
ଗାନ୍ଧୀ ଜୟନ୍ତୀରେ ଜାଣନ୍ତୁ ଜାତିର ପିତାଙ୍କ ମହାନ କାହାଣୀ
() ଆମ ଦେଶ ଭାରତ ୧୫ ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧିନ ହୋଇଥିଲା । ସ୍ୱାଧିନତା ହେବାର ୭୬ ବର୍ଷ ପୁରି ସାରିଲାଣି । ଦେଶକୁ ସ୍ୱାଧିନ କରିବା ପାଇଁ କେତେ ମହାନ ଆତ୍ମା ନିଜ ଜୀବନର ଜଳାଞ୍ଜଳୀ ଦେଇଛନ୍ତି ତାହା କହିବା ଅସମ୍ଭବ । ସେମାନଙ୍କ ମଧ୍ୟରୁ ଜଣେ ମହାନ ଆତ୍ମା ହେଉଛନ୍ତି ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀ । ଆଜି ତାଙ୍କ ଜନ୍ମଜୟନ୍ତୀ ଅବସରରେ ସେ ଭାରତ ପାଇଁ କରିଯାଇଥିବା କିଛି ମହତ୍ୱ କାର୍ୟ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବା ଯାଉଛୁ ।() ମହାତ୍ମାଗାନ୍ଧୀଙ୍କ ପୁରା ନା’ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ । ୨ ଅକ୍ଟୋବର ୧୮୬୯ ମସିହାରେ ସେ ଗୁଜୁରାଟର ପୌରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କରମ ଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତୁଲି ବାଈ ଥିଲା । ପରେ ମାତ୍ର ୧୩ ବର୍ଷ ବୟସରଙ୍କ ତାଙ୍କ ଠାରୁ ଗୋଟିଏ ବର୍ଷ ବଡ଼ ଝିଅ କସ୍ତୁରବାଙ୍କ ସହ ବିବାହ ହୋଇଥିଲା । ଯେତେବେଳ ଗାନ୍ଧୀଙ୍କୁ ୧୫ ବର୍ଷ ବୟସ ହୋଇଥିଳା ତାଙ୍କ ପିତାଙ୍କ ମୃତ୍ୟୁ ହୋଇଗଲା । ଗାନ୍ଧୀଜୀ ୧୮୮୭ରେ ହାଇସ୍କୁଲର ପାଠ ଶେଷ କଲେ । ପରେ କଲେଜରୁ ପାଠ ଶେଷ କରି ୪ ସେପ୍ଟେମ୍ବର ୧୮୮୮ରେ ଲଣ୍ଡନ ଯାଇ ‘ଲ’ ପାଠ ପଢିସାରି଼ି ୧୮୯୧ରେ ଭାରତ ଫେରିଥିଲେ । ୧୮୯୩ରେ ସେ ପ୍ରଥମ ଚାକିରି କଲେ ଯେଉଁଥିପାଇଁ ତାଙ୍କୁ ସାଉଥ ଆଫ୍ରିକା ଯିବାକୁ ପଡ଼ିଲା ।
ସେଠାରୁ ସେ ରଙ୍ଗ, ଜାତି ଭେଦ ଭାବର ସାମ୍ନା କରି ଲଢ଼ି ନିଜ ଦେଶର ଲୋକଙ୍କ ପକ୍ଷରୁ ଲଢ଼ିବା ପାଇଁ ୧୯୧୫ ମସିହାରେ ସେ ଭାରତ ଆସିଥିଲେ । ୧୯୧୭ ମସିଆରେ-ପ୍ରଥମ ଆନ୍ଦୋଳନ କରିଥିଲେ, ଯାହାର ନା’ ଥିଲା ଚମ୍ପାରନ ଆନ୍ଦୋଳନ ଏବଂ ଏହି ଆନ୍ଦୋଳନ ତାଙ୍କର ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ ଥିଲା । ୧୯୧୮ ମସିହାରେ-ବନ୍ୟା, ଦୁର୍ଭିକ୍ଷ ସହ ସଂଗ୍ରାମ କରିଥିବା କୃଷକଙ୍କ ପାଇଁ ଟିକସ ଛାଡ଼ ପାଇଁ ଖେଡ଼ା ସତ୍ୟାଗ୍ରହ କରିଥିଲେ । ୧୯୧୯ ମସିହାରେ ମହାତ୍ମା ଗାନ୍ଧୀ ବ୍ରିଟିଶ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ରୋଲାଟ ଆକ୍ଟ ବିରୋଧରେ ଅହିଂସା ସତ୍ୟାଗ୍ରହ ଆରମ୍ଭ କରିଥିଲେ । ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ହୋଇଥିଲା ସ୍ୱରାଜ ଅନୁସରଣ କରିଥିଲେ ।
ପରେ ୧୯୨୨ରେ ଅସହୟ ଆନ୍ଦୋଳନ କଲେ ଯେଉଁଥିରେ ସେ ବିଦେଶୀ ଜିନିଷ ବ୍ୟବହାର କରିବା ଲୋକ ବନ୍ଦ କରିଦେଇଥିଲେ । ୧୯୨୬ ମସିହାରେ ଗାନ୍ଧୀଜି ହରିଜନ ଶବ୍ଦକୁ ଲୋକପ୍ରିୟ କରିଥିଲେ, ଏବଂ ସବୁ ମଣିଷ ସମାନ ଓ ତାଙ୍କର ମଧ୍ୟ ସମାନ ଅଧିକାର ଅଛି ବୋଲି ପ୍ରଚାର କରିଥିଲେ । ୧୯୩୦ ମସିହାରେ ଲୁଣ ଟିକସ ଛାଡ଼ ପାଇଁ ଗାନ୍ଧୀଜି ଙ୍କ ଦ୍ୱାରା ୨୪ଦିନିଆ ଲବଣ ସତ୍ୟାଗ୍ରହ କିମ୍ବା ଦାଣ୍ଡିଯାତ୍ରା ହୋଇଥିଲା । ୧୯୩୧-୧୯୩୨ ମସିହାରେ ଆତ୍ମଶାସନ କରିବାକୁ ଘୋଷଣା କରିଥଲେ ମହାତ୍ମାଗାନ୍ଧୀ । ୧୯୪୨ ମସିହାରେ ବମ୍ବେରେ ଚାଲିଥିବା ଅଲ ଇତ୍ପିଆ କଂଗ୍ରେସ କମିଟି ଅଧିବେଶନରେ ମହାତ୍ମା ଗାନ୍ଧୀ ‘ଭାରତ ଛାଡ଼’ ଆନ୍ଦୋଳନ କରିଥିଲେ । ପରେ ଆମ ଦେଶ ଭାରତ ୧୫ ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧିନ ହେଲା । ଏହାର ଗୋଟିଏ ବର୍ଷ ପରେ ୩୦ ଜାନୁଆରୀ ୧୯୪୮ରେ ମାତ୍ର ୭୮ବର୍ଷ ବୟସରେ ଗାନ୍ଧୀଜୀ ପ୍ରାଣ ହରାଇଥିଲେ ।