
ଭୂବନେଶ୍ୱର ବିମାନ ବନ୍ଦରରେ ଚାକିରୀ କରିବାର ସୁଯୋଗ ! ନିଯୁକ୍ତି ବାହାର କରିଛି ଇଣ୍ଡିଗୋ ଏୟାରଲାଇନ୍ସ !
ଇଣ୍ଡିଗୋ ଏୟାରଲାଇନ୍ସ କୁ ସମସ୍ତେ ପ୍ରାୟ ଜାଣନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଯାତ୍ରୀ ମାନଙ୍କୁ ଯୋଗାଇଥାଏ ଅତ୍ୟାଧୁନିକ ସେବା । ଏହି କ୍ଷେତ୍ରରେ ଅନେକ ଲୋକ ବିଭିନ୍ନ ବର୍ଗରେ କାମ କରନ୍ତି । ଅନେକ ଲୋକଙ୍କ ସ୍ୱପ୍ନଥାଏ ଇଣ୍ଡିଗୋ ଏୟାରଲାଇନ୍ସ ରେ ଚାକିରୀ ଟିଏ କରିବାପାଇଁ । ବିଭିନ୍ନ କ୍ଷେତ୍ରରେ ଚାକିରୀ ଆଶାୟୀ ମାନଙ୍କ ଅପେକ୍ଷା ଏୟାରଲାଇନ୍ସ ରେ ଚାକିରୀ କରିବାପାଇଁ ଚାକିରୀ ଆଶାୟୀ ଙ୍କ ସଂଖ୍ୟା ଅଧିକ । କାହିଁକିନା ଏୟାରଲାଇନ୍ସ ର ବିଭିନ୍ନ ବର୍ଗର ଚାକିରୀରେ ଥାଏ ରୋମାଞ୍ଚକ ଭରା ଅନୁଭୁତି ।
ଇଣ୍ଡିଗୋ ଏୟାରଲାଇନ୍ସ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://www.goindigo.in/about-us.html
ପଦବୀ – ରାମ୍ପ ଡ୍ୟୁଟି (ଏୟାରପୋର୍ଟ ର ରାମ୍ପ )
ବୟସ ସୀମା – ୧୮ ରୁ ୨୭ ବର୍ଷ
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା –
୧) ଗ୍ରାଜୁଏସନ୍ ବା ସ୍ନାତକ କରିଥିବା ଦରକାର ।
୨) ପାଠ ପଢିବା ସମୟରେ ଖେଳକୁଦରେ କୌଣସି ଡିଗ୍ରୀଥିଲେ ଭଲ । ନଥିଲେ ବି ଆବେଦନ କରିପାରିବେ ।
୩)ସ୍ନାତକ ବା ଗ୍ରାଜୁଏସନ୍ ର ପରୀକ୍ଷା ଫଳ ବାହାରିନଥିଲେ ଆବେଦନ କରିପାରିବେ ନାହିଁ ।
୪) ଆବେଦନ କରିବା ପାଇଁ ଆପଣ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର ଏବଂ ଆପଣଙ୍କ ପାଖରେ ଏହାର ସାର୍ଟିଫିକେଟ୍ ଥିବା ଆବଶ୍ୟକ ।
୫) ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା University as determined by IndiGo.
ଅଭିଜ୍ଞତା – ୦ ରୁ ୭ ବର୍ଷ ପର୍ଯ୍ୟନ୍ତ
ଆବଶ୍ୟକଥିବା ଦକ୍ଷତା –
୧) ଖରା , ବର୍ଷା ଏବଂ ଶୀତରେ କାମ କରିପାରୁଥିବା ଦରକାର ।
୨) ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଥିବା ଆବଶ୍ୟକ ।
୩) ଟର୍ମିନାଲ୍ ରେ କାମ କରିପାରୁଥିବା ଦରକାର ।
୪) ଜରୁରୀକାଳୀନ ପରିସ୍ଥିତି ରେ ଠିକ୍ ଭାବରେ କାମ କରିପାରୁଥିବା ଦରକାର ଏବଂ ଜରୁରୀକାଳୀନ ପରିସ୍ଥିତି ର ମୁକାବିଲା କରିବା ପାଇଁ ମନବୃତ୍ତି ଥିବା ଦରକାର ।
୫) ବିମାନ ବନ୍ଦରରେ ଦୀର୍ଘସମୟ ପର୍ଯ୍ୟନ୍ତ ଠିଆ ହେଇପାରୁଥିବା ଦରକାର ।
୬) କାମର ଚାପରେ ଠିକ୍ ଢଙ୍ଗରେ ନିର୍ଣ୍ଣୟ ନେଇପାରୁଥିବା ଦରକାର ।
କଣ ହେଲେ ଆବେଦନ କରିପାରିବେ ନାହିଁ ?
ଶରୀରରେ କୌଣସି ପ୍ରକାର ର ଟାଟୁ ବା ବଡି ଆର୍ଟ ଥିଲେ ଆପଣ ଆବେଦନ କରିପାରିବେ ନାହିଁ ।
ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧାସଳଖ ଆବେଦନ କରିପାରିବେ –
https://goindigo.app.param.ai/jobs/candidate/signup
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।