ସବୁ ଦେଶ ପାଇଁ କାହିଁକି ଜରୁରୀ ପର୍ଯ୍ୟଟନ? ଜାଣନ୍ତୁ
() ଆଜି ସେପ୍ଟେମ୍ବର ମାସ ୨୭ ତାରିଖ, ବିଶ୍ୱ ପର୍ଯ୍ୟଟନ ଦିବସ । ପର୍ଯ୍ୟଟନ ଏବଂ ପର୍ଯ୍ୟଟନ ସହ ଜଡ଼ିତ ଥିବା ଲୋକଙ୍କ ମଧ୍ୟରେ ଭ୍ରାତୃଭାବ ସମ୍ପର୍କ ବଜାୟ ରଖିବା ପାଇଁ ଏହି ଦିନର ଉତ୍ସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରଥମେ ୧୯୮୦ରେ ମିଳିତ ଜାତିସଂଘର ବିଶ୍ୱ ବାଣିଜ୍ୟ ସଂଗଠନ (UNWTO) ଦ୍ୱାରା ଆରମ୍ଭ ହୋଇଥିଲା । ଏହାକୁ ପାଳନ କରିବାର ତାରିଖ ସେପ୍ଟେମ୍ବର ୨୭କୁ ସ୍ଥିର କରାଯାଇଥିଲା କାରଣ UNWTO ୧୯୭୦ରେ ଏହି ଦିନ ମାନ୍ୟତା ପାଇଥିଲା । UNWTO କୁ ଦିଆଯାଇଥିବା ସ୍ୱୀକୃତି ବାସ୍ତବରେ ବିଶ୍ୱ ପର୍ଯ୍ୟଟନରେ ଏକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଏ । କରୋନା ମହାମାରୀ ପରେ ଆସିଥିବା ପରିବର୍ତ୍ତନ ପର୍ଯ୍ୟଟନକୁ ଅଧିକ ପ୍ରଭାବିତ କରିଥିଲା । ଏହି ଭଳି ପରିସ୍ଥିତିରେ ଚଳିତ ବର୍ଷ ସେ ସବୁ ଜିନିଷ ଉପରେ ଧ୍ୟାନ ଦିଆଯିବା ସହ ଯଥା ସମ୍ଭବ ନୂଆ ପରିବର୍ତ୍ତନ କରି ପୁନର୍ବାର ଏହି ଶିଳ୍ପକୁ ଉତ୍ସାହିତ କରିପାରିବ । ପ୍ର୍ରତି ବର୍ଷ କିଛି ନି କିଛି ଏହି ଦିନର ଥିମ୍ ରହିଥାଏ ଯାହାକୁ ନେଇ ସରକାର ପର୍ଯ୍ୟଟନ ସ୍ଥଳୀ ପାଇଁ କାର୍ଯ୍ୟକରେ । ତେବେ ଚଳିତ ବର୍ଷ ଏହି ଦିବସର ଥିମ୍ ରହିିଛି Rethinking Tourism। ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଅନେକ ଦେଶର ପର୍ଯ୍ୟଟନ ବୋର୍ଡ଼ ଜଡ଼ିତ ।ପର୍ଯ୍ୟଟନ ସ୍ଥଳୀକୁ କାହିଁକି ମିଳେ ମାନ୍ୟତା:
କୌଣସି ବି ଦେଶ ଏବଂ ତା ରାଜ୍ୟରେ ଥିବା କୌଣସି ବି ସୁନ୍ଦର ଜାଗା ଯାହା ଉନ୍ନତ ଧରଣର ହୋଇଥିବ ତାହାକୁ ଆମେ ପର୍ୟ୍ୟଟନ ସ୍ଥଳୀ ବୋଲି କହିପାରିବା । କାହିଁକି ନା ତାହା ଗୋଟିଏ ଏଭଳି ଜାଗା ହୋଇଥିବ, ଯାହାକି ଲୋକ ଲୋଚନକୁ ଆସିବା ଦରକାର, ଲୋକ ସେ ଜାଗାକୁ ବୁଲି ଦେଖିବା ଦରକାର । ଯାହା ଫଳରେ ଅଧିକରୁ ଅଧିକ ଲୋକ ସେହି ଜାଗା ବିଷୟରେ ଜାଣିକି ଆସିବେ ଏବଂ ଅନେକ ଲୋକ ଯେଉଁ ମାନଙ୍କର ରୋଜଗାର ନାହିଁ ସେମାନେ ମଧ୍ୟ ବେରୋଜଗାରିରୁ ମ୍ୁକ୍ତ ହୋଇପାରିବେ । ଯାହ ଫଳରେ କୌଣସି ନା କୌଣସି ଛୋଟ ବ୍ୟବସାୟ କରିବାର ରାସ୍ତା ଖୋଲିପାରିବ, ଏବଂ ଆଖପାଖର ଲୋକ ରୋଜଗାର କ୍ଷମ ହୋଇପାରିବେ । ଯାହା ଦ୍ୱାରା ଲୋକଙ୍କ ବେକାରୀ ସମସ୍ୟା ଦୁର ହେବା ସହ ସରକାର ଲାଭବାନ ହୋଇ ପାରିବେ । ଆମ ଦେଶର ଅନେକ ଜାଗା ଯଥା ଶିକିମ, ଆସାମ, ଅରୁଣାଚଳପ୍ରଦେଶ ଆଦି ସମ୍ପୁର୍ଣ୍ଣ ରାଜ୍ୟ ନିର୍ଭର କରେ ଏହି ପର୍ଯ୍ୟଟନ ସ୍ଥଳୀରୁ ଯେଉଥିବା ରୋଜଗାର ଉପରେ । କାରଣ ଏଭଳି ପ୍ରାକୃତିକ ଜାଗାରେ କୌଣସି ବି କାରଖାନା ନିର୍ମାଣ ହୋଇପାରେ ନାହିଁ । ଯେଉଁଥିପାଇଁ ଏଠାକାର ଲୋକେ ପର୍ଯ୍ୟଟନ ସ୍ଥଳୀରୁ ଆସୁଥିବା ରୋଜଗାର ଉପରେ ନିର୍ଭର କରେ । ପର୍ଯ୍ୟଟନ ସ୍ଥଳୀକୁ ନଜର ଦେଉନାହାଁନ୍ତି ସରକାର :
ସେହିଭଳି ଏମିତି କିଛି କିଛି ଯାଗା ଅଛି ଯାହା ପାଇଁ ସରକାର ଚିନ୍ତା କରିବା ଛାଡ଼ି ଦେଇଛନ୍ତି । ସେହିଭଳି କିଛି ସ୍ଥାନ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର, ଅଧିଷ୍ଟାତ୍ରୀ ଦେବୀ କୀଚକେଶ୍ବରଙ୍କ ମନ୍ଦିର, ମା ଅମ୍ବିକା ମନ୍ଦିର, ଦେବକୁଣ୍ଡ, ବରେହିପାଣି, ଜରନ୍ଦା ଜଳ ପ୍ରପାତର ମନୋରମ ଦୃଶ୍ୟ ପର୍ୟ୍ୟଟକଙ୍କୁ ବର୍ଷତମାମ ଆକୃଷ୍ଟ କରିଥାଏ। ହେଲେ ଏସବୁ ପର୍ୟ୍ୟଟନସ୍ଥଳୀଗୁଡିକର ବିକାଶ ପାଇଁ କାହାର ନଜର ନାହିଁ। କେଉଁଠି ସ୍ଥାନକୁ ଭଲ ରାସ୍ତାଟିଏ ନାର୍ହି, ତ କେଉଁଠି ପିଇବା ପାଇଁ ପାନୀୟ ଜଳର ସୁବିଧା ନାହିଁ। ବିଶ୍ରାମଗାର, ଶୌଚାଳୟ କଥା ନକହିବା ଭଲ। ରାତିରେ ରହିବା ନିମନ୍ତେ କୌଣସି ସୁବିଧା ନାହିଁ। ଫଳରେ ବାହାରୁ ଆସୁଥିବା ପର୍ୟ୍ୟଟକମାନେ ଏଠାକାର ଅବ୍ୟବସ୍ଥା ଦେଖି ନାକ ଟେକୁଛନ୍ତି। ଏହି କାରଣରୁ ବର୍ଷକୁ ବର୍ଷ ପର୍ୟ୍ୟଟକ ସଂଖ୍ୟା କମିବାରେ ଲାଗିଛି ଓ ସରକାରଙ୍କ ରାଜସ୍ବ କ୍ଷତି ହେଉଛି। ଜିଲ୍ଲାରେ ପର୍ୟ୍ୟଟନ କ୍ଷେତ୍ରର ବିକାଶ ହେଲେ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୁଅନ୍ତା। ଶତାଧିକ ବେରୋଜଗାର ଲୋକ ରୋଜଗାରକ୍ଷମ ହୁଅନ୍ତେ। ହେଲେ ପର୍ୟ୍ୟଟନ କ୍ଷେତ୍ରର ବିକାଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିରେ ଅଟକିଛି।