upsc ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା, ଆଜି ହିଁ କରନ୍ତୁ ଆବେଦନ
UPSC ପରୀକ୍ଷା ଦେଇ ସମସ୍ତେ ଚାହାନ୍ତି କି ଗୋଟିଏ ବଡ଼ ସରକାରୀ ଚାକିରୀ କରିବାକୁ । ଆଉ ସେଥିପାଇଁ ସମସ୍ତେ ପାଠ ପଢ଼ି competitive ପାଇଁ ଚେଷ୍ଟା କରିଥାନ୍ତି ଓ ଲକ୍ଷ ରଖନ୍ତିି କେମିତି ସେହି ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇପାରିବେ । ତେବେ ଆପଣ ଜାଣଛନ୍ତି କି ଏବେ ଆପଣ କେବଳ ୨୫ ଟଙ୍କା ଦେଇ UPSC ରେ ଚାକିରି କରିପାରିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ କଥା ଟି ସତ । ତେବେ ଆପଣ ବି ଯଦି ଚାହୁଁଛନ୍ତି UPSC ପରୀକ୍ଷା ଦେଇ ବଡ଼ ପଦବୀରେ ରହିବାକୁ ତେବେ ଏହି ଖବର ଟି ଆପଣଙ୍କ ପାଇଁ । ଚାଲନ୍ତୁ ଜାଣିବା ଏ ସମ୍ବନ୍ଧରେ ଅଦିକ କିଛି ।() UPSC ବିଜ୍ଞପ୍ତି ପ୍ରକାଶ କରିଛି ଅଧ୍ୟାପକ ଭଳି ଅନେକ ପଦବୀ ପାଇଁ । ଆଶାୟୀ ପ୍ରାର୍ଥୀ ମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ UPSC ର ଅଫିସିଆଲ ୱେବ୍ସାଇଟ୍ https://www.upsc.gov.in/ କୁ ଯାଇ ଆବେଦନ କରିପାରିବେ । ଏନେଇ ଆବେଦନ ପ୍ରକ୍ରିିୟା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ UPSC Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
• ସହକାରୀ ରସାୟନ ବିଜ୍ଞାନୀ-୧୪ଟି ପୋଷ୍ଟ
• ସହକାରୀ ନିର୍ଦ୍ଦେଶକ-୧୩ଟି ପୋଷ୍ଟ
• ସହକାରୀ ଭୂବିଜ୍ଞାନୀ-୯ଟି ପୋଷ୍ଟ
• ଅଧ୍ୟାପକ-୯ଟି
• ବରିଷ୍ଠ କୃଷି ଯନ୍ତ୍ରୀ-୭ଟି ପୋଷ୍ଟ
• ସହକାରୀ ରସାୟନ ବିଜ୍ଞାନୀ-୬ଟି ପୋଷ୍ଟ
• କୃଷି ଯନ୍ତ୍ରୀ-୧ ପୋଷ୍ଟ
• ସହକାରୀ ରସାୟନ ବିଜ୍ଞାନୀ-୧ଟି ପୋଷ୍ଟ
• ସହକାରୀ ଜିଓଫିଜିସିଷ୍ଟ୍-୧ଟିପୋଷ୍ଟ
ଯୋଗ୍ୟତା:
• କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ଏଜୁକେଶନରେ M.Ed./ MA
• କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ହିନ୍ଦୀରେ ମାଷ୍ଟର ଡିଗ୍ରୀ
କିପରି ଆବେଦନ କରିବେ:
• ଷ୍ଟେପ୍-୧- ଅଫିସିଆଲ୍ ୱେବ୍ସାଇଟ୍ https://www.upsc.gov.in/ କ୍ଲିକ୍ କରିବେ ।
• ଷ୍ଟେପ୍-୨- ମୂଳପୃଷ୍ଠାରେ, ବିଜ୍ଞାପନ ସଂଖ୍ୟା ୨୧-୨୦୨୨ ଦେଖନ୍ତୁ ଓ ଆବଶ୍ୟକ ବିବରଣୀ ପୂରଣ କରିବେ ।
• ଷ୍ଟେପ୍-୩- ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ ।
• ଷ୍ଟେପ୍-୪- ଏହାର ଏକ ପ୍ରିଣ୍ଟବାହାର କରିକି ରଖିବାକୁ ପଡ଼ିବ ।
ଆବେଦନ ଶୁଳ୍କ:
• ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନର ଶୁଳ୍କ – ୨୫ଟଙ୍କା
• SC / ST/ PWBD/ ମହିଳା ପ୍ରର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।