଙ୍କୁ ସାଉଥ୍ ର ସବୁଠୁ natural star ବୋଲି ମାନାଯାଏ । କିନ୍ତୁ ବର୍ତ୍ତମାନ ନାନୀଙ୍କ ହାତରେ ରହିଛି ଦଶରା ଭଳି ଏକ ବଡ ସୁଯୋଗ । ଦଶରାର ଟିିଜର ୩୦ ଜାନୁଆରୀରେ ରିଲିଜ ହେବା ପରଠୁ ସମସ୍ତଙ୍କ ମନରେ ଘର କରିସାରିଛି । କାହିଁକି ନା ନାନୀଙ୍କ ଫ୍ୟାନ୍ସ ମାନେ ନାନୀଙ୍କୁ ନେଇ ଏହିଭଳି ଚରିତ୍ର କେବେ ବି କଳ୍ପନା କରିନଥିଲେ । ଆଉ ଏହି ଫିଲ୍ମ ନାନୀଙ୍କ ଭାଗ୍ୟ ବଦଳାଇଦେବ ବୋଲି ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।
ଦଶରାର ଟିଜର୍
ଯଦି ଆପଣ ଏଯାତବ୍ ଦଶରାର ଟିଜର ଦେଖିନାହାନ୍ତି ତାହାଲେ ଏବେ ହିଁ ଦେଖନ୍ତୁ ।
ନାନୀଙ୍କର ଖତରାନାକ୍ ଲୁକ୍ ଆଉ ଫାଇଟ୍ ଦେଖି ଆପଣଙ୍କ ହୋସ୍ ବି ଉଡିଯିବ । ସବୁବେଳେ ନାନୀ ସୁଟ ବୁଟ୍ ରେ ସିନା ଫିଲ୍ମ ଗୁଡିକରେ ନଜର ଆସନ୍ତି । କିନ୍ତୁ ଖୋଲା ଚୁଟି,ନାଲି ଆଖି,ଗରମ ମିଜାଜ୍,ଲୁଙ୍ଗି ଆଉ କଟୁରୀ ଧରି ପ୍ରଥମଥର ସ୍କ୍ରିନରେ ନଜର ଆସିବେ ନାନୀ । ଦଶରାରେ ନାନୀଙ୍କୁ ଦେଖି ଆପଣଙ୍କୁ ନିଶ୍ଚୟ ପୁଷ୍ପାଙ୍କ କଥା ମନେପଡିବ । କାହିଁକି ନା ଦୁଇ କଳାକାରଙ୍କ acting,look,agression ସମାନ ଭଳି ଲାଗୁଛି । ୟୁଟ୍ୟୁବ୍ ରେ ମାତ୍ର ଗୋଟିଏ ଦିନରେ ଏହାର ଟିଜର ୭.୮ ମିଲିୟନ୍ ଭ୍ୟୁ ହୋଇସାରିଲାଣି ।
ତେବେ ଟିଜର ଦେଖି ଏହା ଲାଗୁଛି,ଗୋଟିଏ ଛୋଟିଆ ଗାଁର ପୁଅର କାହାଣୀ ଯିଏକି ନିଜ ଲୋକଙ୍କ ହକ୍ ପାଇଁ ଲଢେଇ କରୁଛି । ଆଉ କିଛି ଡାଇଲଗ୍ ଅନୁସାରେ ନାନୀଙ୍କ ଭଏସ୍ ମଧ୍ୟ ରହିଛି-ସେଥିରେ ସହ କହୁଛନ୍ତି କି- ଏହି ଗାଁରେ ମଦ ପିଇବା ଏକ ପରମ୍ପରା ଯାହାକୁ କେହି ବି ପାଶୋରୀ ପାରିବେନି ।
ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ଓଡେଲା । ଏଥିରେ କିର୍ତ୍ତି ସୁରେଶ ଅଭିନେତ୍ରୀ ରୂପେ କାମ କରିଛନ୍ତି । ଏହି ଫିଲ୍ମଟି ପ୍ୟାନ ଇଣ୍ଡିଆ ରିଲିଜ କରାଯିବ ବୋଲି ତାର ସୂଚନା ମଧ୍ୟ ଜଣାପଡୁଛି । ଏହାକୁ ଫେମସ୍ ଡିରେକ୍ଟର ଏସଏସ ରାଜା ମୌଲି ମଧ୍ୟ ଏହାର ଟିଜରକୁ ସେୟାର କରିଛନ୍ତି ଓ ଲେଖିଛନ୍ତି ନୂଆ ଡିରେକ୍ଟର ମାନଙ୍କୁ ଏହିଭଳି କାମ କରିବାର ଦେଖିଲେ ବହୁତ ଖୁସି ଲାଗେ । ଏହା ବ୍ୟତିତ ଧନୁଷ,ସାହିଦ୍ କପୁର,ଦୁଲକର୍ ସଲମାନ୍ ,ଆଦି କଳାକାର ଟିଜରଟିକୁ ନିଜ ନିଜ ଭାଷା ଅନୁସାରେ ସେୟାର କରିଛନ୍ତି । ଏହି ଫିଲ୍ମଟି ୩୦ ମାର୍ଚ୍ଛ ୨୦୨୩ ରେ ରିଲିଜ୍ ହେବାକୁ ଯାଉଛି । ତେଣୁ ନିଶ୍ଚିତ ଅପେକ୍ଷା ଏହାର ରିଲିଜ୍କୁ ଏବଂ ତା ପୂର୍ବରୁ ଏହି ଫିଲ୍ମର ଏକ ଦମଦାର୍ ଟ୍ରେଲରକୁ ।