Friday 26th April 2024
ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ” ଅଡିଓ ଲୋକାର୍ପିତ

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ” ଅଡିଓ ଲୋକାର୍ପିତ

ଜୀ ସାର୍ଥକରେ ଆସୁଛି ନୂଆ ଓଡ଼ିଆ ସିନେମା । ସିନେମାର ନାଁ ରହିଛି “ଅଳ୍ପ ଦିନର ଗଳ୍ପ”। ଏଥିରେ ନବାଗତ ଜ୍ୟୋତି ଓ ସାୟଲ୍ ନଜର ଆସିଛନ୍ତି। ଟିନଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସିନେମାର ଅଡିଓ ରିଲିଜ୍ ହୋଇ ଥିବା ବେଳେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ସିନେମାଟି ଜୀ ସାର୍ଥକରେ ମୁକ୍ତିଲାଭ କରିବ ବୋଲି ଜୀସାର୍ଥକ ତରଫରୁ ସୂଚନା ଦିଆ ଯାଇଛି ।

ଅଜୟ ରାଉତ ପ୍ରଯୋଜିତ ଓ ଅଶୋକ ପତି ନିର୍ଦ୍ଦେଶିତ “ଅଳ୍ପ ଦିନର ଗଳ୍ପ” ସିନେମାର ଗୀତ ଗୁଡ଼ିକ ବେଶ ମନ ଛୁଆଁ ହୋଇଛି। ପୁଷ୍ପକ ପରିଡା ଗୀତ ଗୁଡ଼ିକ ରଚନା କରିଛନ୍ତି । ଆସାଦ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସତ୍ୟଜିତ, ଅସୀମା, କୁଲଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି । ସାୟାଲ ଓ ଜ୍ୟୋତି ପ୍ରଥମ ଥର ପାଇଁ ଜୀ ସାର୍ଥକ ବ୍ୟାନରରେ ଏକାଠି ନଜର ଆସିବେ । ମ୍ୟୁଜିକ ଭିଡିଓର ଲୋକପ୍ରିୟତା ପରେ ଜ୍ୟୋତିଙ୍କ ପାଇଁ ଏହା ପ୍ରଥମ ସିନେମା । ସାୟାଲ୍ ପାଇଁ ମଧ୍ୟ ଏହା ଜୀ ସାର୍ଥକରେ ସହ  ପ୍ରଥମ ସିନେମା ।ଟିନ୍ଏଜ ବୟସରେ ସମସ୍ତେ ପ୍ରେମରେ ପଡ଼ନ୍ତି । ଜଣେ ଆଉ ଜଣକୁ ଭଲ ଲାଗନ୍ତି । ଠିକ୍ ସେମିତି ଏମାନେ ବି ଜଣେ ଆଉ ଜଣଙ୍କ ସଂସ୍ପର୍ଶରେ ଆସନ୍ତି ଆଉ ଏହି ଭିତରେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲେ । ଦୁଇ ପ୍ରେମ ପକ୍ଷୀ ପ୍ରେମ ଆକାଶରେ ଉଡ଼ି ବୁଲୁଥିବା ବେଳେ ପ୍ରେମ ରାସ୍ତାରେ ଆଗକୁ ବଢିବା ପାଇଁ କଣ ସବୁ କରିବାକୁ ପଡେ ତାହା ସିନେମାରେ ଦେଖିବାକୁ ମିଳିଛି । ଭରଦ୍ୱାଜ ପଣ୍ଡା ଏମିତି ଏକ ଲଭ୍ ଷ୍ଟୋରୀକୁ ରଚନା କରିବା ସହ ବେଶ ଚମତ୍କାର ଭାବେ ଶବ୍ଦରେ ମଧ୍ୟ‌ ସଜାଇଛନ୍ତି ।ପୂର୍ବରୁ ଅନେକ ସୁପର ହିଟ ଓଲିଉଡକୁ ଭେଟି ଦେଇଛି ଜୀ ସାର୍ଥକ। ବିଗତ କିଛି ବର୍ଷ ଧରି ଓଲିଉଡରେ ରାଜ କରୁଥିବା ଜୀ ସାର୍ଥକ ବ୍ୟାନରରେ ଏବେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନେଇ ଆସୁଥିବା ଏହି ସିନେମା ମଧ୍ୟ ସୁପରହିଟ ହେବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି । ପୂର୍ବରୁ ଅର୍ଚ୍ଚିତା,ଶୀତଲ୍,ପୁନମ୍ ମଧ୍ୟ ଜୀସାର୍ଥକ ବ୍ୟାନରରେ ଚଳଚ୍ଚିତ୍ର କରିସାରିଛନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )