Tuesday 30th April 2024
ଷ୍ଟାରଲିଙ୍କ୍ ଓ ଟେସଲାର ମାଲିକ ଏଲନ୍ ମସ୍କ କାହିଁକି ବିକୁଛନ୍ତି ପର୍ଫ୍ୟୁମ?

ଷ୍ଟାରଲିଙ୍କ୍ ଓ ଟେସଲାର ମାଲିକ ଏଲନ୍ ମସ୍କ କାହିଁକି ବିକୁଛନ୍ତି ପର୍ଫ୍ୟୁମ?

ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ହେଉଛନ୍ତି ଏଲନ୍ ମସ୍କ । ହେଲେ ତାଙ୍କ ପାଖରେ ଏବେ ଏମିତି ସ୍ଥିତି ଆସିଛି ଯେ ସେ ପର୍ଫ୍ୟୁମ ବିକିବା ଆରମ୍ଭ କଲେଣି। ହଁ ଆପଣ ଠିକ୍ ଦେଖୁଛନ୍ତି ଯିଏ ସାଟେଲାଇଟ, ଟେସଲା ଆଦି ଅତ୍ୟାଧୁନିକ ଟେକ୍ନୋଲୋଜିର ମାଲିକ ଆଉ ବଡ଼ ବଡ଼ ବୈଜ୍ଞାନିକ ଜିନିଷର ଉଦ୍ଭାବକ ତାଙ୍କର ବା କଣ ଅଭାବ । ସେ କାହିଁକି ଏବେ ପର୍ଫ୍ୟୁମ ବିକିବା ଆରମ୍ଭ କରୁଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ତେବେ ଚାଲନ୍ତୁ ନଜର ପକାଇବା ଏହି ଧନୀ ବ୍ୟକ୍ତିଙ୍କର ପର୍ଫ୍ୟୁମ ବିକିବା ପଛର କାରଣ ଉପରେ ।Elon Musk launches new perfume named 'Burnt Hair' | The Straits Times() ପର୍ଫ୍ୟୁମ ବିକିଲେ ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତି । ଟେସଲା ଓ ସ୍ପେସଏକ୍ସ କମ୍ପାନୀ ପରେ ପର୍ଫ୍ୟୁମ ବିକିବା ଆରମ୍ଭ କରିଛନ୍ତି ଏଲନ୍ ମସ୍କ । କିଛି ଦିନ ତଳେ ଟ୍ୱିଟର ଡିଲ୍‌କୁ ନେଇ ଚର୍ଚ୍ଚାରେ ଥିବା ଏଲନ୍ ମସ୍କ ଏବେ ପର୍ଫ୍ୟୁମ କମ୍ପାନୀ ଆରମ୍ଭ କରିବା ପାଇଁ ଚର୍ଚ୍ଚାରେ ଅଛନ୍ତି । ‘ଦ ବୋରିଙ୍ଗ କମ୍ପାନି’ ନାମକ ଉଦ୍ୟୋଗ ମାଧ୍ୟମରେ “ବର୍ଣ୍ଣଟ ହେୟାର”ନାମକ ପର୍ଫ୍ୟୁମ ଲଞ୍ଚ କରିଛନ୍ତି ମସ୍କ। ନୂଆ ବ୍ୟବସାୟ ଆରମ୍ଭ କରିବା ସହିତ ଏଲନ୍ ମସ୍କ ତାଙ୍କ ଟ୍ୱିଟର ବାୟୋକୁ ମଧ୍ୟ ବଦଳାଇଛନ୍ତି। ଏବେ ଏଲନ ମସ୍କଙ୍କ ବାୟୋରେ ଲେଖାଯାଇଛି ‘ପର୍ଫ୍ୟୁମ ସେଲସମ୍ୟାନ୍’। ତେବେ ଏହା ଶୁଣି ଆପଣଙ୍କୁ ଇଚ୍ଚା ହେଉଥିବ କି ଏହି ପର୍ଫ୍ୟୁମ କିଣିବାକୁ ।ତେବେ ଏଠାରେ ଆମେ କହିଦବାକୁ ଚାହୁଁଛୁ ଯେ, ଏହି ପର୍ଫ୍ୟୁମର ମୂଲ୍ୟ ୫୦୦ କି ୧୦୦୦ ନୁହେଁ ବରଂ ୧୦୦ଡଲାର ଟଙ୍କା । ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ୮୨୦୦ ହଜାର ଟଙ୍କାରୁ ଅଧିକ ହେବ । ଏଳନ ମସ୍କଙ୍କ ଅନୁଯାୟୀ ଲୋକେ ଏହି ପର୍ଫ୍ୟୁମକୁ କ୍ରିପ୍ଟୋକରେନ୍ସି ମାଧ୍ୟମରେ ମଧ୍ୟ କିଣିପାରିବେ। ‘ଦି ବୋରିଙ୍ଗ କମ୍ପାନି’ ଏହି ପର୍ଫ୍ୟୁମ ଲଞ୍ଚ କରିବା ପରେ ଏହାର ଚାହିଦା ମଧ୍ୟ ଅଧିକ ଥିବା ଜଣାପଡ଼ିଛି। ପର୍ଫ୍ୟୁମ ଲଞ୍ଚ ହେବା ପରେ ପରେ ୧୦,୦୦୦ ବୋତଲ ବିକ୍ରି ହୋଇସାରିଛି। ଏଲନ୍ ମସ୍କଙ୍କ ଅନୁଯାୟୀ ଏହି ପର୍ଫ୍ୟୁମ ଆକର୍ଷଣୀୟ ଅଟେ। ଏହା ହେଉଛି ଏଭଳି ଏକ ପର୍ଫ୍ୟୁମ ଯାହା ଆପଣଙ୍କୁ ଅନ୍ୟଠାରୁ ଅଲଗା କରିବ। ଯଦି ଆପଣ ଏହି ପର୍ଫ୍ୟୁମ ଲଗାଇ ବିମାନବନ୍ଦରକୁ ଯାଉଛନ୍ତି, ତେବେ ଲୋକଙ୍କ ଦୃଷ୍ଟି ଆପଣଙ୍କ ଆଡକୁ ଆକର୍ଷିତ ହେବ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )