Saturday 10th January 2026
ଧନୁଶର ଭଳି ଦେଖାଯାଉଛି ବ୍ରହ୍ମାଣ୍ଡରେ ଥିବା ଏହି ୮ଟି ଗ୍ରହ

ଧନୁଶର ଭଳି ଦେଖାଯାଉଛି ବ୍ରହ୍ମାଣ୍ଡରେ ଥିବା ଏହି ୮ଟି ଗ୍ରହ

ଏହିଭଳି ସଂଯୋଗ ଦେଖିବା ଖୁବ୍ ବିରଳ

ବିଶ୍ୱ ବ୍ରହ୍ମାଣ୍ଡରେ ଗ୍ରହଗୁଡିକ ଧନୁଶର ଆକାରର ଏକ ଅଦ୍ଦଭୂତ ଚକ୍ରବ୍ୟୁହ ବନାଇଛନ୍ତି । ଏଥିରେ ରହିଛି ୮ଟି ଗ୍ରହ । ଯାହାକି ଗୋଟିଏ ଧାଡିରେ ଅଛନ୍ତି । ଏହି ଚିତ୍ରଟି ଅବିକଳ ଧନୁଶର ଭଳି ଦେଖାଯାଉଛି । ଓ ଧନୁଶରରେ ୮ଟି ବାଣ ଚଢାଇବା ଭଳି ଦେଖାଯାଉଛି । ଏହି ସଂଯୋଗ ଫଳରେ ବିଶ୍ୱରେ ଏବଂ ଦେଶରେ ବଡ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜ୍ୟେତିଷଶାସ୍ତ୍ରୀମାନେ କହିଛନ୍ତି । ଅପରାଧ କରୁଥିବା ଲୋକଙ୍କୁ ଉଚିତ୍ ଦଣ୍ଡ ମିଳିବ । ସେମାନଙ୍କୁ ଫସାଇବା ପାଇଁ ଗ୍ରହଗୁଡିକର ହୋଇଛି ଏହିଭଳି ସଂଯୋଗ । ଗତ ୨୧ ତାରିଖ ସଂନ୍ଧ୍ୟା ୬ଟା ୧୦ରୁ ଏହି ଯୋଗ ଆରମ୍ଭ ହୋଇ ଏହା ୨୪ ତାରିଖ ସକାଳ ୬ଟା ୫୬ ପର୍ଯ୍ୟନ୍ତ ରହିଥିଲା । ମଣିଷ ସମାଜ ଉପରେ ଏହାର ପ୍ରଭାବ ଭଲ ପଡିବ ବୋଲି ମଧ୍ୟ କୁହାଯାଇଛି ।

 

ଚଳିତ ବର୍ଷ ଗ୍ରହ ମାନଙ୍କର ଗତି ଅନୁସାରେ ଶନିଗ୍ରହ ମାନଙ୍କର ରାଜା ଅଛନ୍ତି । ଏମିତିରେ ବି ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ସେ ବର୍ତମାନ ମକର ରାଶିରେ ଅବସ୍ଥାନ କରିଛନ୍ତି । ଜ୍ୟୋତିଷଶାସ୍ତ୍ରୀ ଡ. ମନୋଜ କୁମାର ଗୁପ୍ତାଙ୍କ ଅନୁଯାୟୀ ବ୍ରହ୍ମାଣ୍ଡରେ ଗ୍ରହଗୁଡିକ ଅତ୍ୟନ୍ତ ଦୁର୍ଲଭ ଯୋଗରେ ଅଛନ୍ତି । ଏହି ସଂଯୋଗ ଏକ ଧନୁଶର ଆକୃତି ସୃଷ୍ଟି କରିଥିଲା । ଯାହାକି ସୃଷ୍ଟି ପାଇଁ ଏକ ବିରାଟ ବଡ ପରିବର୍ତନର ସଂଙ୍କେତ ଆରମ୍ଭ କରିଥିଲା । ମହାଭାରତ ଯୁଦ୍ଧରେ କୌରବମାନେ ଯେଉଁଭଳି ଭାବେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସାଇ ଥିଲେ,ଗ୍ରହଗୁଡିକ ଠିକ୍ ସେହିପରି ଚକ୍ରବ୍ୟୁହ ରଚନା କରିଛନ୍ତି ।

 

ଏଥିରେ ବହୁତ ଲୋକ ଫସିବେ । ସମସ୍ତ ଗ୍ରହ ଅଲଗା ଅଲଗା ରାଶିରେ ଅଛନ୍ତି । ନବ ଗ୍ରହ ଅଲଗା ଅଲଗା ରାଶିରେ ଅଛନ୍ତି ଗ୍ରହ ଗୋଟିଏ ଧାଡିରେ ଅଛନ୍ତି । କୌଣସି ଗ୍ରହ ସ୍ଥିତି ଅଶୁଭ ନାହିଁ । ସୂର୍ଯ୍ୟ,ଶନି ଏବଂ ବୃହସ୍ପତି ନିଜ ରାଶିରେ ଅଛନ୍ତି । ବୁଧ ମଧ୍ୟ ଉଚ୍ଚରାଶିରେ ରହିଛନ୍ତି । ଅନ୍ୟଗ୍ରହଗୁଡିକ ଭଲ ସ୍ଥିତିରେ ଅଛନ୍ତି । ତେବେ ଏହି ସଂଯୋଗକୁ ନେଇ ଜ୍ୟୋତିଷ ବିଷାରଦ ମାନଙ୍କ କହିବା ଅନୁସାରେ କିଛି ଗୋଟିଏ ବିଶେଷ କାରଣ ପାଇଁ ଏହି ସଂଯୋଗ ସୃଷ୍ଟି ହୋଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )