Tuesday 30th April 2024
ଆଜି ଗୁରୁଦିବସ :‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିବା ଗୁରୁ

ଆଜି ଗୁରୁଦିବସ :‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିବା ଗୁରୁ

ପୂଜ୍ୟ ଗୁରୁଙ୍କ ମହାନତା

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର… ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି ।

ଶିକ୍ଷକ ସିଏ ନୁହେଁ, ଯିଏ ବିଦ୍ୟାକୁ ଜୋରଦବରଦସ୍ତ ପିଲାମାନଙ୍କ ମୁଣ୍ଡରେ ପୁରାଇଥାନ୍ତି, ପ୍ରକୃତ ଶିକ୍ଷକ ହେଉଛି ସିଏ, ଯିଏ ଆସନ୍ତାକାଲିର ବାଧାବିଘ୍ନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ଭାଗବାନଙ୍କ ପୂଜା ହୋଇନଥାଏ ବରଂ ସେହିମାନଙ୍କର ପୂଜା ହୁଏ ଯିଏ ତାଙ୍କ ନାମରେ କହିବାର ଦାବି କରିଥାନ୍ତି । କୌଣସି ସ୍ୱାଧୀନତା ସତ୍ୟ ନୁହେଁ, ଯେତେ ପର୍ଯ୍ୟନ୍ତ ଜଣଙ୍କୁ ବିଚାର କରିବାର ସ୍ୱାଧୀନତା ଦିଆନଯାଇଛି । ଶିକ୍ଷା ଦ୍ୱାରା ହିଁ ମନୁଷ୍ୟ ମସ୍ତିଷ୍କର ସଦୁପଯୋଗ କରାଯାଇପାରିବ । ଶିକ୍ଷାର ପରିଣାମ ଜଣେ ମୁକ୍ତ ରଚନାତ୍ମକ ବ୍ୟକ୍ତି ହେବା ଆବଶ୍ୟକ ଯିଏ ଐତିହାସିକ ପରିସ୍ଥିତି ଏବଂ ପ୍ରାକୃତିକ ଉପାଦାନ ବିରୋଧରେ ଲଢିପାରିବ ।

ଆଜି ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳନ ହୋଇଆସୁଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ । ଗୁରୁଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ ।

ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ବିଚାରରେ ଅନେକ ପ୍ରେରଣା ପାଇ ସଫଳତା ହାସଲ କରିଛନ୍ତି । ତାଙ୍କ ବିଚାର ଥିଲା, ବହି ପଢିବା ଦ୍ୱାରା ଆମକୁ ନିରୋଳାରେ ବିଚାର କରିବାର ଅଭ୍ୟାସ ଏବଂ ପ୍ରକୃତ ଖୁସି ମିଳିଥାଏ । ଶିକ୍ଷାର ଅର୍ଥ କେବଳ ସୂଚନା ଦେବା ହୋଇନଥାଏ । ତଥ୍ୟର ନିଜର ମହତ୍ୱ ଅଛି ସତ କିନ୍ତୁ ଲୋକତାନ୍ତ୍ରିକ ଭାବନାର ମଧ୍ୟ ମହତ୍ୱ ଅଛି । କାରଣ ଏହି ଭାବନା ସହ ଛାତ୍ର ଜଣେ ଉତ୍ତରଦାୟୀ ନାଗରିକ ହୋଇଥାଏ । ଯେତେବେଳ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷା ପ୍ରତି ନିଜକୁ ସମର୍ପିତ ଏବଂ ପ୍ରତିବଦ୍ଧ ନହୋଇଛନ୍ତି, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାକୁ ମିଶନର ରୂପ ମିଳିପାରିବ ନାହିଁ । ‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ଡ. ରାଧାକ୍ରିଷ୍ଣନ । ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ । ଖାଲି ସେତିକି ନୁହେଁ ରାଧାକ୍ରିଷ୍ଣନ ସତ୍ୟାନୁରାଗୀ ଓ ସଦାଚାରୀ ବି ଥିଲେ । ୧୯୪୯ରେ ସୋଭିଏତେ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ ।

ଆଜି ସେହି ମହାନ ଜନନାୟକଙ୍କ ଉର୍ଦ୍ଦେଶର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ଏବଂ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )