Friday 29th March 2024
କୋଡିଂ ଶିଖି ନିଜ ଭବିଷ୍ୟତ ଉଜ୍ୱଳ କରନ୍ତୁ ! ଶିଖନ୍ତୁ ୧୦ ଟି ଓ୍ୱେବସାଇଟ୍ ରୁ ମାଗଣା କୋଡିଂ କୋର୍ସ !

କୋଡିଂ ଶିଖି ନିଜ ଭବିଷ୍ୟତ ଉଜ୍ୱଳ କରନ୍ତୁ ! ଶିଖନ୍ତୁ ୧୦ ଟି ଓ୍ୱେବସାଇଟ୍ ରୁ ମାଗଣା କୋଡିଂ କୋର୍ସ !

କମ୍ପୁଟର ଆସିଲା ଦିନଠାରୁ ସବୁକିଛି କାମ ସହଜରେ ହେଉଛି । ଡିଜିଟାଲ୍ ଫର୍ମାଟରେ ଆରମ୍ଭ ହେଉଛି ସବୁ କାମ ଏବଂ ଶେଷ ମଧ୍ୟ ହେଉଛି । ଘର ହେଉ କିମ୍ବା ଅଫିସ୍ ସବୁଠି ବ୍ୟବହାର ହେଉଛି କମ୍ପୁଟର । ଏବେ ଆଗଭଳି ବଡ ବଡ ଡେସ୍କ୍ ଏବଂ ଟେବୁଲ୍ ରେ ପଡି ରହିଲା ପରି ବଡ ବଡ କମ୍ପୁଟର ଆଉ ନାହିଁ । ଏବେ ଆସିଲାଣି ଉନ୍ନତ ଧରଣ ର ବିଭିନ୍ନ ପ୍ରକାର ର କମ୍ପୁଟର । ଯେପରିକି ଲାପଟପ୍ ଏବଂ ଟ୍ୟାବଲେଟ୍ । ଯେଉଁଥିରେ ରହିଛି ଛୋଟ ପ୍ରସେସର । କିନ୍ତୁ ସେହି ପ୍ରସେସର୍ ରେ ରହିଛି ଅନେକ କାମ ସ୍ପିଡ୍ ରେ କରିବାର ଦକ୍ଷତା । ଗୋଟିଏ ସମୟରେ ଅନେକ କାମ କରିବାର ଦକ୍ଷତାକୁ କୁହାଯାଏ ମଲ୍ଟିଟାସ୍କିଂ । ଏବେ ସବୁ କମ୍ପୁଟର ଶକ୍ତିଶାଳୀ । କାହିଁକିନା ବର୍ତ୍ତମାନ ସମୟରେ ପ୍ରତ୍ୟେକ କମ୍ପୁଟର ରେ ବ୍ୟବହାର ହେଉଛି ପାଓ୍ୱାରଫୁଲ୍ ପ୍ରସେସର୍ । ଖାଲି ପ୍ରସେସର୍ ପାଓ୍ୱାରଫୁଲ୍ ହେଇଗଲେ ଚାଲିବନି , ତାକୁ ଚଲେଇବା ପାଇଁ ଆବଶ୍ୟକ ଥାଏ ଭଲ ସପ୍ଟଓ୍ୱୟାର ଏବଂ ଅପେରେଟିଂ ସିଷ୍ଟମ୍ । ଏସବୁ ପାଇଁ କୋଡିଂ ର ଆବଶ୍ୟକତା ଥାଏ । ସପ୍ଟଓ୍ୱେୟାର ଇଞ୍ଜିନିୟରିଂ ଇଣ୍ଡଷ୍ଟ୍ରି ହେଉ କିମ୍ବା ପ୍ରୋଗ୍ରାମିଂ ଇଣ୍ଡଷ୍ଟ୍ରି ସବୁଥିରେ କୋଡିଂ ର ଆବଶ୍ୟକତା ଥାଏ । ଡେଭେଲପର୍ , ପ୍ରୋଗାମର ଏବଂ କମ୍ପୁଟର ଲାଙ୍ଗୁଏଜ୍ ରେ କାମ କରିବା ପାଇଁ ହେଲେ କୋଡିଂ ଶିଖିବାର ନିହାତି ଆବଶ୍ୟକତା ଥାଏ । କୋଡିଂ ବିନା ଏହିସବୁ ଦିଗରେ କ୍ୟାରିୟର କରିବା ଅସମ୍ଭବ । କୋଡିଂ ଦ୍ୱାରା କମ୍ପୁଟର ଇଣ୍ଡଷ୍ଟ୍ରି ଏବଂ ସପ୍ଟଓ୍ୱୟାର ଇଣ୍ଡଷ୍ଟ୍ରିରେ ଦିନ କୁ ଦିନ ନୂଆ ଉଦ୍ଭାବନ ହେଉଛି । କୋଡିଂ ଦ୍ୱାରା ସପ୍ଟଓ୍ୱୟାର ଇଣ୍ଡଷ୍ଟ୍ରିରେ ଅନେକ ସୁଧାର ଆସିବା ସହ ଉନ୍ନତି ଘଟୁଛି । ରୋବୋଟିକ୍ସ ର ଆରମ୍ଭ ହେଇଛି କୋଡିଂ ଦ୍ୱାରା । କମ୍ପୁଟର ଏବଂ ଇଣ୍ଟରନେଟ୍ ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏକ ନୂତନ ସ୍ଥାନ ସୃଷ୍ଟି କରିବାକୁ ଯାଉଛି । ବର୍ତ୍ତମାନ ସମୟରେ କିଛି ଇଣ୍ଟରନ୍ୟାସନାଲ୍ ଗଣମାଧ୍ୟମ ର ସୂଚନା ଅନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ମଧ୍ୟ କୋଡିଂ କରିହେଉଛି । କିନ୍ତୁ କୋଡିଂ ରେ କ୍ୟାରିୟର ଆରମ୍ଭ କଲେ ଆପଣଙ୍କ ଦକ୍ଷତା ଏବଂ ସୃଜନଶୀଳତା ଅନୁସାରେ ରୋଜଗାର କରିପାରିବେ । 

 

କୋଡିଂ କଣ ?

କମ୍ପ୍ୟୁଟର ପ୍ରୋଗ୍ରାମିଂ ହେଉଛି ଏକ ନିର୍ଦ୍ଦିଷ୍ଟ ଗଣନା କରିବାର ପ୍ରକ୍ରିୟା । ସାଧାରଣତ ଏକ ଏକଜେକ୍ୟୁଟେବଲ୍ କମ୍ପ୍ୟୁଟର ପ୍ରୋଗ୍ରାମ୍ ଡିଜାଇନ୍ ଏବଂ ନିର୍ମାଣ କରିବା ରେ କମ୍ପୁଟର ପ୍ରୋଗ୍ରାମିଂ ର ବ୍ୟବହାର ହୁଏ । ପ୍ରୋଗ୍ରାମିଂ କାର୍ଯ୍ୟଗୁଡିକ ବିଶ୍ଳେଷଣ, ଆଲଗୋରିଦମ ସୃଷ୍ଟି , ପ୍ରୋଫାଇଲ୍ ଆଲଗୋରିଦମ ଗୁଡିକର ସଠିକତା ଏବଂ ଆଲଗୋରିଦମଗୁଡିକର କାର୍ଯ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରେ । କୋଡିଂ କୁ ବେଳେବେଳେ କମ୍ପ୍ୟୁଟର ପ୍ରୋଗ୍ରାମିଂ ବୋଲି  କୁହାଯାଏ । କମ୍ପୁଟର ସହ ସଂମ୍ପର୍କ ସ୍ଥାପନ କରିବା ଏବଂ କମ୍ପୁଟର କୁ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ କୋଡିଂ ବୋଲି ବୁଝାଯାଏ । କୋଡ ଜରିଆରେ କମ୍ପୁଟରକୁ ନିର୍ଦ୍ଦେଶ ଦିଆଯାଏ । କଣ କରିବାକୁ ପଡିବ ଏବଂ କିପରି କରିବ ସେ ବିଷୟରେ କମ୍ପୁଟରକୁ ନିର୍ଦ୍ଦେଶ କୋଡ ଜରିଆରେ ଦିଆଯାଏ । ଲେଖାଯାଇଥିବା କୋଡ ଗୁଡିକ ଏକ ପ୍ରକାର ର ନିର୍ଦ୍ଦେଶାବଳୀ ବା ଇନଷ୍ଟ୍ରକସନ୍ । କୋଡ୍ ଲେଖିବା ଦ୍ୱାରା ଆପଣ କମ୍ପ୍ୟୁଟରକୁ କହିପାରିବେ କ’ଣ କରିବ କମ୍ପୁଟର ଏବଂ କିପରି ଶୀଘ୍ର ଆଚରଣ କରିବ ତାର ସିଷ୍ଟମ୍ । ୱେବସାଇଟ୍ , ଆପ୍ଲିକେସନ୍ ତିଆରି କରିବା , ତଥ୍ୟ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ ଅନେକ ସୁନ୍ଦର କାର୍ଯ୍ୟ କରିବା ପାଇଁ କୋଡିଂ କୁ  ବ୍ୟବହାର କରିପାରିବେ । 

 

କୋଡିଂ ରେ କ୍ୟାରିୟର ର ଅପସନ୍ ବା ବିକଳ୍ପ କଣ ?

ବର୍ତ୍ତମାନ ସମୟରେ କୋଡିଂ ରେ ବିଭିନ୍ନ ପ୍ରକାର ର କ୍ୟାରିୟର ଅପସନ୍ ବା ବିକଳ୍ପ ଅଛି । କୋଡିଂ ରେ କ୍ୟାରିୟର ଆରମ୍ଭକଲେ ଆପଣ ଉଚ୍ଚ ବେତନ ପ୍ରାପ୍ତ ଚାକିରୀ ପାଇପାରିବେ । କୋଡିଂ ଶିକ୍ଷିଥିଲେ ଆପଣଙ୍କୁ ମିଳିବ ସମ୍ମାନ ଜନକ ଚାକିରୀ ଏବଂ ତାସହ ଭଲ ରୋଜଗାର ମଧ୍ୟ କରିପାରିବେ । ଆପଣ ନ୍ୟୁଜ ଚ୍ୟାନେଲ୍ ଏବଂ ବିଭିନ୍ନ ଗଣ ମାଧ୍ୟମରେ ଶୁଣିଥିବେ ଦଶମ ଶ୍ରେଣୀ କିମ୍ୱା କଲେଜ ପଢୁଥିବା ପିଲା କୋଡିଂ ଶିଖି ଲକ୍ଷ୍ୟାଧିକ ରୋଜଗାର କରୁଛନ୍ତି ।

କୋଡିଂ ରେ କ୍ୟାରିୟର ର ଅପସନ୍ ବା ବିକଳ୍ପ ଗୁଡିକ ହେଲା –

୧) ୱେବ୍ ଡେଭଲପର୍

୨) ଆଇଟି ଟେକ୍ନିସିଆନ୍ 

୩) ଡାଟା ବୈଜ୍ଞାନିକ ବା ଡାଟା ସାଇଣ୍ଟିଟିଷ୍ଟ୍

୪) ସଫ୍ଟୱେୟାର ଇଞ୍ଜିନିୟର

୫) ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍

୬) ସାଇବର ସିକ୍ୟୁରିଟି ଆନାଲିଷ୍ଟ 

୭) ୟୁଜର ଏକ୍ସପେରିଏନ୍ସ (ୟୁଏକ୍ସ) ଡିଜାଇନର୍ 

୮) ଫୁଲ୍ ଷ୍ଟାକ୍ ଡେଭଲପର୍ 

୯) କମ୍ପ୍ୟୁଟର ଏବଂ ଇନଫରମେସନ୍ ସିଷ୍ଟମ ମ୍ୟାନେଜର

୧୦) ମୋବାଇଲ୍ ଆପ୍ଲିକେସନ୍ ଡେଭେଲପର

କମ୍ପାନୀ ର ଷ୍ଟାଟସ୍ ଅନୁସାରେ ଦରମା ମିଳିଥାଏ । ଯଦି ଆପଣ ଯୋଗ୍ୟ ତେବେ ଆପଣ ବଡ ବଡ ବ୍ରାଣ୍ଡ ଏବଂ ବଡ କମ୍ପାନୀ ସହ କାମ କରିବାର ସୁଯୋଗ ପାଇପାରିବେ । ରୋଜଗାର କରିବାରେ କୌଣସି ଅସୁବିଧା ହେବ ନାହିଁ । ଏହି କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତି ଓ୍ୱାର୍କ ଫ୍ରମ୍ ହୋମ୍ ମଧ୍ୟ କରୁଛନ୍ତି ।କୋଡିଂ କୋର୍ସ ହେଉଛି ଏକ ବ୍ୟୟବହୁଳ କୋର୍ସ । ଅନୁଷ୍ଠାନ ଅନୁସାରେ କୋର୍ସର ଫି ଷ୍ଟ୍ରକଚର୍ । ପୁଣି ବାହାରେ ରହି ଏହି କୋର୍ସ କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଅନେକ ଅନଲାଇନ୍ କୋର୍ସ କରିବା ପାଇଁ ଆଗ୍ରହୀ ହୋଇଥାନ୍ତି । ରୋଜଗାର କ୍ଷମ ହେଇ ଆତ୍ମନିର୍ଭର ଶୀଳ ହେବା ପାଇଁ କାହାର ବା ଇଚ୍ଛା ନଥାଏ । ଟଙ୍କା ରୋଜଗାର କରି ଆତ୍ମନିର୍ଭର ଶୀଳ  ହେବା ସମସ୍ତଙ୍କ ଲକ୍ଷ୍ୟ । ଯଦି ଆପଣଙ୍କୁ କୁହାଯିବ ଯେ ଆପଣ ଘରେ ଥାଇ ମଧ୍ୟ କୋଡିଂ କୋର୍ସରେ ନାମ ଲେଖାଇ ପାରିବେ ଏବଂ ହାତ ପାହାନ୍ତାରେ ଆପଣ ନିଜ ଦକ୍ଷତାର ଅଭିବୃଦ୍ଧି କରିପାରିବେ । ତେବେ ହୁଏତ ଆପଣଙ୍କୁ ଏ କଥାରେ ବିଶ୍ୱାସ ହେବ ନାହିଁ । ଆପଣଙ୍କ ପାଖରେ ଅର୍ଥର ଅଭାବ ଥିଲେ ମଧ୍ୟ ଆପଣ ଏହି କୋର୍ସ ଗୁଡିକରେ ପଞ୍ଜୀକରଣ କରାଇ ପାରିବେ । ଅନଲାଇନ୍ କୋଡିଂ କୋର୍ସ କେବଳ ଆପଣଙ୍କର ଦକ୍ଷତା ଏବଂ ଜ୍ଞାନକୁ ବିସ୍ତାର କରେ ନାହିଁ  ବରଂ  ଘରୋଇ କିମ୍ବା ବଡ କମ୍ପାନୀରେ ଚାକିରୀ ପାଇବା ପାଇଁ ମଧ୍ୟ ସାହାଯ୍ୟ କରେ । କୋଡିଂ କୋର୍ସ ଗୁଡିକ ଆପଣଙ୍କର ରିଜ୍ୟୁମ୍ କୁ  ଅଧିକ ଆକର୍ଷଣୀୟ କରିଥାଏ । ମାଗଣା  ଅନଲାଇନ୍ ପାଠ୍ୟକ୍ରମଗୁଡ଼ିକ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବିଶେଷଜ୍ଞଙ୍କଠାରୁ ଶିଖିବାର ସୁଯୋଗ ଦେଇଥାଏ । ଇଣ୍ଟରନେଟ୍ ର ସୁଯୋଗ କିମ୍ବା ପାଖରେ ଇଣ୍ଟରନେଟ୍ ଥିଲେ ଆପଣ ବି କୋଡିଂ କୋର୍ସ ଘରେ ବସି କରିପାରିବେ । ଇଣ୍ଟରନେଟ୍ ରେ ବିଭିନ୍ନ ପ୍ରକାର ଓ୍ୱେବସାଇଟ୍ ଅଛି । କିଛି ଓ୍ୱେବସାଇଟ୍ ଅଛି ଯେଇଁଥିରୁ ଆପଣ ମାଗଣା ରେ ଶିଖିପାରିବେ କୋଡିଂ । ଘରେ ଥାଇ କୌଣସି ଆଡେ ଧାଁ ଧପଡ ନକରି ମଧ୍ୟ ଆପଣ ମାଗଣାରେ ଏହାର ଫାଇଦା ଉଠାଇ ପାରିବେ । ଯାହାକି ଆପଣଙ୍କର ଭବିଷ୍ୟତ ପାଇଁ କାମରେ ଆସିବ ।

 

କୋଡିଂ କୋର୍ସ ବା ପାଠ୍ୟକ୍ରମ ଗୁଡିକ ଉପଲବ୍ଧ ହେଉଥିବା ଓ୍ୱେବସାଇଟ୍ ଗୁଡିକ ହେଲା –

 

୧) କୋଡ୍ ୟୋରସେଲ୍ଫ୍  ( ଆନ ଇଣ୍ଟ୍ରଡକସନ୍ ଟୁ ପ୍ରୋଗ୍ରାମିଂ) – କୋର୍ସରା

ଏହି ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ଶିଖିବାକୁ ନିଷ୍ପତ୍ତି ନେବା ଏବଂ ଶିଖିବା ଅତ୍ୟନ୍ତ କଷ୍ଟକର ମନେହୁଏ । ଏହି କୋର୍ସ ର ସମୟ ସୀମା ଦଶ ଘଣ୍ଟା ରହିଛି । ଆପଣ ଯେତେବେଳେ ଚାହିଁବେ ଏହାକୁ ଆକସେସ୍ କରିପାରିବେ । ଏହା ଏକ ଭଲ ପ୍ଲାଟ୍ ଫର୍ମ ଏବଂ ଏଠାରୁ ଆପଣ ପ୍ରାଥମିକ ସ୍ତର ର ଜ୍ଞାନ ଶିଖିପାରିବେ । ପ୍ରତିଦିନ କିଛି ସମୟ ଦେଲେ ଅଳ୍ପ କିଛି ଦିନରେ ଶିଖିପାରିବେ ।  

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.coursera.org/learn/intro-programming?action=enroll&authMode=signup

 

୨) ମାଇକ୍ରୋସପ୍ଟ ଏକ୍ସଏଲ୍ ବିଭିଏ ଫଣ୍ଡାମେଣ୍ଟାଲ୍ ( ଲର୍ନ ବେସିକ୍ କୋଡିଂ ସ୍କିଲ୍ ) – ୟୁଡେମି

ଏହି କୋର୍ସ ରେ ଆପଣଙ୍କ ଦକ୍ଷତା ର ଅଭିବୃଦ୍ଧି ହେବ । ଏହି କୋର୍ସ ର ସମୟ ସୀମା ଦୁଇ ଘଣ୍ଟା ରହିଛି । ଆପଣ ଯେତେବେଳେ ଚାହିଁବେ ଏହାକୁ ଆକସେସ୍ କରିପାରିବେ ଏବଂ ଶିଖିପାରିବେ । ଏହା ଏକ ଭଲ କୋର୍ସ ଏବଂ ଏଠାରୁ ଆପଣ ପ୍ରାଥମିକ ସ୍ତରର କୋଡିଂ ସ୍କିଲ୍ ଶିଖିପାରିବେ । ପ୍ରତିଦିନ କିଛି ସମୟ ଦେଲେ ଅଳ୍ପ ସମୟ ବା କିଛି ଦିନରେ ସରିଯିବ ଏହି କୋର୍ସ ।    

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.udemy.com/course/microsoft-excel-vba-fundamentals/

 

୩) ମାଷ୍ଟର ଦ ବେସିକ୍ ଅଫ୍ (ଏଚ୍ ଟି ଏମ୍ ଏଲ୍ ଫାଇଭ୍) ଆଣ୍ଡ (ସି ଏସ୍ ଏସ୍ ଥ୍ରୀ) ବିଗିନର ଓ୍ୱେବ ଡେଭେଲପମେଣ୍ଟ –  ୟୁଡେମି

ଏହି କୋର୍ସ ର ସମୟ ସୀମା ମାତ୍ର ତିନି ଘଣ୍ଟା ରହିଛି । ଏକ ୱେବସାଇଟ୍ କିପରି ନିର୍ମାଣ କରିବେ ତାହା ଜାଣିବା ପାଇଁ ଆପଣଙ୍କୁ ଏହି କୋର୍ସ ଟି ସାହାଯ୍ୟ କରିବ । ଏହି କୋର୍ସ ଆପଣଙ୍କୁ ପ୍ରୋସେସ୍  ଏଚଟିଏମଏଲ୍ ଏବଂ ସିଏସଏସ ମାଧ୍ୟମରେ ପର୍ଯ୍ୟାୟ କ୍ରମେ କୋଡିଂ ଶିଖାଇବ । 

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.udemy.com/course/master-the-basics-of-html5-css3-beginner-web-development/

 

୪) କୋଡିଂ ଫୋର୍ ବିଗିନର୍ସ ( ୟୁକେନ୍ କୋଡ୍ )  – ସ୍କିଲ୍ ସେୟାର  

ଏଗାର ଘଣ୍ଟା ଏହି କୋର୍ସର ସମୟ ସୀମା ରହିଛି । କୋଡିଂର ପ୍ରାଥମିକତା ଶିଖିବାକୁ ଏବଂ ଟିକିଏ ଗଭୀରରେ ପୃଷ୍ଠଭୂମି ଜ୍ଞାନ ଆଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏଠାରେ ଏକ ଇଣ୍ଟ୍ରୋ ପାଠ୍ୟକ୍ରମ ରହିଛି । ଆପଣ  ଚାହିଁଲେ ଶିଖିପାରିବେ । ଶୀଘ୍ର ଆରମ୍ଭକଲେ କୋର୍ସଟି ଶୀଘ୍ର ଶେଷ ହେବ । ନୂତନ ଆପ୍ ନିର୍ମାଣ ଶ୍ରେଣୀ ପାଇଁ ଫ୍ଲୁଟର୍ ଶିଖନ୍ତୁ । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍ ନିର୍ମାଣ କରନ୍ତୁ ।

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.skillshare.com/classes/Coding-for-Beginners-1-You-Can-Code/1852353390?via=search-layout-grid

 

୫) ଲର୍ନ ଜାଭା ସ୍କ୍ରିପ୍ଟ୍ – କୋଡେକାଡେମି

ଏହି କୋର୍ସରେ ବାରଟି ଲେସନ୍ ସହ ବାରଟି ପ୍ରୋଜେକ୍ଟ ଅଛି । ଜାଭାସ୍କ୍ରିପ୍ଟ ଶିଖିବା ପାଇଁ କୋଡେକେଡିର ଏକ ଉତ୍ତମ ସ୍ଥାନ । କୋଡିଂ ପାଇଁ ୱେବସାଇଟରେ ଅନେକ ଅନ୍ୟ କୋର୍ସ ମଧ୍ୟ ଅଛି । 

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.codecademy.com/learn/introduction-to-javascript

 

୬) ବିଗିନର ପିଏଚ୍ ଆଣ୍ଡ ମାଇସୋଲ୍ ଟ୍ୟୁଟରିଆଲ୍ – ୟୁଡେମି

ଏହି କୋର୍ସରେ ସାଢେ ଦଶ ଘଣ୍ଟା ଏବଂ ୧୫୬ ଚି ଲେକଚର୍ ଉପଲବ୍ଧ ଅଛି । ଓ୍ୱେବସାଇଟ୍ ବିଲଡିଂ , ପିଏଚପି ଏବଂ ସିଏସଏସ ଏଠାରେ ଶିଖିପାରିବେ । ଏହି କୋର୍ସରୁ ଆରମ୍ଭ କରିପାରିବେ ଆପଣଙ୍କ କୋଡିଂ କ୍ୟାରିୟର । 

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.udemy.com/course/php-mysql-tutorial/

 

୭) ଲର୍ନ ପାଇଥନ୍ ଟୁ -କୋଡେକାଡେମି

କୋଡିଏ ଟି ଲେସନ୍ ଏବଂ ଆଠଟି ପ୍ରୋଜେକ୍ଟ ଅଛି ଏହି କୋର୍ସରେ । ପାଇଥନ୍ କେବଳ ସାଧାରଣ ବ୍ୟବହୃତ ଲାଙ୍ଗୁଏଜ୍ ନୁହେଁ, କିନ୍ତୁ ପଢିବା ସହଜ ଅଟେ । ଅନ୍ୟ ଅର୍ଥରେ, କୋଡିଂ ଆରମ୍ଭ କରିବା ପାଇଁ ଏକ ଉତ୍ତମ ସ୍ଥାନ ହୋଇପାରେ । 

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.codecademy.com/learn/learn-python

 

୮) ଲର୍ନ ପାଇଥନ୍ ଥ୍ରୀ ଫ୍ରମ୍ ସ୍କ୍ରାଚ୍ ପାଇଥନ୍ ଫୋର୍ ଏବସଲୁଟ୍ ବିଗିନର୍ସ – ୟୁଡେମି 

ଯଦି ଆପଣ ଭିଜୁଆଲ୍ ଶିକ୍ଷାର୍ଥୀ ବା ଅନଲାଇନ୍ ଶିକ୍ଷାର୍ଥୀ ଅଟନ୍ତି, ତେବେ ୟୁଡେମି ଆପଣଙ୍କ ପାଇଁ ବହୁତ ଭଲ ପାଠ୍ୟକ୍ରମ ନେଇ ଆସିଛି । ଏଠାରୁ ପାଇଥନ୍ ଟ୍ୟୁଟୋରିଆଲ୍ ଅତି ସହଜରେ ଶିଖିପାରିବେ । ଏହି କୋର୍ସ ର ସମୟ ସୀମା ମାତ୍ର ଦୁଇ ଘଣ୍ଟା । 

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.udemy.com/course/learn-python-3-from-scratch-python-for-absolute-beginners/

 

୯) ଲର୍ନ ରୁବି ଅନ ରେଲ୍ସ୍ – କୋଡେକାଡେମି

ଏହି କୋର୍ସ ର ସମୟ ସୀମା ଏଗାର ଘଣ୍ଟା । ଏଠାରେ ପାଇଥନ୍ ସଂମ୍ପୁର୍ଣ୍ଣ ମାଗଣା ରେ ଶିଖିପାରିବେ । ମାତ୍ର ଏଠାରେ ସାର୍ଟିଫିକେସନ୍ ଫ୍ରିରେ ଉପଲବ୍ଧ ନାହିଁ । ଆପଣ ଚାହିଁଲେ ଶିଖିପାରିବେ ।  

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.codecademy.com/learn/learn-rails

 

୧୦) ପ୍ରୋଗ୍ରାମିଂ ଫୋର୍ ଏଭ୍ରିବଡି – କୋର୍ସରା

ତିନିଟି ଲେସନ୍ ଏବଂ ଛଅଟି ପ୍ରୋଜେକ୍ଟ ଅଛି ଏହି କୋର୍ସରେ । ଯାହାକୁ ଆପଣ ଯେତେବେଳେ ଚାହିଁଲେ ଆକସେସ୍ କରିପାରିବେ । ଅନଲାଇନ୍ ରେ ଶିକ୍ଷିପାରିବେ ପ୍ରୋଗ୍ରାମିଂ ।

ଏହି ଲିଙ୍କରେ କ୍ଲିକ୍ କଲେ କୋର୍ସ ବିଷୟରେ ତଥ୍ୟ ପାଇ ପାରିବେ –

https://www.coursera.org/learn/python

 

ଶିଖିବା ର ଇଚ୍ଛାଥିଲେ ଉପରୋକ୍ତ ପ୍ଲାଟ ଫର୍ମ ଗୁଡିକରୁ ଅନଲାଇନ୍ ରେ ଶିଖିପାରିବେ କୋଡିଂ । ଏହି କୋର୍ସ ଗୁଡିକ ମାଗଣାରେ ଇଣ୍ଟରନେଟ୍ ରେ ଉପଲବ୍ଧ । ଯାହାକି ଆପଣଙ୍କ ଜ୍ଞାନ ବୃଦ୍ଧି କରିବା ସହ ରୋଜଗାର କରିବା ପାଇଁ ଦେଖାଇବ ଏକ ସମ୍ମାନ ଜନକ ରାସ୍ତା ।  

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )