ଆପଣ ଚାକିରୀ କରି ମଧ୍ୟ ବେକାରୀ ଭଳି ଅନୁଭବ କରୁଛନ୍ତି କି ! ତେବେ Underemployed ର କାରଣ କଣ ?
ଚାକିରୀ କରି ମଧ୍ୟ ବେକାରୀ । ଏପରି କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଇଂରାଜୀରେ ବେକାରୀ ଅର୍ଥ Unemployment । ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା ।
ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । କିନ୍ତୁ ଅନେକ ଲୋକ ଚାକିରୀ କରି ମଧ୍ୟ ସନ୍ତୁଷ୍ଟ ନାହାନ୍ତି । ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଲ ଦରମା ପାଉଛନ୍ତି ସତ , କିନ୍ତୁ ଚାକିରୀ କରି ନିଜକୁ ବେକାରୀ ସଦୃଶ ମନେକରନ୍ତି । କାହିଁକି ଏପରି ଘଟେ ? ତେବେ Underemployed ଶବ୍ଦର ଅର୍ଥ ପ୍ରକୃତରେ କଣ ? Unemployment ଏବଂ Underemployed ଭିତରେ ପାର୍ଥକ୍ୟ କଣ ?
ଏହି article ଟି ଶେଷ ଯାଏ ପଢିଲେ ଆପଣ ଜାଣିପାରିବେ ।
Unemployment ଏବଂ Underemployed ଭିତରେ ପାର୍ଥକ୍ୟ କଣ ?
Unemployment ର ମାନେ ଚାକିରୀ ନ ପାଇ କିମ୍ବା କୌଣସି କାରଣ ରୁ ଚାକିରୀ ନ କରିବା କୁ ବୁଝାଏ । କିନ୍ତୁ Underemployed ର ମାନେ ଟିକେ ଅଲଗା । ଚାକିରୀ କରି ଦରମାରେ ସନ୍ତୁଷ୍ଟ ନ ହେବା କିମ୍ବା ଦରମାରେ ସନ୍ତୁଷ୍ଟ ରହି କାମରେ ସନ୍ତୁଷ୍ଟ ନ ରହିବା କୁ ମଧ୍ୟ Underemployed ବୋଲି ବୁଝାଯାଏ । ଯେଉଁମାନେ ଅନିଚ୍ଛାକୃତ ଭାବରେ ସ୍ୱଳ୍ପ ବେତନ ରେ ଚାକିରୀରେ କାମ କରୁଛନ୍ତି ତାଙ୍କୁ ମଧ୍ୟ Underemployed ବୋଲି ବୁଝାଯିବ । ଚାକିରୀ ଖୋଜି ଖୋଜି ନିରାଶ ହେବା ଏବଂ ବାଧ୍ୟରେ ପଡି କୌଣସି ଯାଗାରେ Part – Time job କରିବା କିମ୍ବା Part – Time job ରେ ଥାଇ Full– Time job ଖୋଜିବା କୁ Underemployed କୁହାଯାଇପାରେ ।
Underemployed ଏପରି ଏକ ଅବସ୍ଥା , ଯେଉଁଥିରେ ନିଜ ଦକ୍ଷତା ଅନୁସାରେ ଚାକିରୀ ମିଳେ ନାହିଁ । ଆଉ ଯଦି ମିଳେ ତେବେ ଦକ୍ଷତା ଅନୁଯାଇ ଦରମା ମିଳେ ନାହିଁ । ଭାରତରେ କିଛି ବ୍ୟକ୍ତିଙ୍କ ପାଖରେ Phd ଡିଗ୍ରୀ ଥାଇ ମଧ୍ୟ ସେମାନେ ଶିକ୍ଷକତା କିମ୍ବା କଲେଜରେ ଅଧ୍ୟାପକ ଚାକିରୀ କରିପାରିଲେ ନାହିଁ । ନିକଟରେ ଗଣ ମାଧ୍ୟମରେ ଏବିଷୟରେ ଅନେକ ଖବର ପ୍ରସାରିତ ହୋଇଥିଲା । ଖବର ଅନୁସାରେ Phd ଡିଗ୍ରୀ ଥାଇ ମଧ୍ୟ ସେମାନେ ରେଲଓ୍ୱେ ର Group- D post ପାଇଁ Apply କରିଥିଲେ । ତେବେ ଏହାର ଅନେକ କାରଣ ଥାଇପାରେ । ଦଶମ ପରେ ଦ୍ୱାଦଶ , ଦ୍ୱାଦଶ ପରେ ସ୍ନାତକ , ସ୍ନାତକ ପରେ ସ୍ନାତକୋତ୍ତୋର ଏବଂ ସ୍ନାତକୋତ୍ତୋର ପରେ Phd ଡିଗ୍ରୀ ମିଳିଥାଏ ।
3,700 PHDs holders, 50,000 graduates, 28,000 Post Graduates have applied for 62 posts of “Peon” in UP police. #graduates #Jobs#2CroreJobs https://t.co/UZg7d04zBU
— Vivek pandey (@Vivekpandey21) October 21, 2018
କୌଣସି କାରଣ ହେତୁ ଆଜିକାଲି ଅନେକ ଦ୍ୱାଦଶ ପରେ ଆଗକୁ ଉଚ୍ଚଶିକ୍ଷା ପାଇଁ ପଢିବାକୁ ମନବଳାଉ ନାହାନ୍ତି । ଲମ୍ବା ପାଠ୍ୟ ଖସଡା ବା Syllabus ଏବଂ ଦୀର୍ଘ ବର୍ଷ ର ସମୟ ସୀମା ଦେଖି ଅନେକ ଉଚ୍ଚଶିକ୍ଷା ପାଇଁ ମନରେ ଭୟପ୍ରକାଶ କରୁଛନ୍ତି । କିନ୍ତୁ Academic Career ରେ ସବୁଠାରୁ ବଡ ଡିଗ୍ରୀ ପାଖରେ ଥାଇ ମଧ୍ୟ ସର୍ବନିମ୍ନ ଯୋଗ୍ୟତା ଦଶମ ଏବଂ ଦ୍ୱାଦଶ ଥିବା ଚାକିରୀ ପାଇଁ ଏତେ ବ୍ୟାକୁଳତା କୁ ମଧ୍ୟ ପରୋକ୍ଷରେ Underemployed କୁହାଯାଇପାରେ । ଅନେକ ବୁଦ୍ଧିଜୀବୀ ବର୍ତ୍ତମାନ ର ଶିକ୍ଷାଶୈଳୀ Underemployed ର ମଧ୍ୟ କାରଣ ହୋଇପାରେ ବୋଲି ମତ ପ୍ରକାଶ କରୁଛନ୍ତି । ସରକାରୀ କିମ୍ବା ବେସରକାରୀ ସବୁ ସ୍ତରରେ ବୃଦ୍ଧି ପାଉଛି Underemployed ମାନଙ୍କର ସଂଖ୍ୟା । ଉପଯୁକ୍ତ ପ୍ରାର୍ଥୀ ଙ୍କୁ ବିଭିନ୍ନ ପ୍ରକାର ର ଦକ୍ଷତା ଥାଇ ମଧ୍ୟ ସାଧାରଣ ଚାକିରୀ ଟିଏ ମିଳୁନାହିଁ । ପରିସ୍ଥିତିରେ ପଡି କିଛିନା କିଛି କରୁଛନ୍ତି ଆଜିକାର ଯୁବପୀଢି । କିଏ ଦୁଇଟି Part – Time job କରୁଛି । ପୁଣି କିଏ ଗୋଟିଏ Full – Time job ରେ ରହି ନିଜ ଦକ୍ଷତା ଅନୁସାରେ ଖୋଜୁଛି ଅନ୍ୟ ଏକ ଚାକିରୀ କିମ୍ବା ସେହି ଚାକିରୀରେ ଚାହୁଁଛି ପଦୋନ୍ନତି । ତେବେ ଏହି ଭଳି ମାନସିକତା ରଖୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଏବଂ ଏଭଲି ପରିସ୍ଥିତିର ଶିକାର ହେଉଥିବା ବ୍ୟକ୍ତି ବିଶେଷମାନଙ୍କୁ Underemployed କୁହାଯାଏ ।
Underemployed ର ଚିହ୍ନ ଗୁଡିକ କଣ ?
1. ଅଧିକ ଶିକ୍ଷା ଯୋଗ୍ୟତା ଥିବା କିମ୍ବା ଉଚ୍ଚଶିକ୍ଷିତ ହେବା –
ଉଚ୍ଚଶିକ୍ଷିତ ହେବାରେ କୌଣସି ଅସୁବିଧା ନାହିଁ । ଉଚ୍ଚଶିକ୍ଷିତ ହେଲେ ସମାଜରେ ଏକ ନୂତନ ପରିଚୟ ସୃଷ୍ଟି ହୁଏ । କିଛି ନବୁଝି ମନଇଚ୍ଛା ବିଭିନ୍ନ online or offline course ନାଁ ଲେଖେଇବା ମଧ୍ୟ Underemployed ଏକ କାରଣ । ଆବଶ୍ୟକତା ନଥାଇ ଅନାବଶ୍ୟକ ପାଠ୍ୟ କ୍ରମରେ ନାଁ ଲେଖଇଲେ ସମୟ ନଷ୍ଟ ସହ ଟଙ୍କା ଖର୍ଚ୍ଚ ଅଖିକ ହୁଏ । ପରେ ଆବଶ୍ୟକ ଡିଗ୍ରୀ ଯାଗାରେ ଅନାବଶ୍ୟକ ଡିଗ୍ରୀ ବା ଅନ୍ୟ ଡିଗ୍ରୀ କୌଣସି କାମରେ ଆସିନଥାଏ । ଯାହା ଫଳରେ ଚାକିରୀ ମିଳେ ସତ କିନ୍ତୁ Underemployed ଭଳି ପରିସ୍ଥିତି ସୃଷ୍ଟି ହୁଏ । ଅଧିକ ପଢିବା ପାଇଁ ବା ଉଚ୍ଚଶିକ୍ଷିତ ହେବା ପାଇଁ ଅଧିକ ସମୟ ସୀମା ଆବଶ୍ୟକ । ଯାହା ଫଳରେ ଯେଉଁ ବୟସରେ ଯେଉଁ ଚାକିରୀ କରିବା କଥା , ତାହା ହୋଇପାରେ ନାହିଁ । ସରକାରୀ କିମ୍ୱା ବେସରକାରୀ କ୍ଷେତ୍ରରେ ଚାକିରୀ କରିବା ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ଆବଶ୍ୟକ ପଡିଥାଏ । ତେଣୁ ଉଚ୍ଚଶିକ୍ଷିତ ହେବା ପରେ ବିଭିନ୍ନ କ୍ଷେତ୍ରରେ ଚାକିରୀର ଅନେକ ସଂମ୍ଭାବନା କମିଯାଇଥାଏ । ଆଉ ଯଦି ଚାକିରୀ ମିଳିଥାଏ, ତେବେ ତାହା ଦକ୍ଷତା ଅନୁସାରେ କମ ସ୍ତର ତ ଚାକିରୀ ହୋଇଥାଏ ।
2. Passion ବଦଳରେ Profession କୁ ଅଧିକ ଗୁରୁତ୍ୱ ଦେଲେ –
ବିଭିନ୍ନ ବର୍ଗର ଲୋକ ମାନେ ବିଭିନ୍ନ କ୍ଷେତ୍ରରେ ଚାକିରୀ କରନ୍ତି । କିଛି ଲୋକ ମାନଙ୍କ ପାଇଁ ଚାକିରୀ ଗୋଟିଏ ସ୍ୱପ୍ନ । ତେବେ ଅନ୍ୟ କିଛି ଲୋକମାନଙ୍କ ପାଇଁ ଚାକିରୀ ଗୋଟିଏ ଦୁଶ୍ଚିନ୍ତା । କାହିଁକିନା ଅନେକ ଲୋକ ନିଜ ଚାକିରୀରେ ସନ୍ତୁଷ୍ଟ ନଥାନ୍ତି । କେତେକ ବ୍ୟକ୍ତି ପରିସ୍ଥିତିରେ ପଡି ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବା ପାଇଁ ଚାକିରୀ କରିଥାନ୍ତି । Passion ବଦଳରେ Profession କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ନିଜ ମନର ଇଚ୍ଛାକୁ ମାରି କେବଳ ଦରମାକୁ ଦେଖି ବଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ପରିସ୍ଥିତିରେ ଆତ୍ମାର ଇଚ୍ଛା ଥାଏ Passion କୁ ଅନୁସରଣ କରିବା ପାଇଁ ଏବଂ ଶରୀର ର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଦରକାର ଚାକିରୀ ଟିଏ । ଯାହା ଫଳରେ Profession କୁ ଅଧିକ ଗୁରୁତ୍ୱ ଦେବାକୁ ପଡେ । ସର୍ବନିମ୍ନ ଆବଶ୍ୟକତା , ଯେପରିକି ଖାଦ୍ୟ, ବସ୍ତ୍ର ଏବଂ ବାସ ଗୃହ ପାଇଁ ଦରକାର ଗୋଟେ ଚାକିରୀ । ଏଭଳି ପରିସ୍ଥିତି ମଧ୍ୟ Underemployed ର ଅନ୍ତର୍ଭୁକ୍ତ ।
3. ପରିବାର ର ଚାପ –
ଭାରତରେ ଜନସଂଖ୍ୟା ର ବିଷ୍ପୋରଣ ପରେ ସମସ୍ତଙ୍କ ପରିବାରରେ ସଦଶ୍ୟ ସଂଖ୍ୟା ର ବୃଦ୍ଧି ଘଟିଛି । ଯାହାଫଳରେ ଗୋଟେ ପରିବାର ବାର୍ଷିକ ଆୟ, ବାର୍ଷିକ ବ୍ୟୟ ହିସାବରେ କମିଯାଇଛି । ବାର୍ଷିକ ବ୍ୟୟ ବୃଦ୍ଧି କାରଣରୁ ଅନେକ ପରିବାରରେ ଟଙ୍କାର ଆବଶ୍ୟକତା ଅଧିକ ପଡିଥାଏ । ତେଣୁ ୧୮ ବର୍ଷ ହେଲାପରେ କିଛି ଗୋଟେ କରିବା ପାଇଁ ଚାପ ପ୍ରୟୋଗ ଆରମ୍ଭ ହୁଏ । ବୟସ ବଢିବା ସହ ରୋଜଗାର କରିବା ପାଇଁ ପରିବାରରୁ ଚାପ ମଧ୍ୟ ବଢିଥାଏ ।
4. ଯୋଗ୍ୟତା ଅନୁସାରେ ରୋଜଗାର କମ୍ କରିବା –
ଯଦି ଆପଣଙ୍କ ର ଅନେକ ଜ୍ଞାନ କୌଶଳ ଅଛି ଏବଂ ଯୋଗ୍ୟତା ଅନୁସାରେ ଆପଣ ଦରମା ପାଉ ନାହାନ୍ତି । ତେବେ ଆପଣ Underemployed । ଜ୍ଞାନ କୌଶଳ ଥାଇ ମଧ୍ୟ ଆପଣ ମନମୁତାବକ କିମ୍ବା ସେହି ଦକ୍ଷତା ଅନୁସାରେ କୌଣସି ଚାକିରୀ ପାଉ ନାହାନ୍ତି ତେବେ ଆପଣ Underemployed ଅଛନ୍ତି । କିଛି ବ୍ୟକ୍ତି ଗୋଟେ ଚାକିରୀରେ ରହି ମଧ୍ୟ ନିଜ ଦକ୍ଷତା ଅନୁସାରେ ଅନ୍ୟ ଚାକିରୀ ଖୋଜିଥାନ୍ତି ।ଅନେକ ଲୋକ ଅଛନ୍ତି ଯୋଗ୍ୟତା ଏବଂ ଦକ୍ଷତା ଅନୁସାରେ ବହୁତ କମ୍ ରୋଜଗାର କରୁଛନ୍ତି । ଯୋଗ୍ୟତା ଏବଂ ଦକ୍ଷତା ଅନୁସାରେ ବହୁତ କମ୍ ଦରମା Underemployed ଭଳି ପରିସ୍ଥିତିକୁ ବୁଝାଏ ।
5. କଣ କରିବାର ଅଛି ? ଏବଂ କଣ କରୁଛନ୍ତି ? ଏଇ ଦୁଇଟି ମଧ୍ୟରେ confuse ରହିବା –
କିଛି ବ୍ୟକ୍ତି ଙ୍କର ବହୁତ କିଛି କରିବାର ଇଚ୍ଛାଥାଏ । କିନ୍ତୁ ସରକାରୀ କିମ୍ୱା ବେସରକାରୀ ଚାକିରୀ ମଧ୍ୟରେ ନିଜ ଜୀବନର ମୂଲ୍ୟବାନ ସମୟକୁ ସାରିଦେଇଥାନ୍ତି ସେମାନେ । ତାଙ୍କୁ ତାଙ୍କ କର୍ମକ୍ଷେତ୍ରରେ କୌଣସି ପ୍ରକାରର challenge ଅନୁଭବ ହୁଏ ନାହିଁ । ତେଣୁ ପ୍ରତ୍ୟେକ ମୁହୁର୍ତ୍ତରେ ତାଙ୍କ ମନରେ ସେହି ସ୍ୱପ୍ନ ଚାଲିଥାଏ । କାହାକୁ କୌଣସି Dream company ରେ ଚାକିରୀ ଦରକାର । ପୁଣି କାହାକୁ ନିଜର Business ଆରମ୍ଭ କରି ନିଜ company ରେ (MD)Managing director ହେବାର ଅଛି । କାହାକୁ ଫିଲ୍ମରେ କାମ କରିବାର ଅଛି । କିନ୍ତୁ ସେ କୌଣସି ସ୍ଥାନରେ Call Centre ରେ ରାତି ଦିନ କାମକରୁଛି କେବଳ କିଛି ଟଙ୍କା ପାଇଁ ।
6. ପ୍ରତିଦିନ ସମାନ କାମ –
ପ୍ରତିଦିନ ସମାନ କାମ କରି କରି କିଛି ଲୋକ ବିରକ୍ତ ହୋଇଯାଆନ୍ତି । ଦିନକୁ ଦିନ, ଏହା ସମାନ କଥା ହୋଇଯାଏ । ସତେ ଯେମିତି ଜୀବନରେ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁ ନାହିଁ । ଗୋଟିଏ company ରେ ପଦୋନ୍ନତି ହେଉନାହିଁ , ଦରମା ବଢୁନାହିଁ ଏବଂ କେବେବି Bonus ମିଳୁନାହିଁ । କୌଣସି ଭଲ ଯାଗାରେ Interview clear ହେଉନାହିଁ । ଏଭଳି ପରିସ୍ଥିତିରେ ବ୍ୟକ୍ତିର ଜୀବନରେ କୌଣସି ଲକ୍ଷ ନଥାଏ । ଖାଲି ଖାଇବା ଏବଂ ବଞ୍ଚିବା କଥା । କୌଣସି କାମ ପାଇଁ ଥାଏ ଉତ୍ସାହ ନଥାଏ । ଏଭଳି ଅବସ୍ଥାକୁ ମଧ୍ୟ Underemployed କୁହାଯାଏ ।
7. ଜୀବନରେ challenges ଏବଂ adventures କମିଯିବା –
ଜୀବନରେ challenges ଏବଂ adventures କମିଯିବା ଦ୍ୱାରା ଉତ୍ସାହ କମିଯାଏ । ଜୀବନରେ challenges ଏବଂ adventures ଥିଲେ ମନୁଷ୍ୟ ପ୍ରତିଦିନ କିଛି ନୁଆଁ ଶିକ୍ଷ୍ୟା କରେ । ପ୍ରତିଦିନ କିଛି ନୁଆଁ ଶିକ୍ଷିଲେ ଜୀବନରେ ଉନ୍ନତି ହୁଏ । Personal ଏବଂ professional ଉନ୍ନତି ସଂମ୍ଭବ ହୁଏ । କୌଣସି କ୍ଷେତ୍ରରେ ଉନ୍ନତି ନ ହେବା Underemployed ର ପରିସ୍ଥିତି ସହ ସମାନ । ଯେତେବେଳେ ଆପଣ କୌଣସି challenge ପାଉନାହାନ୍ତି , ସେତେବେଳେ ନୂତନ ଜିନିଷ ଶିଖୁନାହାନ୍ତି ଏବଂ ଦିନକୁ ଦିନ ସମାନ କାର୍ଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ କାର୍ଯ୍ୟରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ଅଧିକ ।
9. କୌଣସି କାର୍ଯ୍ୟରେ ଅଭିଜ୍ଞତା ନାହିଁ କିମ୍ବା ଅଳ୍ପ ଅଛି –
ଏବେ ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ କେବଳ ବହି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଦୁନିଆର ପ୍ରକୃତ ଜ୍ଞାନ ଠାରୁ ଦୁରେଇ ରହୁଛନ୍ତି । କୌଣସି ଧନ୍ଦାମୂଳକ ଶିକ୍ଷା ପାଇ ପାରୁନାହାନ୍ତି । ଯାହା ଫଳରେ ବେସରକାରୀ ଚାକିରୀ ପାଇବା ପାଇଁ ମଧ୍ୟ ଅଯୋଗ୍ୟ ମନୋନିତ ହେଉଛନ୍ତି । କିଛି ଚାକିରୀରେ ଆପଣଙ୍କର ମାର୍କସିଟ୍ ର ନମ୍ବର ବଦଳରେ କେବଳ ଅଭିଜ୍ଞତା କୁ ଦେଖାଯାଏ । ତେଣୁ ଏଗୁଡିକ ମଧ୍ୟ Underemployed ର କାରଣ ।
9. ବିଜ୍ଞାନର ଅଭିବୃଦ୍ଧି ବା Advance Technologies –
Advance Technologies ରେ ଏବେ ଅନେକ କାମ ରୋବୋର୍ଟ କରୁଛି । ଦୁନିଆରେ ଏବେ Artificial intelligence (AI) ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଅନେକ କାମ ଏହା ଦ୍ୱାରା କରିହେଉଛି । ତେଣୁ ଏଥିପ୍ରତି ଧ୍ୟାନ ନଦେଲେ କିମ୍ବା ଆପଣ ଙ୍କ ଦକ୍ଷତାରେ ଉନ୍ନତି ନ ଆସିଲେ Underemployed ର ପରିସ୍ଥିତ ର ସମ୍ମୁଖୀନ ହେବେ ।
ତେବେ ଏଭଲି ପରିସ୍ଥିତି କୁ କିପରି ପରିବର୍ତ୍ତନ କରିବେ ?
Underemployed ସମସ୍ୟାକୁ ଦୁରେବା ପାଇଁ କଣ କରିବାକୁ ପଡିବ ତାହା ନିମ୍ନରେ ଦିଆଯାଇଛି ।
1. ଜୀବନରେ ସୁଧାର ଆଣନ୍ତୁ । ପ୍ରତିଦିନ କଣ କରୁଛନ୍ତି ତାର ଏକ record ପ୍ରସ୍ତୁତ କରନ୍ତୁ । ଯାହା ଫଳରେ ଆପଣ ନିଜର ଉନ୍ନତି କିମ୍ବା ଅବନ୍ନତି କୁ ଟ୍ରାକ୍ କରିପାରିବେ ।
2. ସମୟ ବଞ୍ଚାନ୍ତୁ । ଆପଣ ୨୪ ଘଣ୍ଟାକୁ ୪୦ ଘଣ୍ଟାରେ ପରିବର୍ତ୍ତନ କରିପାରିବେ ନାହିଁ । ତେଣୁ ୨୪ ଘଣ୍ଟାର କାମକୁ କିପରି ୨୪ ଘଣ୍ଟାରେ ସାରିବେ ସେ ବିଷୟରେ ଯତ୍ନବାନ ହୁଅନ୍ତୁ ।
3. ଦକ୍ଷତା ଏବଂ ଯୋଗ୍ୟତା ଆବଶ୍ୟକତାକୁ ଲକ୍ଷ୍ୟକରି ଶିକ୍ଷନ୍ତୁ । ଅନାବଶ୍ୟକ କିମ୍ବା ଅଧିକ ଦକ୍ଷତା ଅନୁସାରେ ଆପଣଙ୍କୁ ଦରମା ମିଳିନପାରେ । ତେଣୁ ଯେତିକି ଆବଶ୍ୟକ ଅଛି ସେତିକିରେ ଲକ୍ଷ୍ୟ ସ୍ଥିରକରି କାମ କରନ୍ତୁ ଏବଂ ପ୍ରତିଦିନ ସେଥିପାଇଁ ଯାହା ଦରକାର ସେୟା କରନ୍ତୁ । ପ୍ରତିଦିନ କିଛି ନୁଆଁ ଶିକ୍ଷିବା ପାଇଁ ଆରମ୍ଭ କରନ୍ତୁ ।
4. କିଛି company ରେ ଚାକିରୀ କିମ୍ବା କିଛି ବେସରକାରୀ ଚାକିରୀ ପାଇଁ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ସରକାରୀ ଚାକିରୀ ପାଇଁ ବସିରୁହନ୍ତୁ ନାହିଁ । ପଢିଲା ସମୟରୁ ହିଁ internship କରନ୍ତୁ । ଯଦି ପାରୁଛନ୍ତି Paid internship ପାଇଁ ଚେଷ୍ଟା କରନ୍ତୁ ।
5.ନିଜ କ୍ୟାରିୟରରେ Professional course Add କରନ୍ତୁ । କାହିଁକିନା କେବେ ନା କେବେ ଏହି Professional course ନିହାତି କାମରେ ଆସିବ ।
6. Resume କୁ ଠିକ ଭାବେ Presente କରନ୍ତୁ । Resume ରେ ଆପଣଙ୍କର ସାରା ଜୀବନର ଅଭିଜ୍ଞତା ସହ କ୍ୟାରିୟର ର ତଥ୍ୟ ଥାଏ । ତେଣୁ ଅନାବଶ୍ୟକ ଢଙ୍ଗରେ ଉପସ୍ଥାପନ କଲେ ଚାକିରୀ ମିଳିବା କଷ୍ଟକର । Resume ରେ Point to Point ଲେଖନ୍ତୁ । ଯାହାକି ଆପଣଙ୍କ Resume କୁ ଆକର୍ଷିତ କରିବ ।
7. Interview ରେ ଉପସ୍ଥିତ ବୁଦ୍ଧି ଖଟାଇ ଉତ୍ତର ଦିଅନ୍ତୁ । ପ୍ରତିଟି ଉତ୍ତରରେ କେବଳ ପ୍ରଶ୍ନ ସହ ଜଡିତ ଉତ୍ତର ଥିବା ଆବଶ୍ୟକ । ଅନାବଶ୍ୟକ ପ୍ରଶ୍ନର ଅନାବଶ୍ୟକ ଉତ୍ତର ଦିଅନ୍ତୁ ନାହିଁ ।
8. ସକାରାତ୍ମକ ଭାବନା ସହ ପ୍ରତିଟି କର୍ମ କରନ୍ତୁ । ଏହା ଆପଣଙ୍କୁ ପ୍ରତିଟି କର୍ମପାଇଁ ଉତ୍ସାହ ଯୋଗାଇବ ।
9. ଧର୍ଯ୍ୟ ଧରନ୍ତୁ । ସମୟ ହିସାବରେ କାମ କରନ୍ତୁ । ଧର୍ଯ୍ୟ ଧରିବାର ମାନେ ନୁହେଁ ଯେ , ସବୁ କାମ ଆପେ ଆପେ ହେଇ ଯିବ । ତେଣୁ ନିଜ ଲକ୍ଷ୍ୟ ପଥରୁ ନହଟି କର୍ମ କରିଚାଲନ୍ତୁ । ପ୍ରତିଦିନ କଣ କରୁଛନ୍ତି ତାର ଏକ record ପ୍ରସ୍ତୁତ କରନ୍ତୁ ।