Monday 29th April 2024
୫ଟି ରାଜ୍ୟରେ ୫୮% ଷ୍ଟାର୍ଟଅପ୍ ,ଦେଶରେ ୮୪୦୧୨ ଟି ଷ୍ଟାର୍ଟଅପ୍‌କୁ ମିଳିଛି ସ୍ୱୀକୃତି

୫ଟି ରାଜ୍ୟରେ ୫୮% ଷ୍ଟାର୍ଟଅପ୍ ,ଦେଶରେ ୮୪୦୧୨ ଟି ଷ୍ଟାର୍ଟଅପ୍‌କୁ ମିଳିଛି ସ୍ୱୀକୃତି

ଦେଶରେ ୨୦୨୨ ନଭେମ୍ବର ୩୦ ସୁଦ୍ଧା ୮୪୦୧୨ ଟି ଷ୍ଟାର୍ଟଅପ୍‌ଙ୍କୁ ସ୍ୱୀକୃତି ଦିଆଯାଇଛି । ସେଥିମଧ୍ୟରୁ ୫୮ ପ୍ରତିଶତ ଷ୍ଟାର୍ଟଅପ୍ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର,କର୍ଣ୍ଣାଟକ,ଦିଲ୍ଲୀ,ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୫୫୭୧ଟି ସରକାରୀ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂସ୍ଥା ଥିବାବେଳେ କର୍ଣ୍ଣାଟକରେ ୯୯୦୪ଟି,ଦିଲ୍ଲୀରେ ୯୫୮୮ଟି,ଉତ୍ତରପ୍ରଦେଶରେ ୭୭୧୯ଟି ଏବଂ ଗୁଜୁରାଟରେ ୫୮୭୭ଟି ଷ୍ଟାର୍ଟଅପ୍ ସଂସ୍ଥା ରହିଛି ।

ଦେଶରେ ନୁଆ ଚିନ୍ତାଧାରାକୁ ନେଇ ଉଦ୍ୟୋଗ ସ୍ଥାପନ ଲାଗି ୨୦୧୬ ଜାନୁଆରି ୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗକୁ ନେବାଲାଗି ବିଭିନ୍ନ ପ୍ରକାର ପାଣ୍ଠି ଯୋଗାଣ ବ୍ୟବସ୍ଥା ହୋଇଛି । ଏଥିରେ ଫଣ୍ଡ ଅଫ୍ ଫଣ୍ଡସ୍ ଫର୍ ଷ୍ଟାର୍ଟଅପ୍ (ଏଫ୍ ଏଫ୍ ଏସ୍ ) ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଢ୍ ସ୍କିମ୍ (ଏସ୍ ଆଇ ଏସ୍ ଏଫ୍ ଏସ୍ )କୁ ଜାତୀୟସ୍ତରରେ କାର୍ଯ୍ୟକାରୀ କରାଯାଉଛି । ଏଫ୍ ଏଫ୍ ଏସ୍ ଯୋଜନା ୨୦୧୬ ଜୁନ୍‌ରେ ୧୦ ହଜାର କୋଟି ଟଙ୍କାର ପାଣ୍ଠିକୁ ନେଇ ଆରମ୍ଭ ହୋଇଥିଲା । ଏହି ରାଶିକୁ ସିଧାସଳଖ ଷ୍ଟାର୍ଟଅପ୍ ସଂସ୍ଥାକୁ ଦିଆଯାଇ ନଥାଏ । ବରଂ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ଏକ୍ସଚେଞ ରେ ପଞ୍ଜିକୃତ ଅଲ୍ଟରନେଟିଭ୍ ଇନଭେଷ୍ଟମେଣ୍ଟ ଫଣ୍ଡ କୁ ଉକ୍ତ ରାଶି ଯୋଗାଇ ଦିଆଯାଇଥାଏ । ଏହାପରେ ଇକ୍ୱିଟି ଏବଂ ଅନ୍ୟାନ୍ୟ ଉପକରଣ ମାଧ୍ୟ୍ୟମରେ ଉକ୍ତ ପାଣ୍ଠିକୁ ଦେଶର ଷ୍ଟାର୍ଟଅପ୍ ସଂସ୍ଥାଗୁଡିକରେ ନିବେଶ କରାଯାଇଥାଏ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ,୨୦୨୨ ନଭେମ୍ବର ୩୦ ସୁଦ୍ଧା ଉକ୍ତ ୧୦ହଜାର କୋଟି ଟଙ୍କା ମଧ୍ୟରୁ ୭୫୨୭.୯୫ କୋଟି ଟଙ୍କା ବିକଳ୍ପ ନିବେଶ ପାଣ୍ଠି କୁ ପ୍ରଦାନ କରାଯାଇଛି ।

୨୦୨୨ ନଭେମ୍ବର ସୁଦ୍ଧା ଏସ୍‌ଆଇଏସ୍‌ଫଣ୍ଡଏସ୍ ରେ ୯୪୫ କୋଟିର ପାଣ୍ଠିରୁ ୪୫୫.୨୫ କୋଟି ଟଙ୍କା ୧୨୬ଟି ଇନକ୍ୟୁବେଟରକୁ ମଞ୍ଜୁର ହୋଇଥିବାବେଳେ ସେଥିରୁ ୧୮୬.୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାରେ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗରେ ଷ୍ଟାର୍ଟଅପ୍ ଗୁଡିକ ପଞ୍ଜୀକୃତ ହୋଇଥାନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )