ଓସ୍କାର ପାଇବା ପୂର୍ବରୁ ଆଖି ବୁଜି ଦେଲେ ଏହି କଳାକାର
ରୋଗ ମାନଙ୍କ ମଧ୍ୟରୁ କ୍ୟାନ୍ସର ଗୋଟିଏ ଏମିତି ରୋଗ ଯାହାକି ବୟସ ଦେଖେ ନାହିଁ । ଆମେ ସମସ୍ତେ ଜାଣିଛେ ଯେ କ୍ୟାନ୍ସର ହେଲା ମାନେ ରୋଗୀର ବଞ୍ଚିବା ମୁସ୍କିଲ ହୋଇଯାଏ । ଯେତେ ବି ଚିକିତ୍ସା କଲେ ମଧ୍ୟ ରୋଗୀଟି ଠିକ୍ ହେଲେ ବି ତାର ବଞ୍ଚିବାର ସମ୍ଭାବନା ବହୁତ କମ୍ ଥାଏ । ଏହି କ୍ୟାନ୍ସ ରୋଗର ନିରାକରଣ ପାଇଁ ଦେଶ ବିଦେଶରେ ଅନେକ ବୈଜ୍ଞାନିକ ପରୀକ୍ଷା ନିରିକ୍ଷା କରିଚାଲନ୍ତି । କିନ୍ତୁ ଏଯାବତ୍ ଏହାର ଗୋଟିଏ ହେଲେ ବି ସଠିକ୍ ଔଷଧ ବାହାରି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଏମିତି ଜଣେ କୁନି କଳାକାର ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରୁ କରୁ ଆଖି ବୁଜିଦେଲା । ତାଙ୍କୁ ସବୁଠାରୁ ସାଂଘାତିକ କ୍ୟାନ୍ସର ରୋଗ ଆକ୍ରାନ୍ତ କରିଥିଲା । ହେଲେ ତାଙ୍କର ଅଭିନୟ ସ୍ୱପ୍ନ ପୁରା ହେବା ପୂର୍ବରୁ ଭାଙ୍ଗି ଚୁରମାର ହୋଇଗଲା ।() “ଛେଲୋ ଶୋ” ଫିଲ୍ମର ଶିଶୁ ଅଭିନେତା ରାହୁଲ କୋଲିଙ୍କ ଦେହାନ୍ତ ହୋଇଛି । ଚଳିତ ବର୍ଷ ଭାରତରୁ ଓସ୍କାର ଦୌଡ଼ରେ ସାମିଲ ହୋଇଥିଲା ତାଙ୍କ ଫିଲ୍ମ । କିନ୍ତୁ ଏହି ଫିଲ୍ମ ଟି ରିଲିଜ ହେବା ପୂର୍ବରୁ କର୍ଳଟ ରୋଗ ରାହୁଲଙ୍କ ଜୀବନ ନେଇଗଲା । ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଶିଶୁ କଳାକାର ରାହୁଲ । ସୂଚନା ଅନୁସାରେ ରାହୁଲ ଦୀର୍ଘଦିନ ଧରି କର୍ଳଟ ରୋଗରେ ପୀଡ଼ିତ ଥିଲେ । ଏନେଇ ତାଙ୍କ ବାପା କହିଛନ୍ତି ଯେ ରାହୁଲଙ୍କୁ ମଝିରେ ମଝିରେ ଜ୍ୱର ହେଉଥିଲା । ମାତ୍ର ପରେ କ୍ରମାଗତ ଭାବେ ତାଙ୍କୁ ଜ୍ୱର ହେବାକୁ ଲାଗିଲା । ଏବଂ ୯ଅକ୍ଟୋବରରେ ସେ ଜଳଖିଆ ଖାଇବା ପରେ ୩ଥର ରକ୍ତ ବାନ୍ତି କରିଥିଲା, ଏହା ପରେ ସେ ଆମ ସମସ୍ତଙ୍କୁ ଛାଡ଼ି ଏ ଦୁନିଆରୁ ଚାଲିଯାଇଥିଲା । କିନ୍ତୁ ଆମେ ୧୪ ଅକ୍ଟୋବରରେ ରିଲିଜ୍ ହେବାର ଥିବା ତାର ଅଭିନୀତ ଶେଷ ଫିଲ୍ମ “ଛେଲୋ ଶୋ” ଦେଖିବାକୁ ଯିବୁ ।